AFFILIATE MARKETING

https://binomo.com?a=90810425bb57&t=0

Saturday, September 16, 2023

ଛେଳିଆ ଡୁବୁରୀ ପାହାଡ଼ରେ ଦୁର୍ଲଭ ଧାତୁ

 COASTAL NEWS Odia 750

ଛେଳିଆ ଡୁବୁରୀ ପାହାଡ଼ରେ ଦୁର୍ଲଭ ଧାତୁ


ନୟାଗଡ଼/୧୬।୯: ନୟାଗଡ ଜିଲା ଭାପୁର ବ୍ଳକ ବାଇଗୁଣିଆ ପଞ୍ଚାୟତ ଖୁଣ୍ଟୁପଡା ନିକଟସ୍ଥ ଛେଳିଆ ଡୁବୁରୀ ପାହାଡରେ ଏକ ଦୁର୍ଲଭ ଧାତୁ ରହିଛି । ଦୁଲର୍ଭ ଧାତୁର ନାଁ କ’ଣ ଜଣାପଡିନି । ଏହି ଧାତୁ ମାଟି ତଳୁ ମିଳିବାରେ ଭାରତରେ ଭାପୁର ହେଉଛି ୨ୟ ବୋଲି କୁହାଯାଉଛି । ସଂପୃକ୍ତ ଧାତୁକୁ ମୋବାଇଲ ଓ ଲ୍ୟାପଟପରେ ବ୍ୟବହାର କରାଯାଉଛି । 

ତେବେ ପୂର୍ବରୁ ଏଠାରେ ସାଟେଲାଇଟ ରିପୋର୍ଟ ଆଧାରରେ ଗ୍ରାଫାଇଟ ରହିଥିବା ଜଣାପଡିଥିଲା। ପରେ ଛେଳିଆ ଡୁବୁରୀ ପାହାଡରେ ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆର କୋଲକତାରେ ଥିବା ପୂର୍ବାଞ୍ଚଳ ଶାଖା ପରିଚାଳନାରେ ପ୍ରାୟ ଅଢ଼େଇ ମାସ ତଳେ ଖନନ ହୋଇଥିଲା । ଡୁବୁରୀ ପାହାଡର ୩ଟି ସ୍ଥାନରେ ୭୦, ୭୧ ଓ ୬୧ ମିଟର ପର୍ଯ୍ୟନ୍ତ ଖନନ ହୋଇଥିଲା । ପ୍ରତି ୧୦ ମିଟର ଲେଖାଏଁ ଖନନ ହୋଇଥିବା ମାଟିକୁ ସ୍ବତନ୍ତ୍ର ବାକ୍ସରେ ରଖି ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ପରୀକ୍ଷାଗାରକୁ ପଠାଯାଇଥିଲା । ଏବେ ୪ର୍ଥ ସ୍ଥାନରେ ମଧ୍ୟ ଖନନ ଜାରି ରହିଛି । ପରୀକ୍ଷାରୁ ଏହା ଦୁର୍ଲଭ ଧାତୁ ବୋଲି ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି ।

ତେବେ ଏହାକୁ ବିଧିବଦ୍ଧ ଭାବେ ଘେlଷଣା କରାଯାଇନାହିଁ । ଖନନ କାର୍ଯ୍ୟ ଦାୟିତ୍ୱରେ ଥିବା ଅଧିକାରୀଣୀ ମୌସୁମୀ ବାନାର୍ଜୀଙ୍କୁ ଏନେଇ ପଚାରିବାରୁ କିଛି ନ କହି ଏଡାଇ ଯାଇଥିଲେ ା

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...