AFFILIATE MARKETING

https://binomo.com?a=90810425bb57&t=0

Saturday, September 16, 2023

ପିଲାଙ୍କୁ ପାଳି କରି ପଢ଼ାଉଛନ୍ତି ଅଭିଭାବକ

 COASTAL NEWS Odia 752

ପିଲାଙ୍କୁ ପାଳି କରି ପଢ଼ାଉଛନ୍ତି ଅଭିଭାବକ



ମୟୂରଭଞ୍ଜ - ଦାବି ପୂରଣ ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଆନ୍ଦୋଳନ କରୁଛନ୍ତି। ଯେଉଁଥିପାଇଁ ସ୍କୁଲରେ ପାଠ ପଢ଼ା ଏକରକମର ଠପ୍‌ ହୋଇଯାଇଛି। ଏପରି ସ୍ଥିତିରେ ନିଜ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଆଗେଇ ଆସିଛନ୍ତି ଅଭିଭାବକ। ସ୍କୁଲ ଆସୁଥିବା ପିଲାଙ୍କୁ ଅଭିଭାବକମାନେ ପାଳି କରି ପଢ଼ାଉଛନ୍ତି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନିର୍ବାଚନମଣ୍ଡଳୀ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀରେ ଦେଖିବାକୁ ମିଳିଛି ଏପରି ଚିତ୍ର।

କୁଳିଅଣା  ବ୍ଲକ ବାଉଁଶକଣ୍ଟିଆ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏ ରହିଛି। ଏଠାରେ ଅଧ୍ୟୟନ କରୁଛନ୍ତି ୧୩୫ ଛାତ୍ରଛାତ୍ରୀ। ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ନିୟୋଜିତ ହୋଇଛନ୍ତି ୭ ଶିକ୍ଷକ। ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଯୋଗୁ ପ୍ରଧାନଶିକ୍ଷକଙ୍କୁ ଛାଡ଼ି ଅନ୍ୟ ସବୁ ଶିକ୍ଷକ ସ୍କୁଲ ଆସୁନାହାନ୍ତି। ଯେଉଁଥିପାଇଁ ପାଠ ପଢ଼ା ଏକ ପ୍ରକାର ଠପ୍‌ ହୋଇଛି। ପିଲାମାନେ କେବଳ ମଧ୍ୟାହ୍ନ ଭୋଜନ ଖାଇ କ୍ଲାସ୍‌ରେ ବସୁଛନ୍ତି। ପାଠ ପଢ଼ି ପାରୁନାହାନ୍ତି। ଜଣେ ଶିକ୍ଷକ ଏତେ ପିଲାଙ୍କୁ ପଢ଼ାଇବା ସମ୍ଭବପର ହେଉନାହିଁ।

ଶିକ୍ଷକ ନଥିବାରୁ ପାଠ ପଢ଼ାରେ ବ୍ୟାଘାତ ହେଉଥିବା ନେଇ ପ୍ରଧାନଶିକ୍ଷକ ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କୁ ଅବଗତ କରିଥିଲେ। ଏହା ପରେ ସ୍କୁଲରେ ଏକ ବୈଠକ ବସିଥିଲା। ନିଷ୍ପତ୍ତି ଅନୁସାରେ ଗାଁର ଶିକ୍ଷିତ ଯୁବକ, ଯୁବତୀ ବା ବୋହୂମାନେ ପାଳିକରି ସ୍କୁଲରେ ପିଲାମାନଙ୍କୁ ପାଠ ପଢ଼ାଇବେ। ଏହା ପରେ ଅଭିଭାବକମାନେ ପାଳି କରି ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି। ଶିକ୍ଷକଙ୍କ ଆନ୍ଦୋଳନ ଯେତେଦିନ ପର୍ଯ୍ୟନ୍ତ ଚାଲିଥିବ, ସେତେଦିନ ଯାଏଁ ଅଭିଭାବକମାନେ ପଢ଼ାଇବେ ବୋଲି ଜଣାପଡ଼ିଛି।

ଅଭିଭାବକ  କହିଛନ୍ତି, ଦାବି ପୂରଣ ପାଇଁ ଶିକ୍ଷକମାନେ ଆନ୍ଦୋଳନ କରୁଛନ୍ତି। ଯେଉଁଥିପାଇଁ ସ୍କୁଲରେ ପାଠ ପଢ଼ାରେ ବ୍ୟାଘାତ ହେଉଛି। ଜଣେ ସାର୍‌ ସବୁ ପିଲାଙ୍କୁ ପଢ଼ାଇ ପାରୁନାହାନ୍ତି। ସେଥିପାଇଁ ଆମେ ପାଳି କରି ପିଲାମାନଙ୍କୁ ପାଠ ପଢ଼ାଇବାକୁ ଆସୁଛି। ଯଥାଶୀଘ୍ର ସାରଙ୍କ ଦାବି ସରକାର ପୂରଣ କରନ୍ତୁ ବୋଲି  କହିଛନ୍ତି।

ସୂଚନାରୁ ପ୍ରକାଶ, ବିଭିନ୍ନ ଦାବି ପୂରଣ ନେଇ ଶିକ୍ଷକମାନେ ଦୀର୍ଘ ୭ ଦିନ ହେଲା ଆନ୍ଦୋଳନ କରୁଛନ୍ତି। ହେଲେ ସେମାନଙ୍କ ଦାବି ପ୍ରତି ସରକାର କର୍ଣ୍ଣପାତ କରୁନାହାନ୍ତି। ଯାହାକୁ ନେଇ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଅଷନ୍ତୋଷ ପ୍ରକାଶ ପାଇଛି। ଦାବି ପୂରଣ ନହେଲା ଯାଏଁ ଶିକ୍ଷକମାନେ ସ୍କୁଲ ଫେରିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...