AFFILIATE MARKETING

https://binomo.com?a=90810425bb57&t=0

Tuesday, October 31, 2023

ନଭେମ୍ବରରେ ଶନିବାର ଓ ରବିବାରକୁ ମିଶାଇ ମୋଟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ।

COASTAL NEWS ODIA 1317

ନଭେମ୍ବରରେ ଶନିବାର ଓ ରବିବାରକୁ ମିଶାଇ ମୋଟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ



ନୂଆଦିଲ୍ଲୀ,୩୧।୧୦: (CNO) ଭଞ୍ଜ ବିହାରୀ ମହାନ୍ତି - ସାଧାରଣତଃ ପ୍ରତି ମାସ ପହିଲାରେ ଟଙ୍କା ସହ ଜଡ଼ିତ କିଛି ନୂଆ ପରିବର୍ତ୍ତନ ଲାଗୁ ହୋଇଥାଏ। ବୁଧବାରଠାରୁ ନଭେମ୍ବର ମାସ ଆରମ୍ଭ ହେଉଥିବାରୁ କିଛି ପ୍ରମୁଖ ପରିବର୍ତ୍ତନ ହେବାକୁ ଯାଉଛି। ଏହାର ପ୍ରଭାବ ଆପଣଙ୍କ ପର୍ସଠାରୁ ଆରମ୍ଭ କରି ବଜେଟ୍‌ ଉପରେ ପଡ଼ିପାରେ। 

ଏଲପିଜି ସିଲିଣ୍ଡର ଦାମ: ତୈଳ କମ୍ପାନୀମାନେ ପ୍ରତିମାସ ପହିଲାରେ ସମୀକ୍ଷା ପରେ ଗ୍ୟାସର ମୂଲ୍ୟ ଘୋଷଣା କରିଥାନ୍ତି। ନଭେମ୍ବର ୧ରୁ ଗ୍ୟାସ ସିଲିଣ୍ଡର ଦାମ୍‌ ଜାରି କରାଯିବ, ଯେଉଁଥିରେ ବୃଦ୍ଧି ଅଥବା ହ୍ରାସ ସ୍ଥିତି ଦେଖାଯାଇପାରେ। ନଚେତ ଦାମ୍‌ ଅପରିବର୍ତ୍ତିତ ରହିପାରେ।

ଜିଏସ୍‌ଟି ସହ ଜଡ଼ିତ ପରିବର୍ତ୍ତନ:

୧୦୦ କୋଟି ଟଙ୍କା ଅଥବା ଏହାଠାରୁ ଅଧିକ ଟର୍ନଓଭର ଥିବା କମ୍ପାନୀଗୁଡ଼ିକୁ ୩୦ ଦିନ ମଧ୍ୟରେ ଇ-ଚାଲାଣ ପୋର୍ଟାଲରେ ଜିଏସ୍‌ଟି ଚାଲାଣ ଅପଲୋଡ଼ କରିବାକୁ ହେବ। ଏହି ନୂଆ ନିୟମ ପହିଲାରୁ ଲାଗୁ ହେବ।

ଲାପଟପ-ଟାବଲେଟ୍‌ ଆମଦାନୀ:

ଲାପଟପ-ଟାବଲେଟ୍‌ ଏବଂ ଅନ୍ୟ ଇଲେକ୍ଟୋନିକ୍‌ ଉତ୍ପାଦଗୁଡ଼ିକର ଆମଦାନୀର ନିୟମ ପରିବର୍ତ୍ତିତ ହେବାକୁ ଯାଉଛି। ଅଗଷ୍ଟ ୨୦୨୩ରେ ସରକାର ଲାପଟପ୍‌, ଟାବଲେଟ୍‌ ଏବଂ ବ୍ୟକ୍ତିଗତ କମ୍ପ୍ୟୁଟରର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଥିଲେ। ପରେ ଏହା ଉପରେ ସ୍ପଷ୍ଟୀକରଣ ଦେଇ ବ୍ୟାନ୍‌ ଲାଗୁ ନ ହେଲେ ବି ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ଆମଦାନୀ ଲାଗି କମ୍ପାନୀଗୁଡ଼ିକୁ ଲାଇସେନ୍ସ ଲାଗି ଆବେଦନ କରିବାକୁ ହେବ ବୋଲି କୁହାଯାଇଛି।

ଶେୟାରରେ ନେଣଦେଣ ଲାଗି କର:

ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ନଭେମ୍ବର ପହିଲାରୁ ନେଣଦେଣ କରକୁ ବଢ଼ାଇବାକୁ ଯାଉଛି।

କେଓ୍ବୋଇସି କରାଇବା ଜରୁରୀ: ଇନ୍‌ସୁରାନ୍ସ ରେଗୁଲେଟୋରୀ ଆଣ୍ଡ ଡେଭଲପମେଣ୍ଟ ଅଥରିଟି ଅଫ୍‌ ଇଣ୍ଡିଆ ସମସ୍ତ ବୀମାଧାରକଙ୍କ ଲାଗି କଓ୍ବୋଇସି କରାଇବାକୁ ଜରୁରୀ କରିଛନ୍ତି। ନଭେମ୍ବର ପହିଲାରୁ ଏହି ନିୟମ ଲାଗୁ ହେବ।

ବ୍ୟାଙ୍କ ବନ୍ଦ: ନଭେମ୍ବରରେ ଶନିବାର ଓ ରବିବାରକୁ ମିଶାଇ ମୋଟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ।

ବଜାରକୁ ଆସିଲାଣି ନକଲି ରସୁଣ

COASTAL NEWS ODIA 1322

ବଜାରକୁ ଆସିଲାଣି ନକଲି ରସୁଣ



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ରୋଷେଇ କରିବା ସମୟରେ ରସୁଣ ବ୍ୟବହାର କରିବା କେବଳ ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ନୁହେଁ, ବରଂ ଏହା ଖାଦ୍ୟର ସ୍ୱାଦକୁ ମଧ୍ୟ ବଢାଇଥାଏ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏବେ ବଜାରକୁ ଆସିଲାଣି ନକଲି ରସୁଣ। ବଜାରରେ ବିକ୍ରି ହେଉଥିବା ଏହି ନକଲି ରସୁଣ ଭାରତର ଅନେକ ଘରେ ନିୟମିତ ଖିଆଯାଏ, ଯାହା ବିଷୟରେ କେତେକ ଲୋକ ଏପର୍ଯ୍ୟନ୍ତ ଜାଣିନାହାନ୍ତି। ଏହି ଧଳା ରସୁଣକୁ ଚିହ୍ନିବା ଏତେ କଷ୍ଟକର ନୁହେଁ। ଏହି ରସୁଣ କିପରି ଉତ୍ପାଦିତ ହୁଏ ଯଦି ଆପଣ ଜାଣିବେ, ତେବେ ଆଶ୍ଚର୍ଯ୍ୟ ହୋଇଯିବେ। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ବ୍ୟକ୍ତି ଏହି ନକଲି ରସୁଣ କିପରି ତିଆରି ହୁଏ ସେ ବିଷୟରେ କହୁଛନ୍ତି, ଯାହାକୁ ଆପଣ କିଛି ନ ଭାବି ତୁରନ୍ତ କିଣି ନେଉଛନ୍ତି।

ଏହି ନକଲି ରସୁଣର ଚୋପା ଛଡ଼ାଇବା ବହୁତ ସହଜ। ଏହାର ସ୍ୱାଦ ପ୍ରକୃତ ରସୁଣ ପରି, ତେଣୁ ଫରକ ବାରିବା କଷ୍ଟକର ହୋଇପାରେ। ଭିଡିଓରେ ବ୍ୟକ୍ତି କହୁଛନ୍ତି ଯେ, ଏହି ନକଲି ରସୁଣ ଉତ୍ପାଦନ କରିବାର ପଦ୍ଧତି ଆପଣଙ୍କୁ ଚକିତ କରିଦେବ। ଭିଡିଓରେ ଦାବି କରାଯାଇଛି ଯେ, ଏହାକୁ ତେଲ ଏବଂ ଅନ୍ୟାନ୍ୟ ଧାତୁ ବ୍ୟବହାର କରି ଖୁବଶୀଘ୍ର ପ୍ରସ୍ତୁତ କରାଯାଉଛି। ଏହା ବ୍ୟତୀତ ଏହାକୁ କ୍ଲୋରିନ୍ ସହିତ ବ୍ଲିଚ୍ କରାଯାଏ, ଯାହାଫଳରେ ଏହା ଧଳା ରହିଥାଏ।

ନକଲି ଏବଂ ଅସଲି ରସୁଣ ଚିହ୍ନଟ କରିବାକୁ କେତେକ ପଦ୍ଧତି କୁହାଯାଇଛି। ସର୍ବପ୍ରଥମେ ଜାଣନ୍ତୁ ଯେ, ବଜାରରେ ଉପଲବ୍ଧ ନକଲି ରସୁଣ ବହୁତ ଧଳା ଦେଖାଯାଏ। ଆପଣ ଏଥିରେ କୌଣସି ପ୍ରକାରର ଚିହ୍ନ କିମ୍ବା ଦାଗ ଦେଖିବାକୁ ପାଇବେ ନାହିଁ। ଜାଣିବା ପାଇଁ ଆପଣଙ୍କୁ ରସୁଣକୁ ଓଲଟାଇବାକୁ ପଡିବ। ଯଦି ତଳ ଭାଗରେ କୌଣସି ଦାଗ ଦେଖାଯାଏ, ତାହେଲେ ଏହାର ଅର୍ଥ ଏହା ଅସଲି ରସୁଣ। ସେହିପରି ଯଦି ରସୁଣ ସମ୍ପୂର୍ଣ୍ଣ ଧଳା ଦେଖାଯାଏ, ତେବେ ଏହା ଚୀନର ନକଲି ରସୁଣ ହୋଇଥାଇପାରେ। ତେଣୁ ଭବିଷ୍ୟତରେ ରସୁଣ କିଣିବା ବେଳେ ସାବଧାନ ରୁହନ୍ତୁ।

କୋଟି କୋଟି ଟଙ୍କାର ନୋଟକୁ ନଷ୍ଟ କରିଦେଇଛି ପ୍ରାକୃତିକ ବିପର୍ଯ୍ୟୟ

COASTAL NEWS ODIA 1321

କୋଟି କୋଟି ଟଙ୍କାର ନୋଟକୁ ନଷ୍ଟ କରିଦେଇଛି ପ୍ରାକୃତିକ ବିପର୍ଯ୍ୟୟ


ମହାରାଷ୍ଟ୍ର - (CNO) ଭଞ୍ଜ ବିହାରୀ ମହାନ୍ତି - ବ୍ୟାଙ୍କ୍ ଟଙ୍କା ନଷ୍ଟ କରି ଦେଲା ବନ୍ୟା ଜଳ। ହଜାରେ କି ଦି ହଜାର ନୁହଁ କୋଟି କୋଟି ଟଙ୍କାର ନୋଟକୁ ନଷ୍ଟ କରିଦେଇଛି ପ୍ରାକୃତିକ ବିପର୍ଯ୍ୟୟ। ମହାରାଷ୍ଟ୍ର ନାଗପୁରରୁ ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଅତି କମରେ ୪୦୦ କୋଟି ଟଙ୍କା ମୂଲ୍ୟର ନୋଟ୍ ନଷ୍ଟ ହୋଇଯାଇଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। 

ସୂଚନା ଅନୁସାରେ, ସେପ୍ଟେମ୍ବର ୨୪ରେ ନାଗପୁରର ନାଗ ନଦୀରେ ବନ୍ୟା ଆସିଥିଲା। ଏକାଧିକ କୋଠାବାଡ଼ିକୁ ଜଳମଗ୍ନ କରିଦେଇଥିଲା ବନ୍ୟା ଜଳ। ଏଥିରେ ସୀତବୁଲଦି ଅଞ୍ଚଳରେ ଥିବା ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର(BoM) ଶାଖା ମଧ୍ୟ ପ୍ରଭାବିତ ହୋଇଥିଲା। ବ୍ୟାଙ୍କରେ ନୋଟ୍ ରହୁଥିବା କୋଠରୀକୁ ମାଡ଼ି ଯାଇଥିଲା ପାଣି। ଫଳରେ ନୋଟ୍ ରହିଥିବା ବାକ୍ସ ପାଣିରେ ବୁଡ଼ି ଯାଇଥିଲା।

ପୂରା ଗୋଟିଏ ଦିନ ପରେ ଜଳ ନିଷ୍କାସନ ହୋଇଥିଲା। କିନ୍ତୁ ନୋଟ୍ ଥିବା ବାକ୍ସଟି ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଥିଲା। ଏଥିରେ ଥିବା ଟଙ୍କାଗୁଡିକ୍ ଏକ ପ୍ରକାର ଖରାପ ହୋଇଯାଇଥିଲା। ଏନେଇ ବ୍ୟାଙ୍କ୍ ପକ୍ଷରୁ ଆରବିଆଇକୁ ସୂଚନା ଦିଆଯାଇଥିଲା। ଆରବିଆଇ ଟିମ୍ ବ୍ୟାଙ୍କରେ ପହଞ୍ଚି ନୋଟ୍‌ଗୁଡ଼ିକ ଯାଞ୍ଚ କରିଥିଲେ ଓ କ୍ଷତିଗ୍ରସ୍ତ ନୋଟକୁ ସଂଗ୍ରହ କରିଥିଲେ। ଆରବିଆଇର ଅଧିକାରୀମାନେ ଅତ୍ୟନ୍ତ ନଷ୍ଟ ହୋଇଯାଇଥିବା ନୋଟଗୁଡିକୁ ବାଦ୍ ଦେଇ ଅନ୍ୟ ନୋଟଗୁଡ଼ିକୁ ସାବଧାନତାର ସହ ଗଣିବା ସହ ସ୍କାନ୍ କରିଥିଲେ। 

ରିପୋର୍ଟ ଅନୁଯାୟୀ, ନୋଟଗୁଡ଼ିକୁ ବଦଳା ଯାଇଛି। ପ୍ରକୃତରେ କେତେ ଟଙ୍କାର ନୋଟ୍ ନଷ୍ଟ ହୋଇଛି ସେନେଇ ବ୍ୟାଙ୍କ୍ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ବିଶେଷ ସୂତ୍ର ଅନୁସାରେ ୪୦୦ କୋଟି ନୋଟ୍ ନଷ୍ଟ ହୋଇଥିବା କୁହାଯାଉଛି। ଜଣେ ଅଧିକାରୀ କହିଛନ୍ତି, 'ଛଅ ଦଶନ୍ଧି ମଧ୍ୟରେ ପ୍ରଥମ କରି ଏକ ବ୍ୟାଙ୍କ ବିଲ୍ଡିଂ ଜଳମଗ୍ନ ହୋଇଛି।'
୧୯୬୭ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବସନ୍ତରାଓ ନାଏକ ଏହି ବ୍ୟାଙ୍କର ଉଦଘାଟନ କରିଥିଲେ। 

ସ୍ତ୍ରୀ ଶାରୀରିକ ସମ୍ପର୍କ ପାଇଁ ମନା କରିବା ମାମଲାରେ ଛାଡପତ୍ର ହୋଇପାରିବ ନାହିଁ: ହାଇକୋର୍ଟ

COASTAL NEWS ODIA 1320

ସ୍ତ୍ରୀ ଶାରୀରିକ ସମ୍ପର୍କ ପାଇଁ ମନା କରିବା ମାମଲାରେ ଛାଡପତ୍ର ହୋଇପାରିବ ନାହିଁ: ହାଇକୋର୍ଟ 


 
  
