AFFILIATE MARKETING

https://binomo.com?a=90810425bb57&t=0

Sunday, September 3, 2023

ଅମର ରହିବେ ସୂର୍ଯ୍ୟନାରାୟଣ

 COASTAL NEWS Odia 591

ଅମର ରହିବେ ସୂର୍ଯ୍ୟନାରାୟଣ 


ଭୁବନେଶ୍ୱର  : ବିଧାନସଭାର ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଶନିବାର ସନ୍ଧ୍ୟା ୭ଟା ୩୧ ମିନିଟ ସମୟରେ ତାଙ୍କର ପରଲୋକ ହୋଇଛି । ବରିଷ୍ଠ ନେତାଙ୍କ ବିୟୋଗ ପରେ ପରିବାର ଲୋକେ ତାଙ୍କ ଚକ୍ଷୁ ଦାନ କରିଥିବା ସୂଚନା ମିଳିଛି। ତାଙ୍କର ଗୋଟିଏ ପଟ ଚକ୍ଷୁ ଦାନ କରାଯାଇଛି। ବଞ୍ଚିଥିବା ବେଳେ ସୂର୍ଯ୍ୟ ଚକ୍ଷୁ ଦାନ କରିବାକୁ କହିଥିଲେ। ମୃତ୍ୟୁ ପରେ ବଡ଼ ପୁଅ ବିପ୍ଳବ ପାତ୍ରଙ୍କ ଅନୁମତି ପରେ ଭୁବନେଶ୍ୱର ପଟିଆରେ ଅବସ୍ଥିତ ଏଲ. ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ପକ୍ଷରୁ ତାଙ୍କର ଆଖି ସଂଗ୍ରହ ହୋଇଛି । ବର୍ତ୍ତମାନ ଆଖିର ଲେନ୍ସ ଡାକ୍ତରଖାନାରେ ରହିବା ପରେ ପ୍ରକ୍ରିୟା ମୁତାବକ ଏହାକ ଅନ୍ୟକୁ ଦାନ କରାଯିବ ବୋଲି ସୂଚନା ମିଳିଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରଛନ୍ତି । ଏବେ ତାଙ୍କ ମରଶରୀରକୁ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତି ବାସଭାବନରେ ଶେଷଦର୍ଶନ ପାଇଁ ରଖାଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଶେଷ ଦର୍ଶନ କରିବା ନେଇ ସୂଚନା ରହିଛି । ଏହା ପରେ ତାଙ୍କ ମରଶରୀରକୁ ପ୍ରଥମେ ବିଧାନସଭା, ଲୋକସେବା ଭବନ ଓ ପରେ ଶଙ୍ଖ ଭବନ ନିଆଯିବ । ଶେଷରେ ମରଶରୀରକୁ ତାଙ୍କ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ନିଆଯାଇ ସେଠାରେ ଶେଷକୃତ୍ୟ କରାଯିବ ।

ସୂଚନା ଯୋଗ୍ୟ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ ବିଜେଡିର ସେ ବିଧାୟକ ଥିଲେ। ସେ ଓଡ଼ିଶା ବିଧାନସଭାକୁ ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ମୋହନାରୁ ୪ ଥର ଓ ଦିଗପହଣ୍ଡିରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ନିଜ ରାଜନୈତିକ କ୍ୟାରିୟରରେ ସେ ଜଙ୍ଗଲ ଓ ପରିବେଶ, ମତ୍ସ୍ୟ ଓ ପଶୁସଂପଦ, ଶକ୍ତି, ବିପର୍ଯ୍ୟୟ ପ୍ରଶମନ, ସୂଚନା ଓ ଲୋକସଂପର୍କ, ଖାଦ୍ୟ ଯୋଗାଣ, ରାଜସ୍ବ ଆଦି ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ୧୯୯୦ରେ ସେ ପ୍ରଥମେ ଗଜପତି ଜିଲ୍ଲା ମୋହନାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ୧୯୯୫, ୨୦୦୦, ୨୦୦୪ରେ ସେ ମୋହନାରୁ ବିଜୟ ଲାଭ କରିଥିଲେ। ପରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ ୨୦୦୯, ୨୦୧୪ ଓ ୨୦୧୯ ରେ ସେ ବିଜୟୀ ହୋଇଥିଲେ। ଷୋଡ଼ଶ ବିଧାନସଭାରେ ୨୦୧୯ ଜୁନ୍ ୧ରୁ ୨୦୨୨ ଜୁନ୍ ୪ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ହୋଇଥିଲେ। ଜଣେ ଲୋକପ୍ରିୟ ଓ ଅମାୟିକ ବ୍ୟକ୍ତିତ୍ବ ଭାବେ ସୂର୍ଯ୍ଯ ପାତ୍ର ପରିଚିତ ଥିଲେ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...