AFFILIATE MARKETING

https://binomo.com?a=90810425bb57&t=0

Monday, September 18, 2023

ଓଲଟିଲା ଏକ ଗ୍ୟାସ୍ ସିଲିଣ୍ଡର୍ ବୋଝେଇ ଟ୍ରକ

COASTAL NEWS Odia 781
ଓଲଟିଲା ଏକ ଗ୍ୟାସ୍ ସିଲିଣ୍ଡର୍ ବୋଝେଇ ଟ୍ରକ



କଟକ - ( ଭଞ୍ଜ ବିହାରୀ ମହାନ୍ତି) କଟକ ଶିଖରପୁର ଛକରେ ଆଜି ଭୋରରୁ ଓଲଟିଲା ଏକ ଗ୍ୟାସ୍ ସିଲିଣ୍ଡର୍ ବୋଝେଇ ଟ୍ରକ। କଟକରୁ ଜଗତପୁର ଆଡ଼କୁ ଯାଉଥିବା ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି ।

ଆଜି ଭୋର ପ୍ରାୟ ୫ଟା ସମୟରେ ଏକ ଗ୍ୟାସ୍‌ ବୋଝେଇ ଟ୍ରକ୍‌ ଶିଖରପୁର ଓଭରବ୍ରିଜ ଅତତିକ୍ରମ କରୁଥିବା ସମୟରେ ଡ୍ରାଇଭରଜଣକ ଭାରସାମ୍ୟ ହରାଇ ବସିଥିଲେ। ଫଳରେ ଗାଡ଼ିଟି ପ୍ରାୟ ୫ ଫୁଟ ତଳକୁ ଖସି ପଡ଼ିଥିଲା।
ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୌଭାଗ୍ୟବଶଃତ ଉକ୍ତ ସମୟରେ ରାସ୍ତାରେ କୌଣସି ଗାଡ଼ି ଚଳାଚଳ କରୁ ନ ଥିବାରୁ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ହୋଇ ପାରିଛି। ତେବେ ଏହି ଦୁର୍ଘଟଣା ପାଇଁ ଡ୍ରାଇଭରଜଣକ ରାସ୍ତର ଦୂରାବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରିଛନ୍ତି।

ସୂଚନାଯୋଗ୍ୟ, ଶିଖରପୁରରେ ଚାଲିଥିବା ଓଭରବ୍ରିଜ କାମ ଅସମ୍ପୂର୍ଣ୍ଣ ରହିଛି। ମାତ୍ର ଲଗାଣ ବର୍ଷା ହେତୁ ଆପ୍ରୋଚ ରୋଡ଼ରେ ପାଣି ଜମିବାରୁ ଯାତାୟତରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଥିଲା। ଏହାପରେ ତରବରିଆ ଭାବେ ଓଭରବ୍ରିଜ ରାସ୍ତାକୁ ଖୋଲି ଦିଆଯାଇଥିଲା। ମାତ୍ର ରାସ୍ତା କାମ ସମ୍ପୂର୍ଣ୍ଣ ହୋଇ ନ ଥିବା ବେଳେ ଲାଇଟ ବ୍ୟବସ୍ଥା ବି ହୋଇନି। ତେଣୁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...