AFFILIATE MARKETING

https://binomo.com?a=90810425bb57&t=0

Monday, April 14, 2025

ପାଲଟା ବାଘ


                   @ ଜହ୍ନମାମୁଁ @
.         

           *⭕“ "ପାଲଟା ବାଘ" “⭕*


  ଅନେକ ବର୍ଷ ତଳର କଥା । ପ୍ରଲମ୍ବିତ ପାହାଡଶ୍ରେଣୀ ବିନ୍ଧ୍ଯଗିରିର ଆମ ରାଇଜରେ ଥିବା ଅଞ୍ଚଳ ଥିଲା ଘଞ୍ଚ ଅରଣ୍ୟ ପରିପୂର୍ଣ୍ଣ । ଅମରାବତୀ କଟକ ସନ୍ନିକଟ ପ୍ରସିଦ୍ଧ ଜଳୌକା ପାହାଡରେ ରହିଥିଲା ଅନେକ ଗୁମ୍ଫା । ସିଦ୍ଧ ସାଧୁମାନେ ସେଠାରେ ଏକାନ୍ତରେ ରହି କାଳେ ଗୁଢ ସାଧନାରେ ନିମଗ୍ନ ରହୁଥିଲେ । ଆଖପାଖରେ ଅବସ୍ଥିତ ପ୍ରାୟତଃ ବହୁ ପାହାଡ ଶିଖରରେ ମଧ୍ଯ ସାଧୁସନ୍ଥମାନଙ୍କ ଆବାଗମନ ଏବଂ ତପସ୍ଥଳୀ ରହିଥିଲା ।

   ଶୁଣିବା କଥା, ଜଳୌକାରୁ ଯଜ୍ଞନଗ୍ର ପ୍ରସିଦ୍ଧ ଶକ୍ତିପୀଠକୁ ଗଲାବେଳେ ସାଧୁସନ୍ଥମାନେ ରତ୍ନଗିରି ପାହାଡ ତଳି ଏକ ଛୋଟିଆ ଗାଁର ମୁଖିଆଙ୍କ ଗୃହରେ ରହି ବିଶ୍ରାମ କରନ୍ତି । ଗୃହପତି ଖୁବ ଶ୍ରଦ୍ଧା ଏବଂ ସମ୍ମାନର ସହିତ ସେମାନଙ୍କୁ ଆତିଥେୟତା ପ୍ରଦାନ କରିଥାନ୍ତି । 

   ତୀର୍ଥାଟନ ସାରି ଫେରିବା ବେଳକୁ ଦିନେ ସନ୍ଧ୍ୟା ରତରତ ହୋଇ ଆସୁଥାଏ। ଗୃହସ୍ବାମୀ ସାଧୁସନ୍ଥ ମାନଙ୍କୁ ସେଦିନ ଜଙ୍ଗଲ ପଥ ଦେଇ ନ ଯିବାକୁ ଅନୁରୋଧ କଲେ । ସାଧୁଙ୍କ ମଧ୍ଯରେ ବୟୋଜ୍ଯେଷ୍ଠ ବା ଗୁରୁଦେବ ଜଣଙ୍କ ତାଙ୍କୁ କହିଲେ-ବତ୍ସ ,ଆମେ ହେଲୁ ସିଦ୍ଧ ପୁରୁଷ । ବଣର ବାଘ ଭାଲୁ ହିଂସ୍ର ଜନ୍ତୁ ଆମ୍ଭର କିଛି କ୍ଷତି କରି ପାରିବ ନାହିଁ । କିନ୍ତୁ ତୁମର ଐକାନ୍ତିକ ଆଦର ଅଭ୍ୟର୍ଥନା ଦୃଷ୍ଟିରୁ ଆମ୍ଭେ ଆଜି ରାତ୍ରିଟି କଟାଇ ଆସନ୍ତା କାଲି ପ୍ରତ୍ୟୁଷରୁ ଆଶ୍ରମ ଅଭିମୁଖେ ବାହାରିବୁ ।

  ଗୃହସ୍ଥଙ୍କ ଆନନ୍ଦ କହିଲେ ନସରେ ।ସେ ସାଧୁସନ୍ଥଙ୍କ ପାଇଁ ଆବଶ୍ଯକ ଜଳଯୋଗ ଓ ଫଳମୂଳ ବ୍ଯବସ୍ଥା କଲେ ।

ସାଧୁଙ୍କ ଗୁରୁଦେବ ଅତ୍ଯନ୍ତ ପ୍ରୀତ ହୋଇ ତାଙ୍କୁ ଏକ ବର ଦେବାକୁ ଚାହିଁଲେ ।

  ଗୃହସ୍ଥତ ଆଗରୁ ଶୁଣିଥିଲେ ବଣର ମହାବଳ ବାଘ ପରି ହିଂସ୍ର ଜନ୍ତୁ ସାଧୁଙ୍କର କିଛି କ୍ଷତି କରି ପାରନ୍ତି ନାହିଁ । ଏଣୁ ସେ ଏପରି କିଛି ବଶୀକରଣ ବିଦ୍ଯା ଥିଲେ ତାଙ୍କୁ ଦେବା ପାଇଁ ବିନତି କଲେ ।

  ଗୁରୁ ଜଣଙ୍କ ଗୁପ୍ତ ବଶୀକରଣ ମନ୍ତ୍ର ତାଙ୍କ କାନରେ କହିଦେବା ସହିତ ସେ ଚାହିଁଲେ ନିଜ କାୟା ମଧ୍ଯ ପରିବର୍ତ୍ତନ କରି  ମହାବଳ ବ୍ଯାଘ୍ର ହୋଇ ପାରନ୍ତି ବୋଲି କହିଲେ ।

  ପୁନଶ୍ଚ , ପୂର୍ବରୁ ସେ ମନ୍ତୁରାଇ ରଖିଥିବା ହଳଦୀ ପାଣିକୁ ନିଜ ଉପରେ କେହି ବିଶ୍ବସ୍ତ ଲୋକ ଦ୍ବାରା ସିଞ୍ଚନ କରି ପାରିଲେ ମନୁଷ୍ଯ ରୂପ ଧରିବାରେ କୌଣସି ଅସୁବିଧା ହେବନାହିଁ ବୋଲି ଉପାୟ ବତାଇ ଦେଲେ । 

  ଗୃହସ୍ଥ କେବଳ ଆଁଟି କରି ଚକିତ ହୋଇ ଶୁଣୁଥାଏ । ତା ମନରେ ବିଶ୍ବାସ ଜନ୍ମାଇବା ପାଇଁ ଗୁରୁ ଜଣେ ଚେଲାଙ୍କୁ ସେଠାରେ କିଛି ଦିନ ରହି ବିଦ୍ଯାର ପ୍ରୟୋଗ ଶିକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେଲେ ।

  ଚେଲାଙ୍କ ବ୍ଯତୀତ ଅନ୍ଯ ସାଧୁସନ୍ଥ ମାନେ ନିଜ ବାଟରେ ଚାଲି ଯିବା ପରେ ସେହି ଦିନ ଅଧ ରାତି ବେଳକୁ ଗୁପ୍ତ ବିଦ୍ଯାର ପରୀକ୍ଷଣ ଆରମ୍ଭ ହେଲା । ଗୃହସ୍ଥ ମନ୍ତ୍ର ପଢି ହଳଦୀ ପାଣି ଖିଡ଼ିକି ଉପରେ ରଖିଦେଲେ । ମନ୍ତ୍ର ଉଚ୍ଚାରଣ କରି ବାଘ ବି ବନିଗଲେ । ଜଙ୍ଗଲରେ ବୁଲାବୁଲି କରି ରାତି ନ ପାହୁଣୁ ଆସି ଖିଡ଼ିକି ପାଖରେ ସଙ୍କେତ ଦେବାରୁ ଚେଲା ଜଣଙ୍କ ମନ୍ତୁରା ହଳଦୀ ପାଣିକୁ ତାଙ୍କ ଉପରକୁ ସିଞ୍ଚି ଦେଲେ । ସେ ତତକ୍ଷଣାତ ପୁଣି ମଣିଷ ପାଲଟି ଗଲେ ।

   କିଛି ଦିନ ନିୟମିତ ଅଭ୍ଯାସ କରିବା ପରେ ଗୃହସ୍ଥଙ୍କ ଆତ୍ମ ବିଶ୍ୱାସ ଆସିଗଲା ।ସେ କୃତ୍ଯକୃତ୍ଯ ହୋଇ ଚେଲାଙ୍କୁ ବିଦାୟ ଦେଲେ ।

