AFFILIATE MARKETING

https://binomo.com?a=90810425bb57&t=0

Friday, September 1, 2023

ଆଫ୍ରିକାର ଜୋହାନ୍ସବର୍ଗରେ ଏକ ବହୁମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ

 COASTAL NEWS Odia 556

ଆଫ୍ରିକାର ଜୋହାନ୍ସବର୍ଗରେ ଏକ ବହୁମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ



ଆଫ୍ରିକା --ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଏକ ବହୁମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୫୨ ଜଣଙ୍କର ମୃତ୍ୟୁ ହୋଇଛି। ୪୩ ଜଣ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁବାର ସକାଳେ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

ମିଳିଥିବା ସୂଚନା ମୁତାବକ, ନିଆଁକୁ ବହୁ ପରିମାଣରେ ଆୟତ୍ତ କରି ନିଆଯାଇଛି। ତେବେ ଘଟଣାସ୍ଥଳରେ ରିଲିଫ୍‌ ଏବଂ ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ସେପଟେ ମୃତ୍ୟୁ ସଂଖ୍ୟା ଆହୁରି ବି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। କିନ୍ତୁ ଏ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଏବଂ କ୍ଷୟକ୍ଷତିର ପରିମାଣ ଜଣା ପଡ଼ିନାହିଁ।

ଜରୁରୀକାଳୀନ ସେବାର ପ୍ରବକ୍ତା ରବର୍ଟ ମୁଲାଉଡଜୀ କହିଛନ୍ତି ଯେ ଏହି ଅଗ୍ନିକାଣ୍ଡ ପ୍ରାତଃ ସମୟରେ ଘଟିଛି। ଏଥିରେ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ଘଟଣାସ୍ଥଳରେ ଖୋଜାଖୋଜି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଟିମ୍‌ ୫୨ଟି ମୃତଦେହକୁ ବାହାର କରିଛି। ଆହୁରି ମଧ୍ୟ ଅନେକ ଲୋକ ଭିତରେ ଫସିଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି।

ଅଧିକାରୀମାନେ କହିଛନ୍ତି, ଅଗ୍ନିକାଣ୍ଡ ଘଟିଥିବା କୋଠାରୁ ଧୂଆଁ ବାହାରୁଛି। ନିଆଁକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରିବା ପାଇଁ ଆହୁରି କିଛି ସମୟ ଲାଗିବ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ହେଲା, ନିଆଁ ଲାଗିଥିବା ବିଲ୍ଡିଂରେ ପ୍ରାୟ ୨୦୦ ଲୋକ ବାସ କରୁଥିଲେ।

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...