AFFILIATE MARKETING

https://binomo.com?a=90810425bb57&t=0

Friday, September 15, 2023

ପାନୀୟ ଜଳ ଯୋଗାଣ ନିମନ୍ତେ ପମ୍ପ୍ ହାଉସ୍ କୁ ବିଜୁଳି ଯୋଗାଣ ବନ୍ଦ

 COASTAL NEWS Odia 733

ବିଲ୍‌ ପୈଠ ସତ୍ତ୍ବେ କଟିଲା ସଂଯୋଗ ପାଣି ଯୋଗାଣ ବନ୍ଦ

 


ଆଳି - କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଅନ୍ତର୍ଗତ ବଡ଼ାମ୍ବିଳା ଓ ମହୁ ଗ୍ରାମପଞ୍ଚାୟତର ପ୍ରାୟ ୧୦ ହଜାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରୁଥିବା ପମ୍ପ୍ ହାଉସ୍‌ରୁ ବିଦ୍ୟୁତ୍‌ ସଂଯୋଗ କାଟି ଦେଇଛି ଟାଟା ପାୱାର । ଫଳରେ ଦୁଇ ଦିନ ହେବ ଦୁଇଟି ପଞ୍ଚାୟତର ଜନ ସାଧାରଣ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ପମ୍ପ୍ ହାଉସ୍ କରାଯିବା ସହିତ ଆବଶ୍ୟକୀୟ  ବିଦ୍ୟୁତ୍‌ ବିଲ୍‌ ମଧ୍ୟ ଭରଣା କରାଯିବାର ବ୍ୟବସ୍ଥା ରହିଛି। କିନ୍ତୁ ପ୍ରାୟ ୬ ମାସ ହେବ ଏହି ଅର୍ଥ ପଞ୍ଚାୟତକୁ ଆସୁନାହିଁ । ଫଳରେ ବିଭିନ୍ନ ପଞ୍ଚାୟତ ଅଧୀନରେ ଥିବା ପାଣିପମ୍ପର ବିଲ ଲକ୍ଷାଧୂକ ଟଙ୍କା ବାକି ରହିଛି।

ଗତ ସୋମବାର ଦିନ ବଡ଼ାମ୍ବିଳା ଓ ମହୁ ପଞ୍ଚାୟତ ପକ୍ଷରୁ ପମ୍ପ ହାଉସ୍‌ର ବିଦ୍ୟୁତ୍ ଦେୟ କିଛି ପୈଠ ହୋଇ ସାରିବା ପରେ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ବକେୟା ବିଲ୍‌ ପୈଠ ବାହାନାରେ ଦୁଇଟି ପଂଚାୟତର ପମ୍ପ୍ ହାଉସ୍‌ରୁ ବିଦ୍ୟୁତ୍ସଂଯୋଗ କାଟି ଦିଆଯାଇଛି। ଫଳରେ ଦୁଇ ପଞ୍ଚାୟତର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ

ଅଧିକାରୀ ପ୍ରମୋଦ କୁଣ୍ଡ କହିଛନ୍ତି ଯେ, ପ୍ରାୟ ୬ ମାସ ହେବ ଟଙ୍କା ଆସୁନଥିବା ବେଳେ ଗତ ମାସରେ ବିଡିଓଙ୍କ ବଦଳି ଫଳରେ ଡଙ୍ଗଲ ସମସ୍ୟା ଦେଖା ଦେଇଥିଲା। ସଂପ୍ରତି ଅଳ୍ପ କିଛି ବିଲ୍ ବାକି ଥିବା ବେଳେ ବିଭାଗ ମନମୁଖୀ ଭାବେ ସଂଯୋଗ କାଟି ଦେଇଛନ୍ତି । 

ଏ ନେଇ ଆଳି ଟାଟା ପାୱାରର କନିଷ୍ଠ ଯନ୍ତ୍ରୀ ପ୍ରେମାନନ୍ଦ ବେହେରା କହିଛନ୍ତି ଯେ ଟାଟା ପାଓ୍ବାର ପକ୍ଷରୁ ପମ୍ପ୍ ହାଉସରେ ପ୍ରିପେଡ୍‌ ବିଲିଂ ସିଷ୍ଟମ୍ କରାଯାଇଥିବାରୁ ଡିପୋଜିଟ୍ ହୋଇଥିବା ପ୍ରିପେଡ ପଇସା ସରି ଯାଇଥିବାରୁ ବିଦ୍ୟୁତ୍‌ ଯୋଗାଣ ଉପରୁ ଆପେ ଆପେ ବନ୍ଦ ହୋଇଯାଇଛି ବୋଲି ସୂଚନା ଦେଇଛନ୍ତି। ସ୍ଥାନୀୟ ବିଦ୍ୟୁତ ଯୋଗାଣ ଅଫିସର ଏଥିରେ କୌଣସି ଭୂମିକା ନାହିଁ ବୋଲି ସେ ପ୍ରକାଶ କରିଛନ୍ତି l

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...