AFFILIATE MARKETING

https://binomo.com?a=90810425bb57&t=0

Saturday, September 16, 2023

ଅକ୍ଟୋବର ୧ରୁ ଜନ୍ମ ପ୍ରମାଣପତ୍ରକୁ ପ୍ରାୟ ସବୁ କାମରେ କାଗଜ ପତ୍ରଭାବେ ଗ୍ରହଣ କରାଯିବ

 COASTAL NEWS Odia 741

ଅକ୍ଟୋବର ୧ରୁ ଜନ୍ମ ପ୍ରମାଣପତ୍ରକୁ ପ୍ରାୟ ସବୁ କାମରେ କାଗଜ ପତ୍ରଭାବେ ଗ୍ରହଣ କରାଯିବ



ନୂଆଦିଲ୍ଲୀ, ୧୪/୯: ଆସନ୍ତା ଅକ୍ଟୋବର ୧ରୁ ଜନ୍ମ ପ୍ରମାଣପତ୍ରକୁ ପ୍ରାୟ ସବୁ କାମରେ କାଗଜ ପତ୍ରଭାବେ ଗ୍ରହଣ କରାଯିବ। ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାଠାରୁ ଆରମ୍ଭ କରି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ, ଭୋଟର ତାଲିକା ପ୍ରସ୍ତୁତି, ଆଧାର ପଞ୍ଜୀକରଣ, ବିବାହ ପଞ୍ଜୀକରଣ, ସରକାରୀ ଚାକିରିରେ ନିଯୁକ୍ତି ଆଦି ପାଇଁ ଜନ୍ମ ପ୍ରମାଣପତ୍ରକୁ ଏକକ ପରିଚୟପତ୍ର ଭାବେ ଗ୍ରହଣ କରାଯିବ। 

ଏଥିପାଇଁ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ନିୟମରେ ଆବଶ୍ୟକ ସଂଶୋଧନ କରାଯାଇଛି। ସେହି ନିୟମ ଅକ୍ଟୋବରରୁ ଲାଗୁ ହେବ। ଏହା ଜରିଆରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣର ଏକ ବ୍ୟାପକ ଜାତୀୟ ଓ ରାଜ୍ୟସ୍ତରୀୟ ଡାଟାବେସ୍ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି। ତାହା ଜରିଆରେ ଲୋକମାନଙ୍କ ପାଖରେ ସରକାରୀ ସୁବିଧା ସହଜରେ ପହଞ୍ଚିପାରିବ। 

ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ନିୟମ ୧୯୬୯ରେ ସଂଶୋଧନ କରାଯିବା ସହ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ନିୟମ ୨୦୨୩ ପ୍ରସ୍ତୁତ କରାଯାଇଥିଲା। ସଂସଦର ମୌସୁମୀ ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ସେହି ନିୟମ ପାରିତ ହୋଇଥିଲା । ଏହି ନିୟମ ଅନୁସାରେ ଜେରିଷ୍ଟ୍ରାର ଜେନେରାଲ୍ ଅଫ୍ ଇଣ୍ଡିଆ ସାରା ଦେଶରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣର ଏକ ଜାତୀୟ ଡାଟାବେସ୍ ପ୍ରସ୍ତୁତ କରିପାରିବେ। 

ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ କରାଯାଇଥିବା ମୁଖ୍ୟ ରେଜିଷ୍ଟ୍ରାର୍‌ମାନେ ଏ ସମ୍ପର୍କିତ ତଥ୍ୟ ଜାତୀୟ ଡାଟାବେସ୍‌କୁ ପଠାଇପାରିବେ । ପ୍ରତି ରାଜ୍ୟରେ ମଧ୍ୟ ସେହିଭଳି ଡାଟାବେସ୍ ପ୍ରସ୍ତୁତ ହେବ। ନୂଆ ନିୟମରେ ସରୋଗେସି, ସିଙ୍ଗଲ ପ୍ୟାରେଣ୍ଟ (ଜଣେ ଅଭିଭାବକ) କିମ୍ବା ଅବିବାହିତ ମା’ ଭଳି ମାମଲାରେ ଜନ୍ମ ହୋଇଥିବା ପିଲାମାନଙ୍କ ପଞ୍ଜୀକରଣକୁ ସହଜ କରାଯାଇଛି |

No comments:

COASTAL NEWS

ଜଗନ୍ନାଥ ସୁପ୍ରଭାତମ

श्री जगन्नाथ सुप्रभात स्तुति (संशोधित पाठ) गोविन्दः सर्वजनार्दनः नीलमणिः राजीवनेत्रः करुणापरिपूर्णसिन्धुः । जातं विभो जगति मङ्गल...