AFFILIATE MARKETING

https://binomo.com?a=90810425bb57&t=0

Saturday, September 2, 2023

ଆଜି ସୂର୍ଯ୍ୟାଭିମୁଖୀ ଆଦିତ୍ୟ-ଏଲ୍‌୧ ମିଶନ

 COASTAL NEWS Odia 573

ଆଜି ସୂର୍ଯ୍ୟାଭିମୁଖୀ ଆଦିତ୍ୟ-ଏଲ୍‌୧ ମିଶନ


 


ଶ୍ରୀହରିକୋଟା,୨ା୯: ଭାରତର ପ୍ରଥମ ସୂର୍ଯ୍ୟ ମିଶନ ‘ଆଦିତ୍ୟ-ଏଲ୍‌୧’ ଶନିବାର ସୂର୍ଯ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଏଥିପାଇଁ ଅବଗଣନା ଆରମ୍ଭ ହୋଇଯାଇଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ କୁହାଯାଇଛି। ଶନିବାର ପୂର୍ବାହ୍ନ ୧୧.୫୦ ମିନିଟ୍‌ରେ ଏହା ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯିବ। ଚନ୍ଦ୍ରୟାନ-୩ର ସଫଳତା ପରେ ଭାରତ ସୂର୍ଯ୍ୟ ମିଶନ ଆରମ୍ଭ କରିବାକୁ ଯାଉଛି। ଇସ୍ରୋ ପକ୍ଷରୁ ଶୁକ୍ରବାର ମଧ୍ୟାହ୍ନ ୧୨.୧୦ରେ ଏକ ଟୁଇଟ୍‌ରେ କୁହାଯାଇଛି, ସୂର୍ଯ୍ୟ ମିଶନ ଆରମ୍ଭ ହେବା ଲାଗି ଆଉ ୨୩ ଘଣ୍ଟା ୪୦ ମିନିଟ୍‌ ରହିଲା। ଏହି ମିଶନ ତା’ର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ୧୨୫ ଦିନ ଲାଗିବ ବୋଲି ଇସ୍ରୋ ମୁଖ୍ୟ ଏସ୍‌. ସୋମନାଥ କହିଛନ୍ତି। ମିଶନ ଆରମ୍ଭ ଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୌରଜଗତର ସବିଶେଷ ତଥ୍ୟ ଯେପରି ମିଳିପାରିବ ତାକୁ ଦୃଷ୍ଟିରେ ରଖି ଏଲ୍‌-୧କୁ ବିକଶିତ କରାଯାଇଛି।

ସୂର୍ଯ୍ୟ ବିଷୟରେ ଅଧ୍ୟୟନ କରିବାର ଆବଶ୍ୟକତା ବିଷୟରେ ବର୍ଣ୍ଣନା କରିବାକୁ ଯାଇ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଆଷ୍ଟ୍ରୋଫିଜିକ୍ସ(ଆଇଆଇଏ)ର ବୈଜ୍ଞାନିକ ଡ. ଆର୍‌. ରମେଶ କହିଛନ୍ତି, ପୃଥିବୀର ଭୂକମ୍ପ ଭଳି ସୌରଜଗତରେ ମଧ୍ୟ ଝଡ଼ ସୃଷ୍ଟି ହେଉଛି। ଏହାକୁ ସୌର କମ୍ପନ ବା କୋରୋନାଲ୍‌ ମାସ୍‌ ଇଜେକସନ୍‌(ସିଏମ୍‌ଇ) ବୋଲି କୁହାଯାଉଛି। ଏହି ପ୍ରକ୍ରିୟାରେ ଅନେକ ନିୟୁତ ଟନ୍‌ର ସୌର ଉପାଦାନ ମହାକାଶ ଆଡ଼କୁ ଆସିଥାଏ। ଏଗୁଡ଼ିକର ଗତି ପ୍ରତି ସେକେଣ୍ଡରେ ୩ ହଜାର କି.ମି. ରହିଥାଏ। ସେଥିମଧ୍ୟରୁ କିଛି ଉପାଦାନ ପୃଥିବୀ ଆଡ଼କୁ ମଧ୍ୟ ଆସିଥାନ୍ତି। ଏହା ପୃଥିବୀ ପୃଷ୍ଠରେ ପହଞ୍ଚିବା ପାଇଁ ପ୍ରାୟ ୧୫ ଘଣ୍ଟା ସମୟ ଲାଗିଥାଏ। ସେ କହିଛନ୍ତି, ପୂର୍ବରୁ ୟୁରୋପିୟନ ମହାକାଶ ସଂସ୍ଥା(ଇଏସ୍‌ଏ) ଏବଂ ନ୍ୟାଶନାଲ ଏରୋନାଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେଶନ(ନାସା) ପକ୍ଷରୁ ଏଭଳି ମିଶନ କରାଯାଇଛି। ହେଲେ ଭାରତର ଆଦିତ୍ୟ ମିଶନ ସେଗୁଡ଼ିକଠାରୁ ସ୍ବତନ୍ତ୍ର ରହିବ। ପ୍ରଥମତଃ ଏହି ମିଶନ ଜରିଆରେ ଆମେ ସୌର ମଣ୍ଡଳର ଆଲୋକବଳୟ କେଉଁଠାରୁ ଆରମ୍ଭ ହେଉଛି ସେହି ବିଷୟରେ ଅନୁଧ୍ୟାନ କରାଯାଇପାରିବୁ। ସେହିପରି ସୌରମଣ୍ଡଳରେ ଚୁମ୍ବକୀୟ ଶକ୍ତି କେଉଁ ପରିସ୍ଥିତିରେ ପରିବର୍ତ୍ତନ ହେଉଛି ସେନେଇ ମଧ୍ୟ ଜ୍ଞାନ ଆରୋହଣ କରାଯାଇପାରିବ।



No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...