AFFILIATE MARKETING

https://binomo.com?a=90810425bb57&t=0

Sunday, September 3, 2023

୫-ଟି ସଚିବଙ୍କୁ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ କଲା ପୋଲିସ

 COASTAL NEWS Odia 594

୫-ଟି ସଚିବଙ୍କୁ ଅଭିଯୋଗ ପରେ ଅଭିଯୁକ୍ତ ଗିରଫ କଲା ପୋଲିସ



 

ରାଇରଙ୍ଗପୁର,୩ା୯ : ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧୀନ କୁଇଲିସୁତା ଗ୍ରାମର ମଙ୍ଗଲ ଆଲଡ଼ାଙ୍କ ବିଧବା ପତ୍ନୀ ସୀତା ଦେଇଙ୍କ ପେନ୍‌ସନ ପାସବୁକ୍‌ରୁ ଟଙ୍କା ହଡ଼ପ ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ବଡ଼ମଣଦା ଗ୍ରାମର ନରେଶଚନ୍ଦ୍ର ସାହୁ। ସେ ସୀତାଙ୍କୁ ବ୍ୟାଙ୍କ ଅକାଉଣ୍ଟରୁ ଚଞ୍ଚକତା କରି ୨୧ ଲକ୍ଷ ଟଙ୍କା ହଡ଼ପ୍‌ କରି ନେଇଥିଲେ। ଏ ନେଇ ୧୮ ଜୁଲାଇରେ ବିଶୋଇ ଥାନାରେ ଅଭିଯୋଗ ହୋଇଥିଲା।

ବିଧବା ମହିଳାଙ୍କୁ ବ୍ୟାଙ୍କ୍‌ରୁ ଅର୍ଥ ଉଠାଣ ପାଇଁ ବିଶୋଇକୁ ନେବା ଆଣିବାରେ ନରେଶ ସହାୟତା କରୁଥିଲେ। ସରଳତାର ସୁଯୋଗ ନେଇ ବ୍ୟାଙ୍କ୍‌ ଆକାଉଣ୍ଟରେ ଦିଆଯାଇଥିବା ମୋବାଇଲ୍‌ ନମ୍ବରକୁ ସୀତା ଦେଇଙ୍କ ନମ୍ବର ବଦଳରେ ନରେଶ ନିଜ ମୋବାଇଲ ନମ୍ବର ସଂଯୋଗ କରାଇଥିଲେ। ପରେ ତାଙ୍କର ଚେକ୍‌ରେ ଜାଲ ଦସ୍ତଖତ କରି ୨୧ ଲକ୍ଷ ଟଙ୍କା ହଡ଼ପ୍‌ କରିବାରେ ସକ୍ଷମ ହୋଇଥିଲେ। ଟଙ୍କା ନେଣଦେଣ ବେଳେ ମୋବାଇଲକୁ ମେସେଜ୍‌ ଆସୁ ନ ଥିବା ସମ୍ପର୍କରେ ଜାଣିବା ପାଇଁ ବ୍ୟାଙ୍କକୁ ଆସି ତାଙ୍କ ଖାତାରୁ ୨୧ ଲକ୍ଷ ଟଙ୍କା ହଡ଼ପ୍‌ ହୋଇଥିବା ସୀତା ଜାଣିବାକୁ ପାଇଥିଲେ।

ଅଭିଯୋଗ କ୍ରମେ ବିଶୋଇ ଥାନାରେ ଏକ ମାମଲା(ନଂ.୧୩୮/୨୩)ରେ ରୁଜୁ ହୋଇଥିଲା। ମାତ୍ର ନ୍ୟାୟ ପାଇବାରେ ବିଳମ୍ବ ହେବା ଯୋଗୁ ସୀତା ଗତ ଅଗଷ୍ଟ ୧୧ରେ ବିଶୋଇରେ ଅନୁଷ୍ଠିତ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଏହି ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ପରେ ପୋଲିସ୍‌ ତତ୍ପରତା ପ୍ରକାଶ କରି ଶନିବାର ଅଭିଯୁକ୍ତଙ୍କୁ ବଡ଼ମଣଦାସ୍ଥିତ ବାସଭବନରୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ବିଶୋଇ ଥାନା ଅଧିକାରିଣୀ ମିନି ଭୋଇ ସୂଚନା ଦେଇଛନ୍ତି।

#public #cuttack #Kendrapara #AUL#Odisha #jajpur #Bhadraknews #berhampurnews #news #Bhadraknews #kendraparanews #rourkelanews #PuriNews #ସମ୍ବଲପୁର୍ #Dhenkanal #Jagatsinghpur #Bhubaneswar #Baleswar 

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...