AFFILIATE MARKETING

https://binomo.com?a=90810425bb57&t=0

Sunday, September 3, 2023

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି

 COASTAL NEWS Odia 592

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି 



ନୂଆଦିଲ୍ଲୀ - କଂଗ୍ରେସ ନେତ୍ରୀ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତିରେ ସଂକ୍ରମଣ ପରେ ତାଙ୍କୁ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନଙ୍କ ସ୍ୱତନ୍ତ୍ର ଟିମ୍‌ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି। ଡାକ୍ତରଙ୍କ ଅନୁସାରେ, ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସୋନିଆଙ୍କୁ ଶନିବାର ସନ୍ଧ୍ୟାରେ ହସ୍ପିଟାଲରେ ଆଡ୍‌ମିଟ କରାଯାଇଥିଲା।

ତେବେ ଏ ନେଇ ହସ୍ପିଟାଲ ପକ୍ଷରୁ ମଧ୍ୟ ଏକ ବୟାନ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ସୋନିଆ ଗାନ୍ଧିଙ୍କୁ ଏହି ସମସ୍ୟା ଦୀର୍ଘ ଦିନରୁ ରହିଛି। ସେ ରୁଟିନ୍‌ ଚେକ୍‌ଅପ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୂର୍ବରୁ ମଧ୍ୟ ତାଙ୍କୁ ଅନେକ ଥର ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡ଼ିଛି।

ଚଳିତ ବର୍ଷ ମାର୍ଚ୍ଚ ୩ରେ ପ୍ରବଳ ଜ୍ୱର ହେତୁ ସୋନିଆ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେହି ସମୟରେ ଚେଷ୍ଟ୍‍ ମେଡିସିନ୍‌ର ଡାକ୍ତର ଅରୂପ ବସୁ ଓ ତାଙ୍କ ଟିମ୍‌ ସୋନିଆଙ୍କ ଚିକିତ୍ସା କରିଥିଲେ। ସେତେବେଳେ ତାଙ୍କର କିଛି ଟେଷ୍ଟ୍‍ ମଧ୍ୟ ହୋଇଥିଲା।

ଜାନୁୟାରୀରେ ମଧ୍ୟ ଭାଇରାଲ୍‌ ଇନ୍‌ଫେକ୍ସନ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡ଼ିଥିଲା। ଏଭଳି ସ୍ଥିତିରେ ରାହୁଲ ଗାନ୍ଧି ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ଭାରତ ଯୋଡ଼ା ଯାତ୍ରା ଛାଡ଼ି ଆସିଥିଲେ। ସେହି ସମୟରେ ପାଖାପାଖି ୧ ସପ୍ତାହ ପର୍ଯ୍ୟନ୍ତ ସୋନିଆ ଗାନ୍ଧିଙ୍କୁ ହସ୍ପିଟାଲରେ ରହିବାକୁ ପଡ଼ିଥିଲା।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 

No comments:

COASTAL NEWS

ବଢ଼ିଲା ବାତ୍ୟା ଆଶଙ୍କା

ବଢ଼ିଲା ବାତ୍ୟା ଆଶଙ୍କା ନମସ୍କାର, ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ମୁଁ ଆପଣଙ୍କ ଉପସ୍ଥାପକ ଶେଖର ସୁମନ ଦାସ । ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନେଇ...