AFFILIATE MARKETING

https://binomo.com?a=90810425bb57&t=0

Monday, October 16, 2023

ଗାଈ କୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା କାର୍

COASTAL NEWS ODIA 155

ଗାଈ କୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା କାର୍



ଆଳି-(CNO) କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାସ୍ତାରେ  ବୁଲା ଗୋରୁଙ୍କ ଚଳପ୍ରଚଳ ଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଛି। ରବିବାର ପୂର୍ବାହ୍ନରେ ଆଳି ଶାସନ ଛକ ନିକଟରେ ଗାଈକୁ ଏକ କାର ଧକ୍କା ଦେଇ ରାସ୍ତା ତାଳକୁ ପଲଟି ପଡିଥିଲା। ପଟ୍ଟାମୁଣ୍ଡାଇ ପଟରୁ କାର ନଂ. ଓଡି ୦୨ ବିଏକ୍ସ ୬୬୩୫ ଆଳି ଆଡ଼କୁ ଆସୁଥିବା ବେଳେ ବଳଭଦ୍ରପୁର ଶାସନ ଛକ ନିକଟରେ ଏକ ଗାଈ ସହିତ ଧକ୍କା ଖାଇ ରାସ୍ତାର ଗୋଟିଏ ପାର୍ଶ୍ଵକୁ ଗଡି ଯାଇ ଏକ ବିଦ୍ୟୁତ୍ ଖୁଣ୍ଟିକୁ ଧକ୍କା ଦେଇଥିଲା । 

ଏହି ଦୁର୍ଘଟଣାରେ ଧକ୍କା ଖାଇଥିବା ଗାଈଟି ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକ ଦୁର୍ଘଟଣା ଗ୍ରସ୍ତ ଗାଡି ମଧ୍ୟରୁ ଆଳି ପୂର୍ତ୍ତ  ବିଭାଗ ଯନ୍ତ୍ରୀ ଜ୍ୟୋତି ରଞ୍ଜନ ବେହେରାଙ୍କୁ ଉଦ୍ଧାର କରିଥିଲେ। ଯନ୍ତ୍ରୀ ବେହେରାଙ୍କର କୌଣସି କ୍ଷତି ହୋଇ ନାହିଁ। ଆଳି ଦମକଳ କର୍ମଚାରୀ ପହଞ୍ଚି କାରର ଡୋର ତାଢ଼ି କାର୍ ଭିତରେ ଥିବା ଯନ୍ତ୍ରୀଙ୍କ ଜରୁରୀ କାଗଜପତ୍ର କାଢି ଥିଲେ।

No comments:

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...