ନୂଆଦିଲ୍ଲୀ,୩୧।୧୦: (CNO) ଭଞ୍ଜ ବିହାରୀ ମହାନ୍ତି - କରୋନା ଅବଧି ପରଠାରୁ ଦେଶରେ ଛାଡପତ୍ର ଏବଂ ଘରୋଇ ହିଂସା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପ୍ରତିଦିନ ଏଭଳି ମାମଲା ଦେଶର ବିଭିନ୍ନ କୋର୍ଟରେ ପଞ୍ଜୀକୃତ ହେଉଛି। ଏକ ଛାଡପତ୍ର ମାମଲାରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରି ଛାଡପତ୍ର ଦେବାକୁ ମନା କରିଦେଇଛନ୍ତି। ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଛନ୍ତି ବିବାହିତ ଦମ୍ପତିଙ୍କ ମଧ୍ୟରେ ଅସନ୍ତୋଷ, ସାମାନ୍ୟ ମତଭେଦ ଏବଂ ବିଶ୍ୱାସର ଅଭାବକୁ କ୍ରୂରତା କୁହାଯାଇ ପାରିବ ନାହିଁ।
ମାନସିକ ନିର୍ଯାତନା କାରଣରୁ ସ୍ବାମୀ ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣି କହିଥିଲେ ସେ ଶାଶୁ ଘରେ ରହିବାକୁ ଆଗ୍ରହୀ ନୁହଁନ୍ତି। ସ୍ତ୍ରୀ ଚାହୁଁଛନ୍ତି ଘର ଜ୍ୱାଇଁ ହୋଇ ରହିବାକୁ। ହିନ୍ଦୁ ରୀତିନୀତି ଅନୁଯାୟୀ ଦୁହେଁ ୧୯୯୬ ରେ ବିବାହ କରିଥିଲେ ଏବଂ ୧୯୯୮ ରେ ଏହି ଦମ୍ପତିଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥଥିଲେ। ଘର ଆଶାନ୍ତି ସୃଷ୍ଟି କରିବା ସହ ସ୍ତ୍ରୀ ସ୍ବାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିବା ସ୍ବାମୀଙ୍କ ପକ୍ଷରୁ ଅଭିଯୋଗ ଅଣାଯାଇଥିଲା।
ଆବେଦନର ଶୁଣାଣି କରି ଜଷ୍ଟିସ ସଞ୍ଜୀବ ସଚ୍ଚଦେବ ଏବଂ ମନୋଜ ଜେନାଙ୍କ ଏକ ବେଞ୍ଚ କହିଛନ୍ତି ଯୌନ ସମ୍ପର୍କକୁ ମନା କରିବା ମାନସିକ କ୍ରୁରତାର ଏକ ରୂପ ଭାବରେ ବିବେଚନା କରାଯାଇପାରେ, ଯେତେବେଳେ ଏହା ସ୍ଥିର, ସୁଚିନ୍ତିତ ଏବଂ ବହୁ ସମୟ ଧରି ରହିଥାଏ। ବେଞ୍ଚ କହିଛନ୍ତି , ଏପରି ସମ୍ବେଦନଶୀଳ ତଥା ସୂକ୍ଷ୍ମ ସମସ୍ୟାର ମୁକାବିଲା ପାଇଁ କୋର୍ଟ ଅତ୍ୟଧିକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଦାମ୍ପତ୍ୟ ଜୀବନରେ ସାଧାରଣ ଭାବେ ଶାରୀରିକ ସମ୍ପର୍କ ପାଇଁ ସ୍ତ୍ରୀ ମନା କରିବା ମାମଲାରେ ଛାଡପତ୍ର ହୋଇପାରିବ ନାହିଁ।
ହାଇକୋର୍ଟ କହିଛନ୍ତି ଏହି ଅଭିଯୋଗ କେବଳ ଅସ୍ପଷ୍ଟ ବିବୃତ୍ତି ଆଧାରରେ ପ୍ରମାଣିତ ହୋଇପାରିବ ନାହିଁ, ବିଶେଷ କରି ଯେତେବେଳେ ବିବାହ ଠିକ ଭାବରେ ପାଳନ କରାଯାଇଥିଲା। ବେଞ୍ଚ କହିଛନ୍ତି ସ୍ବାମୀ ତାଙ୍କ ଉପରେ ହୋଇଥିବା କୌଣସି ମାନସିକ କ୍ରୁରତାକୁ ପ୍ରମାଣ କରିବାରେ ବିଫଳ ହୋଇଛନ୍ତି ଏବଂ ବର୍ତ୍ତମାନର ମାମଲାକୁ କେବଳ ବୈବାହିକ ବନ୍ଧନରେ ସାଧାରଣ ମତଭେଦ ଭାବେ ପରିଗଣିତ କରାଯାଇଛି। ବେଞ୍ଚ କହିଛନ୍ତି, କୌଣସି ସକାରାତ୍ମକ ସୂଚନା ନାହିଁ ସ୍ତ୍ରୀଙ୍କ ଆଚରଣ ଏପରି ଥିଲା ଯାହାଦ୍ୱାରା ସ୍‌ସ୍ବାମୀ ତାଙ୍କ ସହ ରହିବା ସମ୍ଭବ ନୁହେଁ। ସାମାନ୍ୟ କ୍ରୋଧ ଏବଂ ବିଶ୍ୱାସର ଅଭାବକୁ ମାନସିକ କ୍ରୁରତା ଭାବେ ଗ୍ରହଣ କରାଯିବ ନାହିଁ। ଏହା ସହିତ କୋର୍ଟ ସ୍ବାମୀଙ୍କ ଛାଡପତ୍ର ଆବେଦନକୁ ଖାରଜ କରିଛନ୍ତି।

ମେଟା ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ବ୍ୟବହାରକାରୀଙ୍କ ପାଇଁ ଏକ ବିଜ୍ଞାପନମୁକ୍ତ ପେଡ୍ ସବସ୍କ୍ରିପସନ୍ ଯୋଜନା ପ୍ରବର୍ତ୍ତନ କରିଛି

COASTAL NEWS ODIA 1319

ମେଟା ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ବ୍ୟବହାରକାରୀଙ୍କ ପାଇଁ ଏକ ବିଜ୍ଞାପନମୁକ୍ତ ପେଡ୍ ସବସ୍କ୍ରିପସନ୍ ଯୋଜନା ପ୍ରବର୍ତ୍ତନ କରିଛି 



ନୂଆଦିଲ୍ଲୀ - (CNO) ଭଞ୍ଜ ବିହାରୀ ମହାନ୍ତି - ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ବ୍ୟବହାରକାରୀଙ୍କ ପାଇଁ ଏକ ବିଜ୍ଞାପନମୁକ୍ତ ପେଡ୍ ସବସ୍କ୍ରିପସନ୍ ଯୋଜନା ପ୍ରବର୍ତ୍ତନ କରିଛି ମେଟା କମ୍ପାନୀ । ୟୁରୋପୀୟ ୟୁନିଅନର ଚାପରେ ଏହି ପଦକ୍ଷେପ ନିଆଯାଇଛି । ତେଣୁ ଏହି ବିକଳ୍ପ ବର୍ତ୍ତମାନ କେବଳ ୟୁରୋପୀୟ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ ।
ମେଟା କିଛି ଉପଭୋକ୍ତାଙ୍କୁ ଏକ ବଡ଼ ଝଟକା ଦେଇଛି । ମେଟା ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ବ୍ୟବହାରକାରୀଙ୍କ ପାଇଁ ଏକ ବିଜ୍ଞାପନମୁକ୍ତ ପେଡ୍ ସବସ୍କ୍ରିପସନ୍ ଯୋଜନା ପ୍ରବର୍ତ୍ତନ କରିଛି । ଦୀର୍ଘ ସମୟ ଧରି କଳ୍ପନା ଜଳ୍ପନା ଚାଲିଥିଲା କି ଯେ ମାର୍କ ଜୁକରବର୍ଗ ଫେସବୁକ ଚଳାଇବା ପାଇଁ କିଛି ଦେୟ ନେଇପାରନ୍ତି ।  ବର୍ତ୍ତମାନ କମ୍ପାନୀ ଏହିପରି ପଦକ୍ଷେପ ନେବାକୁ ଯାଉଛି । ମେଟା ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପାଇଁ ସେବା ଦେବାକୁ ସଦସ୍ୟତା ସବସ୍କ୍ରିପସନ୍  ଘୋଷଣା କରିଛି । ୟୁରୋପୀୟ ୟୁନିଅନର ଚାପ ପରେ ଏହି ପଦକ୍ଷେପ ନିଆଯାଇଛି । ତେଣୁ ବର୍ତ୍ତମାନ ଏହି ବିକଳ୍ପ କେବଳ ୟୁରୋପୀୟ ବ୍ୟବହାରକାରୀଙ୍କ ପାଇଁ ଲାଗୁ  ହେବ ।
ଏହାର ମୂଲ୍ୟ କେତେ ହେବ ?
ଏହି ଯୋଜନାଗୁଡିକର ମୂଲ୍ୟ ୱେବ୍ ପାଇଁ ମାସକୁ ୯.୯୯ ୟୁରୋ (ପ୍ରାୟ ୮୮୫ ଟଙ୍କା) ଏବଂ ସ୍ମାର୍ଟଫୋନ୍ (ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍) ପାଇଁ ମାସକୁ ୧୨.୯୯ ୟୁରୋ (ପ୍ରାୟ ୧୧୪୫ ଟଙ୍କା) ହେବ ।  ୟୁରୋପରେ ୧୮ ବର୍ଷରୁ ଅଧିକ ବୟସର ଉପଭୋକ୍ତାଙ୍କ ପାଇଁ ଏହି ବିଜ୍ଞାପନମୁକ୍ତ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଯୋଜନା ଉପଲବ୍ଧ କରିବ ବୋଲି ମେଟା ଘୋଷଣା କରିଛି । ଏହି ଯୋଜନାଗୁଡିକ ସ୍ୱିଜରଲ୍ୟାଣ୍ଡ, ୟୁରୋପୀୟ ୟୁନିଅନ୍ ଏବଂ ୟୁରୋପୀୟ ଅର୍ଥନୈତିକ କ୍ଷେତ୍ରରେ ଉପଲବ୍ଧ ହେବ ।
ଭାରତୀୟମାନଙ୍କ ପାଇଁ କ’ଣ? 
ଏହା ଭାରତର ଉପଭୋକ୍ତାମାନଙ୍କୁ ସେମାନଙ୍କର ଫେସବୁକ ଓ ଇନଷ୍ଟାଗ୍ରାମ ଫିଡରେ ବିଜ୍ଞାପନ ପ୍ରଦାନ ଜାରି ରଖିବ ।  କିନ୍ତୁ ଯଦି ଏହି ସବସ୍କ୍ରିପସନ୍ ଯୋଜନାଗୁଡିକ EU ରେ ଲୋକପ୍ରିୟ ହୁଏ ତେବେ ଏହା ସମ୍ଭବ ଯେ ମେଟା ମଧ୍ୟ ଏହି ସେବାକୁ ଭାରତରେ ଲାଗୁ କରାଇପାରେ ।

ପୁଣି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ! ୨୦୦ ନୁହେଁ ଏଥର ୪୦୦ କୋଟି ଦାବି

COASTAL NEWS ODIA 1318

ପୁଣି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ! ୨୦୦ ନୁହେଁ ଏଥର ୪୦୦ କୋଟି ଦାବି




ମୁମ୍ବଇ : (CNO) ଭଞ୍ଜ ବିହାରୀ ମହାନ୍ତି - ବିଶିଷ୍ଟ ଉଦ୍ୟୋଗପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ପୁଣି ଥରେ ମଙ୍ଗଳବାର ହତ୍ୟା ଧମକ ଦିଆଯାଇଛି। ପୂର୍ବରୁ ଅକ୍ଟୋବର ୨୭ରେ ୨ଟି ଇମେଲ ପଠାଇବା ସହ ୨୦୦ କୋଟି ଟଙ୍କା ଦାବି କରାଯାଇଥିଲା। ୩ୟ ଇମେଲରେ ଅର୍ଥାତ୍‌‌ ଆଜି ଆସିଥିବା ଇମେଲରେ ୪୦୦ କୋଟି ଟଙ୍କା ଦାବି କରାଯାଇଛି। ଏହି ଧମକପୂର୍ଣ୍ଣ ଇମେଲ ଆସିଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି।

ଏହି ବିପଦର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୁମ୍ବଇ ପୁଲିସ ସୋମବାର ଦିନ ଦକ୍ଷିଣ ମୁମ୍ବଇରେ ଅମ୍ବାନୀଙ୍କ ବାସଭବନ ଏଣ୍ଟିଲିଆରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ସହ ବୃଦ୍ଧି କରିଛି।

ସୂଚନାନୁଯାୟୀ, ପୂର୍ବରୁ ୨୦ କୋଟି ଟଙ୍କା ଦାବି କରାଯାଇଥିଲା। ପୁଲିସ କହିବାନୁଯାୟୀ, ୨୦ କୋଟି ଟଙ୍କା ନଦେଲେ ଗୁଳି ଚଳାଇବା ନେଇ ଇମେଲରେ ଧମକ ଦିଆଯାଇଛି। ମୁମ୍ବଇର ଗାମଦେବୀ ପୁଲିସ ଷ୍ଟେସନରେ ଆଇପିସିର ଧାରା ୩୮୭ ଏବଂ ୫୦୬ (୨) ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।

ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟଙ୍କ ସମନ ସତ୍ତ୍ୱେ ଆଜି ହାଜର ହେଲେନି ବିଧାୟକ ପ୍ରତାପ ଜେନା

COASTAL NEWS ODIA 1317

ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟଙ୍କ ସମନ ସତ୍ତ୍ୱେ ଆଜି ହାଜର ହେଲେନି ବିଧାୟକ ପ୍ରତାପ ଜେନା



