AFFILIATE MARKETING

https://binomo.com?a=90810425bb57&t=0

Saturday, September 16, 2023

ସଂକ୍ଷିପ୍ତ ଖବର

COASTAL NEWS Odia 745

ସଂକ୍ଷିପ୍ତ  ଖବର, 

୧୬-ସେପ୍ଟେମ୍ବର-୨୦୨୩, ଶନିବାର*



➡️୧-ଆଜି ଅପରାହ୍ନ ସାଢେ ଚାରିଟାରେ କଟକ ନେତାଜୀ ବସ୍‌‌ ଟର୍ମିନାଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ୧୪.୯୫ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ଅତ୍ୟାଧୁନିକ ବସ୍‌‌ ଟର୍ମିନାଲ ପାଇଁ ୯୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଏଥିରେ ୧୯୦ଟି ବସ୍‌‌ ରହିବାର ବ୍ୟବସ୍ଥା ଅଛି l ମୁତୟନ ରହିବେ ୨୦ ପ୍ଲାଟୁନ୍‌ ପୁଲିସ୍‌ l


➡️୨-ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ l ୧୯ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ଅତିରିକ୍ତ ବଜେଟ୍‌କୁ ମିଳିଲା ଅନୁମୋଦ l ସେହିପରି ବସ୍‌ଷ୍ଟାଣ୍ଡ ଯୋଜନା ‘ଲକ୍ଷ୍ମୀ’କୁ ବାଜିଲା କ୍ୟାବିନେଟ ମୋହର l


➡️୩-ରାଜ୍ୟ ପୂର୍ତ୍ତ ଓ ଆର୍‌ଡି ବିଭାଗ ଅଧୀନ ସେତୁ ଓ ନିର୍ମାଣ ନିଗମ ଦ୍ୱାରା ପରିଚାଳିତ ସମସ୍ତ ୩୫ଟି ଟୋଲ୍‌ ଗେଟ୍‌ ହେବ ଉଚ୍ଛେଦ l ରାଜ୍ୟ କ୍ୟାବିନେଟରେ ମିଳିଲା ମଂଜୁରୀ l


➡️୪-ଆସନ୍ତାକାଲି “ବିଶ୍ୱକର୍ମା ଯୋଜନା” ର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଏହି ଯୋଜନା ଦ୍ୱାରା ଗ୍ରାମୀଣ ଓ ସହରାଚଂଳର ପାରମ୍ପରିକ କାରିଗର ଓ ଶିଳ୍ପକାରମାନେ ଉପକୃତ ହେବେ । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ପ୍ରାୟ ୧ ଲକ୍ଷ ପରିବାରଙ୍କୁ ଏଇ ଯୋଜନାରେ ସାମିଲ କରାଯିବାର ଲକ୍ଷ୍ୟ ରହିଛି । 


➡️୫-ତାମିଲନାଡୁର ଡିଏମକେ ସରକାର ରାଜ୍ୟର ମହିଳାଙ୍କ ପାଇଁ ମାସିକ ୧୦୦୦ ଟଙ୍କାର ସହାୟତା ରାଶିର କଲେ ଶୁଭାରମ୍ଭ l ଏହା ମହିଳାଙ୍କୁ ସମ୍ମାନର ସହ ବଞ୍ଚିବାରେ ସହାୟକ, ଏବଂ ଦାରିଦ୍ର୍ୟତା ହ୍ରାସ କରିବ।


➡️୬-ନିପା ଭାଇରସ ସଂକ୍ରମଣର ଚିକିତ୍ସା ପାଇଁ ଭାରତ ଅଷ୍ଟ୍ରେଲିଆରୁ ଆଉ ୨୦ରୁ ଅଧିକ ଡୋଜ ମୋନୋକ୍ଲୋନାଲ ଆଣ୍ଟିବଡି କିଣିବ। ଆଇସିଏମଆର ମହାନିର୍ଦ୍ଦେଶକ ରାଜୀବ ବାହଲ ଦେଲେ ଏହି ସୂଚନା l


