AFFILIATE MARKETING

https://binomo.com?a=90810425bb57&t=0

Saturday, September 16, 2023

ସଂକ୍ଷିପ୍ତ ଖବର

COASTAL NEWS Odia 745

ସଂକ୍ଷିପ୍ତ  ଖବର, 

୧୬-ସେପ୍ଟେମ୍ବର-୨୦୨୩, ଶନିବାର*



➡️୧-ଆଜି ଅପରାହ୍ନ ସାଢେ ଚାରିଟାରେ କଟକ ନେତାଜୀ ବସ୍‌‌ ଟର୍ମିନାଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ୧୪.୯୫ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ଅତ୍ୟାଧୁନିକ ବସ୍‌‌ ଟର୍ମିନାଲ ପାଇଁ ୯୦ କୋଟି ଟଙ୍କା ବ୍ୟୟ କରାଯାଇଛି। ଏଥିରେ ୧୯୦ଟି ବସ୍‌‌ ରହିବାର ବ୍ୟବସ୍ଥା ଅଛି l ମୁତୟନ ରହିବେ ୨୦ ପ୍ଲାଟୁନ୍‌ ପୁଲିସ୍‌ l


➡️୨-ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ l ୧୯ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ଅତିରିକ୍ତ ବଜେଟ୍‌କୁ ମିଳିଲା ଅନୁମୋଦ l ସେହିପରି ବସ୍‌ଷ୍ଟାଣ୍ଡ ଯୋଜନା ‘ଲକ୍ଷ୍ମୀ’କୁ ବାଜିଲା କ୍ୟାବିନେଟ ମୋହର l


➡️୩-ରାଜ୍ୟ ପୂର୍ତ୍ତ ଓ ଆର୍‌ଡି ବିଭାଗ ଅଧୀନ ସେତୁ ଓ ନିର୍ମାଣ ନିଗମ ଦ୍ୱାରା ପରିଚାଳିତ ସମସ୍ତ ୩୫ଟି ଟୋଲ୍‌ ଗେଟ୍‌ ହେବ ଉଚ୍ଛେଦ l ରାଜ୍ୟ କ୍ୟାବିନେଟରେ ମିଳିଲା ମଂଜୁରୀ l


➡️୪-ଆସନ୍ତାକାଲି “ବିଶ୍ୱକର୍ମା ଯୋଜନା” ର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଏହି ଯୋଜନା ଦ୍ୱାରା ଗ୍ରାମୀଣ ଓ ସହରାଚଂଳର ପାରମ୍ପରିକ କାରିଗର ଓ ଶିଳ୍ପକାରମାନେ ଉପକୃତ ହେବେ । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ପ୍ରାୟ ୧ ଲକ୍ଷ ପରିବାରଙ୍କୁ ଏଇ ଯୋଜନାରେ ସାମିଲ କରାଯିବାର ଲକ୍ଷ୍ୟ ରହିଛି । 


➡️୫-ତାମିଲନାଡୁର ଡିଏମକେ ସରକାର ରାଜ୍ୟର ମହିଳାଙ୍କ ପାଇଁ ମାସିକ ୧୦୦୦ ଟଙ୍କାର ସହାୟତା ରାଶିର କଲେ ଶୁଭାରମ୍ଭ l ଏହା ମହିଳାଙ୍କୁ ସମ୍ମାନର ସହ ବଞ୍ଚିବାରେ ସହାୟକ, ଏବଂ ଦାରିଦ୍ର୍ୟତା ହ୍ରାସ କରିବ।


➡️୬-ନିପା ଭାଇରସ ସଂକ୍ରମଣର ଚିକିତ୍ସା ପାଇଁ ଭାରତ ଅଷ୍ଟ୍ରେଲିଆରୁ ଆଉ ୨୦ରୁ ଅଧିକ ଡୋଜ ମୋନୋକ୍ଲୋନାଲ ଆଣ୍ଟିବଡି କିଣିବ। ଆଇସିଏମଆର ମହାନିର୍ଦ୍ଦେଶକ ରାଜୀବ ବାହଲ ଦେଲେ ଏହି ସୂଚନା l


