AFFILIATE MARKETING

https://binomo.com?a=90810425bb57&t=0

Wednesday, September 6, 2023

କୋର୍ଟରେ ହାଜର ହେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତାଙ୍କୁ ସମନ

 COASTAL NEWS Odia 620

କୋର୍ଟରେ ହାଜର ହେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତାଙ୍କୁ ସମନ



ନୂଆଦିଲ୍ଲୀ - କୋର୍ଟରେ ହାଜର ହେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତାଙ୍କୁ ସମନ। ଦିଲ୍ଲୀର ଗୋଟିଏ କୋର୍ଟ ତାଙ୍କୁ ହାଜର ହେବାକୁ ସମନ କରିଛନ୍ତି। ସୁନୀତା ଜନ ପ୍ରତିନିଧି ଆଇନ ୧୯୫୧ର ଉଲ୍ଲଙ୍ଘନ କରି ଦୁଇଟି ନିର୍ବାଚନ ମଣ୍ଡଳୀରେ ନିଜକୁ ଭୋଟର ଭାବେ ଦର୍ଶାଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତ ଆବେଦନର ଶୁଣାଣି କରି କୋର୍ଟ ଆଜି ସୁନୀତାଙ୍କୁ ସମନ କରିଛନ୍ତି। ତାଙ୍କୁ ନଭେମ୍ବର ୧୮ରେ କୋର୍ଟରେ ହାଜର ହେବାକୁ କୁହାଯାଇଛି।

ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ଅରଜିନ୍ଦର କୌର କହିଛନ୍ତି, ଅଭିଯୋଗକାରୀଙ୍କ ବୟାନ ଓ ସାକ୍ଷୀମାନଙ୍କ କଥା ଶୁଣିବା ପରେ ପ୍ରାଥମିକ ଭାବେ ଅଭିଯୁକ୍ତ ସୁନୀତା କେଜ୍ରିୱାଲ ନିୟମ ଉଲ୍ଲଙ୍ଘନ କରିଥିବା ଜଣାପଡ଼ୁଛି। ଜନପ୍ରତିନିଧି ଆଇନ ୧୯୫୧ର ଧାରା ୩୧ ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ। 

ଜନପ୍ରତିନିଧି ଆଇନରେ କୁହାଯାଇଛି ଯେ କୌଣସି ଜଣେ ବ୍ୟକ୍ତି ନିଜକୁ ଗୋଟିଏରୁ ଅଧିକ ନିର୍ବାଚନ ମଣ୍ଡଳୀରେ ନିଜକୁ ଭୋଟର ଭାବେ ପଞ୍ଜୀକରଣ କରିପାରିବେ ନାହିଁ।

ଦୁଇ ଜଣ ଆବେଦନକାରୀ କୋର୍ଟରେ ଦାଖଲ କରିଥିବା ଭୋଟର ତାଲିକା ଅନୁଯାୟୀ, ସୁନୀତା କେଜ୍ରିୱାଲଙ୍କ ନାଁ ଦିଲ୍ଲୀର ଚାନ୍ଦିନ ଚୌକ ନିର୍ବାଚନ ମଣ୍ଡଳୀ ଓ ଉତ୍ତର ପ୍ରଦେଶର ସାହିବାବାଦ ନିର୍ବାଚନ ମଣ୍ଡଳୀରେ ଭୋଟର ଭାବେ ପଞ୍ଜୀକରଣ ହୋଇଛି। ସୁନୀତାଙ୍କ ନାଁ ଦୁଇଟି ଭିନ୍ନଭିନ୍ନ ନିର୍ବାଚନ ମଣ୍ଡଳୀର ଭୋଟର ଭାବେ ପଞ୍ଜୀକରଣ ହୋଇଥିବାରୁ ଦିଲ୍ଲୀ ବିଜେପି ସଚିବ ହରିଶ ଖୁରାନା ୨୦୧୯ରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏବେ କୋର୍ଟ ପ୍ରାଥମିକ ତଥ୍ୟ ଆଧାରରେ ସୁନୀତା କେଜ୍ରିୱାଲଙ୍କୁ ସମନ କରିଛନ୍ତି। ଖୁରାନା କହିଛନ୍ତି, “ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ପତ୍ନୀ ହେଉଛନ୍ତି ଆଇଆରଏସ।

ସେମାନେ ସବୁ କିଛି ଜାଣି ମଧ୍ୟ ଏପରି କାଣ୍ଡ କରିଛନ୍ତି। ଏହା ଅକ୍ଷମଣୀୟ। ଗୋଟିଏ ଦେଶ, ଗୋଟିଏ ଭୋଟର ପରିଚୟପତ୍ରର ନିୟମ ସମ୍ପର୍କରେ ସେମାନେ ସବୁ ଜାଣିଛନ୍ତି। ଏପରି କରିଥିବା ଲୋକଙ୍କୁ ଗୋଟିଏ ବର୍ଷ ଜେଲଦଣ୍ତ ମିଳିବାର ପ୍ରାବଧାନ ରହିଛି।”

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...