AFFILIATE MARKETING

https://binomo.com?a=90810425bb57&t=0

Saturday, September 16, 2023

ଆଜି ଉଦଘାଟିତ ହେବ କଟକ ନେତାଜୀ ବସ୍ ଟର୍ମିନାଲ; ପୁରୀକୁ ଗଡ଼ିବ ପ୍ରଥମ ବସ

 COASTAL NEWS Odia 748

ବଦଳିଯିବ ବାଦାମବାଡ଼ି ବସଷ୍ଟାଣ୍ଡର ପରିଚୟ 

ଇତିହାସ ହୋଇଯିବ ବାଦାମବାଡ଼ି ବସ ଷ୍ଟାଣ୍ଡ 

ଆଜି ଉଦଘାଟିତ ହେବ କଟକ ନେତାଜୀ ବସ୍ ଟର୍ମିନାଲ; ପୁରୀକୁ ଗଡ଼ିବ ପ୍ରଥମ ବସ




 

କଟକ - ଆଲୋକ ମାଳାରେ ସଜେଇ ହୋଇଛି କଟକ ନେତାଜୀ ବସ ଟର୍ମିନାଲ । ଆଜି ଅପରାହ୍ଣରେ ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନୀ ଉତ୍ସବ ପାଇଁ ବସ ଟର୍ମିନାଲ ପରିସରରେ ସବୁ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଉଦଘାଟନୀ ଉତ୍ସବକୁ ଆଖିରେ ରଖି ପ୍ରସ୍ତୁତି କାର୍ଯ୍ୟକୁ ବୁଲି ଦେଖିଛନ୍ତି କଟକ ମେୟର, ଡିସିପି ଓ ସିଡିଏ ଅଧ୍ୟକ୍ଷ । ମୋଟ ୧୬ ଏକର ଜମିରେ ୮୪ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ନେତାଜୀ ବସ ଟର୍ମିନାଲ । ଏଥିରେ ବସ ରହଣୀସ୍ଥଳଠୁ ଆରମ୍ଭ କରି ଯାତ୍ରୀଙ୍କ ବିଶ୍ରାମସ୍ଥଳୀ ଯାଏଁ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି ।


ନେତାଜୀ ବସ ଟର୍ମିନାଲକୁ ଯାତ୍ରୀବାହୀ ବସ ପ୍ରବେଶ କରିବ, ହେଲେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ ଆହୁରି ସମୟ ଲାଗିବ ବୋଲି ସୂଚନା ରହିଛି । ସେପଟେ ଗତ ୫୧ ବର୍ଷ ଧରି ରାଜ୍ୟରେ ଯାତ୍ରୀ ପରିବହନ କ୍ଷେତ୍ରର କେନ୍ଦ୍ରରେ ରହିଆସିଥିବା ବାଦାମବାଡ଼ି ବସଷ୍ଟାଣ ଇତିହାସ ହୋଇଯିବ । ବାଦାମବାଡ଼ିରେ ରହିଥିବା ବିଭିନ୍ନ ବସ୍ ଷ୍ଟାଣ୍ଡରୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ପ୍ରତିଦିନ ୧୧୦୦ରୁ ଅଧିକ ଘରୋଇ ଓ ସରକାରୀ ବସ୍ ଚଳାଚଳ କରିଥାଏ । ମାତ୍ର ଏବେ ନେତାଜୀ ବସ୍ ଟର୍ମିନାଲ ଉଦଘାଟନ ହେବା ପରେ ବାଦାମବାଡ଼ି ବସ୍ ଷ୍ଟାଣ୍ଡର ସେହି ଚାହିଦା କମିଯିବ  I

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...