AFFILIATE MARKETING

https://binomo.com?a=90810425bb57&t=0

Tuesday, September 12, 2023

ଲିବ୍ୟାରେ ସାମୁଦ୍ରିକ ଝଡ଼ ‘ଡାନିଏଲ’ର ତାଣ୍ଡବ

 COASTAL NEWS Odia 683

ଲିବ୍ୟାରେ ସାମୁଦ୍ରିକ ଝଡ଼ ‘ଡାନିଏଲ’ର ତାଣ୍ଡବ



ନୂଆଦିଲ୍ଲୀ: ଉତ୍ତର ଆଫ୍ରିକୀୟ ଦେଶରେ ପ୍ରାକୃତିକ ବିପର୍ଯ୍ୟୟ । ଲିବ୍ୟାରେ ତାଣ୍ଡବ ରଚିଛି ସାମୁଦ୍ରିକ ଝଡ଼ ‘ଡାନିଏଲ’ । ବାତ୍ୟା ଏବଂ ବନ୍ୟା ଯୋଗୁ ଏପର୍ଯ୍ୟନ୍ତ ୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ସେହିପରି ଅନେକ ଲୋକ ଆହତ ହୋଇଛନ୍ତି । ରେସକ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛି ।

 ଲିବ୍ୟା ପ୍ରଧାନମନ୍ତ୍ରୀ ଓସାମା ହମାଦ ଅଲ-ମସର ଟେଲିଭିଜନକୁ ଦେଇଥିବା ସାକ୍ଷାତକାର ମୁତାବକ, ବାତ୍ୟା ‘ଡାନିଏଲ’ ପୂର୍ବ ସହର ଡର୍ନାକୁ ବର୍ବାଦ କରିଦେଇଛି । ପାଣି ଘେରରେ ରହିଛି ଅଧିକାଂଶ ଘର । ନଦୀ ଗୁଡ଼ିକ ଫୁଲିବା ଯୋଗୁ ଜଲାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ଦୁଇ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରିଛନ୍ତି । 

ସେହିପରି ହଜାରରୁ ଅଧିକ ଲୋକ ନିଖୋଜ ଥିବା କହିଛନ୍ତି ଲିବ୍ୟା ପ୍ରଧାନମନ୍ତ୍ରୀ । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଦେଶରେ ତିନି ଦିନିଆ ଶୋକ ଦିବସ ଘୋଷଣା କରାଯାଇଛି । ଏହି ସମୟରେ ଦେଶର ଜାତୀୟ ପତାକା ଅର୍ଦ୍ଧନିମିତ ରହିବ । ବିନାଶକାରୀ ତୁଫାନ ‘ଡାନିଏଲ’ ପରେ ବନ୍ୟା ବିପର୍ଯ୍ୟୟ ଆଣିଛି । ସହରରେ ପାଣି ଭରି ରହିଛି । 

ସରକାରଙ୍କ ପକ୍ଷରୁ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ପୂର୍ବ ଲିବ୍ୟା ସ୍ବାସ୍ଥ୍ୟମନ୍ତ୍ରୀ ଓଥମାନ ଅବ୍ଦୁଲଜଲିଲ୍ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ସମବେଦନା ଜଣାଇଛନ୍ତି ।      

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...