AFFILIATE MARKETING

https://binomo.com?a=90810425bb57&t=0

Monday, September 18, 2023

ବ୍ଲାକମେଲିଂ ଅସହ୍ୟ ହେବାରୁ ଯୁବତୀଙ୍କ ଆତ୍ମହତ୍ୟା

COASTAL NEWS Odia 782
ବ୍ଲାକମେଲିଂ ଅସହ୍ୟ ହେବାରୁ ଯୁବତୀଙ୍କ ଆତ୍ମହତ୍ୟା


 
ନୟାଗଡ଼:  ରିପୋର୍ଟ୍ନ - (ଭଞ୍ଜ ବିହାରୀ ମହାନ୍ତି) ୟାଗଡ଼ ଜିଲା ଇଟାମାଟି ଥାନା ଗୋବିନ୍ଦପୁର ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ବିବାହ କରିବାକୁ ଏକତରଫା ପ୍ରେମ କରି ବାରମ୍ବାର ବ୍ଲାକ ମେଲିଂ କରିବା ପରେ ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି। ଏନେଇ ଇଟାମାଟି ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଜିଲା ମୁଖ୍ୟ ଚିକିିତ୍ସାଳୟରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ମୃତଦେହ ପୋଲିିସ ହସ୍ତାନ୍ତର କରିଛି ।

ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ, ଝିଅ ନୟାଗଡ଼ କଲେଜରେ ଯୁକ୍ତ ୩ ବର୍ଷର ଛାତ୍ରୀ । ତାକୁ ବୋଦାପଡା ଗାଁର ନିରଞ୍ଜନ ପରିଡ଼ା (୨୬) ଏକତରଫା ପ୍ରେମ କରୁଥିଲେ । ଝିଅର ଦାଦାଙ୍କ ସହ ଘରକୁ ଆସି ନିରଞ୍ଜନ ଝିଅ ସହ ମିଶିଥିଲେ ।

କିଛି ଫଟୋ ଉଠାଇ ବାହା ହେବାକୁ ଚାପ ପ୍ରୟୋଗ କରିଥିଲେ । ଏପରି କି ଫୋନରେ ବିଭିନ୍ନ ସମୟରେ ବିବାହ କରିବାକୁ କହୁଥିଲେ । ଝିଅ ଏ ସମ୍ପର୍କରେ ଘରେ କହିବା ପରେ ନିରଞ୍ଜନଙ୍କ ଘରକୁ ଯାଇ ଆମେ ତାଙ୍କ ପରିବାର ଲୋକଙ୍କୁ ଅବଗତ କରିଥିଲୁ । ନିରଞ୍ଜନଙ୍କ ପରିବାର ପକ୍ଷରୁ କୁହାଯାଇଥିଲା ପୁଅ ଆଉ ହଇରାଣ କରିବନି । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଫୋନ ନମ୍ବରରେ ସେ ଝିଅକୁ ହଇରାଣ କରୁଥିଲେ । ଗତ ୫ଦିନ ହେଲା ନିରଞ୍ଜନଙ୍କ ଫୋନ୍‌ କଲ ବଢ଼ିଥିଲା । ବାହା ନ ହେଲେ କଲେଜରେ ପାଠ ପଢ଼ାଇ ଦେବନି । ଅନ୍ୟତ୍ର ବାହାଘର କରାଇ ଦେବନି । ପୁଣି ଅନେକ କଟୁ କଥା କହିଥିଲେ। ରବିବାର ଝିଅ ଆତ୍ମହତ୍ୟା ଖବର ନିରଞ୍ଜନ ଦେଇଥିଲେ । ମୋ ଝିଅ ଯେପରି ବିନା କାରଣରେ ପ୍ରାଣ ହରାଇଲା ।

ନିରଞ୍ଜନଙ୍କୁ ଫାଶି ଦେଲେ ମୋ ଝିଅର ଆତ୍ମ। ଖୁସି ପାଇବ ବୋଲି ସେ କହିଛନ୍ତି । ଝିଅର ମଉସା ଓ ମାମୁ କୁହନ୍ତି, ରବିବାର ପୂର୍ବାତ୍ନ ୮.୫୩ରୁ ୯.୧୩ ପର୍ଯ୍ୟନ୍ତ ନିରଞ୍ଜନ ଝିଅକୁ ହ୍ବାଟସ୍‌ ଅପ୍‌ରେ କଲ୍‌ କରି ଝିଅକୁ ହଇରାଣ କରିଥିଲେ। ଝିଅ ବାମ୍ବାର ବ୍ଳାକମେଲିଂ ହୋଇ ଆତ୍ମହତ୍ୟା କରିବାକୁ ବୋଧହୁଏ ବାଛିି ନେଇଥିଲେ। ଏଭଳିଆ ଯୁବକଙ୍କୁ ଫାଶି ଦେଲେ ଆମେ ଖୁସି ହେବୁ । ଆମ ଝିଅ ରୋଜାଗରିଆ ଥିଲା। କଲେଜରେ ଭଲ ପାଠ ପଢ଼ୁଥିଲା । କଲେଜରୁ ପାଠ ସାରି କୋଚିଂ କରି ମାସକୁ ୧୬ ହଜାର ଟଙ୍କା ରୋଜଗାର କରୁଥିଲା। ପୁଣି ପୋଷ୍ଟାଲରେ ଏକ ଚାକିରି ପାଇଥିଲା । କିଛି ଦିନ ପରେ କାମ ଯୋଗ ଦେଇଥାନ୍ତା ।

ସବୁ କିଛି ଏପଟସେପଟ ହୋଇଗଲା । ଇଟାମାଟି ଥାନା ଆଇଆଇସି ଦିଲୀପ ସ୍ବାଇଁ କୁହନ୍ତି, ମୁଁ ଛୁଟିରେ ଅଛି। ତେବେ ଗୋବିନ୍ଦପୁର ଅଞ୍ଚଳ କଲେଜ ଛାତ୍ରର ଆତ୍ମହତ୍ୟା ମାମଲାକୁ ନେଇ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଘଟଣାର ତଦନ୍ତ ଚାଲୁ ରହିଛି। ଏଭଳି ଘଟଣା ହୃଦୟ ବିଦାରକ ବୋଲି ସେ କହିଛନ୍ତି ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...