AFFILIATE MARKETING

https://binomo.com?a=90810425bb57&t=0

Friday, September 15, 2023

ଉଦୟନିଧି ଷ୍ଟାଲିନ ମହାରାଷ୍ଟ୍ର ଆସିଲେ ଆଉ ନିଜ ପାଦରେ ଫେରିବେନି: ନୀତେଶ ରାଣେ

 COASTAL NEWS Odia 737

ଉଦୟନିଧି ଷ୍ଟାଲିନ ମହାରାଷ୍ଟ୍ର ଆସିଲେ ଆଉ ନିଜ ପାଦରେ ଫେରିବେନି: ନୀତେଶ ରାଣେ



ନୂଆଦିଲ୍ଲୀ - ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ତଥା ମହାରାଷ୍ଟ୍ର ବିଧାୟକ ନୀତେଶ ନାରାୟଣ ରାଣେ ଆଜି ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ମହାରାଷ୍ଟ୍ର ଆସିବାକୁ ଚ୍ୟାଲଂଜ କରିଛନ୍ତି। ଉଦୟନିଧିଙ୍କ ସନାତନ ଧର୍ମ ଟିପ୍ପଣୀ ପାଇଁ ତାଙ୍କୁ ନୀତେଶ ରାଣେ କଡ଼ା ଚେତାବନୀ ଦେଇଛନ୍ତି। ନୀତେଶ କହିଛନ୍ତି, ଯଦି ସେ ମହାରାଷ୍ଟ୍ର ଆସିବେ ତେବେ ସେ ଆଉ ନିଜ ପାଦରେ ଫେରିପାରିବେ ନାହିଁ। 

ଉଲ୍ଲେଖଯୋଗ୍ୟ, ଉଦୟନିଧିଙ୍କ ସନାତନ ଧର୍ମ ଟିପ୍ପଣୀ ପାଇଁ ମୀରା ରୋଡ୍ ପୁଲିସ ଦ୍ବାରା ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଏହି ପ୍ରସଙ୍ଗରେ ରାଣେ କହିଛନ୍ତି, ସେ କୋର୍ଟ ଆସିବାପାଇଁ ଆମେ ତାଙ୍କୁ ଅପେକ୍ଷା କରିଛୁ । ଆମେ ମଧ୍ୟ ତାଙ୍କୁ ଆମ ନିଜ ଷ୍ଟାଇଲରେ ସ୍ବାଗତକରିବା ପାଇଁ ଅପେକ୍ଷା କରିଛୁ। 

ହିନ୍ଦୁ ଧର୍ମ ବିରୋଧରେ ଏଭଳି ବିଷୋଦଗାର ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ବୋଲି ରାଣେ କହିଛନ୍ତି। ଯଦି ଏଭଳି ଲୋକ ମହାରାଷ୍ଟ୍ର ଆସିବେ ତେବେ ପରିଣାମ ପାଇଁ ସେମାନଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...