AFFILIATE MARKETING

https://binomo.com?a=90810425bb57&t=0

Wednesday, September 20, 2023

'ଅଣ-ମାନବ' ଶରୀର, ଏଲିଅନ୍ ପ୍ରଦର୍ଶିତ

COASTAL NEWS Odia 729

 'ଅଣ-ମାନବ' ଶରୀର, ଏଲିଅନ୍ ପ୍ରଦର୍ଶିତ



ମେକ୍ସିକୋ - ( ଭଞ୍ଜ ବିହାରୀ ମହାନ୍ତି.) ନିକଟରେ ମେକ୍ସିକୋ ସଂସଦରେ ତଥାକଥିତ UFO ବିଶେଷଜ୍ଞଙ୍କ ଦ୍ୱାରା ଦୁଇଟି 'ଅଣ-ମାନବ' ଶରୀର, ଏଲିଅନ୍ ପ୍ରଦର୍ଶିତ ହେବା ଘଟଣାରେ ଏକ ନୂଆ ମୋଡ଼ ଆସିଛି। ମେକ୍ସିକୋ ସିଟିର ଡାକ୍ତରମାନେ ନମୁନା ପରୀକ୍ଷା କରିବା ପରେ ଆଶ୍ଚର୍ଯ୍ୟକର ତଥ୍ୟ ଦେଇଛନ୍ତି। ଏହି ଶବ ବାସ୍ତବରେ କୌଣସି 'ଅଣ-ମାନବ'ଙ୍କର ବୋଲି ପ୍ରମାଣ ମିଳିଥିବା ପରୀକ୍ଷା କରିଥିବା ଟିମ୍ କହିଛନ୍ତି।

ଉଚ୍ଚ ଟେକ୍ନୋଲୋଜି ବ୍ୟବହାର କରି ଶରୀରର ଏକ୍ସ-ରେ ପରୀକ୍ଷା ଏବଂ ସି.ଟି ସ୍କାନ କରାଯାଇଥିଲା। ଏଥିରୁ ଜଣାପଡିଛି ଯେ, ଶବଗୁଡିକୁ କୃତ୍ରିମ ଭାବେ ପ୍ରସ୍ତୁତ କରାଯାଇ ନାହିଁ କି ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। କୌଣସି ଅନ୍ୟ ପ୍ରାଣୀଙ୍କ ମୃତ ଶରୀର ଖଣ୍ଡକୁ ଏକାଠି କରି ବି ଏପରି ଶରୀର ପ୍ରସ୍ତୁତ କରାଯାଇ ନାହିଁ, ବରଂ ଏହା ଏକ ସ୍ୱତନ୍ତ୍ର ଜୀବର ଶରୀରର ବୋଲି ସ୍ପଷ୍ଟ ହେଉଛି ବୋଲି ପରୀକ୍ଷା କରିଥିବା ଡାକ୍ତରୀ ଟିମର ମୁଖ୍ୟ ଜୋସ୍ ଡି ଜିସୁ ଜୁଲେସ୍ ବେନିଟେଜ୍ କହିଛନ୍ତି।

ବେନିଟେଜ୍ ହେଉଛନ୍ତି ମେକ୍ସିକାନ ନେଭିର ହେଲଥ ସାଇନ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ। ସେ ଏହି ଶବଗୁଡ଼ିକୁ ପରୀକ୍ଷା କରିବା ପରେ କହିଛନ୍ତି ଯେ, ସେଗୁଡ଼ିକ ଗୋଟିଏ କଙ୍କାଳର ଅଂଶ। ଏଥିରେ ଅନ୍ୟ କୌଣସି ଖଣ୍ଡ ଯୋଗ କରାଯାଇ ନାହିଁ।

ଏଲିଅନ ସଦୃଶ ଏହି କଙ୍କାଳ ମିଳିବା ଘଟଣା ଚର୍ଚ୍ଚା ହେବା ପରେ କିଛି ସୋଶାଲ ମିଡିଆ ୟୁଜର୍ ଏହାକୁ ପଶୁ କିମ୍ବା ମାନବ ହାଡ଼କୁ ଯୋଗ କରାଯାଇ ପ୍ରସ୍ତୁତ କରାଯାଇଥିବା ଦାବି କରିଥିଲେ। ଅନେକ ଏକାଡେମିକ୍ ଏବଂ ପ୍ରତ୍ନତତ୍ତ୍ୱବିତ୍ ମଧ୍ୟ ଏହି ଶରୀରଗୁଡିକ ମମିଫାଇଡ୍ ମାନବଙ୍କର ପ୍ରାଚୀନ ଅବଶେଷ ବୋଲି କହିଥିଲେ।

ସୂଚନା ଅନୁସାରେ, ଗତ ସପ୍ତାହରେ ମେକ୍ସିକୋ କଂଗ୍ରେସରେ ଏଲିଅନ୍ ଶରୀର ଉପସ୍ଥାପନ କରାଯାଇଥିଲା। ଏହା ହଜାରେ ବର୍ଷର ପୁରୁଣା ମୃତଦେହ ବୋଲି କୁହାଯାଇଥିଲା। ଏହି ମୃତଦେହ ତିନି ଆଙ୍ଗୁଠି ଏବଂ ଏକ ବଡ଼ ମୁଣ୍ଡ ବିଶିଷ୍ଟ। ପେଟରେ କିଛି ଅଣ୍ଡା ଥିବା କହି ଏହା ମହିଳା ଶବ ବୋଲି ଦର୍ଶା ଯାଇଥିଲା।

ଏହା ପରେ ସତ୍ୟତା ଯାଞ୍ଚ ପାଇଁ ଏକ ପରୀକ୍ଷା ନୀରିକ୍ଷା କରାଯାଇଥିଲା। ବେନିଟେଜଙ୍କ ଅଧ୍ୟକ୍ଷତାରେ ଏକ ଡାକ୍ତରୀ ଟିମ୍ ଏହି ଶରୀରର ସିଟି ସ୍କାନ୍ ଏବଂ ଏକ୍ସ-ରେ କରିବା ସହ ଏକ ଲକ୍ଷରୁ ଅଧିକ ପ୍ରଜାତି ସହ ଏହାର ଡିଏନଏକୁ ମଧ୍ୟ ମେଳ କରାଇଥିଲେ। କିନ୍ତୁ ଶେଷରେ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ଏହା ସ୍ୱତନ୍ତ୍ର। ଏହା ପୃଥିବୀର ଅନ୍ୟ କୌଣସି ପ୍ରଜାତି ସହ ସମାନ ନୁହଁନ୍ତି କି ହାଡକୁ ଅନ୍ୟତ୍ର ଆଣି ଏକାଠି କରାଯାଇନାହିଁ। 

No comments:

COASTAL NEWS

शंकराचार्य पर हिन्दू धर्म का अपमान कैसे होता था सोनिया गाँधी के इशारे पर...

आज नये-नये कांग्रेसी शंकराचार्य प्रेमी सुनो.. शंकराचार्य पर हिन्दू धर्म का अपमान कैसे होता था सोनिया गाँधी के इशारे पर... हिन्दू...