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟଙ୍କ ସମନ ସତ୍ତ୍ୱେ ଆଜି ହାଜର ହେଲେନି ବିଧାୟକ ପ୍ରତାପ ଜେନା। ଅସୁସ୍ଥତା ହେତୁ ହାଜର ହୋଇ ପାରୁ ନ ଥିବା ବେଳେ ବ୍ୟକ୍ତିଗତ ହାଜର ହେବାରୁ ବି ବାଦ୍‌ ଦେବାକୁ ସେ କୋର୍ଟଙ୍କ ନିକଟରେ ଗୁହାରି କରିଛନ୍ତି। ମାତ୍ର ଏହାକୁ କାଉଣ୍ଟର କରି ଅପରପକ୍ଷ ପ୍ରତାପ ଜେନାଙ୍କ ଏହି ଆବେଦନକୁ ଖାରଜ କରିବାକୁ ଆବେଦନ କରିଛନ୍ତି। ଆଜି ଅପରାହ୍ନ ୨ଟାରେ ସାଲେପୁର ଜେଏମଏଫସିରେ ଏହି ମାମଲାର ଶୁଣାଣି ହେବାକୁ ଥିବା ବେଳେ ପରବର୍ତ୍ତୀ ନିର୍ଦ୍ଦେଶନାମା କ’ଣ ଜାରି କରାଯିବ ତାହା ଉପରେ ସମସ୍ତଙ୍କ ନଜର।
ବ୍ୟକ୍ତିଗତ ଭାବେ ଆଜି ହାଜର ହେବାକୁ ବିଧାୟକ ପ୍ରତାପ ଜେନାଙ୍କୁ ସାଲେପୁର ଜେଏମଏଫସିଙ୍କ ନୋଟିସ ସତ୍ତ୍ୱେ ସେ ଆଜି ହାଜର ହୋଇ ନ ଥିଲେ।ମାତ୍ର ଆଇପିସି ୨୦୫ ଧାରାରେ ବ୍ୟକ୍ତିଗତ ହାଜିରାକୁ ବାଦ ଦେବାକୁ ନିଜ ଓକିଲଙ୍କ ଜରିଆରେ ସେ ଆବେଦନ କରିଛନ୍ତି।  
ନିଜ ଅସୁସ୍ଥତା ନେଇ କ୍ୟାପିଟାଲ ହସ୍ପିଟାଲର ସାଟିଫିକେଟ ଦେଇଛନ୍ତି। ଯେଉଁଥିରେ ଅସୁସ୍ଥତା ହେତୁ ଓକିଲଙ୍କ ଜରିଆରେ ହାଜର ହେବାକୁ କୋର୍ଟଙ୍କ ନିକଟରେ ଆବେଦନ କରିଛନ୍ତି। ଆଇପିସି ୨୦୫ ଧାରାରେ ବ୍ୟକ୍ତିଗତ ହାଜିରାରୁ ବାଦ ଦେବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି। ତାଙ୍କ ସ୍ଥାନରେ ଓକିଲଙ୍କ ଜରିଆରେ ମାମଲା ପରିଚାଳନା କରିବାକୁ ବି ସେ ଗୁହାରି କରିଛନ୍ତି।
 ଅପରପକ୍ଷେ, କୁଳମଣି ବରାଳଙ୍କ ପୁଅ ଆଇପିସି ଧାରା ୨୦୫କୁ ଖାରଜ କରିବାକୁ ଆବେଦନ କରିଛନ୍ତି। ସେ କହିଛନ୍ତି, ଏହି ହତ୍ୟା ମାମଲାରେ ଅନ୍ୟ ଅଭିଯୁକ୍ତମାନେ ଜେଲ୍‌ରେ ଅଛନ୍ତି। ପ୍ରତାପ ଜେନା ବି ଏହି ମାମଲାର ଜଣେ ଅଭିଯୁକ୍ତ ହୋଇଥିବାରୁ ତାଙ୍କୁ ବି ପ୍ରତ୍ୟେକ ଶୁଣାଣିରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ସେ କୋର୍ଟଙ୍କୁ ଜଣାଇଛନ୍ତି।
ଏହା ବ୍ୟତୀତ ସେ ଆଉ ଏକ ଆବେଦନରେ ମୂଳ ମାମଲାରେ ହୋଇଥିବା ଜିଆର କେସ୍‌ ନଂରେ ପ୍ରତାପ ଜେନାଙ୍କ ମାମଲାକୁ ଯୋଡ଼ିବାକୁ ବି ଆବେଦନ କରିଛନ୍ତି।
ସୂଚନାଯୋଗ୍ୟ, ୨୦୨୧ ଜାନୁୟାରୀ ୨ରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ହତ୍ୟା ମାମଲାରେ ସମୁଦାୟ ୧୩ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ସେମାନଙ୍କ ମଧ୍ୟରେ ତତ୍‌କାଳୀନ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ମଧ୍ୟ ସାମିଲ ଥିଲା। ଉକ୍ତ ୧୩ ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ୯ ଜଣ ଏବେ ଜେଲ୍‌ ହାଜତରେ ଅଛନ୍ତି। ଆଉ ୩ ଜଣଙ୍କ ମଧ୍ୟରୁ ୨ ଜଣ ଫେରାର ଥିବା ବେଳେ ପ୍ରତାପ ଜେନା ବାହାରେ ବୁଲୁଛନ୍ତି।  
ସାଲେପୁର ଜେଏମଏଫସି କୋର୍ଟରେ ଆଜି ଏହି ସମସ୍ତ ଆବେଦନ ଉପରେ ଆଲୋଚନା ହେବ। ତେଣୁ ଆଗାମୀ ତାରିଖରେ ପ୍ରତାପ ଜେନା ହାଜର ହେବେ ନା ଏଥିରୁ ବାଦ ପଡ଼ିବେ ତାହା ଅପରାହ୍ନ ୨ଟାରେ ହେବାକୁ ଥିବା ଶୁଣାଣି ପରେ ସ୍ପଷ୍ଟ ହେବ ବୋଲି ଜଣାଯାଇଛି।

କୁଆଡୁ ଆସୁଛି ପୁଳା ପୁଳା ଗୋଲାପି ନୋଟ୍

COASTAL NEWS ODIA 1316

କୁଆଡୁ ଆସୁଛି ପୁଳା ପୁଳା ଗୋଲାପି ନୋଟ୍



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଦୁଇ ହଜାର ଟଙ୍କିଆ ନୋଟ୍‌ ବଦଳ ନିମନ୍ତେ ଆଜି RBI ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି ଅସମ୍ଭବ ଭିଡ଼ । ହାତରେ  ପୁଳା ପୁଳା ୨ ହଜାର ଟଙ୍କିଆ ନୋଟ୍ ଧରି ଖରାରେ ଘଣ୍ଟା ଘଣ୍ଟା ଛିଡ଼ା ହେବାକୁ ପଛାଉ ନାହାନ୍ତି ଲୋକ। କାରଣ ୧୦ ଟି ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ଦେଳେ ମିଳୁଛି ୩ ଶହ ଟଙ୍କା ମଜୁରି । ଟଙ୍କା ବଦଳ ପାଇଁ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇଥିବା କିଛି ଲୋକ ଏପରି ସୂଚନା ଦେଇଛନ୍ତି । ତେବେ ଏହା ପଛରେ କିଏ ଅଛି, କିଏ ସେମାନଙ୍କ ହାତରେ ଟଙ୍କା ଧରାଇ ଦେଇ ଖରାରେ ଛିଡ଼ା କରାଉଛି ସେ ନେଇ ପାଟି ଫିଟାଉ ନାହାନ୍ତି।  
ଏହି ଘଟଣାକୁ ନେଇ RBI ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ନିର୍ଦ୍ଦେଶକ କହିଛନ୍ତି, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁଯାୟୀ, ୨ ହଜାର ଟଙ୍କିଆ ନୋଟ ବଦଳ ଓ ଜମା ପାଇଁ ବ୍ୟବସ୍ଥା ଅଛି । ତେଣୁ ପ୍ରତିଦିନ ଏଠାକୁ ପାଖାପାଖି ୨ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ ଆସୁଛି । ସେଥିରୁ ପ୍ରାୟ ୯୫ ଭାଗ ବଦଳ ହେଉଛି ଓ ମାତ୍ର ୫% ଜମା ହେଉଛି । ଗତକାଲି ୨ହଜାର ଟଙ୍କିଆ ନୋଟ୍ ବଦଳ କରିବା ପାଇଁ ଲମ୍ବା ଲାଇନ୍ ଲାଗିଥିବା ବେଳେ ଆଜି ବି ସମାନ ଚିତ୍ର ଦେଖିବାକୁ ମିଳିଛି। 

ତେଣୁ ଏବେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଟଙ୍କା ବଦଳାଇବା ଅପେକ୍ଷା ତାହାକୁ ଡିପୋଜିଟ କରିବାକୁ ଆରବିଆଇ ପକ୍ଷରୁ ଲୋକଙ୍କୁ ଉପଦେଶ ଦିଆଯାଇଛି।ଏଥିନିମନ୍ତେ ଆରବିଆଇ ବାହାରେ ଏକ ବକ୍ସ ରଖାଯାଇଛି। ତା’ ଭିତରେ ନିଜ ଡକ୍ୟୁମେଣ୍ଟ, ଆକାଉଣ୍ଟ ନମ୍ବର ସହ ଏକ ଲଫାପାରେ ଟଙ୍କା ବନ୍ଦ କରି ଉକ୍ତ ବାକ୍ସରେ ପକାଇବାକୁ ଲୋକଙ୍କୁ କୁହାଯାଉଛି। ଏହାପରେ ତାକୁ ବାକ୍ସ ଭିତରେ ରଖିଲେ ଆରବିଆଇ ଅଧିକାରୀ ଉକ୍ତ ଲଫପା ନେଇଯିବେ । ଉକ୍ତ ଟଙ୍କା ସମ୍ପୃକ୍ତ ଲୋକଙ୍କ ଆକାଉଣ୍ଟକୁ ଚାଲି ଯାଉଛି। ଏଥିନିମନ୍ତେ ସଚେତନତା ସୃଷ୍ଟି କରାଯିବା ନିମନ୍ତେ ଆରବିଆଇ ପକ୍ଷରୁ ଗୁରୁତ୍ୱାରୋପ କରାଯାଉଛି।

ତେଣୁ ଖରାରେ ଘଣ୍ଟା ଘଣ୍ଟା ଛିଡ଼ା ନ ହୋଇ ଟଙ୍କା ଡିପୋଜିଟ କରିବାକୁ ଆରବିଆଇ ପକ୍ଷରୁ ଲୋକଙ୍କୁ କୁହାଯାଉଛି। ମାତ୍ର ଲୋକେ କାହା ଉପଦେଶ ଶୁଣିବା ପରିସ୍ଥିତିରେ ଥିବା ପରି ଲାଗୁ ନାହାନ୍ତି। ଟଙ୍କା ବଦଳ କରିଦେଲେ ନିଜର ପ୍ରାପ୍ୟ କିଛି ପାଇବାକୁ ସେମାନେ ଖରାରେ ଛିଡ଼ା ହେବାକୁ ପଛାଉ ନାହାନ୍ତି। 

ପୂର୍ବରୁ ଆରବିଆଇ ପକ୍ଷରୁ ଆସିଥିବା ଗାଇଡଲାଇନ୍‌ରେ କୁହାଯାଇଥିଲା, ମେ’ ୨୩ରୁ ସେପ୍ଟେମ୍ବର ୩୦ ଯାଏ ଏହି ନୋଟ ବଦଳି ପ୍ରକ୍ରିୟା ଚାଲୁ ରହିବ। ଏହାପରେ ଏହି ସମୟସୀମାକୁ ଅକ୍ଟୋବାର ମାସ ଶେଷ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଥିଲା। 

ଆରବିଆଇ ନିୟମ ଅନୁଯାୟୀ  ଜଣେ ବ୍ୟକ୍ତି ସର୍ବାଧିକ ୨୦ ହଜାର ଟଙ୍କାର ୨ ହଜାର ଟଙ୍କିଆ ନୋଟ ଗୋଟିଏ ଥରରେ ବଦଳି କରିପାରିବେ। କିନ୍ତୁ ସେ ନିଜ ଆକାଉଣ୍ଟରେ ଚାହିଁଲେ ଇଚ୍ଛା ମୁତାବକ ୨ ହଜାର ଟଙ୍କିଆ ଜମା କରିପାରିବେ।

ଏଥିସହ ଗୋଟିଏ ନିର୍ଦ୍ଦିଷ୍ଟ ଫର୍ମରେ ବ୍ୟାଙ୍କଗୁଡ଼ିକ ଦୈନକ ଜମା ହେଉଥବା ଓ ବଦଳ କରାଯାଉଥିବା ୨ ହଜାର ଟଙ୍କିଆ ନୋଟର ତଥ୍ୟ ଲେଖି ରଖିବେ। ଅର୍ଥାତ କିଏ କେତେ ଟଙ୍କା ବଦଳ କଲେ ଓ କିଏ କେତେ ଟଙ୍କା ଜମା କରିଛନ୍ତି, ତା’ର ତଥ୍ୟ ରେକର୍ଡ କରାଯିବ। ଆବଶ୍ୟକ ସମୟରେ ବ୍ୟାଙ୍କଗୁଡ଼ିକ ଏହି ତଥ୍ୟ ଆରବିଆଇକୁ ଦେବେ। ତେଣୁ ସମସ୍ତ ଟଙ୍କା ବଦଳର ରେକର୍ଡ ରଖିବାକୁ ଆରବିଆଇ ସବୁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରିଥିଲେ।

ତେବେ ଏବେ ଲୋକଙ୍କୁ ଛିଡ଼ା କରାଇ ପୁଳା ପୁଳା ୨ ହଜାର ଟଙ୍କା ବଦଳ କରାଗଲେ ଏହା ପଛରେ କଳା ଧନକୁ ଧଳାରେ ପରିବର୍ତ୍ତନ କରାଯାଉଥିବା ଆଶଙ୍କା କରାଯାଉଛି। ତେବେ ଏହା ଉପରେ କିପରି ଅଙ୍କୁଶ ଲଗାଯିବ ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

ରାଜ୍ୟ ସରକାରଙ୍କ ତୀର୍ଥ ଯାତ୍ରା ଯୋଜନା, ସ୍ୱତନ୍ତ୍ର ଟ୍ରେନରେ ବ୍ରହ୍ମପୁରରୁ କନ୍ୟାକୁମାରୀ ଯିବେ ୯୭୦ ତୀର୍ଥଯାତ୍ରୀ

COASTAL NEWS ODIA 1315

ରାଜ୍ୟ ସରକାରଙ୍କ ତୀର୍ଥ ଯାତ୍ରା ଯୋଜନା, ସ୍ୱତନ୍ତ୍ର ଟ୍ରେନରେ ବ୍ରହ୍ମପୁରରୁ କନ୍ୟାକୁମାରୀ ଯିବେ ୯୭୦ ତୀର୍ଥଯାତ୍ରୀ



ବ୍ରହ୍ମପୁର : (CNO) ଭଞ୍ଜ ବିହାରୀ ମହାନ୍ତି - ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା । ଓଡିଶା ସରକାରଙ୍କ ତୀର୍ଥ ଯାତ୍ରା ଯୋଜନାରେ ଆଜି ବ୍ରହ୍ମପୁରରୁ ଟ୍ରେନ ଯୋଗେ ବାହାରିବେ ୯୭୦ ତୀର୍ଥଯାତ୍ରୀ । ୨୦୨୩-୨୦୨୪ ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ସକାଳ ୧୧.୩୦ ସମୟରେ ଭିସି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାକୁ ବ୍ରହ୍ମପୁର ରେଳ ଷ୍ଟେସନରୁ ଶୁଭାରମ୍ଭ କରିଛନ୍ତି ।

ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ର ୯୭୦ ତୀର୍ଥଯାତ୍ରୀ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ କନ୍ୟାକୁମାରୀ ଅଭିମୁଖେ ବାହାରିବେ। ଏଥିପାଇଁ ପ୍ରଶାସନିକ ଅଧିକାରୀ ଓ ରେଳ ଅଧିକାରୀ ମିଳିତ ଭାବେ ପ୍ରସ୍ତୁତିର ତଦାରଖ କରୁଛନ୍ତି । ଏହି ଯାତ୍ରା ୩୧.୧୦.୨୦୨୩ ଠାରୁ ଆରମ୍ଭ ହେବ ଏବଂ ୦୫.୧୧.୨୦୨୩ ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛି ।
 

