AFFILIATE MARKETING

https://binomo.com?a=90810425bb57&t=0

Sunday, September 10, 2023

ଦେଶର ନାଁ ‘ଭାରତ

 COASTAL NEWS Odia 668

ଦେଶର ନାଁ ‘ଭାରତ



ନୂଆଦିଲ୍ଲୀ - ମଣ୍ଡପମରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବୋଧନ ଆରମ୍ଭ କରିବା ସମୟରେ ତାଙ୍କ ସମ୍ମୁଖରେ ଥିବା ଦେଶର ‘ନେମକା କାର୍ଡ’ରେ ‘ଭାରତ’ ଦେଖିବାକୁ ମିଳିଛି। ଜି-୨୦ ଡିନର ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ୍ ଅଫ୍ ଭାରତ’ଲେଖାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏଭଳି ସମୟରେ ପୁଣି ଜି-୨୦ ସମ୍ମିଳନୀରେ ଦେଶର ନାଁ ‘ଭାରତ’ ରଖାଯିବା ଏକ ବଡ଼ ବାର୍ତ୍ତା ପ୍ରଦାନ କରୁଛି। ଆଜି ସମ୍ମିଳନୀର ଏହି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି ।

ମୋଦୀ ଆଜି ଜି-୨୦ ସମ୍ମିଳନୀରେ ଉଦ୍‌ଘାଟନୀ ଭାଷଣ ଦେଇ କହିଥିଲେ ଯେ ଭାରତର ଜି-୨୦ ଅଧ୍ୟକ୍ଷତା ଦେଶ ଭିତରେ ଏବଂ ବାହାରେ ‘ସବ୍ ସାଥ୍‌’ ସବକା ପ୍ରୟାସ ର ଏକ ପ୍ରତୀକ ହୋଇଛି। ଏହା ଭାରତରେ ଲୋକଙ୍କର ଜି-୨୦ ହୋଇଛି। ଦେଶରେ ୨୦୦ରୁ ଅଧିକ ଜି-୨୦ ବୈଠକ ହୋଇଛି ବୋଲି ମୋଦୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଜି-୨୦ ବିଦେଶ ପ୍ରତିନିଧିଙ୍କ ପାଇଁ ପ୍ରସ୍ତୁତ ବୁକଲେଟ୍‌ରେ ବି ‘ଭାରତ’ ଲେଖାଅଛି।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...