AFFILIATE MARKETING

https://binomo.com?a=90810425bb57&t=0

Saturday, September 16, 2023

ଲିବ୍ୟାରେ ତାଣ୍ଡବ ରଚିଲା ଡାନିଏଲ, ୨୦ ହଜାର ଛୁଇଁବ ମୃତ୍ୟୁ ସଂଖ୍ୟା

 COASTAL NEWS Odia 747

ଲିବ୍ୟାରେ ତାଣ୍ଡବ ରଚିଲା ଡାନିଏଲ, ୨୦ ହଜାର ଛୁଇଁବ ମୃତ୍ୟୁ ସଂଖ୍ୟା





ଲିବ୍ୟା - ସମୁଦ୍ରରେ ଭାସୁଛି କୁଢ଼ କୁଢ଼ ଶବ । ଡାନିଏଲ ବାତ୍ୟା ରଚିଛି ମୃତ୍ୟୁର ତାଣ୍ଡବ । ଚାରିଆଡ଼େ ହାହାକାର । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ସମଗ୍ର ସହର । ଲିବ୍ୟାରେ ଡାନିଏଲ ନାମକ ଶକ୍ତିଶାଳୀ ବାତ୍ୟା ଭୟଙ୍କର ବିନାଶ ଘଟାଇଛି । ହଜାର ହଜାର ଲୋକ ଏହି ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଛାରଖାର ହୋଇଯାଇଛି ଅନେକ ପରିବାର । ବାତ୍ୟା କାରଣରୁ ୧୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ୨୦, ୦୦୦ ଛୁଇଁବ ବୋଲି ଆଶା କରାଯାଉଛି । ହଜାର ହଜାର ଲୋକ ଏବେ ବି ନିଖୋଜ ଅଛନ୍ତି । ଏହି ବାତ୍ୟା ଏତେ ଭୟଙ୍କର ଥିଲା ଯେ ଅନେକ ଡ୍ୟାମ ଭାଙ୍ଗି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସବୁଠାରୁ ଡେର୍ଣ୍ଣା ସହରରେ ଅଧିକ କ୍ଷୟକ୍ଷତି ହୋଇଛି । ବନ୍ୟା ଯୋଗୁଁ ପୁରା ସହର ଧ୍ୱଂସ ହୋଇଯାଇଛି । ବର୍ତ୍ତମାନ ମୃତ୍ୟୁସଂଖ୍ୟା ୧୧,୩୦୦ ଛୁଇଁଛି ।

ଡେର୍ଣ୍ଣାରେ ଆସିଥିବା ବିନାଶକାରୀ ବାତ୍ୟାରେ ହଜାର ହଜାର ଲୋକ ମରିଯାଇଥିବାବେଳେ ଅନେକ ଲୋକ ସମୁଦ୍ରରେ ଭାସି ଯାଇଛନ୍ତି । ଏହାରି ମଧ୍ୟରେ ଉଦ୍ଧାର କରୁଥିବା କର୍ମଚାରୀମାନେ ଅଧିକ ବଡି ବ୍ୟାଗ ପାଇଁ ଦାବି କରିଛନ୍ତି । ବାତ୍ୟା ସମୟରେ ବହୁ ମହଲା କୋଠା ଘର ଅନେକ ପରିବାର ସହିତ ଭୁଶୁଡ଼ି ପଡ଼ିଥିଲା । ମୃତ୍ୟୁ ସଂଖ୍ୟା ୨୦,୦୦୦ରୁ ଅଧିକ ହେବ ବୋଲି ସ୍ଥାନୀୟ ମେୟର ସୂଚନା ଦେଇଛନ୍ତି । ଏହି ସହରକୁ ଯୋଗାଯୋଗର ସମସ୍ତ ରାସ୍ତା ବିଚ୍ଛିନ୍ନ ହୋଇଯାଇଛି । ବିମାନବନ୍ଦର ମଧ୍ୟ ଧ୍ୱଂସ ହୋଇଯାଇଛି ।