ଶିମିଳିପାଳ ପୋଲିସର ସର୍ଚ୍ଚ ଅପରେସନ୍ ବେଳେ ଜବତ ହୋଇଛି ୭୧ଟି ଦେଶୀ ବନ୍ଧୁକ

COASTAL NEWS ODIA 1314

ଶିମିଳିପାଳ ପୋଲିସର ସର୍ଚ୍ଚ ଅପରେସନ୍ ବେଳେ ଜବତ ହୋଇଛି ୭୧ଟି ଦେଶୀ ବନ୍ଧୁକ 



ଶିମିଳିପାଳ - (CNO) ଭଞ୍ଜ ବିହାରୀ ମହାନ୍ତି - ଶିମିଳିପାଳ ଅଭୟାରଣ୍ୟ ନିକଟବର୍ତୀ ଅଂଚଳରୁ ପୁଣି ଜବତ ହେଲା ଦେଶୀ ବନ୍ଧୁକ । ଶିମିଳିପାଳ ପୋଲିସର ସର୍ଚ୍ଚ ଅପରେସନ୍ ବେଳେ ୭୧ଟି ଦେଶୀ ବନ୍ଧୁକ ଜବତ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନ୍ ଜାରି ରହିଥିବାବେଳେ ଏତେ ପରିମାଣର ବନ୍ଧୁକ ଜବତ ହୋଇଥିବା ସୂଚନା ଦେଇଛି ଶିମିଳିପାଳ ପୋଲିସ ।

ଶିମିଳିପାଳ ସଂଲଗ୍ନ ୯ଟି ଥାନା ଅଧିନରେ ଥିବା ଗାଁ ଗୁଡିକରେ ସର୍ଚ୍ଚ ଅପରେସନ୍ କରି ୭୧ଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ପ୍ରଦାନ କରାଯିବ । 

ଶିକାରୀ ଆକ୍ରମଣରେ ୨ ବନ କର୍ମଚାରୀ ସହିଦ ହେବା ପରେ ଆକ୍ସନ୍ ମୋଡରେ ଆସି ଯାଇଛି ଶିମିଳିପାଳ ପୋଲିସ । ଜୁନ୍ ୧୮ ତାରିଖରୁ ଅଭୟାରଣ୍ୟକୁ ଶିକାର ଓ ଶିକାରୀ ମୁକ୍ତ କରିବା ପାଇଁ ଚାଲିଛି ତଲାସୀ ଅଭିଯାନ । ୪ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ଥାନା କର୍ମଚାରୀ ଏହି ସର୍ଚ୍ଚ ଅପରେସନରେ ସାମିଲ ହୋଇଥିଲେ । ଏହି ସମୟ ଭିତରେ ୪୦ଟି ମାମଲା ରୁଜୁ ହେବା ସହ ବର୍ତମାନ ସୁଦ୍ଧା ୧୬୫ଟି ବନ୍ଧୁକ, ଗୁଳି ଜବତ ହୋଇଛି । 

ଗୋଟିଏ ବନ୍ଧୁକ ତିଆରି କାରଖାନାକୁ ସିଜ୍ କରିଛି ପୋଲିସ  । ଏହାସହ ବଜ୍ରକାପ୍ତା ଛାଲ, ନଗଦ ୨ଲକ୍ଷ ୯୫ ହଜାର ଟଙ୍କା, ମୋବାଇଲ ଫୋନ୍, ବନ୍ୟପ୍ରାଣୀ ମୃତଦେହ, ମାଂସ ଆଦି ଜବତ କରାଯାଇଛି । ୨୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ ମଧ୍ୟ କରାଯାଇଛି ।

ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ

COASTAL NEWS ODIA 1313

ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ରଘୁବର ଦାସ। ହାଇକୋର୍ଟର ମୁଖ୍ୟ ବିଚାରପତି ରାଜଭବନରେ ତାଙ୍କୁ ଶପଥ ପାଠ କରାଇଛନ୍ତି। ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟ ନାୟକ, ନେତା, ମନ୍ତ୍ରୀ ଓ ରାଜ୍ୟପାଳଙ୍କର ବନ୍ଧୁ ଓ ପରିବାର ବର୍ଗ ଉପସ୍ଥିତ ଥିଲେ।

ରାଜ୍ୟପାଳ ଭାବେ ଶପଥ ନେବା ପୂର୍ବରୁ ଆଜି ସକାଳେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ ରାଜ୍ୟପାଳ ରଘୁବର ଦାସ।  ରାଜ୍ୟପାଳ ଲିଙ୍ଗରାଜଙ୍କ ସମେତ ଗଣେଶ ମନ୍ଦିର, ପାର୍ବତୀ ମନ୍ଦିର, ଭୁବନେଶ୍ୱରୀ ମନ୍ଦିର ଓ ନନ୍ଦୀଙ୍କ ଦର୍ଶନ କରିଥିଲେ। 

ଗତକାଲି ଟ୍ରେନ ଯୋଗେ ଓଡ଼ିଶା ପହଞ୍ଚିବା ପରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଉଙ୍କ ଦର୍ଶନ କରିଥିଲେ ରାଜ୍ୟପାଳ। ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ରାଜ୍ୟପାଳଙ୍କର ୮୦ଜଣ ବନ୍ଧୁ ଓ ପରିବାର ବର୍ଗ ତାଙ୍କ ସହ ଓଡ଼ିଶା ଆସିଥିଲେ।

ଜାମସେଦପୁର ଟାଟା କମ୍ପାନିରେ ଚାକିରି କରିଥିବା ରଘୁବର। ୧୯୭୭ରେ ପ୍ରଥେମ ଜନତା ଦଳ ଓ ପରେ ୧୯୮୦ରେ ବିଜେପିରେ ଯୋଗ ଦେଇଥିଲେ। ୫ଥର ବିଧାୟକ ହେବା ସହ ଉପ ମୁଖ୍ୟମନ୍ତ୍ରୀ ପରେ ୨୦୧୪ରୁ ୧୯ ଯାଏ ସେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି ସୁପ୍ରିମକୋର୍ଟ

COASTAL NEWS ODIA 1312

ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି ସୁପ୍ରିମକୋର୍ଟ 



ନୂଆଦିଲ୍ଲୀ : (CNO) ଭଞ୍ଜ ବିହାରୀ ମହାନ୍ତି - ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲାରେ ଗିରଫ ହୋଇଥିବା ଆପ୍ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ସୋମବାର ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ବିଚାରପତି ସଞ୍ଜୀବ ଖାନ୍ନା ଓ ଏସଭିଏନ୍ ଭଟ୍ଟିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ କହିଛନ୍ତି ଯେ ଅବକାରୀ ନୀତି ଅନିୟମିତତା ପଛରେ ଅର୍ଥ କାରବାର ହୋଇଥିବା ନେଇ ଆପାତତଃ ପ୍ରମାଣ ମିଳିଛି। 

ମାମଲାର ସ୍ଥିତି ଆଧାରରୁ ଜଣାପଡୁଛି ଯେ ଏହି ନୀତି ପ୍ରଣୟନ ପାଇଁ ୩୩୮ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଛି। ତେଣୁ ଏହାର ତଦନ୍ତ ଅଗ୍ରଗତି ହେବା ପରେ ସିସୋଦିଆ ପରବର୍ତ୍ତୀ ସମୟରେ ଜାମିନ ପାଇଁ ଆବେଦନ କରିପାରିବେ। ମାମଲାର ବର୍ତ୍ତମାନ ତଦନ୍ତ ସ୍ଥିତି ଅନୁଯାୟୀ ଜାମିନ ପ୍ରଦାନ କରାଯାଇପାରିବ ନାହିଁ। ପରବର୍ତ୍ତୀ ସମୟରେ ସିସୋଦିଆ ଜାମିନ ଆବେଦନ କରିଲେ ଏହା ଉପରେ ବିଚାର କରାଯିବ।
ଅନ୍ୟପଟେ ଏହି ଅନିୟମିତତା ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜେରା ପାଇଁ ସମନ ଜାରି କରିଛି। ସମନରେ କେଜରିୱାଲଙ୍କୁ ନଭେମ୍ବର ୨ ରେ ହାଜର ହେବାକୁ କୁହାଯାଇଛି। ଏହି ମାମଲାରେ ପୂର୍ବରୁ ସିବିଆଇ କେଜରିୱାଲଙ୍କୁ ଜେରା କରିଥିଲା। 

ସିସୋଦିଆଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ଆପ୍ ନେତ୍ରୀ ଅତିଶି ଅସନ୍ତୋ​‌ଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ​‌େ​ଯ ଦଳ ସୁପ୍ରିମକୋର୍ଟଙ୍କୁ ସମ୍ମାନ କରେ। ମାତ୍ର ସିସୋଦିଆଙ୍କ ଜାମିନକୁ ଅଗ୍ରାହ୍ୟ କରି ଯେଉଁ ରାୟ ଦିଆଯାଇଛି ଦଳ ତାକୁ ଗ୍ରହଣ କରିପାରୁ ନାହିଁ। ସୁପ୍ରିମକୋର୍ଟଙ୍କ ଏହି ରାୟ ବିରୋଧରେ ଆପ୍ ସମୀକ୍ଷା ଆବେଦନ (ରିଭ୍ୟୁ ପିଟିସନ) ଦାୟର କରିବାକୁ ଯୋଜନା କରୁଥିବା ଜଣାଯାଇଛି। 

ଅବକାରୀ ନୀତି ଅନିୟମିତତାକୁ ନେଇ ସିସୋଦିଆଙ୍କୁ ସିବିଆଇ ଓ ଇଡି ଗିରଫ କରିଛି। ଉଭୟ ମାମଲାରେ ସେ ଜାମିନ ଆବେଦନ କରିଥିଲେ। ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ତାଙ୍କର ଜାମିନ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ।

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯବାନଙ୍କୁ ନେଇ ଯାଉଥିବା ବସ୍‌

COASTAL NEWS ODIA 1311

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯବାନଙ୍କୁ ନେଇ ଯାଉଥିବା ବସ୍‌


ଗୁଜରାଟ - (CNO) ଭଞ୍ଜ ବିହାରୀ ମହାନ୍ତି - ଯବାନଙ୍କୁ ନେଇ ଯାଉଥିବା ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଲା। ଗୁଜରାଟ ପଞ୍ଚମହଲର ଜିଲ୍ଲାରେ ଏହି ବଡ଼ଧରଣର ସଡ଼କ ଦୁର୍ଘଟଣା ହୋଇଛି । ରାଜ୍ୟ ରିଜର୍ଭ ପୋଲିସ (ଏସଆରପି)ର ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ପାହାଡ଼ିଆ ଅଞ୍ଚଳରେ ଓଲଟି ପଡ଼ିଥିଲା । ଫଳରେ ଏହି ଦୁର୍ଘଟଣାରେ ଅତିକମରେ ୩୮ ଜଣ ଏସଆରପି କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗମ୍ଭୀର ରହିଥିବା ଜଣାପଡ଼ିଛି ।

ଗୁଜରାଟର ପଭଗଡ଼ରେ ହେଉଥିବା ଏକ ୩ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାୟ ୫୦ ଯବାନ ଏକ ବସ୍‌ ଯୋଗେ ଡାହୋଡକୁ ଫେରୁଥିଲେ। ମାତ୍ର ଗାଡ଼ିର ବ୍ରେକ୍‌ ଫେଲ୍‌ ହେବାରୁ ଡ୍ରାଇଭର ଗାଡ଼ି ଉପରେ ନିୟନ୍ତ୍ରଣ ହରାଇ ବସିଲେ। ଏହାପରେ ଗାଡ଼ିଟି ଓଲଟି ପଡ଼ିଥିଲା। ବସରେ ମୋଟ ୫୦ ଜଣ ଯବାନ ଯାତ୍ରା କରୁଥିଲେ ବୋଲି ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଏନେଇ ପୋଲିସ ଇନ୍ସପେକ୍ଟର କହିଛନ୍ତି, ଦୁର୍ଘଟଣା ସମୟରେ ବସରେ ୫୦ ଜଣ ଯବାନ ରହିଥିଲେ । ସେଥିମଧ୍ୟରୁ ୩୮ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ହଲୋଲର ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ୨୯ ଜଣ ଯବାନଙ୍କୁ ପ୍ରାଥମିକ ଉପଚାର ପରେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି ।

ଘୁଞ୍ଚିଲା ବସ୍ ଧର୍ମଘଟ

COASTAL NEWS ODIA 1310

 ଘୁଞ୍ଚିଲା ବସ୍ ଧର୍ମଘଟ



ଭୁବନେଶ୍ବର - (CNO) ଭଞ୍ଜ ବିହାରୀ ମହାନ୍ତି - ଘୁଞ୍ଚିଲା ବସ୍ ଧର୍ମଘଟ । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ବସ୍ ଧର୍ମଘଟ ସ୍ଥଗିତ ରହିଲା। ଘରୋଇ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ନଭେମ୍ବର ୮ ତାରିଖରେ ଧର୍ମଘଟ ସଂପର୍କରେ ନିଷ୍ପତ୍ତି ନିଆଯିବ। ତେବେ ଆସନ୍ତା ୧ ତାରିଖରେ ଭବାନୀପାଟଣାରେ ଗଡ଼ିବନି ଘରୋଇ ବସ୍। ୨୪ ଘଣ୍ଟା ପାଇଁ ଗଡ଼ିବନି ବସ୍। କେବଳ ଭବାନୀପାଟଣା ନୁହେଁ, ଆଖପାଖ ୧୦ ଜିଲ୍ଲାରେ ୨୪ ଘଣ୍ଟା ଘରୋଇ ବସ୍ ଚଳାଚଳ ବନ୍ଦ ରହିବ।

ବ୍ଲକରୁ ଜିଲ୍ଲାକୁ ଲକ୍ଷ୍ମୀ ବସ ଚଳାଚଳକୁ ବିରୋଧ କରୁଛି ଘରୋଇ ବସ୍ ମାଲିକ ସଂଘ। ଲକ୍ଷ୍ମୀ ବସକୁ ବିରୋଧ କରି ଗତ ୨୦ ତାରିଖରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଥିଲା। ପୂଜା ସମୟ ଥିବାରୁ ଯାତ୍ରୀ ହନ୍ତସନ୍ତ ହୋଇଥିଲେ। ସେହିଦିନ ବସ୍ ମାଲିକ ସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପରେ ଧର୍ମଘଟକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା ଘରୋଇ ବସ୍ ମାଲିକ ସଂଘ। ଗତ ୨୬ ତାରିଖରେ ରାଜ୍ୟ ସରକାରଙ୍କ ସହ ବସ୍ ମାଲିକ ସଂଘର ଆଲୋଚନା ହୋଇଥିଲା।

