AFFILIATE MARKETING

https://binomo.com?a=90810425bb57&t=0

Monday, September 11, 2023

କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ବିମାନରେ ଯାନ୍ତ୍ରୀକ ତ୍ରୁଟି

 COASTAL NEWS Odia 670

କାନାଡା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ବିମାନରେ ଯାନ୍ତ୍ରୀକ ତ୍ରୁଟି


 


 

ନୂଆଦିଲ୍ଲୀ -- ଜି-୨O- ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି । ରବିବାର ସମ୍ମିଳନୀ ଶେଷ ହେବା ପରେ ଯେତେବେଳେ ସେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ବାହାରିଲେ ତାଙ୍କ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖାଯାଇଥିବା କହିଥିଲେ ପାଇଲଟ୍ । ଫଳରେ ବିମାନ ଠିକ ହେବା ଯାଏଁ ତାଙ୍କୁ ଭାରତରେ ହିଁ ଅଟକିବାକୁ ପଡିବ ।

ଏହାପୂର୍ବରୁ ରବିବାର ଟ୍ରୁଡୋ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱପାକ୍ଷିକ ଆଲୋଚନା କରିଥିଲେ । ଏଥିରେ ସେ କାନାଡାରେ ଉଗ୍ରବାଦୀ ଓ ଖଲିସ୍ତାନୀ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ଏହାପରେ ଏକ ପ୍ରେସମିଟରେ ଟ୍ରୁଡୋ କହିଥିଲେ ଯେ, ‘ଆମେ ସବୁବେଳେ ହିଂସା ରୋକିବା ତଥା ବିଦ୍ୱେଷ ମନୋଭାବକୁ ବିରୋଧ କରିବାକୁ ପ୍ରସ୍ତୁତ । କାନାଡା ସବୁବେଳେ ଅଭିବ୍ୟକ୍ତିର ସ୍ୱାଧୀନତା, ବ୍ୟକ୍ତିଗତ ସ୍ୱାଧୀନତା ଓ ଶାନ୍ତିପୂର୍ଣ୍ଣ ବିରୋଧର ସ୍ୱାଧୀନତାକୁ ସମ୍ମାନ ଦେଇଆସିଛି’ ।

ଏହାସହ ଜଳବାୟୁ ପରିବର୍ତ୍ତନ ଏବଂ ନାଗରିକଙ୍କ ବିକାଶ ଓ ସମୃଦ୍ଧି କ୍ଷେତ୍ରରେ ଭାରତକୁ କାନାଡାର ଏକ ମହତ୍ୱପୂର୍ଣ୍ଣ ଭାଗୀଦାରୀ ବୋଲି କହିଥିଲେ । ‘ଦେଶପାଇଁ ସବୁବେଳେ ବହୁତ କାମ କରିବାକୁ ପଡେ ଏବଂ ଆମେ ଏହାକୁ କରିବା ଜାରି ରଖିବୁ’ ବୋଲି କହିଥିଲେ ଟ୍ରୁଡୋ ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...