AFFILIATE MARKETING

https://binomo.com?a=90810425bb57&t=0

Wednesday, September 20, 2023

ବହୁଚର୍ଚ୍ଚିତ ମହିଳା ସଂରକ୍ଷଣ ବିଲ୍ ଲୋକସଭା ରେ ଆଗତ

COASTAL NEWS Odia 814

ବହୁଚର୍ଚ୍ଚିତ ମହିଳା ସଂରକ୍ଷଣ ବିଲ୍ ଲୋକସଭା ରେ ଆଗତ



ନୂଆଦିଲ୍ଲୀ - ବହୁଚର୍ଚ୍ଚିତ ମହିଳା ସଂରକ୍ଷଣ ବିଲ୍ ଲୋକସଭା ରେ ଆଗତ ସଂସଦର ଉଭୟ ଗୃହରେ ମହିଳା ପାଇଁ ରହିଛି ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା । ଏହି ଦିଗରେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି ମୋଦୀ ସରକାର । ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ସଂପର୍କିତ ବିଲକୁ ଆଜି ସଂସଦରେ ଆଗତ କରାଯାଇଛି । ନୂଆ ସଂସଦ ଭବନରେ ଚାଲିଥିବା ସ୍ୱତନ୍ତ୍ର ଅଧିବେସନରେ ଏହି ବିଲକୁ ଲୋକସଭାରେ ଆଗତ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ।

ଗତକାଲି ବିଲକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିଲା । '


ନାରୀ ଶକ୍ତି ବନ୍ଦନ ଅଧିନିୟମ' ଲୋକସଭାରେ ଆଗତ ହେବା ପରେ ବିରୋଧୀ ମଧ୍ୟ ଏହାକୁ ଏକ ସ୍ୱରରେ ସମର୍ଥନ କରିବେ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ମହିଳା ସଶକ୍ତିକରଣ ଓ ମହିଳାଙ୍କୁ ନେତୃତ୍ୱ କ୍ଷେତ୍ରରେ ଏହି ସମ୍ବିଧାନ ସଂଶୋଧନ ବିଲ ବିଶେଷ ସହାୟକ ହେବ ବୋଲି ମୋଦୀ ଦୃଢୋକ୍ତି କରିଛନ୍ତି । ଏହା ଗଣତନ୍ତ୍ରକୁ ଅଧିକ ସୃଦୃଢ କରିବ ବୋଲି କହିଛନ୍ତି ମୋଦୀ ।


ଲୋକସଭାରେ ଆଗତ ହୋଇଛି 'ନାରୀ ଶକ୍ତି ବନ୍ଦନ ଅଧିନିୟମ' ଏହି ବିଲ ରେ ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩% ମହିଳା ସଂରକ୍ଷଣ ପାଇଁ ବ୍ୟବସ୍ଥା
ସଂସଦର ଉଭୟ ଗୃହର ଅନୁମୋଦନ ପରେ ଆଇନରେ ପରିଣତ ହେବ ଏହି ବିଲ l ଆଇନରେ ପରିଣତ ହେଲେ ଲୋକସଭାରେ ମହିଳା ସଦସ୍ୟଙ୍କ ସଂଖ୍ୟା ୧୮୧ ହେବ l
ବର୍ତ୍ତମାନ ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ୮୨ ରହିଛି l

୨୦୦୮ରେ ମନମୋହନ ସିଂହ ସରକାର ମହିଳା ସଂରକ୍ଷଣ ବିଲ ଆଣିଥିଲେ ପରେ ଏହି ବିଲ କୁ ୨୦୧୦ରେ ମନମୋହନ ସରକାର ରାଜ୍ୟସଭାରେ ବିଲ୍ ପାସ କରିଥିଲେ l କିନ୍ତୁ ଲୋକସଭାରେ ସଂଖ୍ୟା ନଥିବାରୁ ବିଲ୍ ପାସ ହୋଇପାରିନଥିଲା l ମହିଳା ସଂରକ୍ଷଣ ବିଲ ପାସ କରିବାରେ ୨୭ ବର୍ଷରେ ୪ ସରକାର ଫେଲ ମାରିଛନ୍ତି l ବିଜେପି ଏଜେଣ୍ଡାରେ ମହିଳା ସଂରକ୍ଷଣ ବିଲ୍ ଅଛି, ବାଜପେୟୀ ସରକାର ସମୟରେ ମଧ୍ଯ ଏହାକୁ ପାସ କରିବାକୁ ଉଦ୍ୟମ ହୋଇଥିଲା କିନ୍ତୁ ବହୁମତ ଅଭାବରୁ ବିଲ୍ ପାସ ହୋଇପାରିନଥିଲା

୨୦୧୯ରେ ବିଜେପି ନିର୍ବାଚନ ଇସ୍ତାହାରରେ ମହିଳା ସଂରକ୍ଷଣ ବିଲ୍ ଥିଲା l ୨୦୧୯ ତଥ୍ୟ ଅନୁସାରେ ଦେଶରେ ୪୪ କୋଟି ମହିଳା ଭୋଟର ବିଶେଷ ସୂଚନା ଅନୁଯାୟୀ ୨୦୧୯ ନିର୍ବାଚନରେ ବିଜେପିକୁ ୩୭ ପ୍ରତିଶତ ଓ କଂଗ୍ରେସକୁ ୨୦ ପ୍ରତିଶତ ମହିଳାଙ୍କ ସମର୍ଥନ ମିଳିଥିଲା l ତେଣୁ ନିର୍ବାଚନ ଇସ୍ତାହାର ରେ ପ୍ରତିଶୃତି ଦେଇଥିବା ବିଜେପି ସରକାର ଯେନତେନ ପ୍ରକାରେ ଏହି ବିଲ କୁ ପାସ କରିବାକୁ ଚେଷ୍ଟା କରିବାର ସମ୍ଭାବନା ରହିଛି l

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...