ନୂଆପଡ଼ା ରେ ମାତିଛି କଲରାପତ୍ରିଆ ବାଘ, ଶିଶୁକୁ ଝାମ୍ପି ନେଲା ଗାଁ ଦଣ୍ଡରୁ

COASTAL NEWS ODIA 1309

ନୂଆପଡ଼ା ରେ ମାତିଛି କଲରାପତ୍ରିଆ ବାଘ, ଶିଶୁକୁ ଝାମ୍ପି ନେଲା ଗାଁ ଦଣ୍ଡରୁ 



ନୂଆପଡ଼ା-(CNO) ଭଞ୍ଜ ବିହାରୀ ମହାନ୍ତି - ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ମାତିଛି ମଣିଷଖିଆ ବାଘ। ଗତକାଲି ସନ୍ଧ୍ୟାରେ କଟିଙ୍ଗପାଣି ଗାଁରେ ଘର ପାଖରେ ଖେଳୁଥିବା ୮ ବର୍ଷର ନାବାଳକକୁ ଝାମ୍ପି ନେଇଥିବାବେଳେ ରାତିରେ ସେହି ଗାଁରେ ଜଣେ ବ୍ୟକ୍ତିଙ୍କ ଗୁହାଳରେ ପଶି ଗାଈକୁ ମାରି ଖାଇଛି।
 ଯାହାକୁ ନେଇ ସ୍ଥାନୀୟ ଲୋକେ  ଛାନିଆ ହୋଇପଡ଼ିଛନ୍ତି। ଘରୁ ପଦା ଯିବାକୁ ଭୟ କରୁଛନ୍ତି। ବନ ବିଭାଗ ରେଞ୍ଜରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗାଁରେ ପହଞ୍ଚିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଗୋଧସପଡ଼ାର ୮ ବର୍ଷୀୟ ଡମ୍ବରୁଧର ଧରୁଆ ଘର ପାଖରେ ଖେଳୁଥିଲା। ଏହି ସମୟରେ କଲରାପତରିଆ ବାଘ ତାକୁ  ଝାମ୍ପି ନେଇ ସୁନାବେଡ଼ା ଅଭୟାରଣ୍ୟ ଆଡ଼କୁ ପଳାଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଜଙ୍ଗଲ ଭିତର ଏକ ଗୁମ୍ଫାରୁ ପିଲାଟିକୁ ବାଘଠୁ ଉଦ୍ଧାର କରି ଘରକୁ ଆଣିଥିଲେ। ଘରେ ନାବାଳକର ମୃତ୍ୟୁ ଘଟିଥିଲା। ଗାଁ ପାଖରେ ୨ଟି କଲରାପତରିଆ ବାଘ ବୁଲୁଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି।

ବସ୍‌ଷ୍ଟାଣ୍ଡରେ ଭୀଷଣ ଅଗ୍ନିକାଣ୍ଡ

COASTAL NEWS ODIA 1308

ବସ୍‌ଷ୍ଟାଣ୍ଡରେ ଭୀଷଣ ଅଗ୍ନିକାଣ୍ଡ



ବେଙ୍ଗାଲୁରୁର-(CNO) ଭଞ୍ଜ ବିହାରୀ ମହାନ୍ତି - ବେଙ୍ଗାଲୁରୁର ବୀରଭଦ୍ର ନଗରସ୍ଥିତ ଏକ ବସ୍‌ଷ୍ଟାଣ୍ଡରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୮ଟି ବସ୍‌ ଜଳି ପାଉଁଶ ହୋଇଯାଇଛି। ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଗ୍ୟାରେଜ୍‌ରେ ପ୍ରଥମେ ନିଆଁ ଲାଗିଥିଲା ଏବଂ ପରେ ଅନ୍ୟତ୍ର ବ୍ୟାପି ଯାଇଥିବା ଅନୁମାନ କରାଯାଉଛି। ପାଖରେ ଥିବା ବସ୍‌ଗୁଡ଼ିକ ନିଆଁ ସଂସ୍ପର୍ଶରେ ଆସି ହୁତୁ ହୁତୁ ହୋଇ ଜଳି ଉଠିଥିଲା।


ପ୍ରଥମେ ଗୋଟିଏ ବସ୍‌ ଏବଂ ପରେ ଅନ୍ୟ ବସ୍‌ଗୁଡ଼ିକୁ ନିଆଁ କାବୁ କରିନେଇଥିଲା। ଘଟଣା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବସ୍‌ଷ୍ଟାଣ୍ଡରେ ଭୟଙ୍କର ନିଆଁ ଲାଗିଥିବା ଦେଖିବାକୁ ମିଳୁଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବାର ଖବର ନାହିଁ।
ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛି। ଘଟଣାସ୍ଥଳରେ ୧୦ଟି ଅଗ୍ନିଶମ ଗାଡ଼ି ଉପସ୍ଥିତ ଅଛି। ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ୧୮ଟି ବସ୍‌ ସମ୍ପୂର୍ଣ୍ଣ ରୂପେ ଜଳିଯାଇଛି। ଏଠାରେ ଅନେକଗୁଡ଼ିଏ ଜ୍ୱଳନଶୀଳ ସାମଗ୍ରୀ ଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। କିନ୍ତୁ ଶର୍ଟ ସର୍କିଟ୍‌ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଏଠାରେ ଅଗ୍ନି ନିର୍ବାପକ ଯନ୍ତ୍ର ନ ଥିଲା। ସଚେତନତା ଅଭାବରୁ ଏହି ଘଟଣା ଘଟିଛି।

ରସିକିଆ ବ୍ଲାକମେଲର

COASTAL NEWS ODIA 1307

ରସିକିଆ ବ୍ଲାକମେଲର



ଭଦ୍ରକ:  (CNO) ଭଞ୍ଜ ବିହାରୀ ମହାନ୍ତି - ରସିକିଆ ବ୍ଲାକମେଲରକୁ ଗିରଫ କଲା ବାସୁଦେବପୁର ପୋଲିସ । ଗିରଫ ଯୁବକ ଯାଜପୁର ଜିଲ୍ଲାର ରଜତପୁର ଅଞ୍ଚଳର ମହମ୍ମଦ ରଫିକ ବୋଲି ଜଣାପଡିଛି ।  ନିଜ ନାମ ପରିବର୍ତ୍ତନ କରି ଆକାଶ ମିଶ୍ର ନାମରେ ମୋବାଇଲ ମାଧ୍ୟମରେ ବିଭିନ୍ନ ମହିଳାଙ୍କୁ ବ୍ଲାକମେଲିଂ କରୁଥିଲା । 

ପ୍ରଥମେ ନିଜ ପ୍ରେମ ଜାଲରେ ମହିଳାଙ୍କୁ ଫସାଇବା ପରେ ମହିଳାଙ୍କୁ ଭିଡିଓ କଲ୍ ମାଧ୍ୟମରେ ଉଲଗ୍ନ ହେବାକୁ କହି ମହିଳାଙ୍କ ଉଲଗ୍ନ ଫଟୋକୁ ରଖି ପରବର୍ତ୍ତୀ ମୁହୂର୍ତ୍ତରେ ମହିଳାଙ୍କୁ ବ୍ଲାକମେଲିଂ କରୁଥିଲା । ଏବଂ ମୋଟା ଅଙ୍କର ଟଙ୍କା ଡିମାଣ୍ଡ କରୁଥିଲା । 

ତେବେ ବାସୁଦେବପୁରର ବିନାୟକପୁର ଅଞ୍ଚଳର ଜଣେ ମହିଳା ଯୁବକଙ୍କ ଦ୍ୱାରା ବ୍ଲାକମେଲିଂର ଶିକାର ହେଇଥିଲେ । ପରେ ବାସୁଦେବପୁର ଥାନାରେ ମହିଳା ଜଣକ ଅଭିଯୋଗ କରିବା ପରେ ପୋଲିସ ସମ୍ପୃକ୍ତ ଯୁବକକୁ ଗିରଫ କରିଛି । 

ରହସ୍ୟରେ ପରିପୂର୍ଣ ମଙ୍ଗଳ ଗ୍ରହ

COASTAL NEWS ODIA 1306

ରହସ୍ୟରେ ପରିପୂର୍ଣ ମଙ୍ଗଳ ଗ୍ରହ



ନୂଆଦିଲ୍ଲୀ - (CNO) ଭଞ୍ଜ ବିହାରୀ ମହାନ୍ତି - ମଙ୍ଗଳ ଗ୍ରହ ରହସ୍ୟରେ ପରିପୂର୍ଣ । ଅନେକ ଥର ଏହି ଗ୍ରହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ । ଯାହା ସମସ୍ତଙ୍କୁ ଚକିତ କରିଦିଏ । ଏହିପରି ଏକ ଫଟୋ ବର୍ତ୍ତମାନ ଟ୍ୱିଟରରେ ଭାଇରାଲ ହେଉଛି । ଯେଉଁଥିରେ ଲାଲ ଗ୍ରହରେ ଏକ ବିଶାଳକାୟ ଗର୍ତ୍ତ ନଜର ଆସିଛି । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏଥିରେ ପାଣି ନୁହେଁ ବରଂ ବରଫ ହିଁ ବରଫ ରହିଛି । ବୈଜ୍ଞାନିକମାନେ ଏହାକୁ ଦେଖିବା ପରେ, ତାଙ୍କ ମନରେ ଆଶା ଉତ୍ପନ୍ନ ହୋଇଥିଲା କି ବୋଧହୁଏ ଲାଲ ଗ୍ରହରେ ଜୀବନର ପ୍ରମାଣ ମିଳିଛି । ତଥ୍ୟ ଅନୁସାରେ ୩.୫ ରୁ ୪.୫ ବିଲିୟନ ବର୍ଷ ପୂର୍ବେ ଏହି ଗ୍ରହରେ ସମୁଦ୍ର ଥାଇପାରେ ବୋଲି କୁହାଯାଉଛି ।

୨୦୦୩ ଜୁନ ମାସରେ ୟୁରୋପିୟ ସ୍ପେସ ଏଜେନ୍ସି ତରଫରୁ ମାର୍ସ ଏକ୍ସପ୍ରେସ ମିଶନ ଲଞ୍ଚ କରାଯାଇ ଥିଲା । ଯାହା ୬ମାସ ପରେ ମଙ୍ଗଳ ଗ୍ରହରେ ପହଞ୍ଚିଥିଲା । ପରେ ଏହି ମଶିନରେ ଲାଗିଥିବା ହାଇ ରିଜୋଲ୍ୟୁସନ କ୍ୟାମେରାରେ ଉଠାଯାଇଥିବା କିଛି ଫଟୋ ବୈଜ୍ଞାନିକମାନଙ୍କ ନିକଟକୁ ଆସିଥଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଏହି ଫଟୋରେ ଏକ ସୁନ୍ଦର ବିଶାଳକାୟ ଗର୍ତ୍ତ ନଜର ଆସିଥିଲା । 
ଏହି ସ୍ଥାନକୁ ବୈଜ୍ଞାନିକମାନେ ‘କୋରୋଲେଭ କ୍ରାଟର’ ନାମରେ ନାମିତ କରିଲେ । ଏହାକୁ ଦେଖିବା ପରେ ବୈଜ୍ଞାନିକମାନେ ବିଶ୍ୱାସ କରିବା ଆରମ୍ଭ କରିଥିଲେ ଯେ, ମଙ୍ଗଳ ଗ୍ରହରେ ଜୀବନ ବିକାଶ ପାଇଁ ପୃଥିବୀ ଅପେକ୍ଷା ଅଧିକ ଅନୁକୂଳ ପରିବେଶ ରହିଛି ।

ବାସ୍ତବରେ ‘କୋରୋଲେଭ କ୍ରାଟର’ ମଙ୍ଗଳ ଗ୍ରହର ଉତ୍ତର ଭାଗରେ ଅବସ୍ଥିତ । ଏହା ପ୍ରାୟତଃ ୮୨ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିରହିଛି । ଏହା ଭଲ ଭାବରେ ସଂରକ୍ଷିତ ଏବଂ ସମ୍ପୂର୍ଣ୍ଣ ଭାବରେ ବରଫରେ ଭରି ରହିଛି । ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ମଙ୍ଗଳ ଗ୍ରହର କେନ୍ଦ୍ରରେ ପୁରା ବର୍ଷ ପ୍ରାୟ ୧.୮ କିଲୋମିଟର ପର୍ଯ୍ୟନ୍ତ ବରଫ ଜମା ହୋଇରହିଥାଏ । ଏଠାରେ ସବୁବେଳେ ବରଫ ରହିଥାଏ । ଏହା ‘କୋଲ୍ଡ ଟ୍ରାପ’ ଭାବରେ ମଧ୍ୟ ଜଣାଶୁଣା । ଏକ ଆକର୍ଷଣୀୟ ଘଟଣା ହେତୁ ଏଠାରେ ସର୍ବଦା ବରଫ ଜମା ହୋଇଥାଏ ।

‘କୋରୋଲେଭ କ୍ରାଟର’ର ଚଟାଣ ଖୁବ ଗଭୀର, ଯାହା ପ୍ରାୟ ଦୁଇ କିଲୋମିଟର ଗଭୀରତା ପର୍ଯ୍ୟନ୍ତ ରହିଛି । ‘କୋରୋଲେଭ କ୍ରାଟର’ର ସବୁଠାରୁ ଗଭୀର ଭାଗ, ଯେଉଁଥିରେ ବରଫ ରହିଛି, ତାହା ଏକ ପ୍ରାକୃତିକ ଥଣ୍ଡା ଜାଲ ରୂପରେ କାର୍ଯ୍ୟ କରିଥାଏ । ବରଫ ଉପରେ ଯାଉଥିବା ପବନ ଥଣ୍ଡା ହୋଇଯାଏ । ପରେ ଏହା ଏକ ପରସ୍ତ ହୋଇଯାଏ, ଯାହା ସିଧା ବରଫ ଉପରେ ନଜର ଆସେ । ଏହା ବରଫକୁ ତରଳିବା ପାଇଁ ଦେଇନଥାଏ ।
ଏହି ଥଣ୍ଡା ପବନ ‘କୋରୋଲେଭ କ୍ରାଟର’କୁ ସବୁଦିନ ପାଇଁ ବରଫରେ ପରିପୂର୍ଣ୍ଣ ରଖିଥାଏ । 

ରୁଷିଆର ମୁଖ୍ୟ ରକେଟ୍ ଇଞ୍ଜିନିୟର ତଥା ମହାକାଶଯାନ ଡିଜାଇନର୍ ସର୍ଗି କୋରୋଲେଭଙ୍କ ନାମରେ ଏହି କ୍ରାଟରର ନାମକରଣ କରାଯାଇଛି । ତାଙ୍କୁ ସୋଭିଏତ୍ ସ୍ପେସ୍ ଟେକ୍ନୋଲୋଜିର ଜନକ ମଧ୍ୟ କୁହାଯାଏ । ତେବେ ଏହି ବରଫର ସମୁଦ୍ରର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ନେଇ ବୈଜ୍ଞାନିକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । ଏହି ସମୁଦ୍ରର ଫଟୋ ଦେଖିବା ପରେ ମଙ୍ଗଳ ଗ୍ରହରେ ଜୀବନ ସମ୍ଭବ ବୋଲି ଆଶା କରାଯାଉଛି ।

୩ ଦେହଜୀବୀ ଓ ଯୁବକଙ୍କ ସମେତ ହୋଟେଲ ମ୍ୟାନେଜର ଗିରଫ

COASTAL NEWS ODIA 1305

୩ ଦେହଜୀବୀ ଓ ଯୁବକଙ୍କ ସମେତ ହୋଟେଲ ମ୍ୟାନେଜର ଗିରଫ
 



ଭଦ୍ରକ   – (CNO) ଭଞ୍ଜ ବିହାରୀ ମହାନ୍ତି - ଏହି ଜିଲାର ଧୁଷୁରୀ ଥାନା ଅଧୀନସ୍ଥ ଆରଡି ଫାଣ୍ଡି ଅଂଚଳରେ ଥିବା ରୟାଲ ପେଲେସ୍ ଲଜ୍‌ରୁ ୩ ଜଣ ଦେହଜୀବୀ ଓ ୩ ଜଣ ଯୁବକ ଗିରଫ ହେବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଘଟଣାରୁ ପ୍ରକାଶ ଆରଡି ସ୍ଥିତ ହୋଟେଲ୍ ରୟାଲ ପେଲେସ୍‌ରେ ଆଜି ଦେହ ବ୍ୟବସାୟ ଚାଲୁଥିବା ନେଇ ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲିଙ୍କ ନିକଟରେ ଖବର ପହଞ୍ଚଥିଲା । 

