AFFILIATE MARKETING

https://binomo.com?a=90810425bb57&t=0

Saturday, September 16, 2023

ଦୁଇ କୋଟିରୁ ଅଧିକ ଟଙ୍କା ଠକିଥିବା ଜଣେ ଠକ ଗିରଫ

 COASTAL NEWS Odia 749

ଦୁଇ କୋଟିରୁ ଅଧିକ ଟଙ୍କା ଠକିଥିବା ଜଣେ ଠକ ଗିରଫ


 

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ଓ ଷ୍ଟାର୍ଟଅପ ଓଡିଶା ସହ ସହବନ୍ଧିତ ଥିବା ଦର୍ଶାଇ ଲୋକଙ୍କୁ ଫ୍ରାଞ୍ଚାଇଜ ଦେବାକୁ କହି ଦୁଇ କୋଟିରୁ ଅଧିକ ଟଙ୍କା ଠକିଥିବା ଜଣେ ଠକକୁ କମିସନରେଟ ପୁଲିସର ସ୍ବତନ୍ତ୍ର ଅପରାଧ ଶାଖା ଗିରଫ କରିଛି। 

ଗିରଫ ଅଭିଯୁକ୍ତ ହେଉଛ ଭୁବନେଶ୍ବର ଡିଏନ ଅକ୍ସି ପାର୍କରେ ରହୁଥିବା ବରଗଡ ଜିଲା ଭେଡେନ ଥାନା ଅଇଁଠାପାଲିର ସଚ୍ଚିଦାନନ୍ଦ ଭୋଇ। ସଚ୍ଚିଦାନନ୍ଦ ହାଇଫର୍କ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ସଂସ୍ଥା ଜରିଆରେ ପ୍ରାୟ ୩୦ଜଣଙ୍କ ଲୋକଙ୍କୁ ଠକିଥିବା ଜଣାପଡିଛି। ମାମଲାର ଅଧିକ ତଦନ୍ତ ଲାଗି ଅଭିଯୁକ୍ତକୁ ଜିମାରେ ଆଣିବା ପାଇଁ ପୁଲିସ ଯୋଜନା ରଖିଛି।


ସ୍ବତନ୍ତ୍ର ଅପରାଧ ଶାଖା ମୁଖ୍ୟ ତଥା ଅତିରିକ୍ତ ଉପାୟୁକ୍ତ ସଞ୍ଜୀବ ଶତପଥୀଙ୍କ ସୂଚନା ଅନୁସାରେ ଅଭିଯୁକ୍ତ ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ଓ ଷ୍ଟାର୍ଟଅପ ଓଡିଶାର ସହଭାଗୀତା ଥିବା ପ୍ରଲୋଭନ ଦେଖାଇ ଗାଡି, ଯନ୍ତ୍ରପାତି, ଡ୍ରାଇଭର, ମେକାନିକ ଯୋଗାଇଦେବା ଆଳରେ ନିବେଶଙ୍କ ଠାରୁ ଠକିଥିଲା। ଶ୍ରୀ ଭୋଇ ହାଇଫର୍କ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ସଂସ୍ଥାକୁ ୨୦୧୭ରେ କଟକ ରେଜିଷ୍ଟ୍ରାର୍‌ ଅଫ କମ୍ପାନୀ (ଆରଓସି)ରେ ପଞ୍ଜୀକୃତ କରିଥିବା ବେଳେ ଏସପ୍ଲାନେଡ ମଲରେ ଏହାର ଏକ କାର୍ଯ୍ୟାଳୟ ଅଛି। ବ୍ୟବସାୟ କରିବା ପାଇଁ ନିଜ ସଂସ୍ଥା ଅଧିନରେ ଗୋ ସ୍ପିଡ ଗୋ ଯୋଜନା ଆରମ୍ଭ କରିଥିଲେ। ନିବେଶକଙ୍କ ବିଶ୍ବାସଭାଜନ ହେବା ପାଇଁ ବଡ ବଡ ହୋଟେଲରେ ସମ୍ମିଳନୀ କରି ନିଜ ଯୋଜନା ସମ୍ପର୍କରେ ବୁଝାଉଥିଲେ। ଫ୍ରାଞ୍ଚାଇଜ ପାଇଁ ୯.୫ ଲକ୍ଷ ଟଙ୍କା ନିବେଶ କଲେ କମ୍ପାନୀ ମରାମତି ସେବା ପାଇଁ ଏକ ଭ୍ରାମ୍ୟମାଣ ଗାଡି ପ୍ରଦାନ କରିବ। 

