AFFILIATE MARKETING

https://binomo.com?a=90810425bb57&t=0

Monday, September 11, 2023

ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ଖୋଲି ପାଞ୍ଚ ମାସରେ ଦୁଇ ଗୁଣ ଅର୍ଥ ଦେବା ଲୋଭ ଦେଖାଇ ଠକେଇ

 COASTAL NEWS Odia 676

ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ଖୋଲି ପାଞ୍ଚ ମାସରେ ଦୁଇ ଗୁଣ ଅର୍ଥ ଦେବା ଲୋଭ ଦେଖାଇ ଠକେଇ


 

ବ୍ର ହ୍ମ ପୁର- ଜ୍ୟୋତିନଗର ଚତୁର୍ଥ ଲାଇନ୍‌ରେ ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ଖୋଲି ପାଞ୍ଚ ମାସରେ ଦୁଇ ଗୁଣ। ଅର୍ଥ ର ପ୍ରଲୋଭନ ଦେଖାଇ ବ୍ରହ୍ମପୁର ମହାନଗରରୁ ଲୋକ ମାନଙ୍କ ଠାରୁ ୭୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ବୋଲି ବ୍ରହ୍ମପୁର ଏସିପି ଡ. ସର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି ।ହିଞ୍ଜିଳିକାଟୁ ଥାନା ଦୁର୍ଗନ୍ଧ ବଜାର ସାହିର ମୃତ୍ୟୁଞ୍ଜୟ ପାଢ଼ୀ (୨୭) ନାମକ ଜଣେ ଯୁବକ ବ୍ରହ୍ମପୁର ଜ୍ୟୋତିନଗର ୪ର୍ଥ ଲାଇନ୍‌ରେ ‘ଭିକି ଟ୍ରେନିଂ କମ୍ପାନୀ’ ନାମକ ଏକ ସଂସ୍ଥା ଖୋଲି ବିଭିନ୍ନ ଲୋକଙ୍କ ଠାରୁ ୫ମାସରେ ଦୁଇ ଗୁଣ ଅର୍ଥ ଫେରସ୍ତର ଲୋଭ ଦେଖାଇ ସତ୍ୟନାରାୟଣ ସାସମଲ୍‌ଙ୍କ ଠାରୁ ୨୭ ଲକ୍ଷ ୫୦ ହଜାର, ଶେଖ୍ ଅନୱାରଙ୍କ ଠାରୁ ୮ଲକ୍ଷ, ଜି. ସନ୍ଦୀପ କୁମାର ପାତ୍ରଙ୍କଠାରୁ ୨ଲକ୍ଷ, ସୌମ୍ୟରଞ୍ଜନ ସାହୁଙ୍କଠାରୁ ୫ଲକ୍ଷ, ଅଲେଖ ଦାଶଙ୍କ ଠାରୁ ୪ଲକ୍ଷ ୫୮ହଜାର, ସନ୍ଦୀପ କୁମାର ଜେନାଙ୍କ ଠାରୁ ୨୦ଲକ୍ଷ ଟଙ୍କା ନେଇଥିବା ଏବଂ ପରବର୍ତ୍ତୀ ସମୟରେ ମହିନ୍ଦ୍ରା କୋଡ଼ାକ୍ ବ୍ୟାଙ୍କ, କର୍ଣ୍ଣାଟକ ବେଳେ ପରବର୍ତ୍ତୀ ସମୟରେ ବ୍ୟାଙ୍କରେ ଟଙ୍କା ଜମା ନଥିବାରୁ ଚେକ୍ ଗୁଡ଼ିକ ବାଉନ୍ସ ହୋଇଥିଲା । ତେଣୁ ଜମାକାରୀ ମାନେ ବି ଏନ୍ ପୁର୍ ଥାନାରେ ଏକ ଅଭିଯୋଗ କରି ଥିଲେ l ଉକ୍ତ ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇବା ସହ ଆଜି ଅଭିଯୁକ୍ତ ମୃତ୍ୟୁଞ୍ଜୟ ପାଢ଼ୀଙ୍କୁ ଗିରଫ କରି କୋର୍ଟ ଚାଲାଣକରାଯାଇଥିବା ପ୍ରକାଶ । ଅନ୍ୟପକ୍ଷରେ ଅନ୍ୟ କିଛି ଜମାକାରୀ ବି ଅର୍ଥ ଜମା କରିଥିବା ନେଇ ତଦନ୍ତ ଚାଲିଥିବା ଏସ୍‌ପି ଡ଼. ସର୍ବଣା ବିବେକ ଏମ୍ ସୂଚନା ମିଡିଆ କୁ ଦେଇଛନ୍ତି ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...