ଫଳରେ ତାଙ୍କ ନିର୍ଦ୍ଦେଶ କ୍ରମେ ଧାମନଗର ଏସ୍‌ଡିପିଓଙ୍କୁ ସୂଚନା ଦେବା ପରେ ଧୁଷୁରୀ ଥାନାଧିକାରିଣୀ ବନାନୀ ବେହେରାଙ୍କ ନେତୃତ୍ୱରେ ଏସଆଇ ଚିନ୍ମୟୀ ବିଶ୍ୱାଳ, ବାସୁଦେବ ଓରାମ୍‌, ଏଏସ୍‌ଆଇ ପରମାନନ୍ଦ ସାମଲ ଓ ପୁଲିସ୍ କର୍ମଚାରୀମାନେ ଉକ୍ତ ଲଜ୍ ଉପରେ ଦିନ ୨ଟାରେ ଚଢାଉ କରିଥିଲେ । ଏବଂ ବିଭିନ୍ନ କୋଠରୀରେ ରହି ଦେହ ବ୍ୟବସାୟ କରୁଥିବା ଦେହଜୀବୀ ଓ ଯୁବକଙ୍କୁ ଅସଂଯତ ଅବସ୍ଥାରେ ଗିରଫ କରାଯାଇଥିଲା । ସେମାନଙ୍କ ଠାରୁ ପୁଲିସ୍ କଣ୍ଡୋମ୍ ଓ ଉତ୍ତେଜିତ ଔଷଧ ଜବତ କରିଛି । 

ଏଠାରେ ସୂଚନାଯୋଗ୍ୟ ସଂପୃକ୍ତ ହୋଟେଲ ରୟାଲ ପ୍ୟାଲେସରେ ସେକ୍ସ ରାକେଟ୍ ଚାଲୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିଲା । ଯାହା ସ୍ଥାନୀୟ ଫାଣ୍ଡି ଅଧିକାରୀଙ୍କ ସଲାସୁତୁରାରେ ହୋଇଆସୁଥିଲା ବୋଲି ଏସ୍‌ପିଙ୍କ ନିକଟରେ ଅଭିଯୋଗ ପହଞ୍ôଚôଥଲା । ଫଳରେ ଆଜି ଆରଡି ଫାଣ୍ଡିକୁ କୌଣସି ସୂଚନା ନଦେଇ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଧୁଷୁରୀ ପୁଲିସ୍‌ର ଉପରୋକ୍ତ ଟିମ୍ ହୋଟେଲରେ ଚଢାଉ କରି ଯାଜପୁର ଜିଲାର ଥାଲୁକୁଡି, ନାରିଗାଁ, ମହାନ୍ତିପଡା ଓ ବିଂଝାରପୁର ଅଂଚଳର ୨ ଜଣ ଯୁବକ ସହିତ ୨ ଜଣ ଯୁବତୀ ଓ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅର୍ଣ୍ଣପାଳ ଅଂଚଳର ଜଣେ ଯୁବକଙ୍କ ସହିତ ଜଣେ ଯୁବତୀଙ୍କୁ ଗିରଫ କରିଛି । 

ଏଥିସହ ହୋଟେଲ ମ୍ୟାନେଜର ଦେବଦତ୍ତ ନାୟକଙ୍କୁ ଗିରଫ କରାଯାଇଥିବାବେଳେ ଲଜ୍ ମାଲିକ ଅମରଜ୍ୟୋତି ନାୟକଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି । ଏଠାରେ ସୂଚନାଯୋଗ୍ୟ ଏହି ଲଜ୍‌ରୁ ବିବାହ ପାଇଁ ପ୍ରସ୍ତାବ ଥିବା ବିଂଝାରପୁର ଅଂଚଳର ପ୍ରେମିକ ଓ ପ୍ରେମିକାକୁ ପୁଲିସ୍ ତଦନ୍ତ କରି ଛାଡିଦେଇଛି ।

ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୩ ଛୁଇଁଛି

COASTAL NEWS ODIA 1304

ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୩ ଛୁଇଁଛି



ଆନ୍ଧ୍ରପ୍ରଦେଶ - (CNO) ଭଞ୍ଜ ବିହାରୀ ମହାନ୍ତି - ଆନ୍ଧ୍ରପ୍ରଦେଶର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଗତ ରାତିରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୩ ଛୁଇଁଛି। ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ ଅଛନ୍ତି । ସେମାନଙ୍କ ମଧ୍ୟରେ ବିଶାଖାପାଟଣା-ରାୟଗଡାର ଲୋକୋ ପାଇଲଟ୍ ଓ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ଗାର୍ଡଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି।

ଏହି ଦୁର୍ଘଟଣାରେ ୫୦ରୁ ଊର୍ଦ୍ଧ୍ୱ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି ।

ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ ନିର୍ଦ୍ଧାରିତ ସମୟରେ ବିଶାଖାପାଟଣାଠାରୁ ଛାଡ଼ିଥିଲା। ପଲାସା ପାସେଞ୍ଜର ଛାଡ଼ିବାର ୧୫ ମିନିଟ୍‌ ପରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ ଛାଡ଼ିଥିଲା। କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍‌ଠାରୁ ୨୦୦ ମିଟର ଦୂରରେ ପଲାସା ପାସେଞ୍ଜର ଟ୍ରେନ୍‌ଟି ଛିଡ଼ା ହୋଇଥିଲା। ଠିକ୍‌ ସେହି ସମୟରେ ସେହି ଟ୍ରାକ୍‌ରେ ଆସୁଥିବା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ଟି ପଲାସା ପାସେଞ୍ଜରକୁ ଧକ୍କା ଦେଇଥିଲା।

ଦୁର୍ଘଟଣା ଯୋଗୁ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ ହୋଇ ଅନ୍ୟ ଟ୍ରାକ୍‌କୁ ପଳାଇ ଯାଇଥିଲା। ଠିକ୍‌ ସେହି ସମୟରେ ଆସୁଥିବା ମାଲ୍‌ବାହୀ ଗାଡି ବଗି ଦୁଇଟିକୁ ଧକ୍କା ଦେଇଥିଲା। ସେପଟେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନ୍‌ଟି ଲାଇନ୍‌ଚ୍ୟୁତ ହୋଇଥିଲା।

ଦୁର୍ଘଟଣା ଖବର ପାଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନମୋହନ ରେଡ୍ଡି ଗୁରୁତରଙ୍କୁ ତତ୍କାଳ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ବିଶାଖାପାଟଣା ଓ ବିଜୟ ନଗରରୁ ଘଟଣାସ୍ଥଳକୁ ଆମ୍ବୁଲାନ୍ସ ପଠା ଯାଇଥିବା ବେଳେ ଗୁରୁତରଙ୍କୁ ସଙ୍ଗେସଙ୍ଗେ ଆଖପାଖ ହସ୍ପିଟାଲରେ ଭର୍ତ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। 

ଦୁର୍ଘଟଣା ଖବର ପାଇଁ ସ୍ଥାନୀୟ ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ  ତୁରନ୍ତ ଉଦ୍ଧାର ଆରମ୍ଭ କରାଯାଇଥଲା । ପରେ ଏଥିରେ ଏସଡିଆରଏଫ୍ ଓ ଏନଡିଆରଏଫ୍ ଟିମ୍ ସାମିଲ ହୋଇଥିଲେ ।

ଏହି ଦୁର୍ଘଟଣାରେ ମୃତ ଆନ୍ଧ୍ରପ୍ରଦେଶ ବାସିନ୍ଦାଙ୍କୁ ୧୦ ଲକ୍ଷ ଲେଖା ସହାୟତା ସମେତ ଅନ୍ୟ ରାଜ୍ୟର ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ସହାୟତା ପ୍ରଦାନ କରିବାକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗୁରୁତରଙ୍କୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରିବାକୁ ବି ସେ ନିର୍ଦ୍ଦେଶ ଦେଇଛନ୍ତି।

ଏହା ପୂର୍ବରୁ ଜୁନ୍‌ ମାସରେ ବାଲେଶ୍ୱରରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ଜୀବନ ଅକାଳରେ ଚାଲି ଯାଇଥିଲା। ଏହାପରେ ଗତ ୧୧ ତାରିଖରେ ବିହାରର ବକ୍ସର ଜିଲ୍ଲାରେ ବି ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା।

ଶ୍ରୀଜିଉଙ୍କ ଦର୍ଶନ କଲେ ନୂଆ ରାଜ୍ୟପାଳ । ଆସନ୍ତାକାଲି ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ

COASTAL NEWS ODIA 1303

ଶ୍ରୀଜିଉଙ୍କ ଦର୍ଶନ କଲେ ନୂଆ ରାଜ୍ୟପାଳ । ଆସନ୍ତାକାଲି ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ 

 

 
ପୁରୀ - (CNO) ଭଞ୍ଜ ବିହାରୀ ମହାନ୍ତି - ଶ୍ରୀଜିଉଙ୍କ ଦର୍ଶନ କଲେ ନୂଆ ରାଜ୍ୟପାଳ । ସପରିବାର ସହ ମହାପ୍ରଭୁଙ୍କ ଦର୍ଶନ କଲେ ରଘୁବର ଦାସ । ଆସନ୍ତାକାଲି ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ । ଶପଥଗ୍ରହଣ ପୂର୍ବରୁ ସେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ।
ଏହାପୂର୍ବରୁ ଆଜି ଟାଟାନଗରରୁ ପୁରୁଷୋତ୍ତମପୁର ଏକ୍ସପ୍ରେସରେ ଆସି ଭୋରରେ ପୁରୀ ପହଞ୍ଚିଥିଲେ ରଘୁବର ଦାସ । ରେଳ ଷ୍ଟେସନରୁ ସିଧା ରାଜଭବନ ଯାଇ ବିଶ୍ରାମ ନେବା ପରେ ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି ।
ମହାପ୍ରଭୁଙ୍କ ଦର୍ଶନ ପରେ ପୁରୀରୁ ସେ ଭୁବନେଶ୍ୱର ଆସି ରାଜଭବନରେ ରାତ୍ରୀଯାପନ କରିିବେ । ଆସନ୍ତାକାଲି ସକାଳ ୮ଟା ୪୫ ମିନିଟରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରି ଆଶୀର୍ବାଦ ନେବେ । ମଙ୍ଗଳବାର ପୂର୍ବାହ୍ନ ୧୧ଟା ୪୫ମିନିଟରେ ରାଜଭବନରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା କାର୍ଯ୍ୟସୂଚୀ ରହିଛି । ରାଜ୍ୟପାଳଙ୍କ ଶପଥଗ୍ରହଣ ଉତ୍ସବ ପାଇଁ ପ୍ରାୟ ୮୦ଜଣ ବନ୍ଧୁ ଓ ପରିବାର ବର୍ଗ ମଧ୍ୟ ତାଙ୍କ ସହ ଅଛନ୍ତି । ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ ଅନୁଯାୟୀ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି ।

Monday, October 30, 2023

ଆଜିର ରାଶିଫଳ

COASTAL NEWS ODIA 1302

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଅକ୍ଟୋବର ମାସ ୩୧ ତାରିଖ ୨୦୨୩ ମସିହା(ମଙ୍ଗଳବାର)
*✧═════•❁❀❁•═════✧*  
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*