➡️୭-ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ସମୁଦାୟ ୨୨ଟି ଗେଟ୍‌ ଦେଇ ନିଷ୍କାସନ ହେଉଛି ଜଳ l


➡️୮-ଓଡିଶା ପ୍ରସିଦ୍ଧ ପାରାଦୀପ ବିଶ୍ୱକର୍ମା ପୂଜା କୁ ଆଉ ମାତ୍ର କିଛି ସମୟ ର ବାକି | ସଜେଇ ହେଲାଣି ପୂଜା ମଣ୍ଡପ | ସ୍ରୁଷ୍ଟି ର ଅନନ୍ୟ ବିନ୍ଧାଣୀ ପ୍ରଭୁ ବିଶ୍ୱକର୍ମା ଙ୍କୁ ପୂଜା କରିବା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି | କୋଭିଡ ପାଇଁ ୩ ବର୍ଷ ହେବ ଫିକା ପଡିଥିବା ପୂଜା ଚଳିତ ବର୍ଷ ହେବ ବେଶ ଆକର୍ଷଣ l


➡️୯-ମୁଖ୍ୟମନ୍ତ୍ରୀ ହେବ ତ ଏମତି, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତାର ହାତ ବଢାଇବା ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ନିଜ ଜୀବନର ଅର୍ଜିତ ଧନ ୫୧ ଲକ୍ଷ ମୂଲ୍ୟର ଟଙ୍କା ଦାନ କରି ଉଦାହରଣ ପାଲଟିଲେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ l


➡️୧୦-ବକ୍ସ ଅଫିସରେ କମାଲ କରୁଛି ଶାହାରୁଖ ଖାନଙ୍କ ସିନେମା ଜୱାନ l ସିନେମାଟି ରିଲିଜ ହେବାର ୮ ଦିନ ମଧ୍ୟରେ ସାରା ପୃଥିବୀରୁ ୭ଶହ କୋଟି ଟଙ୍କା ରୋଜଗାର କରିଥିବା ବେଳେ ଘରୋଇ ବକ୍ସ ଅଫିସରେ ୪୦୦ କୋଟି କ୍ଲବରେ ହେଲା ସାମିଲ l


➡️୧୧-ବାୟୁସେନା ପାଇଁ ହାଲ୍ ତିଆରି କରିବ ସ୍ୱଦେଶୀ ବିମାନ । ୧୨ଟି ବିମାନ ପାଇଁ ୧୧ ହଜାର କୋଟି ଟଂକା ମଂଜୁର କଲା ପ୍ରତିରକ୍ଷା ମନ୍ତ୍ରଣାଳୟ l


➡️୧୨-କେରଳରେ ନିପା ଭୂତାଣୁ ଆତଙ୍କ । ସ୍କୁଲ, କାର୍ଯ୍ୟାଳୟ ବନ୍ଦ, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି ୯୫୦ ରୁ ଅଧିକ ଲୋକ l ଏହା ସଂକ୍ରମଣର ମୋଟ ମାମଲା ୬କୁ ବୃଦ୍ଧି ପାଇଥିବା ବେଳେ ନିକଟରେ ଦୁଇଜଣ ରୋଗୀଙ୍କ ନିପାରେ ଭୁତାଣୁ ଯୋଗୁଁ ମୃତ୍ୟୁ ହୋଇଛି l


➡️୧୩-କଣ୍ଠଶିଳ୍ପୀ ଉବର୍ଷି ରଡାଦିଆଙ୍କ ଉପରେ ଟଙ୍କା ବର୍ଷା । ଗୁଜରାଟରେ ଲୋକ ସଂଗୀତ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକ ଖୁସି ହୋଇ କଲେ ୫୦୦ ଟଙ୍କିଆ ନୋଟ୍ ବର୍ଷା l


➡️୧୪-ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ହେଲା ସମାପ୍ତ l କାମଚଳା କାର୍ଯ୍ୟବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ରାହୁଲ ନବୀନ l


