AFFILIATE MARKETING

https://binomo.com?a=90810425bb57&t=0

Saturday, September 16, 2023

ଅଭିଯୁକ୍ତ ମଙ୍ଗୁଙ୍କୁ ଏନ୍‌କାଉଣ୍ଟର

COASTAL NEWS Odia 

742

ଅଭିଯୁକ୍ତ ମଙ୍ଗୁଙ୍କୁ ଏନ୍‌କାଉଣ୍ଟର




କଟକ,୧୬ା୯ : କଟକ ସଦର ଥାନା ଭାଣପୁର ଗ୍ରାମର ମଙ୍ଗୁ ଓରଫ ମନୋଜ ମହାରଣାକୁ ପୋଲିସ ଏନ୍‌କାଉଣ୍ଟର କରିଛି। ତାଙ୍କ ବାମପଟ ଆଣ୍ଠୁରେ ଗୁଳି ବାଜିଛି। କନ୍ଦରପୁର ଓ ସଦର ଥାନା ପୋଲିସ ମିଳିତ ଭାବେ ଶୁକ୍ରବାର ରାତିରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗତ ୬ ତାରିଖ କନ୍ଦରପୁର ଥାନା ଅନ୍ତର୍ଗତ ମତ୍ତଗଜପୁରଠାରେ ଫାଙ୍କା ଗୁଳିଚାଳନା କରି ଜଣେ ସୁନାବେପାରୀଙ୍କଠାରୁ ଲୁଟ୍‌ ଘଟଣାରେ ମଙ୍ଗୁଙ୍କ ସମ୍ପୃକ୍ତି ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ। ପୋଲିସ ଆହତ ମଙ୍ଗୁଙ୍କୁ ଚିକିତ୍ସା ପାଇଁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରିଛି। ତାଙ୍କୁ ଧରିବା ପାଇଁ ପୋଲିସ ଯୋଜନା ପ୍ରସ୍ତୁତ କରିଥିବା ବେଳେ ସଦର ଥାନା ଅନ୍ତର୍ଗତ ଉତ୍ତମାପୁରସ୍ଥିତ ତୋଟାସାହିରେ ଏହି ଏନ୍‌କାଉଣ୍ଟର କରିଥିଲା।

ସୂଚନା ଅନୁସାରେ, ମତ୍ତଗଜପୁର ରେଳଷ୍ଟେଶନ ନିକଟ ତାଳଦଣ୍ଡା କେନାଲ ବନ୍ଧ ରାସ୍ତାରେ ଗତ ୬ ତାରିଖ ସ୍ପଷ୍ଟ ଦିବାଲୋକରେ ୪ ଦୁର୍ବୃତ୍ତ ଫାଙ୍କା ଗୁଳିଚାଳନା ଦ୍ୱାରା ଭୟଭୀତ କରାଇ ଜଣେ ସୁନା ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ଲୁଟି ନେଇଥିଲେ। ଲୁଟ୍‌ର ଶିକାର କନ୍ଦରପୁର ହାଟସାହିର ଅଲେଖ ପାତ୍ରଙ୍କ ପୁଅ ବିକି ଓରଫ ବିକାଶ ପାତ୍ର (୨୫)ଙ୍କ ଅଭିଯୋଗକ୍ରମେ କନ୍ଦରପୁର ଥାନାରେ ମାମଲା (ନଂ ୧୭୧/୨୦୨୩) ରୁଜୁ ହୋଇଥିଲା। ପୋଲିସ ମାମଲାର ତଦନ୍ତ କରି ଅପରାଧୀମାନଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି। ତେବେ ଘଟଣାରେ ମଙ୍ଗୁ ସମ୍ପୃକ୍ତି ଧରାପଡ଼ିବା ପରେ ପୋଲିସ ଆଗ ତାଙ୍କୁ ଧରିବା ଦିଗରେ ଉଦ୍ୟମ କରିଥିଲା। ଏହି ମାମଲାର ପର୍ଦ୍ଦାଫାଶ କରିବା ପାଇଁ ଗଠିତ ସ୍ପେଶାଲ ସ୍କ୍ବାଡ୍‌ ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହେବେ ବୋଲି ଡିସିପି ପିନାକ ମିଶ୍ର କହିଥିଲେ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...