ବନ୍ୟା ପରିସ୍ଥିତି ପାଇଁ ଲିବ୍ୟାରେ ପିଇବା ପାଣି, ବିଦ୍ୟୁତ, ଖାଦ୍ୟ ଏବଂ ପେଟ୍ରୋଲ ଭଳି ଅତ୍ୟାବଶ୍ୟକୀୟ ଜିନିଷ ମିଳୁନାହିଁ, ସମଗ୍ର ସହର ନଷ୍ଟ ହୋଇଯାଇଛି । ଡେର୍ଣ୍ଣା ସହରରୁ ଲୋକମାନେ ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ରାସ୍ତା ବନ୍ଦ ହୋଇ ଯାଉଥିବାରୁ ସେଠାରେ ଅଟକି ଯାଇଥିଲେ । କିଛି ଲୋକ ସ୍କୁଲଗୁଡ଼ିକରେ ଆଶ୍ରୟ ନେଇଛନ୍ତି ।

ଅଧିକାରୀମାନେ ନିଖୋଜ ହୋଇଥିବା ଲୋକଙ୍କ ସଂଖ୍ୟା ୧୦,୦୦୦ କହିଛନ୍ତି । ଅନ୍ୟପଟେ ମିଳିତ ଜାତିସଂଘର ଏଜେନ୍ସି OCHA କହିଛି ଯେ ନିଖୋଜ ଲୋକଙ୍କ ସଂଖ୍ୟା ଅତି କମରେ ୫୦୦୦ ହୋଇପାରେ । ସମୁଦ୍ର କୂଳରେ ପୋଷାକ, ଖେଳନା, ଘରର ଆସବାବପତ୍ର, ଜୋତା ଏବଂ ଅନ୍ୟାନ୍ୟ ଜିନିଷ ପଡ଼ିଥିବା ଦେଖିବାକୁ ମିଳିଛି । ରାସ୍ତା କାଦୁଅରେ ଭର୍ତ୍ତି ହୋଇଥିବା ସହ ଅନେକ ଗୁୁଡ଼ିଏ ଗଛ ଉପୁଡ଼ି ଯାଇଛି ଏବଂ ଶହ ଶହ କ୍ଷତିଗ୍ରସ୍ତ କାର ରାସ୍ତାରେ ପଡ଼ିଛି ।

ଅନେକ ଲୋକ ଜଳସ୍ରୋତରେ ଭୂମଧ୍ୟ ସାଗରକୁ ଭାସିଯାଇଥିଲେ । ବର୍ତ୍ତମାନ ସମୁଦ୍ରରୁ କୁଢ଼ କୁଢ଼ ମୃତଦେହ ଉଦ୍ଧାର ହେଉଛି । ଡେର୍ଣ୍ଣା ସହର ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିବାରୁ ସହାୟତା କରାଯାଇ ପାରୁନାହିଁ । ଭାସିଯାଇଥିବା ଶବଗୁଡ଼ିକୁ ଉଦ୍ଧାର କରିବାରେ ସମସ୍ୟା ଦେଖାଯାଉଛି । ବାତ୍ୟାର ଭୟାବହତା ପରେ ଶବକୁ ସାମୁହିକ ଭାବେ ପୋତା ଯାଉଛି । ଏନେଇ ଜେସିବି ବଡ଼ ବଡ଼ ଗାତ ଖୋଲୁଥିବା ଜଣା ପଡ଼ିଛି ।

ଦୀର୍ଘଦିନ ଧରି ଗୃହ ଯୁଦ୍ଧର ସାମ୍ନା କରୁଥିବା ଆଫ୍ରିକୀୟ ଦେଶ ଲିବ୍ୟାରେ ଘଟିଥିବା ଏହି ଭୟାବହ ତାଣ୍ଡବ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି । ଡେର୍ଣ୍ଣା ସହରର ପାଖାପାଖି ଅଧା ଅଂଶ ଧ୍ୱଂସ ହୋଇଯାଇଛି । ତେବେ ବିଶ୍ୱ ପାଣିପାଗ ବିଭାଗ ତରଫରୁ କୁହାଯାଇଛି ଏଭଳି ତାଣ୍ଡବକୁ ରୋକା ଯାଇ ପାରିଥାନ୍ତା କିନ୍ତୁ ଲିବ୍ୟାର ପାଣିପାଗ ବିଭାଗ ସକ୍ରିୟ ନଥିବାରୁ ଏଭଳି ବିନାଶ ଘଟିଛି l

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...