*🌹👉ମେଷ👉ମନ ଭିତରର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରିବ।ଆପଣଙ୍କ ରୁଚିପୂର୍ଣ୍ଣ ବ୍ୟବହାରରୁ ପ୍ରଶଂସିତ ହେବେ। ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ଗଠନ ମୂଳକ ପ୍ରେରଣା ଦେଇ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହୋଇପାରନ୍ତି।*
*✧═════•❁❀❁•═════✧*
*🌹👉ବୃଷ👉ଅସ୍ବାଭାବିକ ଚିନ୍ତାଧାରାର ସୃଷ୍ଟି ହେବାସହ  ବିକ୍ଷିପ୍ତ ମାନସିକ ସ୍ଥିତି ଉପତ୍ନ କରିବ। କିନ୍ତୁ କର୍ମାଧିପ ରାଶିରେ କର୍ମସାଧନ ପାଇଁ ଆପ୍ରାଣ ଉଦ୍ୟମ ଚଳାଇ କୃତକାର୍ଯ୍ୟ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରଶାସନ, ବନ୍ଧୁ ସମ୍ପର୍କ, ମନୋରଞ୍ଜନ କାର୍ଯ୍ୟକ୍ରମ ଓ ବାଣିଜ୍ୟ, ବ୍ୟବସାୟାଦି ସନ୍ତୋଷଦାୟକ ରହିବ।*
*✧═════•❁❀❁•═════✧*
*🌹👉ମିଥୁନ👉ସରକାରୀ ସାହାଯ୍ୟ, ବିଶିଷ୍ଟବ୍ୟକ୍ତିଙ୍କ ପ୍ରତିଶ୍ରୁତି ଆମତ୍ସମ୍ମାନ ବୃଦ୍ଧି କରିବ। ସ୍ଥଗିତକାର୍ଯ୍ୟ, ବିବାଦୀୟ ସ୍ଥିତି, ସହକର୍ମୀଙ୍କ ଅସହଯୋଗ କ୍ରମଶଃ ବଦଳିଯାଇପାରେ। ସମ୍ପର୍କୀୟମାନଙ୍କ ସାହାଯ୍ୟ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରାଇବାର ସମ୍ଭାବନା ରହିଛି। ବିବାଦୀୟ ପରିସ୍ଥିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିବେ।*
*✧═════•❁❀❁•═════✧*
*🌹👉କର୍କଟ👉ଲାଗିରହିଥିବା ଟେନସନ୍‌ କମିଯିବ, ସହଯୋଗ ଭିତିରେ କାମ କରି ଉଚ୍ଚ ପ୍ରଶଂସିତ ହେବେ।  ଶିଳ୍ପ, ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇଯିବ। ଭୁଲ୍‌ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।*
*✧═════•❁❀❁•═════✧*
*🌹👉ସିଂହ👉ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ, ପରିବହନର ଝଗଡାରେ ବିଜୟୀ ହେବେ।*
*✧═════•❁❀❁•═════✧*
*🌹👉କନ୍ୟା👉ଆଜି ନିଜର ସମ୍ପର୍କୀୟ କିମ୍ବା ପଡୋଶିନୀଙ୍କ ସହାନୁଭୂତି ଯୋଗୁ କାର୍ଯ୍ୟସାଧନ କରିପାରିବେ। ବ୍ୟବସାୟିକ ସଫଳତା ଓ କଳା, ସାହିତ୍ୟରେ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ରହି ଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ। ଅଭାବ ନଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବ।*
*✧═════•❁❀❁•═════✧*
*🌹👉ତୁଳା👉ଆଜି ବ୍ୟୟବହୁଳତା ମଧ୍ୟରେ କାର୍ଯ୍ୟସିଦ୍ଧି, ବନ୍ଧୁଙ୍କ ସହଯୋଗ ଓ ହିତୈଷୀଙ୍କ ପରାମର୍ଶ ପାଇ ଖୁସୀ ହେବେ। ପରିବାରର ଅନୁରୋଧକ୍ରମେ କୌଣସି କାମ ସକାଶେ ଭ୍ରମଣରେ ବାହାରି ପାରନ୍ତି। ଉଦ୍ୟୋଗ, ନୂତନ ପ୍ରକଳ୍ପ କିମ୍ବା ବ୍ୟବସାୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ଜଣେ ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିବାର ଆଶଙ୍କା ରହିଛି।*
*✧═════•❁❀❁•═════✧*
*🌹👉ବିଛା👉ଆଜି ଶରୀରିକ ଓ ମାନସିକ ସୁସ୍ଥତା ରକ୍ଷାକରି ଦୈନନ୍ଦିନର ଜୀବନଯାତ୍ରାକୁ ନିଷ୍କଣ୍ଟକ କରିବ। କର୍ମକ୍ଷେତ୍ରରେ ସହକର୍ମୀମାନେ ସହାନୁଭୂତିର ସହ ସହଯୋଗର ହାତ ବଢାଇବେ ସାହିତ୍ୟ,ସାମ୍ବାଦିକତା, ଏଜେନ୍ସିପ୍‌ କ୍ଷେତ୍ରରୁ ସୁଫଳ ମିଳିବ। କଳା,ସାହିତ୍ୟ ଓ ସଙ୍ଗୀତ କ୍ଷେତରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ବାବନା ରହିଛି।*
*✧═════•❁❀❁•═════✧*
*🌹👉ଧନୁ👉ଆଜି ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା, ସମ୍ମାନଜନକ ପଦବୀ, ସଙ୍ଗକୁ ସମ୍ବର୍ଦ୍ଧିତ ହୋଇପାରନ୍ତି। ପ୍ରଶାସନିକ ସ୍ତରରେ ବିଭିନ୍ନ ଯୋଜନା, ସମ୍ପର୍କୀୟ ଆଲୋଚନା, ଦୂରଯାତ୍ରାର ସୁଯୋଗ ଲାଭକରି ଖୁସୀ ହେବେ। ଘରୋଇ କ୍ଷେତ୍ରରେ ଜମିଜମା କାରବାର, ଗାଡିମୋଟର ମରାମତି ସକାଶେ ଫଳପ୍ରଦ ଆଲୋଚନା କରିପାରନ୍ତି।*
*✧═════•❁❀❁•═════✧*
*🌹👉ମକର👉ଆଜି ଦିନଟିରେ ନୂତନ କାର୍ଯ୍ୟାରମ୍ଭ, ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ସକାରାମତ୍କ ରହିବ। ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ନାହିଁ। ସହଯୋଗ କରିବାକୁ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ଯୁକ୍ତିତର୍କର ଆଶ୍ରୟ ନେଇପାରନ୍ତି।*
*✧═════•❁❀❁•═════✧*
*🌹👉କୁମ୍ଭ👉ଦୀର୍ଘଦିନରୁ ପାଉନଥିବା ଅର୍ଥ କିମ୍ବା ଭବିଷ୍ୟନିଧିରୁ ଟଙ୍କା ପାଇ ଆବଶ୍ୟକତାକୁ ପୂରଣ କରିବେ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଜନମଙ୍ଗଳକାର୍ଯ୍ୟ କିମ୍ବା ସଭାସମିତିରେ ଯୋଗ ଦେଲେ ପ୍ରଶଂସିତ ହେବେ। କିନ୍ତୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ।*
*✧═════•❁❀❁•═════✧*
*🌹👉ମୀନ👉ବନ୍ଧୁ ଗହଣରେ ବହୁ ପ୍ରତିକ୍ଷୀତ କାର୍ଯ୍ୟାରମ୍ଭ କରି ଏକ ପ୍ରକାର ଆତ୍ମତୃପ୍ତି ଅନୁଭବ କରିପାରନ୍ତି। ମାଙ୍ଗଳିକ କାର୍ଯ୍ୟ, ଜମିଜମା କ୍ରୟ କିମ୍ବା ଗୃହରମ୍ଭ, ପ୍ରତିଷ୍ଠାଦି ଓ ପ୍ରୀତି ପ୍ରଦାୟକ ରହିବ। ଉଚ୍ଚବର୍ଗଙ୍କ ସହାୟତା, ପାଖ ପଡ଼ୋଶୀଙ୍କ ଆଦର, ଅଭ୍ୟର୍ଥନା ସଙ୍ଗକୁ ବିଭିନ୍ନ କ୍ଷେତ୍ରରେ ସଫଳତାର ଝଲକ ଦେଖିପାରିବେ।*
*✧═════•❁❀❁•═════✧*

Sunday, October 29, 2023

ଆନ୍ଧ୍ରପ୍ରଦେଶର କଣ୍ଟକାପଲି ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ୩ଟି ଟ୍ରେନ ଦୁର୍ଘଟଣା

COASTAL NEWS ODIA 1301

ଆନ୍ଧ୍ରପ୍ରଦେଶର କଣ୍ଟକାପଲି ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ୩ଟି ଟ୍ରେନ ଦୁର୍ଘଟଣା



ବିଶାଖାପାଟଣା: (CNO) ଭଞ୍ଜ ବିହାରୀ ମହାନ୍ତି - ଆନ୍ଧ୍ରପ୍ରଦେଶର କଣ୍ଟକାପଲି ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ୩ଟି ଟ୍ରେନ ଦୁର୍ଘଟଣା ଘଟିଛି। ଦୁଇଟି ଯାତ୍ରୀବାହୀ ଓ ଗୋଟିଏ ମାଲବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାଗ୍ରସ୍ତ ଯାତ୍ରୀମାନଙ୍କୁ ତୁରନ୍ତ ଉଦ୍ଧାର ପାଇଁ ସ୍ବତନ୍ତ୍ର ଉଦ୍ଧାରକାରୀ ଦଳ ପଠାଯାଇଛି। ପୂର୍ବତନ ରେଲୱେ ପକ୍ଷରୁ ହେଲପଲାଇନ ନମ୍ବର ଜାରି କରାଯାଇଛି। ହେଲପଲାଇନ ନମ୍ବର ୦୬୭୪-୨୩୦୧୬୭୫ , ୨୩୦୧୫୨୫, ୨୩୦୩୦୬୯; ବିଶାଖାପାଟଣା ଷ୍ଟେସନ ନଂ: ୦୮୯୧ ୨୭୪୬୩୩୦, ୮୧୦୬୦୫୩୦୫୨ ଏବଂ ବିଶାଖାପାଟଣା କୋଚିଂ କ​‌​‌ଣ୍ଟ୍ରଲ ରୁମ-୮୯୭୮୦୮୦୯୩୯ ବୋଲି ଇଷ୍ଟକୋଷ୍ଟ ରେଲୱେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଏହି ରେଳ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥବାବେଳେ ଶତାଧିକ ଆହତ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।



ଇଷ୍ଟ କୋଷ୍ଟ ରେଲୱେ କର୍ତ୍ତୃପକ୍ଷ ଘଟଣାସ୍ଥଳ ପରିଦର୍ଶନ ପରେ କହିଛନ୍ତି ଯେ ପ୍ରାଥମିକ ଯାଞ୍ଚ ପରେ ଆନ୍ଧ୍ରପ୍ରଦେଶର କଣ୍ଟକାପଲି ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ୩ଟି ଟ୍ରେନ ଦୁର୍ଘଟଣା ଘଟିଛି। ୨ଟି ଯାତ୍ରୀବାହୀ ଟ୍ରେନ ଏବଂ ଗୋଟିଏ ମାଲବାହି ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କିଛି ଯାତ୍ରୀ ମୃତାହତ ହୋଇଥିବାବେଳେ ଅନେକ ଗୁରୁତର ଅଛନ୍ତି। ସନ୍ଧ୍ୟା ପ୍ରାୟ ୭ଟାବେଳେ ରାୟଗଡ଼ା ପାସେଞ୍ଜର ରାୟଗଡ଼ା ଅଭିମୁଖେ ଯାଉଥିଲା। ପଲାସା ପାସେଞ୍ଜରକୁ ପଛରୁ ପିଟିଲା ରାୟଗଡ଼ା ଯାଉଥିବା ପାସେଞ୍ଜର ଟ୍ରେନ। ଫଳରେ ପଲାସାର ଗୋଟିଏ ବଗି ମେନ ଲାଇନରେ ପଡ଼ିବାରୁ ଦୁର୍ଘଟଣା। 


ଏହି ସମୟରେ ମେନ ଲାଇନରେ ଆସୁଥିଲା ଏକ ମାଲବାହୀ ଟ୍ରେନ। ମେନ ଲାଇନରେ ଦୁର୍ଘଟଣାଗ୍ରସ୍ତ ବଗିକୁ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ। ଯାହାକୁ ବିପରିତ ଦିଗରୁ ଆସୁଥିବା ମାଲବାହୀ ଟ୍ରେନ ଧକ୍କା ଦେଇଥିଲା। ଉଦ୍ଧାର କାର୍ଯ୍ୟ ପାଇଁ ସ୍ବତନ୍ତ୍ର ଟିମ ରେଳ ବିଭାଗ ପଠଇଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ଯାତ୍ରୀଙ୍କୁ ଉଦ୍ଧାର ପରେ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି।



ତେବେ ଏହି ରେଳ ଦୁର୍ଘଟଣାରେ କେତେଜଣଙ୍କ ମୃତ୍ୟୁ ହୋଇଛି ଏବଂ ଆହତ ହୋଇଛନ୍ତି ସେ ସମ୍ପର୍କରେ ତଦନ୍ତ ପରେ ଜଣାପଡ଼ି ଏବଂ ଗଣମାଧ୍ୟମ ସମେତ ସର୍ବସାଧାରଣରେ ସୂଚନା ଦିଆଯିବ ବୋଲି ଇଷ୍ଟକୋଷ୍ଟ ରେଲୱେ କର୍ତ୍ତୃପକ୍ଷ ସୂଚନାଦେଇଛନ୍ତି।

ଆଜିର ରାଶିଫଳ

COASTAL NEWS ODIA 1300

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*   
 *ଅଦ୍ୟ ଅକ୍ଟୋବର ମାସ ୩୦ ତାରିଖ ୨୦୨୩ ମସିହା(ସୋମବାର)*
*✧═════•❁❀❁•═════✧*   
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*


        *✧═════•❁❀❁•═════✧*
*🌹👉ମେଷ : ଆଜି କୋର୍ଟ-କଚେରୀ ବିଷୟରେ ନ ପଡ଼ିବା ଉତ୍ତମ ହେବ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। ପରିବାରରେ ସୁଖ-ଶାନ୍ତି ରହିବ।କମ ସମୟରେ ଅଧିକ ଲାଭ ପାଇବା ବିଚାରରେ ଆପଣ ଫସି ନ ଯାଆନ୍ତୁ, ଧ୍ୟାନ ରଖିବେ।  ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରି ପାରିବେ।* 
*✧═════•❁❀❁•═════✧*
*🌹👉ବୃଷ : ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ଭାବିଚିନ୍ତି କାର୍ଯ୍ୟକଲେ ସୁଫଳପାଇବେ ।*
*✧═════•❁❀❁•═════✧*
*🌹👉ମିଥୁନ : ଆଜିର ଦିନ ଲାଭଦାୟୀ ଅଟେ। ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ସାହାଯ୍ୟ ମିଳି ପାରେ। କୌଣସି ସାମାଜିକ କାର୍ଯ୍ୟରେ  ଯୋଗ ଦେବାକୁବାକୁ ପଡ଼ିପାରେ।*
*✧═════•❁❀❁•═════✧*
*🌹👉କର୍କଟ :ଆଜି ଅଧିକାରୀଗଣ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ। ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବା ଉଚିତ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ପାଇଁ ପରିସ୍ଥିତି ଅନୁକୂଳ ରହିବ।* 
*✧═════•❁❀❁•═════✧*
*🌹👉ସିଂହ : ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାଗୁଡ଼ିକର ନିବାରଣ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ।*
*✧═════•❁❀❁•═════✧*
*🌹👉କନ୍ୟା :ଆଜି ଆକସ୍ମିକ ଆର୍ଥଖର୍ଚ୍ଚ ହୋଇପାରେ।ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।* 
*✧═════•❁❀❁•═════✧*
*🌹👉ତୁଳା : ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ଯ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ଯ୍ୟଟନର ଯୋଗ ଅଛି।*
*✧═════•❁❀❁•═════✧*
*🌹👉ବିଚ୍ଛା : ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।*
*✧═════•❁❀❁•═════✧*
*🌹👉ଧନୁ :ଆଜି ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ଆବଶ୍ୟକ।  ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।* 
*✧═════•❁❀❁•═════✧*
*🌹👉ମକର : ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।*
*✧═════•❁❀❁•═════✧*
*🌹👉କୁମ୍ଭ : ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ।  ନିଜ ହାତକୁ ଆସିଥିବା କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ। ରଚନାତ୍ମକ କ୍ଷେତ୍ରରେ ମାନ-ସମ୍ମାନ ପ୍ରାପ୍ତ ହେବ।*
*✧═════•❁❀❁•═════✧*
*🌹👉ମୀନ : ଦିନ ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।*
*✧═════•❁❀❁•═════✧*

COASTAL NEWS ODIA 1299 ଚଳନ୍ତା ବସ୍‌ରେ ହୃଦଘାତ, କିନ୍ତୁ ଷ୍ଟିଅରିଂ ଛାଡି ନଥିଲା ଡ୍ରାଇଭର ଶେଷ ମୁହୂର୍ତ୍ତରେ 48 ଯାତ୍ରୀଙ୍କ ଜୀବନ ରକ୍ଷା କରିଥିଲା।

COASTAL NEWS ODIA 1299

ଚଳନ୍ତା ବସ୍‌ରେ ହୃଦଘାତ, କିନ୍ତୁ ଷ୍ଟିଅରିଂ ଛାଡି ନଥିଲା ଡ୍ରାଇଭର ଶେଷ ମୁହୂର୍ତ୍ତରେ 48 ଯାତ୍ରୀଙ୍କ ଜୀବନ ରକ୍ଷା କରିଥିଲା।


ଓଡ଼ିଶା: (CNO) ଚଳନ୍ତା ବସ୍‌ରେ ହୃଦଘାତ, କିନ୍ତୁ ଷ୍ଟିଅରିଂ ଛାଡି ନଥିଲା ଡ୍ରାଇଭର ଶେଷ ମୁହୂର୍ତ୍ତରେ 48 ଯାତ୍ରୀଙ୍କ ଜୀବନ ରକ୍ଷା କରିଥିଲା।  ଓଡିଶାରେ ଫୁଲବାଣୀରୁ ଭୁବନେଶ୍ୱରକୁ ଯାଉଥିବା ଏକ ବସ୍ ଡ୍ରାଇଭର ହଠାତ୍ ଚଳନ୍ତା ବସ୍‌ରେ ହୃଦଘାତର ଶିକାର ହୋଇଥିଲେ।  ଏହି ଘଟଣାରେ ବସ୍ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ଯାତ୍ରୀଙ୍କ ଅନୁଯାୟୀ ବସ୍ ଡ୍ରାଇଭର ହଠାତ୍ ବସ୍ ଚଲାଇବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ଆରମ୍ଭ କରି ଦେଇଥିଲା। ସେ ଏହା ବିଷୟରେ କହିଥିଲେ, ଏହି ସମୟରେ ସେ ଷ୍ଟିଅରିଂକୁ କାନ୍ଥ ଆଡକୁ ବୁଲାଇଥିଲେ।

