AFFILIATE MARKETING

https://binomo.com?a=90810425bb57&t=0

Saturday, September 2, 2023

ଘନଘନ ବିଜୁଳିରେ ଥରିଲା ରାଜଧାନୀ

 COASTAL NEWS Odia 581

ଘନଘନ ବିଜୁଳିରେ ଥରିଲା ରାଜଧାନୀ



ଭୁବନେଶ୍ବର - ଘନଘନ ବିଜୁଳିରେ ଥରିଲା ରାଜଧାନୀ ଭୁବନେଶ୍ୱର। ଘଣ୍ଟାଏରେ ଭୁବନେଶ୍ୱର ସହରରେ ମାରିଛି ୪୨ ହଜାରରୁ ଅଧିକ ଥର ବିଜୁଳି। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ରାଜଧାନୀବାସୀ ଭୟଭୀତ ହୋଇଛନ୍ତି। ସେପଟେ ଲଗାଣ ବର୍ଷାରେ ଭାସିଛି ଦ୍ୱୈତନଗରୀ।

ଆଜି ଅପରାହ୍ନ ପ୍ରାୟ ଦୁଇଟା ବେଳେ ଭୁବନେଶ୍ୱର ଆକାଶରେ ଘୋଟି ଆସିଥିଲା କାଳାହାଣ୍ଡିଆ ମେଘ। ପ୍ରଥମେ ଝିପିଝିପି ବର୍ଷା ହୋଇଥିଲା। ତା’ପରେ ଆରମ୍ଭ ହୋଇଥିଲା ବଜ୍ରପାତ। ଗୋଟିଏ ପରେ ଗୋଟିଏ ବିଜୁଳି ମାରିଥିଲା। କଳାହାଣ୍ଡିଆ ମେଘ ଭିତରେ ଆଲୋକିତ ହୋଇଯାଇଥିଲା ରାଜଧାନୀର ଆକାଶ। ମିଳିଥିବା ସୂଚନା ଅନୁସାରେ ପ୍ରାୟ ଏକ ଘଣ୍ଟାରେ ୪୨ ହଜାର ଥର ବିଜୁଳି ମାରିଛି। ପରେ ମେଘର ପରିମାଣ ବଢ଼ିଥିଲା।

ରାଜଧାନୀରେ ନିର୍ଧୁମ ଛେଚିଥିଲା ବର୍ଷା। ପ୍ରାୟ ଦେଢ଼ଘଣ୍ଟା ଧରି ବର୍ଷା ଲାଗି ରହିଥିଲା। ଆଜି ରାଜଧାନୀରେ ୧୨୬ ମିଲିମିଟର ବର୍ଷା ହୋଇଛି। ଜଳାର୍ଣ୍ଣବ ହୋଇ ପଡ଼ିଛି ରାଜଧାନୀର ରାସ୍ତାଘାଟ। ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଲଗାଣ ବର୍ଷା ଯୋଗୁ ଇସ୍କନ ମନ୍ଦିର ଆଗ, ଲକ୍ଷ୍ମୀସାଗର, ଓଲ୍‌ଡ ଟାଉନ୍‌, ନୟାପଲ୍ଲୀ ପ୍ରମୁଖ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି। ଜୀବନଯାତ୍ରା ପ୍ରବାହିତ ହୋଇଯାଇଛି। ଓଭରବ୍ରିଜ୍‌ ତଳ ଆଶ୍ରୟ ସ୍ଥଳ ପାଲଟିଛି।

ସେପଟେ ରୁପାର ସହର କଟକର ଅବସ୍ଥା ବେହାଲ ହୋଇଛି। ରାସ୍ତାରେ ଜମିଛି ଆଣ୍ଠୁଏ ଉଚ୍ଚର ବର୍ଷା ପାଣି। ଜୀବନ ଯାତ୍ରା ଏକ ପ୍ରକାର ଠପ୍‌ ହୋଇଛି। ଲୋକମାନେ ଘରୁ ବାହାରିବା ପାଇଁ ସୁରକ୍ଷିତ ମଣୁନାହାନ୍ତି। ପାଣି ନିଷ୍କାସନ ପାଇଁ ମହାନଗର ପକ୍ଷରୁ ଉଦ୍ୟମ ଜାରି ରହିଛି। ଆଜି କଟକରେ ୯୫.୮ ମିଲିମିଟର ବର୍ଷା ହୋଇଛି।

ବର୍ଷା କେବଳ ଦ୍ୱୈତନଗରରେ ହୋଇନାହିଁ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ହୋଇଛି ବଜ୍ରପାତ ଓ ବର୍ଷା। ଏଥିରେ ଯାଇଛି ୪ରୁ ଅଧିକ ଜୀବନ। ଏହାଛଡ଼ା ଅନେକ ଗୁରୁତ ଆହତ ହୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛି। ବର୍ଷା ୫ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...