➡️୭-ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ସମୁଦାୟ ୨୨ଟି ଗେଟ୍‌ ଦେଇ ନିଷ୍କାସନ ହେଉଛି ଜଳ l


➡️୮-ଓଡିଶା ପ୍ରସିଦ୍ଧ ପାରାଦୀପ ବିଶ୍ୱକର୍ମା ପୂଜା କୁ ଆଉ ମାତ୍ର କିଛି ସମୟ ର ବାକି | ସଜେଇ ହେଲାଣି ପୂଜା ମଣ୍ଡପ | ସ୍ରୁଷ୍ଟି ର ଅନନ୍ୟ ବିନ୍ଧାଣୀ ପ୍ରଭୁ ବିଶ୍ୱକର୍ମା ଙ୍କୁ ପୂଜା କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି | କୋଭିଡ ପାଇଁ ୩ ବର୍ଷ ହେବ ଫିକା ପଡିଥିବା ପୂଜା ଚଳିତ ବର୍ଷ ହେବ ବେଶ ଆକର୍ଷଣ l


➡️୯-ମୁଖ୍ୟମନ୍ତ୍ରୀ ହେବ ତ ଏମତି, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତାର ହାତ ବଢାଇବା ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ନିଜ ଜୀବନର ଅର୍ଜିତ ଧନ ୫୧ ଲକ୍ଷ ମୂଲ୍ୟର ଟଙ୍କା ଦାନ କରି ଉଦାହରଣ ପାଲଟିଲେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ l


➡️୧୦-ବକ୍ସ ଅଫିସରେ କମାଲ କରୁଛି ଶାହାରୁଖ ଖାନଙ୍କ ସିନେମା ଜୱାନ l ସିନେମାଟି ରିଲିଜ ହେବାର ୮ ଦିନ ମଧ୍ୟରେ ସାରା ପୃଥିବୀରୁ ୭ଶହ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଘରୋଇ ବକ୍ସ ଅଫିସରେ ୪୦୦ କୋଟି କ୍ଲବରେ ହେଲା ସାମିଲ l


➡️୧୧-ବାୟୁସେନା ପାଇଁ ହାଲ୍ ତିଆରି କରିବ ସ୍ୱଦେଶୀ ବିମାନ । ୧୨ଟି ବିମାନ ପାଇଁ ୧୧ ହଜାର କୋଟି ଟଂକା ମଂଜୁର କଲା ପ୍ରତିରକ୍ଷା ମନ୍ତ୍ରଣାଳୟ l


➡️୧୨-କେରଳରେ ନିପା ଭୂତାଣୁ ଆତଙ୍କ । ସ୍କୁଲ, କାର୍ଯ୍ୟାଳୟ ବନ୍ଦ, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ୯୫୦ ରୁ ଅଧିକ ଲୋକ l ଏହା ସଂକ୍ରମଣର ମୋଟ ମାମଲା ୬କୁ ବୃଦ୍ଧି ପାଇଥିବା ବେଳେ ନିକଟରେ ଦୁଇଜଣ ରୋଗୀଙ୍କ ନିପାରେ ଭୁତାଣୁ ଯୋଗୁଁ ମୃତ୍ୟୁ ହୋଇଛି l


➡️୧୩-କଣ୍ଠଶିଳ୍ପୀ ଉବର୍ଷି ରଡାଦିଆଙ୍କ ଉପରେ ଟଙ୍କା ବର୍ଷା । ଗୁଜରାଟରେ ଲୋକ ସଂଗୀତ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକ ଖୁସି ହୋଇ କଲେ ୫୦୦ ଟଙ୍କିଆ ନୋଟ୍ ବର୍ଷା l


➡️୧୪-ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ହେଲା ସମାପ୍ତ l କାମଚଳା କାର୍ଯ୍ୟବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ରାହୁଲ ନବୀନ l