   ଚେଲା କରୁଥିବା ମନ୍ତୁରା ପାଣି ଛିଞ୍ଚା କାମଟି ଗୃହସ୍ଥ ତାଙ୍କ ସ୍ତ୍ରୀ ଉପରେ ନ୍ଯସ୍ତ କରିବାକୁ ମନସ୍ଥ କରିଥାନ୍ତି ।କିନ୍ତୁ ସେ ଥିଲେ ଗର୍ଭବତୀ । ମାତ୍ର ଅଧିକ ଉତ୍ସୁକ ଥିବାରୁ ଗୃହସ୍ଥ ଜଣଙ୍କ ରାତିରେ ବାଘ ନ ହୋଇ ରହି ପାରିଲେ ନାହିଁ । ସବୁ କଥା ବୁଝାଇ ସୁଝାଇ ସେ ଅଧ ରାତିକୁ ବାଘ ହୋଇ ଗଲେ । ମନ୍ତୁରା ପାଣି ଖିଡ଼ିକି ଉପରେ ରଖା ଯାଇଥାଏ । ବଡି ଭୋରରୁ ଆସି ବହୁଥର ସଙ୍କେତ କଲାରୁ ବି ସ୍ତ୍ରୀଟି ଆଖି ମଳି ମଳି କବାଟ ଖୋଲେ ତ ମହାବଳ ବାଘ ରୂପରେ ଥିବା ତା ସ୍ବାମୀ ରାଗରେ ଖୁବ ଜୋରରେ ଗର୍ଜନ କଲା । ସ୍ତ୍ରୀଟି ମୂର୍ଚ୍ଛା ହୋଇ ତଳେ ପଡିଗଲା ଓ ତାର ହାତରେ ଧରିଥିବା ମନ୍ତୁରା ହଳଦୀ ପାଣି ବାଘ ଉପରେ ନ ପଡି ତଳେ ଢାଳି ହୋଇ ଗଲା । ସକାଳ ହୋଇଯିବାରୁ ବାଘ ଗାଁ ଛାଡି ଜଙ୍ଗଲ ପଳାଇବାକୁ ବାଧ୍ଯ ହେଲା । ଯେତେ ଚେଷ୍ଟା କଲେ ବି ଆଉ ମଣିଷ ରୂପ ଧାରଣ କରି ପାରିଲା ନାହିଁ ।

  ତାର ସ୍ତ୍ରୀ ପରେ ଚେତା ଫେରି ପାଇଲା ,କିନ୍ତୁ ତାକୁ ହଳଦୀ ପାଣିକୁ ମନ୍ତୁରାଇବା ବିଦ୍ଯା ଜଣା ନଥିଲା । ଲୋକେ କହନ୍ତି କାଳେ ପାଲଟା ବାଘ ଔରସରୁ ଯେଉଁ ସନ୍ତାନ ଜନ୍ମ ହେଲା,ସେ ମଣିଷ ପରି ଦିଶୁଥିଲେ ବି ଜଙ୍ଗଲି ବ୍ଯାଘ୍ର ପ୍ରକୃତିର ହୋଇ ବଂଶ ବଢାଇ ଚାଲିଲା । ଏବେ ପାଲଟା ବାଘର ବଂଶ କୁଆଡେ ଚାରି ଆଡକୁ ବ୍ଯାପୀ ଗଲାଣି ।

ତାଙ୍କ ଅଦୃଶ୍ଯ ପାଟି ଭିତରେ ରାସ୍ତା,ପୋଲ, ଖଣି, ପାଣି, ବାଲି,ଜଙ୍ଗଲ ଏବଂ ମଣିଷର ରକ୍ତ ଭାବରେ ପୁଳା ପୁଳା ଟଙ୍କା ସୁନା ସବୁ ଏଯାକ ବି ପଶି କାଳେ ଅସ୍ତିତ୍ବ ଶୂନ୍ଯ ହୋଇ ଯାଉଛି । ଗୁପ୍ତ ମନ୍ତ୍ର ଶକ୍ତିର କିଛି ଅଂଶ ଏବେ ବି କାମ କରୁଥିବାରୁ ତାଙ୍କ କବଳରୁ କେହି ସହଜରେ ଉଦ୍ଧାର ପାଇ ପାରୁ ନାହାନ୍ତି କି କେହି ତାଙ୍କର କିଛି ପ୍ରତିରୋଧ କରି ପାରୁ ନାହାନ୍ତି ।



Friday, April 11, 2025

🌹ଜହ୍ନମାମୁଁ ପୃଷ୍ଠାରୁ..🌹

          🌹ଜହ୍ନମାମୁଁ ପୃଷ୍ଠାରୁ..🌹

             ସୋମିଲାକ୍ ତନ୍ତ୍ରୀ କଥା  

ବହୁ ପୁରାକାଳର କଥା । ଗୋଟିଏ ନଗରୀରେ ‘ସୋମିଲାକ୍’ ନାମକ ଏକ ତନ୍ତୀ ବାସ କରୁଥିଲା । ଲୁଗା ବୁଣି ସେ ନିଜର ଗୁଜୁରାଣ ମେଂଟାଏ । ସେ ବୁଣୁଥିବା ଲୁଗା ଗୁଡିକ ଏତେ ଉତ୍କୃଷ୍ଟମାନର ଥିଲା ଯେ ରାଜା ମଧ୍ୟ ଏହା ପିନ୍ଧିବାକୁ ସବୁ ସମୟରେ ଚାହୁଁଥିଲେ । କିନ୍ତୁ ସେ ତା’ର କାର୍ଯ୍ୟ ଅନୁଯାୟୀ ପାରିଶ୍ରମିକ ପାଉ ନଥିଲା । ଅନ୍ୟ ତନ୍ତୀମାନେ କିନ୍ତୁ ନିକୃଷ୍ଟ ମାନର ପୋଷାକ ପ୍ରସ୍ତୁତ କରୁଥିଲେ ମଧ୍ୟ ସେମାନେ ଅଧିକ ପାରିଶ୍ରମିକ ପାଉଥିଲେ । ଏହା ଦେଖି ଦିନେ ସୋମିଲାକ୍ ତା’ର ପତ୍ନୀକୁ କହିଲା, “ଦେଖ! ଆଜି ମୋର ମନ ଭଲ ନାହିଁ । ମୁଁ ଆଉ ଏ ଦେଶରେ ରହିବା ପାଇଁ ଚାହୁଁ ନାହିଁ ।” ପତ୍ନୀ ସଂଗେ ସଂଗେ ନ ରହିବାର କାରଣ ଜାଣିବାକୁ ଇଚ୍ଛା ପ୍ରକାଶ କଲେ । ସୋମିଲାକ୍ କହିଲେ, ‘ଉତ୍କୃଷ୍ଟ ମାନର ଲୁଗା ପ୍ରସ୍ତୁତ କଲେ ମଧ୍ୟ ମୋତେ ଠିକ୍ ପାରିଶ୍ରମିକ ମିଳୁନାହିଁ । ଅଥଚ ଯେଉଁମାନେ ନିକୃଷ୍ଟ ମାନର ଲୁଗା ବୁଣୁଛନ୍ତି ସେମାନେ ଦିନକୁଦିନ ଅଧିକ ଅର୍ଥ ଉପାର୍ଜନ କରୁଛନ୍ତି ।

