AFFILIATE MARKETING

https://binomo.com?a=90810425bb57&t=0

Wednesday, September 6, 2023

୨୦୨୧-୨୨ ବର୍ଷରେ ବଜ୍ରପାତ

 COASTAL NEWS Odia 626

୨୦୨୧-୨୨ ବର୍ଷରେ ବଜ୍ରପାତ



ଭୁବନେଶ୍ବର - ୨୦୨୧-୨୨ ବର୍ଷରେ ବଜ୍ରପାତରେ ୨୮୧ ଲୋକଙ୍କ ଜୀବନ ଯାଇଛି। ଯେଉଁଥିରୁ ଅଧିକାଂଶ ହେଉଛନ୍ତି ଗ୍ରାମାଞ୍ଚଳର ଲୋକ। ତେବେ ଏଠି ପ୍ରଶ୍ନ ଉଠୁଛି, ବଜ୍ରପାତରେ କାହିଁକି ଚାଲିଯାଉଛି ଏତେ ଜୀବନ? କେମିତି ଏହାକୁ ରୋକାଯାଇପାରିବ?

ପାଣିପାଗ ବିଶେଷଜ୍ଞଙ୍କ ମତରେ ବଜ୍ରପାତଜନିତ ମୃତ୍ୟୁ ଲାଗି ତାଳଗଛ ହ୍ରାସ ଏକ ବଡ଼ କାରଣ। ପୂର୍ବରୁ ଗ୍ରାମାଞ୍ଚଳରେ ପ୍ରତି ବିଲ ହୁଡ଼ାରେ ତାଳଗଛ ଥିଲା। ସେହି ତାଳଗଛ ବଜ୍ର ସୁରକ୍ଷା ଯନ୍ତ୍ର ଭଳି କାମ କରୁଥିଲା। ବଜ୍ରପାତ ହେଲେ, ସୁଉଚ୍ଚ ହୋଇଥିବାରୁ ବିଜୁଳି ତାଳ ଗଛ ଉପରେ ପଡ଼ୁଥିଲା। ତାହାର ପ୍ରଭାବରେ ତାଳ ଗଛ ନଷ୍ଟ ହୋଇଯାଉଥିଲା। କିନ୍ତୁ ବିଲ ବାଡ଼ିରେ କାମ କରୁଥିବା ଲୋକେ ବର୍ତ୍ତି ଯାଉଥିଲେ। ସମୟକ୍ରମେ ତାଳଗଛ ସଂଖ୍ୟା କମିବାରେ ଲାଗିଛି। ଫଳରେ ବର୍ଷା ଓ ବିଜୁଳି ଘଡ଼ଘଡ଼ି ମାରିବା ସମୟରେ ଲୋକମାନେ ବିଲ ଆଖପାଖରେ ଥିବା ଝଙ୍କାଳିଆ ଗଛ ତଳେ ଆଶ୍ରୟ ନେଉଛନ୍ତି ଓ ବଜ୍ରପାତର ଶିକାର ହେଉଛନ୍ତି। ତେବେ ଗ୍ରାମାଞ୍ଚଳ ଲୋକଙ୍କ କହିବା କଥା, ଏବେ ଗାଁରେ ଛପର ଘର କମିଥିବାରୁ ଆବଶ୍ୟକ ପଡ଼ୁନି ତାଳଗଛ। ତେଣୁ ତାଳଗଛ ଲଗାଇବାକୁ ମନ ବଳାଉନାହାନ୍ତି ଲୋକେ।

ବଜ୍ରପାତଜନିତ ମୃତ୍ୟୁ ହ୍ରାସ କରିବା ଲାଗି ୨୦୧୮ ମସିହାରେ ରାଜ୍ୟ ବନ ବିଭାଗ ଆରମ୍ଭ କରିଥିଲା ପ୍ରୟାସ। ତାଳ ଗଛ ଲଗାଇବା ନେଇ ଗ୍ରାମାଞ୍ଚଳ ଚାଷୀଙ୍କୁ ଦିଆଯାଇଥିଲା ପରାମର୍ଶ। ଏମିତିକି ବନ ବିଭାଗ ତାଳଗଛ ରୋପଣ କାର୍ଯ୍ୟକ୍ରମ ହାତକୁ ନେଇଥିଲା। ଯାହାକି ସମ୍ପୂର୍ଣ୍ଣ ବିଫଳ ହୋଇଛି। ପୂର୍ବତନ ପିସିସିଏଫ୍‌ ବିଜୟ କେତନ ପଟ୍ଟନାୟକଙ୍କ କହିବା କଥା, ତାଳଗଛ ମଞ୍ଜିରୁ ଚାରା ହେବାକୁ ୩ରୁ ୪ ବର୍ଷ ଲାଗିଯାଏ। ଭୁଲ ବୁଝାମଣା ଯୋଗୁ ଫେଲ ମାରିଛି ବନ ବିଭାଗର ତାଳଗଛ ରୋପଣ ଯୋଜନା। ଏସବୁ ଭିତରେ ବଜ୍ରପାତ ମୃତ୍ୟୁ ରୋକିବା ପାଇଁ ମିଶନ ତାଳ ନାମକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ବିଶୋଳ ଗାଁର ଶିକ୍ଷକ ସନ୍ତୋଷ ସାହୁ। ଗାଁ ଗାଁ ବୁଲି ଲୋକଙ୍କୁ ତାଳ ଗଛ ଲଗାଇବା ପାଇଁ ସଚେତନ କରିବା ସହ ସ୍ଥାନୀୟ ଯୁବକଙ୍କୁ ଏକଜୁଟ କରି ତାଳ ମଞ୍ଜି ଲଗାଉଛନ୍ତି। ସେ କହିଛନ୍ତି, ତାଳଗଛ ସଂଖ୍ୟା ବଢ଼ିଲେ, କେବଳ ବଜ୍ରପାତଜନିତ ମୃତ୍ୟୁ କମିବ ତାହା ନୁହେଁ, ବରଂ ପରିବେଶ ସୁରକ୍ଷିତ ରହିବ।

ସେପଟେ ବଜ୍ରପାତ ଜନିତ ମୃତ୍ୟୁକୁ ଜାତୀୟ ବିପତ୍ତି ଘୋଷଣା କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର। ବଜ୍ରପାତ୍ରରେ ଯେଉଁମାନେ ଏବେ ପ୍ରାଣ ହରାଉଛନ୍ତି ସେମାନଙ୍କୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେଉଛନ୍ତି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...