➡️୧୫-ତେଜିଲା ରାଜନୀତି, ଦେଶର ପ୍ରମୁଖ ୯ ନ୍ୟୁଜ୍ ଚ୍ୟାନେଲ୍, ୧୪ ପ୍ରତିଷ୍ଠିତ ସାମ୍ବାଦିକ ଓ ନ୍ୟୁଜ୍ ଆଙ୍କରଙ୍କୁ ବ୍ୟାନ୍ କଲା ବିରୋଧୀ ମେଣ୍ଟ 'INDIA' l ଇଣ୍ଡିଆ ମେଣ୍ଟ ସ୍ପଷ୍ଟ କଲା ଯେ, ତାଲିକାରେ ଥିବା ସାମ୍ବାଦିକ ଓ ନ୍ୟୁଜ୍ ଆଙ୍କରଙ୍କ ଦ୍ୱାରା ପରିଚାଳିତ କୌଣସି ଆଲୋଚନା କାର୍ଯ୍ୟକ୍ରମକୁ ଇଣ୍ଡିଆ ମେଣ୍ଟର ପ୍ରତିନିଧି ଯିବେ ନାହିଁ ।


➡️୧୬-ଶକ୍ତିଶାଳୀ ହେବ ବାୟୁସେନା, ୧୨ଟି Su-30MKI ଲଢ଼ୁଆ ବିମାନ କଣିବାକୁ ସବୁଜ ସଂକେତ ଦେଲେ କେନ୍ଦ୍ର ସରକାର l


➡️୧୭-ଆଇଫୋନ୍ ୧୨ କୁ ବ୍ୟାନ୍ କଲା ଫ୍ରାନ୍ସ, ଆଇଫୋନର ଏହି ମଡେଲ୍‌ରୁ ଅଧିକ ରେଡିଏସନ(କ୍ଷତିକାରକ ରଶ୍ମୀ) ବାହାରୁଥିବା ଅଭିଯୋଗ କରି ଫ୍ରାନ୍ସ ନିଜ ଦେଶରେ ଏହାର ବିକ୍ରି ବନ୍ଦ କରିଦେବ ବୋଲି ନେଲା ନିଷ୍ପତ୍ତି l


➡️୧୮-ଏସିଆ କପ : କଲମ୍ବୋ ରେ ଖେଳା ଯାଇଥିବା ଗତକାଲିର ମ୍ୟାଚ ରେ ଭାରତକୁ ୬ ରନରେ ହରାଇଲା ବାଂଲାଦେଶ l ୨୬୬ ରନ୍‌ର ପିଛା କରି ଭାରତ ୨୫୯ରେ ହେଲା ଅଲଆଉଟ୍‌ l ଗିଲଙ୍କ ଶତକ ହେଲା ବେକାର, ଦୀର୍ଘ ୧୧ ବର୍ଷ ପରେ ଏସିଆ କପରେ ଭାରତକୁ ହରାଇଲା ବାଂଲାଦେଶ l


➡️୧୯-ଲଗାତାର ପରାଜୟ ପରେ ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ତଳକୁ ଖସିଲା ପାକିସ୍ତାନ, ଦ୍ୱିତୀୟ ସ୍ଥାନରେ ରହିଲା ଟିମ୍‌ ଇଣ୍ଡିଆ l


➡️୨୦-ଓଡ଼ିଶାର ସାନ୍‌ଭି ମହାନ୍ତି ଖୋର୍ଦ୍ଧା ବରୁଣେଇସ୍ଥିତ କେଟି ଗ୍ଲୋବାଲ ସ୍କୁଲ୍‌ଠାରେ ଚାଲିଥିବା ଆଇଟା ୧୪ ବର୍ଷରୁ କମ୍‌ ଟ୍ୟାଲେଣ୍ଟ ସିରିଜ୍‌ ବାଳିକା ବର୍ଗରେ ହେଲେ ବିଜେତା l

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...