       ସୋମିଲାକ୍ ଙ୍କର ଏହି କଥା ଶୁଣି ପତ୍ନୀ କହିଲେ, “ତୁମେ କହୁଛ ଯେ ତୁମେ ଅନ୍ୟତ୍ର ଯାଇ ଅଧିକ ଅର୍ଥ ରୋଜଗାର କରିବ । କିନ୍ତୁ ଗୋଟିଏ କଥା ମନେରଖ, ଯାହା ତୁମ ଭାଗ୍ୟରେ ଥିବ ତାହା ନିଶ୍ଚୟ ଘଟିବ । ଭାଗ୍ୟ ଏବଂ କର୍ମ ସର୍ବଦା ହାତ ଧରାଧରି ହୋଇ ଚାଲିଥାଆନ୍ତି । ଯେପରି ଗୋଟିଏ ବାଛୁରୀ ଶହ ଶହ ଗାଈଙ୍କ ମଧ୍ୟରୁ ତା’ର ମାଆକୁ ଖୋଜି ପାଇପାରେ, ଠିକ୍ ସେହିପରି ଭାଗ୍ୟ ଶହ ଶହ କର୍ମୀଙ୍କ ମଧ୍ୟରୁ ଉଚିତ୍ କର୍ମୀଙ୍କୁ ଖୋଜି ପାଇପାରେ । ତେଣୁ ମୋର କଥା ମାନି, କେଉଁଆଡେ ନଯାଇ ଏହିଠାରେ ହିଁ ନିଜ କାର୍ଯ୍ୟରେ ମନ ଦିଅ ।” ପତ୍ନୀର କଥା ଶୁଣି ସୋମିଲାକ୍ କହିଲେ, ତୁମେ ଯାହା କହୁଛ ମୋତେ ଠିକ୍ ଲାଗୁ ନାହିଁ । ସବୁ କିଛି କର୍ମ ଉପରେ ନିର୍ଭର କରେ । କର୍ମ ନ କଲେ କେହି କେବେ ତୁମ ହାତ ପାଖରେ ଆଣି ଖାଦ୍ୟ ଦେବେ ନାହିଁ । ସିଂହଟିଏ ଯଦି ତା’ର ଶୀକାର ଖୋଜିବ ନାହିଁ ତା’ ହେଲେ ଶିକାର କଦାପି ସିଂହର ମୁହଁ ପାଖକୁ ଆସିବ ନାହିଁ । ଏହା କହି ସୋମିଲାକ୍ କହିଲେ ମୁଁ ମନସ୍ଥ କରିସାରିଛି, ମୁଁ ଏହି ଯାଗାଛାଡି ଅନ୍ୟତ୍ର ଚାଲିଯିବି ।

କ ସ୍ଥାନରେ ଆସି ପହଁଚିଲେ । ସେ ସେହି ସ୍ଥାନରେ ଦୀର୍ଘ ତିନି ବର୍ଷ ଧରି ରହି, କଠିନ ପରିଶ୍ରମ ବଳରେ ତିନିଶହ ସ୍ୱର୍ଣ୍ଣମଦ୍ରା ଅର୍ଜନ କରିବାକୁ ସକ୍ଷମ ହୋଇଥିଲେ । ଏହାପରେ ସେ ସ୍ୱଗୃହକୁ ପ୍ରତ୍ୟାବର୍ତନ କରିବାକୁ ଇଚ୍ଛାକଲେ        । ଘରକୁ ଫେରିବା ସମୟରେ ଅଧାବାଟରେ ହୋଇଛନ୍ତି ଏକ ଜଙ୍ଗଲ ପଡିଲା । ସେତେବେଳକୁ ସୂର୍ଯ୍ୟ ମଧ୍ୟ ଅସ୍ତ ହୋଇଯିବା ଉପରେ ।’ ରାତିରେ ଏତେବଡ ଜଙ୍ଗଲଟି ପାରହୋଇ ସେ ଯିବେ କିପରି? ଜଙ୍ଗଲ ମଧ୍ୟରେ ରାତିରେ ହିଂସ୍ର ଜନ୍ତୁଙ୍କର ରଡି ତାଙ୍କୁ ଆହୁରି ଭୟଭୀତ କରିଦେଲା । ତେଣୁ ସେ ଏକ ବଡ ଗଛ ଉପରକୁ ଉଠିଯାଇ ସେଠାରେ ବସିଲେ । ବହୁତ ବାଟ ଚାଲି ଚାଲି ଆସିଥିବାରୁ କିଛି ସମୟ ପରେ ତାଙ୍କୁ ସେଠାରେ ନିଦ ଲାଗିଗଲା । ଏହାପରେ ସୋମିଲାକ୍ ସ୍ୱପ୍ନ ଦେଖିଲେ, ଦୁଇଜଣ ଭୟଙ୍କର ଦେଖା ଯାଉଥିବା ମଣିଷ ପରସ୍ପର ମଧ୍ୟରେ ଯୁକ୍ତିତର୍କ କରୁଛନ୍ତି ।

       ‘କର୍ମ’ କହୁଛି, ‘ତୁମେ କ’ଣ ପାଇଁ ସୋମାଲିକ୍ ଙ୍କୁ ପାରିଶ୍ରମିକ ସ୍ୱରୂପ ତିନି ଶହ ସ୍ୱର୍ଣ୍ଣ ମୁଦ୍ରା ଦେଲ? ତୁମେ କ’ଣ ଜାଣି ନାହଁ ସେ କେବଳ ତା’ର ଖାଇବା ଏବଂ ପିନ୍ଧିବା ପାଇଁ ଯେତିକି ଅର୍ଥ ଆବଶ୍ୟକ, ସେ କେବଳ ସେତିକି ଅର୍ଥ ଚାହେଁ ।

       ‘ଭାଗ୍ୟ’ ସଂଗେ ସଂଗେ ଉତ୍ତର ଦେଲା, ମୁଁ କ’ଣ କରି ପାରିଥାନ୍ତି ଯେ, ସେହି ବ୍ୟକ୍ତି ଜଣକ ବହୁତ ପରିଶ୍ରମ କରିଛନ୍ତି । ମୁଁ ‘ତ’ ତାଙ୍କ ପରିଶ୍ରମ ଅନୁସାରେ ତାଙ୍କୁ ଫଳ ପ୍ରଦାନ କରିଛି । ତୁମେ ମୋତେ କ’ଣ ପାଇଁ ଦାୟୀ କରୁଛ?

       ଏହାପରେ ହଠାତ୍ ସୋମିଲାକ୍ ଙ୍କର ନିଦ ଭାଙ୍ଗିଗଲା । ସେ ସଂଗେ ସଂଗେ ନିଜ ପଇସାମୁଣି ବାହାର କରି ଦେଖନ୍ତି ତ ଗୋଟିଏ ହେଲେ ପଇସା ନାହିଁ । ସେ ଭାବିଲେ କ’ଣ ସବୁ ହୋଇଗଲା? ମୁଁ ଦିନ ରାତି ପରିଶ୍ରମ କରି ଏତିକି ସମ୍ବଳ ଉପାର୍ଜନ କରିଥିଲି, ମାତ୍ର ମୁହୂର୍ତକରେ ସେସବୁ କେଉଁ ଆଡେ ଅନ୍ତର୍ଦ୍ଧାନ ହୋଇଗଲା । ମୋର ପରିଶ୍ରମର କିଛି ମୂଲ୍ୟ ରହିଲା ନାହିଁ । ମୁଁ କିପରି ମୋର ପତ୍ନୀ ଏବଂ ବନ୍ଧୁ ପରିଜନ ମାନଙ୍କୁ ମୁହଁ ଦେଖାଇବି ତେଣୁ ମୁଁ ବର୍ତ୍ତମାନ ଘରକୁ ନ ଫେରି ପୁନର୍ବାର ବର୍ଦ୍ଧମାନପୁର ଫେରିଯିବି ।

       ବର୍ଦ୍ଧମାନପୁରରେ କିଛି ବର୍ଷ ରହିବା ପରେ ସେ ପୁନର୍ବାର ପାଂଚଶହ ସ୍ୱର୍ଣ୍ଣମୁଦ୍ରା ଉପାର୍ଜନ କରିବାକୁ ସକ୍ଷମ ହୋଇପାରିଲେ । ଏହାପରେ ସେ ପୁଣିଥରେ ଘରକୁ ଯିବାକୁ ଚାହିଁଲେ । ଏହିପରି କିଛି ବାଟ ଯିବାପରେ ଜଙ୍ଗଲ ପଡିଲା । ସୂର୍ଯ୍ୟ ଅସ୍ତ ହୋଇ ଆସୁଥାନ୍ତି । ସୋମିଲାକ୍ ଠିକ୍ କଲେ ଯେ ଜଙ୍ଗଲରେ ରାତି କଟାଇ ତହିଁଆର ଦିନ ଗ୍ରାମକୁ ଯିବେ । ପୂର୍ବଥର ଶୋଇପଡିବାରୁ ମୁଦ୍ରା ସବୁ କେଉଁଆଡେ ଉଭାନ୍ ହୋଇଯାଇଥିଲା । ତେଣୁ ସେ ଏହିଥର ଜଙ୍ଗଲରେ ବିଶ୍ରାମ ନନେଇ ବାଟ ଚାଲିବାକୁ ମନସ୍ଥ କଲେ । କିଛି ସମୟ ପରେ ସେ ଦୁଇଜଣ କଥାବାର୍ତ୍ତା ହେଉଥିବାର ଶୁଣିବାକୁ ପାଇଲେ? କର୍ମ କହିଲା, ‘ତୁମେ କଣ ପାଇଁ ସୋମିଲାକ୍ଙ୍କୁ ପାଂଚ ଶହ ସ୍ୱର୍ଣ୍ଣ ମୁଦ୍ରା ଦେଲ? ତୁମେ ବୋଧହୁଏ ଜାଣିନାହଁ, ସେ କେବଳ ଖାଦ୍ୟ ଏବଂ ବସ୍ତ୍ର ପାଇଁ ଯେତିକି ଅର୍ଥ ଆବଶ୍ୟକ ସେତିକି ସେ ଚାହାଁନ୍ତି । ‘ଭାଗ୍ୟ’ କହିଲା, ‘ମୁଁ କ’ଣ କରିପାରିଥାନ୍ତି’, ଜଣେ ମନୁଷ୍ୟ କଠିନ ପରିଶ୍ରମ କରିବ । ମୁଁ ତାକୁ ତା’ର ପରିଶ୍ରମର ମୂଲ୍ୟ ଦେବି ନାହିଁ । ତୁମେ ମୋତେ ଏଥିପାଇଁ ଦାୟୀ କର ନାହିଁ!

