AFFILIATE MARKETING

https://binomo.com?a=90810425bb57&t=0

Sunday, September 10, 2023

ଜି୨୦ ଶିଖର ସମ୍ମିଳିନୀ ମେନୁରେ ‘ଶ୍ରୀଅନ୍ନ

 COASTAL NEWS Odia 667

ଜି୨୦ ଶିଖର ସମ୍ମିଳିନୀ ମେନୁରେ ‘ଶ୍ରୀଅନ୍ନ



ନୂଆଦିଲ୍ଲୀ, ୯/୯: ଜି୨୦ ଶିଖର ସମ୍ମିଳିନୀ ପ୍ରଥମ ଦିବସର କାର୍ଯ୍ୟକ୍ରମ ଶେଷରେ ବିଶ୍ଵନେତା ଓ ପ୍ରତିନିଧିମାନଙ୍କ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତମଣ୍ଡପମ୍‌ଠାରେ ଏକ ବିଶେଷ ନୈଶଭୋଜିର ଆୟୋଜନ କରିଥିଲେ। 

ବିବିଧ ଭାରତୀୟ ବ୍ୟଞ୍ଜନ ଦ୍ବାରା ଅତିଥିମାନଙ୍କୁ ଆପ୍ୟାୟିତ କରାଯାଇଥିଲା ତା’ ଭିତରେ ମୁଖ୍ୟ ଆକର୍ଷଣ ଥିଲା ବାଜରା, ମାଣ୍ଡିଆ ପ୍ରଭୃତି ମୋଟା ଶସ୍ୟ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହାକୁ ‘ଶ୍ରୀଅନ୍ନ’ ବୋଲି ନାଁ ଦେଇଛନ୍ତି) ଦ୍ବାରା ପ୍ରସ୍ତୁତ ବ୍ୟଞ୍ଜନ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ତଥା ବିଶ୍ଵନେତାମାନଙ୍କୁ ରୁପା ଓ ସୁନା-ପାଣିଦିଆ (ଗୋଲ୍‌ପ୍ଲେଟେଡ୍‌) ବାସନରେ ଖାଦ୍ୟ ପରଷାଯାଇଥିଲା, ଯାହା ଭାରତର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟର ଛବିକୁ ପ୍ରତିଫଳିତ କରୁଥିଲା। 

ଖାଦ୍ୟ ତାଲିକାର ଉପକ୍ରମରେ ଲେଖାଥିଲା ବିବିଧତା ଭିତରେ ଭାରତକୁ ‘ସ୍ବାଦ’ କିପରି ଯୋଡ଼ିଛି। ଏଥିରେ ଲେଖାଥିଲା, ‘‘ପରମ୍ପରା, ରୀତିନୀତି ଓ ଜଳବାୟୁ- ଭରତ ଅନେକ ଉପାୟରେ ବିବିଧତାରେ ପରିପୂର୍ଣ୍ଣ, ସ୍ବାଦ ଆମକୁ ଯୋଡୁଛି।’’

ଏହି ଖାଦ୍ୟ ତାଲିକାରେ ଶ୍ରୀଅନ୍ନ ବା ମାଣ୍ଡିଆ ଓ ବାଜରା ଜାତୀୟ ଖାଦ୍ୟର ବିଶେଷ ଉଲ୍ଲେଖ ରହିଥିଲା ।ଷ୍ଟାର୍ଟରରେ ଥିଲା ଫକ୍ସଟେଲ ମିଲେଟ ପତ୍ର ଉପରେ ଦହିସହ ଭଜା ଓ ମସଲାଯୁକ୍ତ ଚଟଣୀ। ମୁଖ୍ୟ ଖାଦ୍ୟରେ ଥିଲା ବନବର୍ଣମ୍- ପିଠଉ ଦେଇ ଭଜା ହୋଇଥିବା ପଣସ ସହ ଜଙ୍ଗଲୀ ଛତୁ, ତା’ ସହ ଅଳ୍ପ ମିଲେଟ୍ ଚିପ୍ ଓ ଅନ୍ନପୂର୍ଣ୍ଣା ପତ୍ର ପଡ଼ି ରନ୍ଧା ହୋଇଥିବା କେରଳୀ ନାଲି ଚାଉଳର ଭାତ। 

ଭାରତୀୟ ରୁଟି ଭିତରେ ଥିଲା ମୁମ୍ବାଇ ପାଓ ବା ଏକପ୍ରକାର ଛୋଟ ଗୋଲ ନରମ ରୁଟି, ବକରଖାନି ବା ଗୁଜୁରାତିଦିଆ ମିଠା ପରଟା ମିଠା (ଡେଜାର୍ଟ) ଭିତରେ ଥିଲା ଗୁଜରାତି ଦିଆ ବାର୍ନୟାର୍ଡ ମିଲେଟ ଖିରି, ଡିମ୍ବିରି-ପିଚ୍ କମ୍ପୋଟ୍ (ମିଠା) ଏବଂ କ୍ରିଷ୍ଣା ପାନୀୟ ଭିତରେ କାଶ୍ମୀରୀ କାହ, ଫିଲ୍ମରକଫି ଏବଂ ଦାର୍ଜିଲିଂ ଚା ଅନ୍ତର୍ଭୁକ୍ତ ଥିଲା। ଏଥି ସହ ସ୍ବାଦଯୁକ୍ତ ଚକୋଲେଟ୍ ପତ୍ର ପାନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...