AFFILIATE MARKETING

https://binomo.com?a=90810425bb57&t=0

Friday, September 15, 2023

ରାଜ୍ୟ କ୍ୟାବିନେଟରେ ୧୯ ପ୍ରସ୍ତାବକୁ ମୋହର

 COASTAL NEWS Odia 739

ରାଜ୍ୟ କ୍ୟାବିନେଟରେ ୧୯ ପ୍ରସ୍ତାବକୁ ମୋହର



ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ୧୦ ବିଭାଗର ୧୯ ପ୍ରସ୍ତାବକୁ ମୋହର । କେତେକ ନୂଆ ଯୋଜନା ରାଜ୍ଯ କ୍ୟାବିନେଟର ଅନୁମୋଦନ ଲାଭ କରିଛି । ‘ଲକ୍ଷ୍ମୀ’ ଯୋଜନାରେ ଗ୍ରାମାଞ୍ଚଳକୁ ପରିବହନ ସେବା । ଏହି ଯୋଜନାରେ ରାଜ୍ଯର ସମସ୍ତ ପଞ୍ଚାୟତକୁ ବ୍ଲକ୍ ମୁଖ୍ଯାଳୟ ସହିତ ଯୋଡିବା, ବ୍ଲକ୍ ମୁଖ୍ୟାଳୟକୁ ଜିଲ୍ଲା ମୁଖ୍ଯାଳୟ ସହିତ ଯୋଡିବା ଏବଂ ଜିଲ୍ଲା ମୁଖ୍ଯାଳୟରୁ ରାଜଧାନୀକୁ ବସ୍ ସଂଯୋଗୀକରଣ ସୁବିଧା ପ୍ରଦାନ କରାଯିବ।

ଏଥିସହ ଆନ୍ତଃ ଜିଲ୍ଲା ବ୍ଲକ୍ ସଂଯୋଗୀକରଣ ଓ ପୁରୀ ସହ ଜିଲ୍ଲାର ପ୍ରମୁଖ ସହରଗୁଡିକୁ ଯୋଡିବା ନିମନ୍ତେ ଯୋଜନା କାର୍ଯ୍ଯକାରୀ ହେବ। ସିଲିକନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା । ଏହା ସହ ବ୍ରହ୍ମପୁରର NISTକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି । ସେହିପରି ୨୦୨୩-୨୪ ଖରିଫ ଧାନ କିଣା ନୀତିକୁ ଅନୁମୋଦନ ହୋଇଥିବାବେଳେ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଟୋଲ୍ ଗେଟ୍ ଉଚ୍ଛେଦକୁ କ୍ୟାବିନେଟ ମଂଜୁରୀ ମିଳିଛି । ଓବିସିସି ଦ୍ବାରା ପରିଚାଳିତ ଟୋଲଗେଟ୍ ଉଚ୍ଛେଦ ଓ ଜଳସେଚନ ବିଭାଗର କ୍ଷୁଦ୍ର ଜଳସଚେନ ପ୍ରକଳ୍ପକୁ ଅନୁମୋଦନ ମିଳିଛି ।

ଏହାଛଡା ଅନେକ ଚାକିରି ସର୍ତ୍ତାବଳୀକୁ ଅନୁମୋଦନ କରିଛି କ୍ୟାବିନେଟ । ରାଜସ୍ବ ବିଭାଗର ଜମି କିସମ ପରିବର୍ତ୍ତନ ଆଇନରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ମାରିଛି । ଓଡ଼ିଶା GSTରେ ସଂଶୋଧନ ସହ ଯୋଗାଣ ନିରୀକ୍ଷକ ନିଯୁକ୍ତି ଓ ସର୍ତ୍ତାବଳୀରେ ସଂଶୋଧନ କରାଯିବ । ଜୁନିଅର ଷ୍ଟେନୋ, ଟାଇପିଷ୍ଟ ଓ ଡାଟାଏଣ୍ଟ୍ରି ପାଇଁ ମିଳିତ ପରୀକ୍ଷା ହେବ । ଏଥିପାଇଁ ୨୦୨୨ ଅଧିନିୟମରେ ସଂଶୋଧନ ଅଣାଯିବ ବୋଲି ଜଣl ପଡିଛି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...