AFFILIATE MARKETING

https://binomo.com?a=90810425bb57&t=0

Saturday, September 16, 2023

ଆଜି ଉଦଘାଟିତ ହେବ କଟକ ନେତାଜୀ ବସ୍ ଟର୍ମିନାଲ; ପୁରୀକୁ ଗଡ଼ିବ ପ୍ରଥମ ବସ

 COASTAL NEWS Odia 748

ବଦଳିଯିବ ବାଦାମବାଡ଼ି ବସଷ୍ଟାଣ୍ଡର ପରିଚୟ 

ଇତିହାସ ହୋଇଯିବ ବାଦାମବାଡ଼ି ବସ ଷ୍ଟାଣ୍ଡ 

ଆଜି ଉଦଘାଟିତ ହେବ କଟକ ନେତାଜୀ ବସ୍ ଟର୍ମିନାଲ; ପୁରୀକୁ ଗଡ଼ିବ ପ୍ରଥମ ବସ




 

କଟକ - ଆଲୋକ ମାଳାରେ ସଜେଇ ହୋଇଛି କଟକ ନେତାଜୀ ବସ ଟର୍ମିନାଲ । ଆଜି ଅପରାହ୍ଣରେ ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନୀ ଉତ୍ସବ ପାଇଁ ବସ ଟର୍ମିନାଲ ପରିସରରେ ସବୁ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଉଦଘାଟନୀ ଉତ୍ସବକୁ ଆଖିରେ ରଖି ପ୍ରସ୍ତୁତି କାର୍ଯ୍ୟକୁ ବୁଲି ଦେଖିଛନ୍ତି କଟକ ମେୟର, ଡିସିପି ଓ ସିଡିଏ ଅଧ୍ୟକ୍ଷ । ମୋଟ ୧୬ ଏକର ଜମିରେ ୮୪ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ନେତାଜୀ ବସ ଟର୍ମିନାଲ । ଏଥିରେ ବସ ରହଣୀସ୍ଥଳଠୁ ଆରମ୍ଭ କରି ଯାତ୍ରୀଙ୍କ ବିଶ୍ରାମସ୍ଥଳୀ ଯାଏଁ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି ।


ନେତାଜୀ ବସ ଟର୍ମିନାଲକୁ ଯାତ୍ରୀବାହୀ ବସ ପ୍ରବେଶ କରିବ, ହେଲେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ ଆହୁରି ସମୟ ଲାଗିବ ବୋଲି ସୂଚନା ରହିଛି । ସେପଟେ ଗତ ୫୧ ବର୍ଷ ଧରି ରାଜ୍ୟରେ ଯାତ୍ରୀ ପରିବହନ କ୍ଷେତ୍ରର କେନ୍ଦ୍ରରେ ରହିଆସିଥିବା ବାଦାମବାଡ଼ି ବସଷ୍ଟାଣ ଇତିହାସ ହୋଇଯିବ । ବାଦାମବାଡ଼ିରେ ରହିଥିବା ବିଭିନ୍ନ ବସ୍ ଷ୍ଟାଣ୍ଡରୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନକୁ ପ୍ରତିଦିନ ୧୧୦୦ରୁ ଅଧିକ ଘରୋଇ ଓ ସରକାରୀ ବସ୍ ଚଳାଚଳ କରିଥାଏ । ମାତ୍ର ଏବେ ନେତାଜୀ ବସ୍ ଟର୍ମିନାଲ ଉଦଘାଟନ ହେବା ପରେ ବାଦାମବାଡ଼ି ବସ୍ ଷ୍ଟାଣ୍ଡର ସେହି ଚାହିଦା କମିଯିବ  I

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...