AFFILIATE MARKETING

https://binomo.com?a=90810425bb57&t=0

Saturday, September 16, 2023

ଗରୀବି ରେ ବଞ୍ଚୁଛନ୍ତି ଭାରତର ପାଞ୍ଚ କୋଟି ଶିଶୁ

COASTAL NEWS Odia 771

💇👼👽👊👧👌👩

ଗରୀବି ରେ ବଞ୍ଚୁଛନ୍ତି ଭାରତର ପାଞ୍ଚ କୋଟି ଶିଶୁ 



 

ନୂଆଦିଲ୍ଲୀ,୧୬।୯: ବିଶ୍ୱରେ ଦାରିଦ୍ର ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସମସ୍ତ ଉଦ୍ୟମ ସତ୍ତ୍ୱେ, ଲୋକମାନେ ପ୍ରତିଦିନ ୨.୧୫ ଡଲାର (୧୭୮ ଟଙ୍କା) ଆୟ କରି ଜୀବନ ବଞ୍ଚୁଛନ୍ତି।

ବିଶ୍ୱ ବ୍ୟାଙ୍କ ଏବଂ ୟୁନିସେଫ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡିଛି ଯେ ଭାରତରେ ପ୍ରାୟ ୧୧.୫ପ୍ରତିଶତ ଅର୍ଥାତ୍‌ ୫.୨କୋଟି ଶିଶୁ ଗରିବୀରେ ବଞ୍ଚୁଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ବର୍ଷକରୁ କମ ପିଲାମାନଙ୍କ ମଧ୍ୟରେ ଦାରିଦ୍ର୍ୟ ହାର ସର୍ବାଧିକ। ଏହି ତାଲିକାରେ ପାଞ୍ଚ ବର୍ଷ କିମ୍ବା ତା’ଠାରୁ କମ୍‌ ବର୍ଷର ପ୍ରାୟ ୧୮.୩ ପ୍ରତିଶତ ଅର୍ଥାତ୍‌ ୯.୯ କୋଟି ଶିଶୁ ଦାରିଦ୍ରତାରେ ବଞ୍ଚୁଛନ୍ତି।

ବିଶ୍ୱରେ ସର୍ବାଧିକ ଦରିଦ୍ରରେ ବଞ୍ଚୁଥିବା ଲୋକଙ୍କ ମଧ୍ୟରେ ୫୨.୫ ପ୍ରତିଶତ ଶିଶୁ ଅଛନ୍ତି। ଗରିବୀରେ ଜୀବନ ବିତାଉଥିବା ପ୍ରତି ଦୁଇଟି ମଣିଷ ମଧ୍ୟରେ ଗୋଟିଏ ଶିଶୁ ରହିଛନ୍ତି। ଅଧ୍ୟୟନ ଅନୁଯାୟୀ, ୨୦୧୩ରେ ଏହି ସଂଖ୍ୟା ୪୭.୩ ପ୍ରତିଶତ ଥିଲା, ଯାହା ବର୍ତ୍ତମାନ ୫୨.୫ପ୍ରତିଶତକୁ ବୃଦ୍ଧି ପାଇଛି।

ରିପୋର୍ଟ ଅନୁଯାୟୀ, ବୟସ୍କଙ୍କ ତୁଳନାରେ ଶିଶୁମାନେ ଅଧିକ ଗରିବୀରେ ବଞ୍ଚୁଛନ୍ତି। ୨୦୨୨ରେ ସର୍ବଭାରତୀୟ ସ୍ତରରେ କରାଯାଇଥିବା ଅଧ୍ୟୟନରେ ଜଣାପଡିଛି କି, ଗୋଟିଏ ଗରିବ ପରିବାରରେ ବୟସ୍କଙ୍କ ସଂଖ୍ୟା ୬.୬ପ୍ରତିଶତ ହୋଇଥିବାବେଳେ ସେହି ପରିବାରରେ ଶିଶୁଙ୍କ ସଂଖ୍ୟା ୧୫.୯ପ୍ରତିଶତ। ପିଲାମାନଙ୍କର ଶାରୀରିକ, ସାମାଜିକ ଏବଂ ଭାବଗତ ବିକାଶ ଉପରେ ଦାରିଦ୍ର୍ୟତାର ଅଧିକ ପ୍ରଭାବ ପଡୁଛି। ଯାହାଦ୍ୱାରା ଶିଶୁଙ୍କର ଆୟୁଷ ମଧ୍ୟ କମୁଛି ବୋଲି ରିପୋର୍ଟରେ ଜଣାପଡିଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...