       ଯେତେବେଳେ ସୋମିଲାକ୍ ଏହି କଥା ଶୁଣିବାକୁ ପାଇଲେ, ଏହାପରେ ସଂଗେ ସଂଗେ ସେ ମୁଣି ଦେଖନ୍ତିତ ମୁଣିରେ ସ୍ୱର୍ଣ୍ଣମୁଦ୍ରା ଗୁଡିକ କେଉଁ ଆଡେ ଉଭାନ୍ ହୋଇଯାଇଛି । ସୋମିଲାକ୍ ଏହା ଦେଖି ମନେ ମନେ ନିଜକୁ ଖୁବ୍ ନିନ୍ଦା କଲେ । ଏବଂ ଚିନ୍ତା କଲେ, ମୁଁ ଏହି ସ୍ୱର୍ଣ୍ଣମୁଦ୍ରା ଗୁଡିକୁ ପୁଣିଥରେ ହଜାଇଦେଲି । ଆଉ ମଧ୍ୟ ଫେରି ପାଇବାର ଆଶା ନାହିଁ । ତେଣୁ ଏହି ଜୀବନ ରଖି କିଛି ଲାଭ ନାହିଁ । ସେ ଆତ୍ମହତ୍ୟା କରିବେ ବୋଲି ମନସ୍ଥ କଲେ । ଗୋଡିଏ ଦଉଡି ଆଣି ସେହି ବୃକ୍ଷରେ ବାନ୍ଧି ଆତ୍ମହତ୍ୟା କରିବାକୁ ଯିବା ସମୟରେ ସେ ଏକ ଶବ୍ଦ ଶୁଣିବାକୁ ପାଇଲେ । ସ୍ୱର୍ଗରୁ କେହି ଜଣେ ତାଙ୍କୁ ଯେପରି କହୁଛି, ‘ସୋମାଲିକ୍’! ଏହିପରି କାର୍ଯ୍ୟ କର ନାହିଁ । ମୁଁ ହେଉଛି ଭାଗ୍ୟ, ଯିଏ କି ତୁମର ସ୍ୱର୍ଣ୍ଣ ମୁଦ୍ରା ଗୁଡିକୁ ଚୋରାଇ ନେଇଛି । ମୁଁ ଭାବିଥିଲି ତୁମେ ତୁମର ଖାଦ୍ୟ ବସ୍ତ୍ର ପାଇଁ ଯେତିକି ଧନ ଆବଶ୍ୟକ ସେତିକି ତୁମର ଦରକାର । କିନ୍ତୁ ତୁମର କାର୍ଯ୍ୟ କରିବାର ସ୍ପୃହା ମୋତେ ବହୁତ ଆନନ୍ଦ ଦେଇଛି । ତେଣୁ ତୁମର ଯାହା ଇଚ୍ଛା ତାହା ତୁମେ ମୋତେ ମାଗ । ମୁଁ ତୁମକୁ ନିଃଦ୍ୱନ୍ଦରେ ତାହା ଦେବାକୁ ରାଜି ଅଛି । ଭାଗ୍ୟ ଦେବତାଙ୍କର ଏହି କଥା ଶୁଣି ସୋମିଲାକ୍ କହିଲେ, ‘ମୋତେ ପ୍ରଚୁର ଅର୍ଥ ଦାନ କରନ୍ତୁ । ଭାଗ୍ୟ ଦେବତା ପଚାରିଲେ, ‘ତୁମେ ଏତେ ଗୁଡିଏ ଧନ ନେଇ କଣ କରିବ? ତୁମେ ତ ତାହାର ବ୍ୟବହାର ଜାଣି ନାହଁ? ତାଛଡା ତୁମେ ତ କେବେ ଆବଶ୍ୟକତାଠାରୁ ଅଧିକ ଅର୍ଥ ଉପାର୍ଜନ କରି ନାହଁ?

       ସୋମିଲାକ୍ କହିଲେ, ‘ଦୟାକରି, ଆପଣ ମୋତେ ଅଧିକ ଅର୍ଥ ଦାନ କରନ୍ତୁ । ସମାଜରେ ଯାହା ପାଖରେ ଅଧିକ ଧନ ଥାଏ । ସେ ଯେତେ ନୀଚ୍ଚ ଜାତିର ହେଉ ପଛେ ତାକୁ ସମସ୍ତେ ସମ୍ମାନ ପ୍ରଦାନ କରିଥାଆନ୍ତି । ଏହାପରେ ଭାଗ୍ୟଦେବତା କହିଲେ, ତୁମକୁ ପ୍ରଥମେ ଦୁଇଜଣ ବଣିକଙ୍କ ଘରକୁ ଯିବାକୁ ପଡିବ । ଜଣଙ୍କର ନାମ ହେଉଛି ‘ଗୁପ୍ତଧନ’ ଆଉ ଜଣକର ନାମ ହେଉଛି ‘ଉପଭୁକ୍ତ ଧନ’ । ତୁମେ ପ୍ରଥମେ ତାଙ୍କର ବ୍ୟବହାର ସଂପର୍କରେ ଜାଣିବ? ତୁମକୁ ଯାହାର ବ୍ୟବହାର ଭଲ ଲାଗିବ, ମୁଁ ତୁମକୁ ସେହି ଅନୁସାରେ ଧନ ପ୍ରଦାନ କରିବି । ଏହା କହି ଭାଗ୍ୟଦେବତା ସୋମିଲାକ୍ଙ୍କ ସାମ୍ନାରୁ କେଉଁ ଆଡେ ଅଦୃଶ୍ୟ ହୋଇଗଲେ ।

       ଏହାପରେ ସୋମିଲାକ୍ ସଂଗେ ସଂଗେ ବର୍ଦ୍ଧମାନପୁର ଯିବାକୁ ସ୍ଥିର କଲେ । ସନ୍ଧ୍ୟା ହୋଇଆସୁଥାଏ । ‘ଗୁପ୍ତଧନ’ର ଘର କେଉଁଠାରେ ବୋଲି ପଚାରି ପଚାରି ସେଠାରେ ଯାଇ ପହଁଚିଲେ । ଗୁପ୍ତଧନ, ତାଙ୍କର ପତ୍ନୀ ଏବଂ ତାଙ୍କର ପୁତ୍ର କେହି ସୋମିଲାକ୍ଙ୍କର ଉପସ୍ଥିତି ସେଠାରେ ଚାହୁଁ ନଥିଲେ । ସେମାନଙ୍କର ଅନିଚ୍ଛା ସତ୍ୱେ ସୋମିଲାକ୍ ସେମାନଙ୍କର ଅତିଥି ହୋଇ ରହିଲେ । ରାତ୍ରି ସମୟରେ ଯେତେବେଳେ ସମସ୍ତେ ଭୋଜନ କରିବାକୁ ଗଲେ, ଅତିଥିଙ୍କୁ ଯେପରି ଆଦର ସହକାରେ ଖାଦ୍ୟ ପରଷିବା କଥା, ତାହା ସେମାନେ କଲେ ନାହିଁ । ଏହାପରେ ସୋମିଲାକ୍ ଶୋଇବା ପାଇଁ ଗଲେ । ସେ ଶୁଣିବାକୁ ପାଇଲେ ଦୁଇଜଣ ବ୍ୟକ୍ତି କଥାବାର୍ତ୍ତା ହେଉଛନ୍ତି । କର୍ମ କହିଲେ, ‘ତୁମେ କ’ଣ ପାଇଁ ଗୁପ୍ତଧନଙ୍କୁ ବାଧ୍ୟ କଲ ସୋମିଲାକ୍ଙ୍କୁ ଖାଇବାକୁ ଦେବାପାଇଁ? ତମେ କ’ଣ ଜାଣି ନାହଁ ଗୁପ୍ତଧନ ଅନ୍ୟ କାହା ପାଇଁ ଖର୍ଚ୍ଚ କରିବାକୁ ଭଲ ପାଆନ୍ତି ନାହିଁ ।

