AFFILIATE MARKETING

https://binomo.com?a=90810425bb57&t=0

Wednesday, September 13, 2023

ବନ୍ଦ ଘର ଭିତରୁ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହ ଉଦ୍ଧାର

 COASTAL NEWS Odia 703

ବନ୍ଦ ଘର ଭିତରୁ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହ ଉଦ୍ଧାର



କେନ୍ଦୁଝର - ଗୋଟେ ବନ୍ଦ ଘର ଭିତରୁ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଛି। କେନ୍ଦୁଝର ସଦର ଥାନା ଅଞ୍ଚଳରୁ ଆସିଛି ଏପରି ଦୁଃଖଦ ଖବର। ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ମହାଦେଈଜୋଡା ସ୍ଥିତ ନିଜ ଘରେ ରହୁଥିଲେ ଅବସରପ୍ରପର ଡାକ୍ତର ବଳରାମ ସାହୁ। ସେ ବିବାହ କରିନଥିଲେ। ତାଙ୍କର ନିକଟ ସମ୍ପର୍କୀୟମାନେ(ପରିବାର ଲୋକେ) ରାଜ୍ୟ ବାହାରେ ଚାକିରି କରୁଥିବାରୁ ଘରକୁ ପ୍ରାୟତଃ ଆସନ୍ତି ନାହିଁ। ତେଣୁ ଡାକ୍ତର ସାହୁ ଏକାକୀ ଘରେ ରୁହନ୍ତି। ଚାକିରିରୁ ଅବସର ପରେ ପରିବାର ଲୋକେ ତାଙ୍କୁ ବହୁତ ଡାକିଥିଲେ। ମାତ୍ର ସେ ଯିବାକୁ ରାଜି ହୋଇନଥିଲେ। କାରଣ ସେ ଗାଁ ଛାଡ଼ି ଯିବାକୁ ଚାହୁଁନଥିଲେ।

ହେଲେ ଗତ ଦୁଇ ଦିନ ହେଲା ଡାକ୍ତର ସାହୁ ଘରୁ ବାହାରୁନଥିଲେ। ଆଜି ଘର ଭିତରୁ ଦୁର୍ଗନ୍ଧ ବାହାରିଥିଲା। ସ୍ଥାନୀୟ ଲୋକଙ୍କ ମନରେ ନାନା ସନ୍ଦେହ ସୃଷ୍ଟି ହୋଇଥିଲା। ଏନେଇ ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଗାଁରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏନେଇ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ଖବର ଦିଆଯାଇଥିବା ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...