➡️୧୫-ତେଜିଲା ରାଜନୀତି, ଦେଶର ପ୍ରମୁଖ ୯ ନ୍ୟୁଜ୍ ଚ୍ୟାନେଲ୍, ୧୪ ପ୍ରତିଷ୍ଠିତ ସାମ୍ବାଦିକ ଓ ନ୍ୟୁଜ୍ ଆଙ୍କରଙ୍କୁ ବ୍ୟାନ୍ କଲା ବିରୋଧୀ ମେଣ୍ଟ 'INDIA' l ଇଣ୍ଡିଆ ମେଣ୍ଟ ସ୍ପଷ୍ଟ କଲା ଯେ, ତାଲିକାରେ ଥିବା ସାମ୍ବାଦିକ ଓ ନ୍ୟୁଜ୍ ଆଙ୍କରଙ୍କ ଦ୍ୱାରା ପରିଚାଳିତ କୌଣସି ଆଲୋଚନା କାର୍ଯ୍ୟକ୍ରମକୁ ଇଣ୍ଡିଆ ମେଣ୍ଟର ପ୍ରତିନିଧି ଯିବେ ନାହିଁ ।


➡️୧୬-ଶକ୍ତିଶାଳୀ ହେବ ବାୟୁସେନା, ୧୨ଟି Su-30MKI ଲଢ଼ୁଆ ବିମାନ କଣିବାକୁ ସବୁଜ ସଂକେତ ଦେଲେ କେନ୍ଦ୍ର ସରକାର l


➡️୧୭-ଆଇଫୋନ୍ ୧୨ କୁ ବ୍ୟାନ୍ କଲା ଫ୍ରାନ୍ସ, ଆଇଫୋନର ଏହି ମଡେଲ୍‌ରୁ ଅଧିକ ରେଡିଏସନ(କ୍ଷତିକାରକ ରଶ୍ମୀ) ବାହାରୁଥିବା ଅଭିଯୋଗ କରି ଫ୍ରାନ୍ସ ନିଜ ଦେଶରେ ଏହାର ବିକ୍ରି ବନ୍ଦ କରିଦେବ ବୋଲି ନେଲା ନିଷ୍ପତ୍ତି l


➡️୧୮-ଏସିଆ କପ : କଲମ୍ବୋ ରେ ଖେଳା ଯାଇଥିବା ଗତକାଲିର ମ୍ୟାଚ ରେ ଭାରତକୁ ୬ ରନରେ ହରାଇଲା ବାଂଲାଦେଶ l ୨୬୬ ରନ୍‌ର ପିଛା କରି ଭାରତ ୨୫୯ରେ ହେଲା ଅଲଆଉଟ୍‌ l ଗିଲଙ୍କ ଶତକ ହେଲା ବେକାର, ଦୀର୍ଘ ୧୧ ବର୍ଷ ପରେ ଏସିଆ କପରେ ଭାରତକୁ ହରାଇଲା ବାଂଲାଦେଶ l


➡️୧୯-ଲଗାତାର ପରାଜୟ ପରେ ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ତଳକୁ ଖସିଲା ପାକିସ୍ତାନ, ଦ୍ୱିତୀୟ ସ୍ଥାନରେ ରହିଲା ଟିମ୍‌ ଇଣ୍ଡିଆ l


➡️୨୦-ଓଡ଼ିଶାର ସାନ୍‌ଭି ମହାନ୍ତି ଖୋର୍ଦ୍ଧା ବରୁଣେଇସ୍ଥିତ କେଟି ଗ୍ଲୋବାଲ ସ୍କୁଲ୍‌ଠାରେ ଚାଲିଥିବା ଆଇଟା ୧୪ ବର୍ଷରୁ କମ୍‌ ଟ୍ୟାଲେଣ୍ଟ ସିରିଜ୍‌ ବାଳିକା ବର୍ଗରେ ହେଲେ ବିଜେତା l

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...