       ‘ଭାଗ୍ୟ’ କହିଲେ, ମୁଁ କ’ଣ କରିଥାଆନ୍ତି? ସୋମିଲାକ୍ ମଧ୍ୟ ଖାଦ୍ୟ ଆବଶ୍ୟକ କରୁଥିଲେ ଏବଂ ଗୁପ୍ତଧନ ତାଙ୍କର ପ୍ରକୃତି ଯେପରି ସୋମିଲାକ୍ଙ୍କ ପ୍ରତି ସେହିପରି ବ୍ୟବହାର ପ୍ରଦର୍ଶନ କଲେ । ତୁମେ ମୋତେ ବାରମ୍ବାର କ’ଣ ପାଇଁ ଦାୟୀ କରୁଛ?

       ତହିଁଆରଦିନ ସକାଳୁ ସୋମିଲାକ୍ ଶୀଘ୍ର ଉଠିପଡି ଯିବାକୁ ବାହାରିଲେ । ସେହି ସମୟରେ ସେ ଦେଖିବାକୁ ପାଇଲେ, ଗୁପ୍ତଧନକୁ କଲେରା ରୋଗ ହୋଇଛି । ଦିନ ସାରା କିଛି ଖାଇ ପାରିଲେ ନାହିଁ । ଏହାପରେ ସୋମିଲାକ୍ ଉପଭୁକ୍ତଧନଙ୍କର ଘରେ ଯାଇ ପହଁଚିଲେ । ସେ ସୋମିଲାକ୍ଙ୍କୁ ଦେଖିବା ମାତ୍ରକେ ସଂଗେ ସଂଗେ ଖୁସିରେ ସ୍ୱାଗତ କଲେ । ତାଙ୍କୁ ପ୍ରଥମେ ଗାଧୋଇ ପାଧୋଇ ନୂତନବସ୍ତ୍ର ପରିଧାନ କରିବା ପାଇଁ କହିଲେ । ଏହାପରେ ତାଙ୍କୁ ଭୁରି ଭୋଜନରେ ଆପ୍ୟାୟିତ କଲେ । ରାତିରେ ତାଙ୍କର ଶୋଇବାର ମଧ୍ୟ ସୁବନ୍ଦୋବସ୍ତ କଲେ । ଯେତେବେଳେ ସୋମିଲାକ୍ ଶୋଇବା ପାଇଁ ଗଲେ, ସେହି ସମୟରେ ପୁନର୍ବାର ଭାଗ୍ୟଦେବତା ଏବଂ କର୍ମ ଦେବତାଙ୍କ କଥୋପକଥୋନ ଶୁଣି ପାରିଲେ । କର୍ମ ଦେବତା କହିଲେ, ‘ତୁମେ କଣ ପାଇଁ ଉପଭୁକ୍ତଧନଙ୍କୁ ସସମ୍ମାନେ ଅତିଥି ଚର୍ଚ୍ଚା କରିବା ପାଇଁ କହିଲ? ତୁମେ ବୋଧହୁଏ ଜାଣି ନାହଁ ଉପଭୁକ୍ତଧନଙ୍କ ନିକଟରେ ଅଧିକ ଧନ ନାହିଁ । କିନ୍ତୁ ସେ ସଦା ସର୍ବଦା ଅତିଥି ମାନଙ୍କ ପାଇଁ ଖର୍ଚ୍ଚ କରିଚାଲିଥାନ୍ତି । ‘ଭାଗ୍ୟ’ ଦେବତା କହିଲେ, ‘ସୋମିଲାକ୍ ଯାହା ଚାହୁଁଥିଲେ, ‘ଉପଭୁକ୍ତଧନ’ ତାହା ପୂରଣ କଲେ । ଉପଭୁକ୍ତଧନ ତାଙ୍କ ପ୍ରକୃତି ଅନୁସାରେ କାର୍ଯ୍ୟ କଲେ । ଏଥିପାଇଁ ମୋତେ ଦାୟୀ କରିବା ଉଚିତ୍ ନୁହେଁ ।

       ତହିଁଆରଦିନ ସକାଳୁ ରାଜାଙ୍କର ଭୃତ୍ୟ ଆସି ଉପଭୁକ୍ତ ଧନକୁ କିଛି ଧନ ପ୍ରଦାନ କଲେ । ସୋମିଲାକ୍ ଯେତେବେଳେ ଏହା ଦେଖିଲେ, ସେ କହିଲେ, ‘ଏହି ଉପଭୁକ୍ତଧନ ନାମଧାରୀ ବ୍ୟକ୍ତି ଜଣକ ଧନୀ ହୋଇ ନପାରନ୍ତି ସତ, କିନ୍ତୁ ଗୁପ୍ତଧନଠାରୁ ଶତ ଗୁଣେ ଭଲ । ତେଣୁ ହେ ଭାଗ୍ୟ ଦେବତା । ମୁଁ ଉପଭୁକ୍ତଧନଙ୍କ ପରି ଆଦର୍ଶବାନ୍ ହେବାକୁ ଚାହେଁ ।

ଜହ୍ନମାମୁଁ ପତ୍ରିକାରୁ ସଂଗୃହୀତ 

Saturday, April 5, 2025

ହିନ୍ଦୁ ଏକତା ଶୋଭାଯାତ୍ରା

                          ଜୟ ଶ୍ରୀରାମ 
ଧର୍ମରକ୍ଷା ସେନା (ଆଳି) ତରଫରୁ ଆସନ୍ତା ତା-୦୬-୦୪-୨୦୨୫ ରିଖ (ରବିବାର) ଦିନ ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ସକାଳ ୯ ଘଟିକା ସମୟରେ ଆଳିିର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଲକ୍ଷ୍ମୀବରାହଜୀଉ ମନ୍ଦିର ପ୍ରାଙ୍ଗଣରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ଆରମ୍ଭ ହେବ,

ସର୍ବ ପ୍ରଥମେ ସେଠାରେ ବରାହଜୀଉଙ୍କ ଦର୍ଶନ କରିବା ସଙ୍ଗେ ସଙ୍ଗେ ପୂଜା ଅର୍ଚ୍ଚନା ସରିବା ପରେ ଶୋଭାଯାତ୍ରା କାର୍ଯ୍ୟ ଆରମ୍ଭ ହୋଇ ଗଡ଼ଗଡ଼ି ସେତୁ ନିକଟରେ ପହଞ୍ଚିବ ଓ ତାପରେ ମେନ୍ ରୋଡରେ ରାଲି  ପତ୍ରପୁର ଅଭିମୁଖେ ଶୋଭାଯାତ୍ରା ଜାରି ରହିବ, ପତ୍ରପୁର ସେତୁ ନିକଟରେ ପହଞ୍ଚିବା ପରେ ଶୋଭାଯାତ୍ରାଟି ସେଉଠୁ ପ୍ରତ୍ୟାବର୍ତ୍ତନ କରି.. ମାଳପାଟଣା ସ୍ଥିତ ବାବା ଭାତୁଆ ବଟ"ଙ୍କ ପାଖରେ ସମସ୍ତ ସେନାଙ୍କ ପାଇଁ ପ୍ରସାଦ ସେବନର ସୁ ବ୍ୟବସ୍ଥା କରାଯାଇଛି,

ଏଣୁ ସମସ୍ତ ସନାତନ ଧର୍ମାବଲମ୍ବୀ ଭାଇ ଓ ମା/ ଭଗିନୀ ମାନଙ୍କୁ ବିଶେଷ ଅନୁରୋଧ - - - 

ଏହି ବିଶାଳ ଶୋଭାଯାତ୍ରାରେ ଯୋଗଦାନ କରି ନିଜର ସାଂସ୍କୃତିକ ପରିଚୟକୁ ସୁଦୃଢ କରିବା ସଙ୍ଗେ ସଙ୍ଗେ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କର ବିଜୟ ଧ୍ଵଜା ସାରା ଭାରତ ବର୍ଷର କୋଣ ଅନୁକୋଣରେ ଉଡାଇବାରେ ଜଣେ ଜଣେ ସହଭାଗୀ ହୁଅନ୍ତୁ..