ଓଡ଼ିଶାରେ ଚଳନ୍ତା ବସ୍‌ରେ ଡ୍ରାଇଭର ହୃଦଘାତରେ ପୀଡିତ
କାନ୍ଦାଲ ଜିଲ୍ଲାର ବୁରିଆ ଗ୍ରାମ ନିକଟରେ ଘଟଣା |ଶୁକ୍ରବାର ରାତିରେ କାନ୍ଦାଲ ଜିଲ୍ଲାର ପାବୁରିଆ ଗ୍ରାମ ନିକଟରେ ଏହି ଘଟଣା ଘଟିଛି।  ବସର ଡ୍ରାଇଭର ସନା ପ୍ରଧାନ ବୋଲି ଜଣାପଡିଛି।  ଯାତ୍ରୀମାନଙ୍କ କହିବାନୁସାରେ, ବସ୍ ଡ୍ରାଇଭର ହଠାତ୍ ବସ୍ ଚଲାଇବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ଆରମ୍ଭ କରିଥିଲେ, ସେ ଏହା ବିଷୟରେ କହିଥିଲେ, ଏହି ସମୟରେ ସେ ଷ୍ଟିଅରିଂକୁ ଏକ କାନ୍ଥ ଆଡ଼କୁ ବୁଲାଇଲେ ଯେଉଁଥିପାଇଁ ବସ୍ ଏହା ସହିତ ଧକ୍କା ଦେଇଥିଲା ଏବଂ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଥିଲା | ।

ଟିକାବାଲି ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଇନ୍ସପେକ୍ଟର କଲ୍ୟାଣମୟୀ ସେଣ୍ଡା କହିଛନ୍ତି ଯେ ଘରୋଇ ବସ୍ 'ମା ଲକ୍ଷ୍ମୀ' ସାଧାରଣତ କାନ୍ଦାଲସ୍ଥିତ ସରଗଡରୁ ଉଦୟଗିରି ଦେଇ ଭୁବନେଶ୍ୱର ପର୍ଯ୍ୟନ୍ତ ଚାଲିଥାଏ।  ପୋଲିସ କହିଛି ଯେ ଏହି ଘଟଣା ପରେ ଡ୍ରାଇଭରକୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, କିନ୍ତୁ ସେତେବେଳକୁ ହୃଦଘାତ ହେତୁ ତାଙ୍କର ମୃତ୍ୟୁ ଘଟିଥିଲା।

ସାର ଉପରେ କୃଷକମାନଙ୍କୁ ଦିଆଯାଉଥିବା ସବସିଡି ପରିମାଣକୁ ୨୨୩୦୩ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି

COASTAL NEWS ODIA 1298

ସାର ଉପରେ କୃଷକମାନଙ୍କୁ ଦିଆଯାଉଥିବା ସବସିଡି ପରିମାଣକୁ ୨୨୩୦୩ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି



ନୂଆଦିଲ୍ଲୀ - (CNO) ଆନ୍ତର୍ଜାତୀୟ ବଜାରରେ ସାର ମୂଲ୍ୟରେ କ୍ରମାଗତ ବୃଦ୍ଧି ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ଭାରତରେ ସାରର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଥିଲା । ବର୍ତ୍ତମାନ ଏହି ପ୍ରସଙ୍ଗରେ କେନ୍ଦ୍ର ଏକ ବଡ ନିଷ୍ପତ୍ତି ନେଇଛି। ସାର ଉପରେ କୃଷକମାନଙ୍କୁ ଦିଆଯାଉଥିବା ସବସିଡି ପରିମାଣକୁ ୨୨୩୦୩ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଖରିଫ ଋତୁ ପ୍ରାୟ ଶେଷ ହେବାକୁ ଯାଉଛି | କିଛି ସପ୍ତାହ ପରେ କୃଷକମାନେ ରବି ଫସଲ ବୁଣିବା ଆରମ୍ଭ କରିବେ । 



ଏପରି ସମୟରେ ଅନ୍ତର୍ଜାତୀୟ ବଜାରରେ ସାର ମୂଲ୍ୟରେ ବୃଦ୍ଧି ଦେଖୁବାକୁ ମିଳୁଛି। ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା କୃଷକମାନେ ଏ ସମ୍ପର୍କରେ ଚିନ୍ତା ପ୍ରକାଶ କରିଥିଲେ। ବର୍ତ୍ତମାନ କେନ୍ଦ୍ର ସରକାର ଏ ସମ୍ପର୍କରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସାର ଉପରେ କୃଷକମାନଙ୍କୁ ଦିଆଯାଉଥିବା ସବସିଡି ପରିମାଣକୁ ୨୨୩୦୩ କୋଟି ଟଙ୍କାକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। 

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଆନ୍ତର୍ଜାତୀୟ ବଜାରରେ ସାରର ମୂଲ୍ୟ ବୃଦ୍ଧି ଆମ ଚାଷୀଙ୍କୁ ପ୍ରଭାବିତ କରିବ ନାହିଁ। ରବି ଋତୁ ପାଇଁ P&K ସାର ଉପରେ ସରକାର ୨୨,୩୦୩ କୋଟି ଟଙ୍କା ସବସିଡି ପାଇଁ ଅନୁମୋଦନ କରିଛନ୍ତି । ୟୁରିଆର ମୂଲ୍ୟ ବୃଦ୍ଧି ହେବ ନାହିଁ ବୋଲି ସେ କହିଛନ୍ତି। ଏହାପୂର୍ବରୁ ସରକାର ରବି ଫସଲର MSP ରେ ମଧ୍ୟ ବୃଦ୍ଧି କରିଥିଲେ। NBS ଅଧୀନରେ କୃଷକମାନେ ସୁଲଭ ମୂଲ୍ୟରେ ସାର ପାଇବା ଜାରି ରଖୁବେ | ୟୁରିଆ ଉପରେ ମଧ୍ୟ ଏହି ପରି ସବସିଡି ଉପଲବ୍ଧ ହେବ:  ସୂଚନା ଦେଇ ଅନୁରାଗ ସିଂ ଠାକୁର କହିଛନ୍ତି ଯେ ରବି ଋତୁ ପାଇଁ ସବସିଡି ୦୧ ଅକ୍ଟୋବର ୨୦୨୩ ରୁ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଜାରି ରହିବ।

ନାଇଟ୍ରୋଜେନ ଉପରେ କେଜି ପିଛା ୪୭.୨ ଟଙ୍କା ସବସିଡି ମିଳିବ। ଫସଫରସ୍ କିଲୋଗ୍ରାମ ପାଇଁ ୨୦.୮୨ ଟଙ୍କା ସବସିଡି ମିଳିବ । ପୋଟାଶ ଉପରେ ସବସିଡି କିଲୋଗ୍ରାମ ପିଛା ୨.୩୮ ଟଙ୍କା ହେବ। ସଲଫର ଉପରେ ସବସିଡି କିଲୋଗ୍ରାମ ପିଛା ୧.୮୯ ଟଙ୍କା ହେବ। ବର୍ତ୍ତମାନ ରବି ଫସଲ ଉପରେ MSP ବୃଦ୍ଧି ପାଇଲା: ରବି ଋତୁ ଫସଲର ଏମଏସପି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହି ଅନୁଯାୟୀ, ୦୧ ଏପ୍ରିଲ ୨୦୨୪ ରୁ କ୍ରୟ ଋତୁରେ ଗହମର ସରକାରୀ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୨୭୫ ଟଙ୍କା ହେବ। ଯାଉ ର ମୂଲ୍ୟ ୧୮୫୦, ଚଣାଡାଲିର ମୂଲ୍ୟ ୫୪୪୦, ମସୁର ଡାଲିର ମୂଲ୍ୟ ୬୪୨୫, ସୋରିଷର ମୂଲ୍ୟ ୫୬୫୦ ଏବଂ କୁସୁମର ମୂଲ୍ୟ କ୍ୱିଣ୍ଟାଲ ପିଛା ୫୮୦୦ ଟଙ୍କା ହେବ । କେଉଁ ଫସଲରେ କେତେ ବୃଦ୍ଧି ହେଲା?

ଏମଏସପିରେ ସର୍ବାଧୂକ ବୃଦ୍ଧି ମୋସୁରି ଡାଲି ପାଇଁ କ୍ୱିଣ୍ଟାଲ ପିଛା ୪୨୫ ଟଙ୍କା ହୋଇଛି। ଏହା ପରେ ସୋରିଷ ପାଇଁ କ୍ୱିଣ୍ଟାଲ ପିଛା ୨୦୦ ଟଙ୍କା ମଞ୍ଜୁର ହୋଇଛି। ଗହମ ଏବଂ କଦଳୀ ପାଇଁ କ୍ୱିଣ୍ଟାଲ ପିଛା ୧୫୦-୧୫୦ ଟଙ୍କା ବୃଦ୍ଧି ଅନୁମୋଦନ କରାଯାଇଛି | ଯାଉ ପାଇଁ ୧୧୫ ଟଙ୍କା ଏବଂ ଚଣାଡାଲି ପାଇଁ କ୍ୱିଣ୍ଟାଲ ପିଛା ୧୦୫ ଟଙ୍କା ବୃଦ୍ଧି ଅନୁମୋଦନ କରାଯାଇଛି।

Saturday, October 28, 2023

ଆଜିର ରାଶିଫଳ

COASTAL NEWS ODIA 1297

*🌹🌼👉ମହାବୀର ପଞ୍ଜିକା👈🌼🌹*
 *✧═════•❁❀❁•═════✧*  
*ଅଦ୍ୟ ଅକ୍ଟୋବର ମାସ ୨୯ ତାରିଖ ୨୦୨୩ ମସିହା(ରବିବାର)*
*✧═════•❁❀❁•═════✧* 
 *ଡ:ବାୟୁନନ୍ଦନ ମିଶ୍ର*  
*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*



        *✧═════•❁❀❁•═════✧*

*🌹👉ମେଷ*
*ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ।*

*✧═════•❁❀❁•═════✧*
*🌹👉ବୃଷ*
*ଆଜି ଆକସ୍ମିକ ଭାବରେ ମୋଟାଅଙ୍କ ର ଅର୍ଥ ଆବଶ୍ୟକ ହୋଇପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଯୋଗୁ ବିଚଳିତ ହେବେ।ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇ ପାରିବେ।* 
*✧═════•❁❀❁•═════✧*
*🌹👉ମିଥୁନ*
*ଆଜି ଶିଳ୍ପ, ବାଣିଜ୍ୟ ପ୍ରଭୃତିରେ ପ୍ରତିଦ୍ୱନ୍ଦ୍ୱିତା ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।କୌଣସି କାମ ସୁବିଧାରେ ହେବ ନାହିଁ । ପୂର୍ବରୁ ସାହାଯ୍ୟ କରିବାକୁ ପ୍ରତଶ୍ରୁତି ଦେଇଥିବା ମିତ୍ରମାନେ ମଧ୍ୟ ନିଜର ମତ ହଠାତ୍‌ ବଦଳାଇ ଅସହଯୋଗ କରିପାରନ୍ତି।* 

*✧═════•❁❀❁•═════✧*
*🌹👉କର୍କଟ*
*ଆଜି ଆପଣପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶ କରି ବିବାଦୀୟ ହୋଇପାରନ୍ତି।ଆଶା ଓ ଅଭିଳାଷ ନିଶ୍ଚିତ ପୂରଣ ହୋଇପାରିବ । ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ସାମୟିକ ଖୁସି ହେବେ। ଶିଳ୍ପ, ପରିବହନ, ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ।* 
*✧═════•❁❀❁•═════✧*

*🌹👉ସିଂହ*
*ଆଜି ଦିନଟି ଭୋଗ,ବିଳାସ ଦିଗକୁ ସ୍ବତଃ ମନ ଟାଣିହୋଇଯିବ। ଆଜି ବିଭିନ୍ନ ସୂତ୍ରରୁ ଗୁଡାଏ ଅର୍ଥଲାଭର ଯୋଗ ରହିଛି। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ। ବନ୍ଧୁମାନଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ କଟାଇବେ।*
*✧═════•❁❀❁•═════✧*

*🌹👉କନ୍ୟା*
*ଆଜି କାର୍ଯ୍ୟସିଦ୍ଧି ହେତୁ ଉତ୍‌ଫୁଲ୍ଲିତ ରହିବେ। କିନ୍ତୁ ପାରିବାରିକ ଅଶାନ୍ତି କ୍ଷେତ୍ରରେ ଭୁଲ୍‌ ବୁଝାମଣା ହିଁ ପ୍ରଧାନ କାରଣ ହେବ । ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଅବଶ୍ୟ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ, ତଥାପି କାମ ଅଟକିବ ନାହିଁ ।* ।
*✧═════•❁❀❁•═════✧*

*🌹👉ତୁଳା*
*ଆଜି ସୁସ୍ଥତା ଅକ୍ଷୁଣ୍ଣ ରଖିବା ସହ ହସଖୁସିରେ ରଖିବାର ସୁସ୍ଥ ପରିବେଶ ସୃଷ୍ଟି କରିବ। ଖଳ ଲୋକମାନଙ୍କ ପ୍ରାୟୋଜିତ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ହଠାତ୍‌ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇବେ।* 
*✧═════•❁❀❁•═════✧*

*🌹👉ବିଛା*
*ଆଜି ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗି ରହିଲେ ମଧ୍ୟ ନୂତନ ସମସ୍ୟା ସୃଷ୍ଟି କରିବ। ଗତକାଲି ଠାରୁ ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ । କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ । ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ ।*

*✧═════•❁❀❁•═════✧*
*🌹👉ଧନୁ*
*ଆଜି ସ୍ବାସ୍ଥ୍ୟ ଓ କର୍ମହାନି ସାଙ୍ଗକୁ ବିବାଦୀୟ ସ୍ଥିତି ମଧ୍ୟରେ ଅଣ ନିଃଶ୍ୱାସୀ ହୋଇପାରନ୍ତି। ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିବେ। ଶିଳ୍ପ ଓ ପରିବହନରେ ସମସ୍ୟା ଲାଗିରହିବ। ମୂଳା ନକ୍ଷତ୍ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବେ।*
*✧═════•❁❀❁•═════✧*

*🌹👉ମକର*
*ଆଜି ପାରିବାରିକ ସ୍ଥିତି ଭଲ ରହି ନ ପାରେ। ଏଣେ ଯାହା ପାଇବା କଥା ତାହା ଠିକ୍‌ ସମୟରେ ପାଇବା ମଧ୍ୟ କଷ୍ଟକର ହେବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇପାରେ। ମିତ୍ର,ବନ୍ଧୁରେ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ ।*
*✧═════•❁❀❁•═════✧*

*🌹👉କୁମ୍ଭ*
*ଆଜି ଦିନଟି ଭଲରେ ଅତିବାହିତ ହେବ। ପିଲାମାନଙ୍କର କିଛି ସମସ୍ୟା ଓ ପରିବାରରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭ ବଦଳରେ କ୍ଷତି ହିଁ ହେବ। ଜମିଜମା, ପରିବହନରେ ସମସ୍ୟା କ୍ରମଶଃ ଜଟିଳ ହେବ।*

*✧═════•❁❀❁•═════✧*
*🌹👉ମୀନ*
*ଆଜି ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଅଟକି ରହିଯାଇଥିବା କାମଗୁଡିକ ସମ୍ପନ୍ନ ହେବ। ବିଭିନ୍ନ କ୍ଷେତ୍ରରୁ ସମ୍ମାନ ଲାଭ କରିବାର ସୁଯୋଗ ପାଇବେ। ବାଣିଜ୍ୟ, ବ୍ୟବସାୟ ଭଲରେ ଚାଲିବ। ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି ।*
*✧═════•❁❀❁•═════✧*

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...