ଏଥିରେ ଗାଡି ମରାମତି ଉପକରଣ ସହ, ଯନ୍ତ୍ରପାତି, ୩ଜଣ ମେକାନିକ ଓ ଜଣେ ଗାଡି ଚାଳକ ରହିେବ। ଏହି ଦଳ ଦିନକୁ ପ୍ରାୟ ୧୦ଟି ମରାମତି କାମ କରିପାରିବ ବୋଲି ଶ୍ରୀ ଭୋଇ ନିେବଶକଙ୍କୁ ବୁଝାଇଥିଲେ। ଫ୍ରାଞ୍ଚାଇଜ ନେଇଥିବା ବ୍ୟକ୍ତି ମାସିକ ଆୟର ୭୦ ପ୍ରତିଶତ ତାଙ୍କ ସଂସ୍ଥାକୁ ଦେବେ ଏବଂ ବାକି ୩୦ ପ୍ରତିଶତ  ରଖିବେ। ମାସକୁ ୧୦ରୁ ୧୫ଲକ୍ଷ ରୋଜଗାର ଅନୁସାରେ ଫ୍ରାଞ୍ଚାଇଜ ନେଇଥିବା ବ୍ୟକ୍ତି ମାସିକ ୧ରୁ ୧.୫ଲକ୍ଷ ରୋଜଗାର କରିପାରିେବ। 

ଏଥିପାଇଁ ଜିଲା ଶିଳ୍ପ କେନ୍ଦ୍ର (ଡିଆଇସି)କୁ ଋଣ ଆବେଦନ କରିବାକୁ କହିଥିଲେ। ସରକାରୀ ସହଭାଗିତା ଥିବାରୁ ଆବେଦନକାରୀଙ୍କୁ ସହଜରେ ଋଣ ମିଳିଥିଲା। ଫ୍ରାଞ୍ଜାଇଜ ବାବଦ ୯.୫ଲକ୍ଷ ଟଙ୍କା ନେବା ପରେ ଶ୍ରୀ ଭୋଇ ଭ୍ରାମ୍ୟମାଣ ମରାମତି ଗାଡି ଦେବାରେ ବିଫଳ ହୋଇଥିଲେ। ଏନେଇ ନିବେଶକମାନେ ଚାପ ପକାଇବାକୁ ସେ ଦିଲ୍ଲୀର ଏକ ମୋଟର କମ୍ପାନୀରୁ ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର, ଟ୍ୟାକ୍ସ ଇନଭଏସ ଏବଂ ବୀମା ପ୍ରମାଣପତ୍ର ଦେଇଥିଲେ। 

ଏସବୁ ସତ୍ତ୍ବେ ଗାଡି ନ ଆସିବାରୁ ଅଭିେଯାଗକାରୀମାନେ ଦିଲ୍ଲୀର ମୋଟର କମ୍ପାନୀ ସହ ଯୋଗାଯୋଗ କରିଥିଲେ। ଅଭିଯୁକ୍ତ ଜଣକ ଗାଡି ବୁକିଂ କରିଥିଲେ, ମାତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ଅର୍ଥ ପୈଠ ନ କରିବାରୁ ତାଙ୍କ ବୁକିଂ ବାତିଲ କରାଯାଇଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଥିଲା। ଠକାମୀର ଶିକାର ହୋଇଥିବା ଜାଣି ବାଲେଶ୍ୱରର ଜଣେ ବ୍ୟକ୍ତି ଅଭିେଯାଗ କରିଥିଲେ। ଏହାପରେ ରାଜଧାନୀ ଉପକଣ୍ଠ ସମେତ ୧୨ଜଣ କମିସନରେଟ ପୁଲିସ ସ୍ବତନ୍ତ୍ର ଅପରାଧ ଶାଖାରେ ହାଇଫର୍କ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ସଂସ୍ଥା ନାଁରେ ଅଭିଯୋଗ କରିଥିଲେ। 

ତଦନ୍ତ ବେଳେ ଜଣାପଡିଥିଲା ଯେ ସଚ୍ଚିଦାନନ୍ଦ, ଅଭିଯୋଗକାରୀ ଏବଂ ଅନ୍ୟମାନେ ବ୍ୟାଙ୍କ ସହିତ ଜଡିତ ଏକ ତ୍ରିପାକ୍ଷିକ ଚୁକ୍ତି କରିଥିଲେ। ପରବର୍ତ୍ତୀ ସମୟରେ, କମ୍ପାନୀକୁ ବହୁ ପରିମାଣର ବ୍ୟାଙ୍କ ଋଣ ପ୍ରଦାନ କରାଯାଇଥିଲା। ମାତ୍ର ଏହି ଅର୍ଥକୁ ସେ ଆତ୍ମସାତ କରି ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରି ଶ୍ରୀ ଭୋଇଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଏକ ଦାମୀ ଗାଡି, ଫୋନ, ଚୁକ୍ତିନାମା ସମ୍ପର୍କିତ କାଗଜପତ୍ର ଜବତ କରିଛି।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...