ପ୍ରତ୍ୟକ୍ଷରେ ନହେଲେ ବି ପରୋକ୍ଷରେ ଉପସ୍ଥିତ ରହି ଆମକୁ ଉତ୍ସାହିତ କରନ୍ତୁ ଓ ନିଜର ପରୋକ୍ଷ ସହଯୋଗ ମାଧ୍ୟମରେ ସହଭାଗିତା ବଜାୟ ରଖନ୍ତୁ,

ଏମିତି ଏକ ମହାନ୍ ଉଦ୍ଦେଶ୍ୟ ରଖି ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟ ନିମନ୍ତେ ନିଜ ନିଜର ସକ୍ଷମ ଅନୁସାରେ ସାହାଯ୍ୟ ସହଯୋଗ କରିବାକୁ ବିନମ୍ର ଅନୁରୋଧ..!!

                *ଜୟ ଶ୍ରୀରାମ🚩🕉️🚩*

Thursday, April 3, 2025

ଜିଅନ୍ତା ମଣିଷ

👉 *ଓଁ ଶ୍ରୀ ପରମାତ୍ମନେ ନମଃ *🚩
    
*ଗୋଟିଏ ହାତୀ ଥିଲା | ସେ ମରିଯିବାରୁ ଧର୍ମରାଜ ଯମଙ୍କ ଧାମରେ ପହଞ୍ଚିଲା I ଧର୍ମରାଜ ତାକୁ ପଚାରିଲେ– ‘‘ହଇରେ ! ତତେ ଏତେ ବିଶାଳ ଶରୀରଟାଏ ମିଳିଛି, ତଥାପି ତୁ ମନୁଷ୍ୟର ବଶ ହୋଇଗଲୁ ! ତୋର ଗୋଟେ ଗୋଡ଼ ଯେତିକି, ମନୁଷ୍ୟ ପରା ସେତିକି ହେବ, ପୁଣି ତୁ ତା’ର ବଶ ହୋଇଗଲୁ କେମିତି !” ହାତୀ କହିଲା–‘‘ମହାରାଜ! ଏ ମନୁଷ୍ୟ ଏପରି ଗୋଟେ ପ୍ରାଣୀ ଯେ, ବଡ଼ ବଡ଼ ପ୍ରାଣୀ ମଧ୍ୟ ଏହାର ବଶ ହୋଇଯାଆନ୍ତି।'' ଧର୍ମରାଜ କହିଲେ— ‘‘ଆମ ଏଠିକି ତ ଅଗଣିତ ଲୋକ ଆସୁଛନ୍ତି! ’’ ହାତୀ ଉତ୍ତର ଦେଲା— ‘‘ଆପଣଙ୍କ ଏଠିକି କେବଳ ମୂର୍ଦାରମାନେ ହିଁ ଆସୁଛନ୍ତି, ଗୋଟେ ଜିଅନ୍ତା ଲୋକ ଆସିଲେ ଜଣାପଡ଼ିବ!’’ ଧର୍ମରାଜ ଦୂତମାନଙ୍କୁ ଗୋଟିଏ ଜିଅନ୍ତା ଲୋକକୁ ଆଣିବା ପାଇଁ କହିଲେ, ଦୂତମାନେ ଆଜ୍ଞା ଶିରୋଧାର୍ଯ୍ୟ କଲେ। *
               
*ଦୂତମାନେ ଖୋଜି ବୁଲୁ ଥାଆନ୍ତି । ଖରାଦିନେ ଛାତ ଉପରେ ଖଟ ପକାଇ ଜଣେ ଲୋକ ଶୋଇଥିବାର ସେମାନେ ଦେଖିଲେ । ଦୂତମାନେ ଖଟ ସହିତ ତାକୁ ଉଠାଇ ନେଲେ। ବାଟରେ ଯାଉ ଯାଉ ସେ ଲୋକଟିର ନିଦ ଭାଙ୍ଗିଗଲା, ସେ ଭାବିଲା, ଏ କ'ଣ ହେଉଛି ! ସେ ଥିଲା ଜଣେ ଲେଖକ। ବହି ଲେଖାଲେଖି କରୁଥିଲା। ସେ ବହିରୁ ଧର୍ମରାଜଙ୍କ ଦୂତମାନଙ୍କର ଲକ୍ଷଣ ବିଷୟରେ ପଢ଼ିଥିଲା I ସେ ଜାଣିପାରିଲା ଯେ, ତାକୁ ଧର୍ମରାଜଙ୍କର ଦୂତମାନେ ନେଇଯାଉଛନ୍ତି ! ସେ ପକେଟରୁ କାଗଜ ଓ କଲମ ବାହାର କଲା। କାଗଜରେ କିଛି ଲେଖି ପୁଣି ପକେଟରେ ରଖିଦେଲା। ସେ ଭାବିଲା— ‘‘ଯଦି ମୁଁ ଏବେ କିଛି ପାଟିତୁଣ୍ଡ କିରବି ବା ଏପଟ ସେପଟ ହେବି, ତେବେ ତଳକୁ ଖସି ପଡ଼ିବି, ହାଡ଼ଗୋଡ଼ ଭାଙ୍ଗିଯିବ ତେଣୁ ଯାହା ହେବ ପରେ ଦେଖାଯିବ!” ଏପରି ଭାବି ସେ ଖଟରେ ସେମିତି ଶୋଇ ରହିଲା। *

   
*ସକାଳୁ ସକାଳୁ ଦୂତମାନେ ଧର୍ମରାଜଙ୍କ ନିକଟରେ ପହଞ୍ଚିଲେ| ଧର୍ମରାଜଙ୍କର ସଭା ବସିଥିଲା । ଦୂତମାନେ ଖଟଟିକୁ ତଳେ ରଖିଦେଲେ । ସେହି ଲେଖକ ଜଣକ ସଙ୍ଗେ ସଙ୍ଗେ ପକେଟରୁ କାଗଜ ଖଣ୍ଡିକ ବାହାର କରି ଧର୍ମରାଜଙ୍କୁ ଦେବା ପାଇଁ ଦୂତମାନଙ୍କ ହାତକୁ ବଢ଼ାଇ ଦେଲା। ସେଥିରେ ଭଗବାନ ବିଷ୍ଣୁଙ୍କର ନାମ ଲେଖା ହୋଇଥିଲା। ଦୂତମାନେ ସେହି କାଗଜ ଖଣ୍ଡିକ ଧର୍ମରାଜଙ୍କୁ ଦେଲେ | ଧର୍ମରାଜ ତାହା ପଢ଼ିଲେ | ସେଥିରେ ଲେଖାଥିଲା— *

*ଧର୍ମରାଜ! ନାରାୟଣଙ୍କର ଯଥାଯୋଗ୍ୟ......... । ମୋର ଏହି ଗୁମାସ୍ତା ଆପଣଙ୍କ ପାଖକୁ ଯାଉଛି । ଏହାଦ୍ବାରା ସବୁ କାମ କରାଇବେ।*

*ଦସ୍ତଖତ- *
*ନାରାୟଣ, ବୈକୁଣ୍ଠ ପୁରୀ। *
     
*ପତ୍ରଟିକୁ ପଢ଼ି ଧର୍ମରାଜ ନିଜର ଆସନରୁ ଉଠି ପଡ଼ିଲେ ଏବଂ କହିଲେ— ‘“ଆସନ୍ତୁ, ଆପଣ ସିଂହାସନରେ ବସନ୍ତୁ ।’’ ଧର୍ମରାଜ ଭଗବାନଙ୍କର ଆଦେଶ ବୋଲି ଭାବି ସେହି ଲେଖକକୁ ସିଂହାସନରେ ବସାଇ ଦେଲେ। *

