AFFILIATE MARKETING

https://binomo.com?a=90810425bb57&t=0

Saturday, September 16, 2023

ଖଟିଆରେ ବୁହା ହୋଇ ଯାଇଥିଲେ ମେଡିକାଲ, ଶବ ହୋଇ ଫେରିଲେ

 COASTAL NEWS Odia 746

ଖଟିଆରେ ବୁହା ହୋଇ ଯାଇଥିଲେ ମେଡିକାଲ, ଶବ ହୋଇ ଫେରିଲେ 



 

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତ ଡାଙ୍ଗାନାମୁ ଗାଁର ଜଣେ ରୋଗୀଙ୍କୁ ରାସ୍ତା ନଥିବାରୁ ଖଟିଆରେ ପ୍ରାୟ ପାଞ୍ଚ କିଲୋମିଟର ବୋହି ଆଣିବା ଘଟଣାରେ ସମ୍ପୃକ୍ତ ରୋଗୀଙ୍କର ଗତକାଲି ରାତିରେ ମେଡିକାଲରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖଟିଆରେ ବୁହା ହୋଇ ମେଡିକାଲ ଯାଉଥିବା ରୋଗୀଙ୍କ ମୃତ୍ୟୁ ପରେ ମୃତ ବ୍ୟକ୍ତିଙ୍କ ଶବକୁ ମଧ୍ୟ ପରିବାର ଲୋକେ ରାତି ଅଧିଆ ବଣପାହାଡ଼ ଘେରା ଜଙ୍ଗଲ ରାସ୍ତାରେ ପାଞ୍ଚ କିଲୋମିଟର ଖଟିଆରେ ବୋହି ନିଜ ଗାଁକୁ ନେଇଥିବା ଜଣାପଡିଛି।


ଗତ ତିନି ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବା ବେଳେ ରାସ୍ତା ଘାଟ ନଥିବାରୁ ଏବଂ ନାଳ ଉପରେ ପ୍ରବଳ ପାଣିସହ ଜଳ ବନ୍ଦୀ ହୋଇ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଏହି ପରିସ୍ଥିତିରେ ଜଣେ ଚାଳିଶ ବର୍ଷୀୟ ଗୁରୁତର ଅସୁସ୍ଥ ବ୍ୟକ୍ତିକୁ ପାଞ୍ଚ କିଲୋମିଟର ଘଞ୍ଚ ଜଙ୍ଗଲ ଓ ପାହାଡ଼ ଦେଇ ଖଟିଆରେ ବୋହି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଉଥିବା ବେଳେ ରାସ୍ତାରେ ସମ୍ପୃକ୍ତ ରୋଗୀଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁସାରେ ଫିରିଙ୍ଗିଆ ବ୍ଲକ ଉପାନ୍ତ ଅଞ୍ଚଳ ଲୁଇସିଂ ପଞ୍ଚାୟତ ଡାଙ୍ଗାଣାମ ଗାଁ ବୁଗେର ମାସ୍କା ସାହିର ସଂକୀର୍ତନ ଭୋଇ ନାମକ ଜଣେ ବ୍ୟକ୍ତି ଦିନ ବେଳେ ଛାତି ବଥା ସହ ଗୁରୁତର ଅସୁସ୍ଥ ହୋଇ ପଡିବାରୁ ପରିବାର ଲୋକେ କିଛି ଲୋକଙ୍କ ସହାୟତାରେ ସାନ ଭାଟୁଲି ଗ୍ରାମ ଦେଇ ଜଙ୍ଗଲ ପାହାଡ଼ ଭିତରେ ବଡ଼ ଭାଟୁଲି ଗାଁକୁ ପାଞ୍ଚ କିଲୋମିଟର ଖଟିଆରେ ବୋହି ଆଣିବା ସହ ସେଠାରୁ ଗୋଟିଏ ଗାଡି ଭଡା କରି ପୋଡ଼ସୀ ଜିଲ୍ଲା ସୋନପୁର ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିବା ବେଳେ ଅତି ଗୁରୁତର ହେବାରୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ବୁର୍ଲା ମେଡିକାଲକୁ ନେଉଥିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ପଟେ ମୃତ ବ୍ୟକ୍ତି ଜଣକ ଶବ ହୋଇ ଫେରିବା ପରେ ମଧ୍ୟ୍ୟ ପରିବାର ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ଶବ ହୋଇ ଫେରିଲା ପରେ ପରିବାର ଲୋକଙ୍କୁ ପୁଣି ଏକ ଖଟିଆରେ ମୃତ ବ୍ୟକ୍ତିର ଶବକୁ ବଣ ପାହାଡ଼ ଘେରା ଜଙ୍ଗଲ ଓ ଭରା ନାଳ ମଧ୍ୟରେ ଶବକୁ ନିଜ ଗାଁକୁ ନେବାକୁ ପଡିଛି।



No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...