AFFILIATE MARKETING

https://binomo.com?a=90810425bb57&t=0

Friday, September 15, 2023

ଲିବିୟାରେ ବନ୍ୟାରେ ୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ

 COASTAL NEWS Odia 738

ଲିବିୟାରେ ବନ୍ୟାରେ  ୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ



ଡେର୍ନା, ୧୪/୯ : ଲିବିୟାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଆଜି ସୁଦ୍ଧା ୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ଆଗକୁ ମୃତ୍ୟୁସଂଖ୍ୟା ୨୦ ହଜାର ଟପିବ ବୋଲି ଆଶଙ୍କା କରାଯାଉଛି। 

ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାରରୁ ଅଧିକ ଲୋକଙ୍କୁ ଗଣକବର ଦିଆଯାଇଛି। ଡେନାଁ ମେୟର କହିଛନ୍ତି, ବନ୍ୟାରେ ୧୮ରୁ ୨୦ ହଜାରରୁ ଲୋକଙ୍କ ମୃତ୍ୟୁ ହୋଇଥିବା ଆମେ ଆଶଙ୍କା କରୁଛୁ। ବନ୍ଦର ସହର ଡେନାଁରେ ୩୦ ହଜାର ଲୋକଙ୍କୁ ବିସ୍ଥାପିତ କରାଯାଇଛି। ସମଗ୍ର ସହର ଛାରଖାର ହୋଇଯାଇଛି। 

ପ୍ରବଳ ବର୍ଷା ପରେ ୨ଟି ଡ୍ୟାମ୍ ଭୁଶୁଡ଼ି ପଡ଼ିବାରୁ ଆସିଥିବା ଭୟାନକ ବନ୍ୟାରେ ୯୦ ପ୍ରତିଶତ ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ରାସ୍ତା ଘାଟରେ କୁଢ଼ କୁଢ଼ ଶବ ଗଦା ହୋଇଛି । ପ୍ରତି ମୁହୂର୍ତ୍ତରେ ସମୁଦ୍ର ଆଣି କୂଳରେ ମର ଶରୀର ଫୋପାଡୁଛି। ୟୁରୋପୀୟ ରାଷ୍ଟ୍ରମାନଙ୍କ ସହାୟତା ଲିବିୟାରେ ପହଞ୍ଚିଛି ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...