*ଦୂତମାନେ ଅନ୍ୟ ମୃତ ଲୋକଙ୍କୁ ଆଣିଲେ। ଲେଖକ କହିଲା– ‘‘ଏ କିଏ ?’” ଦୂତଗଣ କହିଲେ—‘‘ମହାରାଜ! ଏ ଜଣେ ବଡ଼ ଡାକୁ । ବହୁତ ଲୋକଙ୍କୁ ଲୁଟିଛି, ବହୁତ ଲୋକଙ୍କୁ ମାରିଛି । ଏହାକୁ କ’ଣ ଦଣ୍ଡ ଦିଆଯିବ ?’” ଲେଖକ କହିଲା–‘‘ଏହାକୁ ବୈକୁଣ୍ଠକୁ ପଠାଇଦିଅ। *

*ଆଉ ଜଣେ ଆସିଲା। ‘“ଇଏ କିଏ ? “ମହାରାଜ! ଇଏ କ୍ଷୀରବିକାଳୀ,  ଇଏ କ୍ଷୀରରେ ପାଣି ମିଶାଇ ବିକୁଥିଲା, ଯାହାଫଳରେ ପିଲାମାନଙ୍କର ପେଟ ବେମାରି ବଢ଼ିଗଲା ଏବଂ ସେମାନେ ରୁଗ୍‌ଣ ହୋଇଗଲେ। ଏହାକୁ କି ଦଣ୍ଡ ଦେବା ? *
*ଏହାକୁ ମଧ୍ୟ ବୈକୁଣ୍ଠକୁ ପଠାଅ। * 

*ଇଏ କିଏ ? *
*ଆଜ୍ଞା! ଇଏ ମିଛ ସାକ୍ଷୀ ଦେଇ ଅନେକ ଲୋକଙ୍କୁ ଜେଲ୍‌ରେ ପୂରାଇଛି। ଏହାକୁ କ’ଣ କରିବା ? *

*ଆରେ, ପଚାରୁଛ କ'ଣ ? ବୈକୁଣ୍ଠକୁ ପଠାଅ *
       
*ଏଥର ବ୍ୟଭିଚାରୀ, ପାପୀ, ହିଂସକ ଯେ କେହି ଆସିଲେ, ତାଳୁ ବୈକୁଣ୍ଠକୁ ପଠାଇବାକୁ ଆଦେଶ ହୋଇଗଲା । ଧର୍ମରାଜ କରନ୍ତେ ବା କ'ଣ ! ସିଂହାସନରେ ବସିଥିବା ବ୍ୟକ୍ତି ଯାହା କହିବେ, ତାହା ହିଁ ଠିକ୍ । ସେପଟେ ବୈକୁଣ୍ଠରେ ଭିଡ଼ ଜମିଲା। ଏହା ଦେଖି ଭଗବାନ ଚିନ୍ତାରେ ପଡ଼ିଗଲେ—ସେ ଭାବିଲେ, ଏତେ ଲୋକ ଏଠିକି କିପରି ଆସୁଛନ୍ତି, ମୃତ୍ୟୁଲୋକରେ କୌଣସି ମହାତ୍ମା ପ୍ରକଟ ହେଲେ କି ? ଘଟଣା କ’ଣ, ସମସ୍ତେ ବୈକୁଣ୍ଠକୁ ଆସୁଛନ୍ତି କେମିତି ? ଏମାନେ ଆସୁଛନ୍ତି କେଉଁଠୁ ? ଦେଖିଲା ବେଳକୁ ଧର୍ମରାଜଙ୍କ ପାଖରୁ ଆସୁଛନ୍ତି। *

*ଭଗବାନ ଧର୍ମରାଜଙ୍କ ପାଖକୁ ଗଲେ । ତାଙ୍କୁ ଦେଖି ସମସ୍ତେ ଠିଆ ହୋଇ ପଡ଼ିଲେ। ଲେଖକ ମଧ୍ୟ ଠିଆ ହୋଇଗଲା। ଭଗବାନ ପଚାରିଲେ—ଧର୍ମରାଜ ! ତୁମେ ସମସ୍ତଙ୍କୁ ବୈକୁଣ୍ଠ ପଠାଉଛ ଯେ ! ଘଟଣା କ'ଣ ? କ'ଣ ଏମାନେ ସମସ୍ତେ ଭକ୍ତ ? *

*ଧର୍ମରାଜ—‘‘ପ୍ରଭୁ ! ଏସବୁ ମୋର କାମ ନୁହେଁ | ଆପଣ ପଠାଇଥିବା ଗୁମାସ୍ତା ହିଁ ଏସବୁ କରୁଛନ୍ତି। *

*ଭଗବାନ ଲେଖକକୁ ପଚାରିଲେ– ‘“ତୋତେ ଏଠିକି ପଠାଇଲା କିଏ ?’’ ଲେଖକ— ‘“ପ୍ରଭୁ ! ଆପଣ। *

*ମୁଁ କେତେବେଳେ ପଠାଇଲି ? *

*ମୁଁ ଏଠାକୁ ଆସିଯିବାଟା କଣ ମୋ ବୋପା ହାତର କଥା ? ଆପଣ ହିଁ ତ ପଠାଇଛନ୍ତି। ଆପଣଙ୍କ ଇଚ୍ଛା ବିନା କଣ କୌଣସି କାମ ସମ୍ଭବ ? ଏସବୁ କଣ ମୋ ବଳରେ ହୋଇଛି ? *

*ଠିକ୍ ଯେ, କିନ୍ତୁ ତୁ ଏ କ'ଣ କଲୁ ? *

*ମୁଁ କ’ଣ କଲି ପ୍ରଭୁ ? *

*ତୁ ସମସ୍ତଙ୍କୁ ବୈକୁଣ୍ଠକୁ ପଠାଇ ଦେଲୁ ଯେ ! *

*ଯଦି ବୈକୁଣ୍ଠକୁ ପଠାଇବାଟା ଖରାପ ହେଲା, ତେବେ ଯେତେ ସନ୍ଥ ମହାତ୍ମା ଅଛନ୍ତି, ସମସ୍ତଙ୍କୁ ଦଣ୍ଡ ଦିଆଯାଉ ! ଯଦି ଏହା ଖରାପ କାମ ନୁହେଁ, ତେବେ ଖୁଣ୍ଟା ଦେଉଛନ୍ତି କେଉଁଥିପାଇଁ ? ଏସବୁ ସତ୍ତ୍ବେ ଯଦି ଆପଣଙ୍କ ପସନ୍ଦ ହେଉ ନାହିଁ, ତେବେ ସମସ୍ତଙ୍କୁ ସେଠାରୁ ଫେରାଇ ଦିଅନ୍ତୁ। କିନ୍ତୁ, ଭଗବଦ୍‌ଗୀତାରେ ଲିଖିତ ‘ଯଦ୍‌ଗତ୍ବା ନ ନିବର୍ତ୍ତନ୍ତେ ତଦ୍ଧାମ ପରମଂ ମମ’ (୧୫। ୬) ଅର୍ଥାତ୍- ‘ମୋ ଧାମକୁ ଯିବାପରେ କେହି ଲେଉଟି ଆସେ ନାହିଁ ଶ୍ଳୋକଟିକୁ ଆପଣଙ୍କୁ କାଟିବାକୁ ପଡ଼ିବ। *

*ଏ କଥା ତ ସତ୍ୟ ଯେ, କେହି ଯେତେ ବଡ଼ ପାପୀ ହୋଇଥିଲେ ବି ଯଦି ସେ ବୈକୁଣ୍ଠକୁ ଚାଲିଯାଏ, ସେ ପୁଣି ଫେରି ଆସିବାର ପ୍ରଶ୍ନ ଉଠୁ ନାହିଁ । ତା’ର ସବୁ ପାପ ନଷ୍ଟ ହୋଇଯିବ । କିନ୍ତୁ ତୁ ଏ କାମ କଲୁ ? *

*ପ୍ରଭୁ ! କାହିଁକି କଲି କ'ଣ କହିବି ? ମୋ ହାତରେ କାମ ରହିଲେ ମୁଁ ଏମିତି ହିଁ କରିବି। ମୁଁ ଭଲଭାବେ ଜାଣିଛି ଯେ, ଅଳ୍ପ ସମୟ ପାଇଁ ପଦ ମିଳିଛି; ତେବେ ଭଲ କାମ ନ କରିବି କାହିଁକି ? ଲୋକମାନଙ୍କର ଉଦ୍ଧାର କରିବାଟା କଣ ଖରାପ କାମ ? *

*ଭଗବାନ ଧର୍ମରାଜଙ୍କୁ ପଚାରିଲେ— ‘‘ଧର୍ମରାଜ ! ତୁମେ ଏହାକୁ ସିଂହାସନରେ ବସାଇଲ କିପରି? *

*ଧର୍ମରାଜ କହିଲେ—‘‘ପ୍ରଭୁ ! ଏଇ ଦେଖନ୍ତୁ, ଆପଣଙ୍କର ପତ୍ର। ତଳେ ପରିସ୍କାର ଭାବେ ଆପଣଙ୍କର ହସ୍ତାକ୍ଷର। *

*ଭଗବାନ ଲେଖକକୁ ପଚାରିଲେ— ‘‘ହଇରେ, ମୁଁ ତୋତେ ଏ ପତ୍ର କେତେବେଳେ ଦେଲି ? *

*ଲେଖକ କହିଲା—‘“ଆପଣ ଗୀତାରେ କହିଛନ୍ତି ନା— ‘ସର୍ବସ୍ୟ ଗୃହଂ ହୃଦି ସନ୍ନିବିଷ୍ଟ୍ଃ (୧୫।୧୫) ‘ମୁଁ ସମସ୍ତଙ୍କ ହୃଦୟରେ ବିରାଜମାନ’ । ହୃଦୟରୁ ପତ୍ର ଲେଖିବା ପାଇଁ ପ୍ରେରଣା ମିଳିଲା, ତେଣୁ ମୁଁ ଲେଖିଦେଲି। ଆଦେଶ ଆପଣଙ୍କର ହେଲା ନା ? ଯଦି ଆପଣ ଏହାକୁ ମୋର କର୍ତ୍ତୃତ୍ଵ ମାନୁଛନ୍ତି, ତେବେ ଗୀତାରୁ ଉପର୍ଯ୍ୟୁକ୍ତ ଶ୍ଳୋକଟିକୁ କାଟି ଦିଅନ୍ତୁ ! *

*ଭଗବାନ କହିଲେ— ‘‘ହଉ, ଛାଡ଼ ସେ କଥା’” । ପୁଣି ଧର୍ମରାଜଙ୍କୁ ପଚାରିଲେ—‘‘ଧର୍ମରାଜ ! ଘଟଣା କ'ଣ ? ଇଏ ଏଠାକୁ ଆସିଲା କେମିତି ? *

*ଧର୍ମରାଜ କହିଲେ—‘‘ପ୍ରଭୁ ! କେମିତି ଆସିଲା କ'ଣ କହିବି, ଆପଣଙ୍କ ପତ୍ର ନେଇ ଆସିଥିଲା।’’ ଧର୍ମରାଜ ଦୂତମାନଙ୍କୁ ପଚାରିଲେ – “ଏସବୁ କେମିତି ହେଲା? *

*ଦୂତମାନେ କହିଲେ— ‘‘ମହାରାଜ ! ଆପଣ ନିଜେ ଦିନେ କହିଥିଲେ ନା ଗୋଟିଏ ଜିଅନ୍ତା ମଣିଷ ଆଣିବା ପାଇଁ ? *

*ଧର୍ମରାଜ— ‘‘ତେବେ ଇଏ କ’ଣ ସେହି ଲୋକ ? ଆରେ, ମୋ ସାଙ୍ଗରେ ଟିକେ ପରିଚୟ ତ କରାଇ ଦେବା କଥା ! *

*ଦୂତଗଣ— ‘‘ମହାରାଜ ! ଆମେ ପରିଚୟ କରାଇବାକୁ ବେଳ କାଇଁ ! ଆପଣ ତ ସାଙ୍ଗେ ସାଙ୍ଗେ ପତ୍ର ପଢ଼ି ଏହାକୁ ସିଂହାସନରେ ବସାଇ ଦେଲେ। ଆମେ ଭାବିଲୁ, ବୋଧେ ଇଏ ଆପଣଙ୍କର ଚିହ୍ନା ପରିଚିତ ହୋଇଥିବ, ସେପରି ସ୍ଥିତିରେ ଆମର କହିବାର ସାହସ କାଇଁ? *

*ସେଇଠି ଠିଆ ହୋଇ ହାତୀ ସବୁ ଦେଖୁଥାଏ, ସେ କହିଲା– ‘‘ମହାରାଜ ! ରାମ ରାମ ! ଆପଣ ମୋତେ କହିଥିଲେ ନା ମୁଁ କେମିତି ଗୋଟେ ମନୁଷ୍ୟର ବଶ ହୋଇଗଲି ବୋଲି ? ମୁଁ କ'ଣ, ସ୍ଵୟଂ ଧର୍ମରାଜ ଓ ଭଗବାନ ମଧ୍ୟ ବଶ ହୋଇଗଲେ ! ମହାରାଜ ! ଏ କଳାମୁଣ୍ଡିଆ ମଣିଷ ବଡ଼ ବିଚିତ୍ର। ଚାହିଁଲେ ସବୁ ଓଲଟ ପାଲଟ କରିଦେବ ! କିନ୍ତୁ ଇଏ ନିଜେ ସଂସାରରେ ପଡ଼ିଯାଇଛି। *

*ଭଗବାନ ଲେଖକକୁ କହିଲେ—‘“ହଉ, ଯାହା ହେଲା ହେଲା, ଏବେ ତୁ ମର୍ତ୍ତ୍ୟକୁ ଚାଲି ଯା। *

*ଲେଖକ କହିଲା—ଗୀତାରେ ତ ଆପଣ କହିଛନ୍ତି— ‘ମାମୁପେତ୍ୟ ତୁ କୌନ୍ତେୟ ପୁନର୍ଜନ୍ମ ନ ବିଦ୍ୟତେ’ (୮। ୧୬)‘:ମୋତେ ପ୍ରାପ୍ତ ହେବାପରେ ଆଉ ଜନ୍ମ ହୁଏ ନାହିଁ ; ତେବେ କ‌ହନ୍ତୁ, ମୁଁ ଆପଣଙ୍କୁ ପ୍ରାପ୍ତ ହୋଇଛି କି ?" ଭଗବାନ— ‘ହଉ ଠିକ୍ ଅଛି, ତୁ ମୋ ସାଙ୍ଗରେ ଚାଲ।’ ଲେଖକ— "ପ୍ରଭୁ ! ମୁଁ ଏକୁଟିଆ କେମିତି ଯିବି ? ବିଚରା ହାତୀଟା ରହିଯିବ ?’’ ଏହାର କୃପାରୁ ତ ମୁଁ ଏଠାକୁ ଆସିଛି। ଏହାକୁ ମଧ୍ୟ ସାଙ୍ଗରେ ନେଇ ଚାଲନ୍ତୁ ! *

*ହାତୀ କହିଲା– ‘“ମୋର ବହୁତ ଭାଇ ଏଇଠି ନରକରେ ପଡ଼ିଛନ୍ତି, ସେମାନଙ୍କୁ ସାଥୀରେ ନେଇ ଚାଲନ୍ତୁ।’ *

*ଭଗବାନ କହିଲେ— ‘“ହଉ, ସମସ୍ତଙ୍କୁ ନେଇଚାଲ !’’ ଭଗବାନ ଆସିବାରୁ ହାତୀର ମଧ୍ୟ କଲ୍ୟାଣ (ଉଦ୍ଧାର) ହେଲା, ଲେଖକର ମଧ୍ୟ କଲ୍ୟାଣ ହେଲା ଏବଂ ଅନ୍ୟ ଜୀବମାନଙ୍କର ମଧ୍ୟ କଲ୍ୟାଣ ହେଲା! *

*ଏ କାହାଣୀଟି ତ କଳ୍ପିତ, କିନ୍ତୁ ଏହାର ସିଦ୍ଧାନ୍ତ ଅତି ଉତ୍ତମ। ନିଜ ହାତରେ କୌଣସି ଅଧିକାର ଥିଲେ ତାହାଦ୍ଵାରା ସମସ୍ତଙ୍କର ସେବା କରନ୍ତୁ। ଯେତିକି ପାରୁଛନ୍ତି, ସେତିକି ଭଲ କାମ କରନ୍ତୁ। ନିଜଆଡ଼ୁ କାହାର ମନ୍ଦ ନ କରନ୍ତୁ, କାହାକୁ ଦୁଃଖ ନ ଦିଅନ୍ତୁ । 

COASTAL NEWS

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ବିଜେପିର ଆକ୍ସନ ୫ ଜଣଙ୍କୁ ଦଳରୁ ସସପେଣ୍ଡ୍ କଲା ବିଜେପି ଭୁବନେଶ୍ୱର, ୦୧/୦୭: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହ...