AFFILIATE MARKETING

https://binomo.com?a=90810425bb57&t=0

Wednesday, September 6, 2023

ଇସ୍ରୋରେ କାମ କରୁଥିବା ପ୍ରତେକ କର୍ମଚାରୀଙ୍କ ଦରମା

 COASTAL NEWS Odia 618

ଇସ୍ରୋରେ କାମ କରୁଥିବା ପ୍ରତେକ କର୍ମଚାରୀଙ୍କ ଦରମା 




ନୂଆଦିଲ୍ଲୀ - ଇସ୍ରୋର ବୈଜ୍ଞାନିକଙ୍କୁ ନେଇ ଚାଲିଛି ଏବେ ବହୁତ ଚର୍ଚ୍ଚା । ଚନ୍ଦ୍ରଯାନ-3 ଓ ଆଦିତ୍ୟ L1 ର ସଫଳତା ପରେ ଏବେ ସମସ୍ତଙ୍କ ନଜର , ମହାକାଶ ରୁ ଆଉ କିଛି ନୂଆ ଖବର ଆସିବ କି? ଚନ୍ଦ୍ର ସହ ଏବେ ସୂର୍ଯ୍ୟ ଗ୍ରହର ବି କିଛି ଖବର ମିଳିବ କି ? ଯାହାକୁ ଆଜି ଯାଏ କେହି ଜାଣିନଥିବେ। ଏଥପାଇଁ ସାରା ବିଶ୍ୱ ଆଜି ଭାରତକୁ ପ୍ରଶଂସା କରୁଛି। କାରଣ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ଥାପି ଇତିହାସ ରଚିଛି। ତେବେ ଚନ୍ଦ୍ରଯାନ-3 ଓ ସୋଲାର ମିଶନ ପରେ ଇଣ୍ଟରନେଟରେ ଲୋକମାନେ ସବୁବେଳେ ଇସ୍ରୋର କାମ ଓ ଇସ୍ରୋର ବୈଜ୍ଞାନିକଙ୍କ ଉପରେ ଅନେକ ରିସର୍ଚ୍ଚ କରୁଛନ୍ତି । ଯେମିତିକି ସେମାନେ କଣ ପାଠ ପଢ଼ିଛନ୍ତି ? କେତେ ଷ୍ଟେପ ଦେଇ ଆଜି ଇସ୍ରୋ ରେ କାମ କରୁଛନ୍ତି ? ଆଉ ସବୁଠୁ ମୁଖ୍ୟ କଥା ସେମାନଙ୍କର ଦରମା କେତେ ? ଆଉ ଇସ୍ରୋ ତରଫରୁ କର୍ମଚାରୀଙ୍କୁ କେଉଁ ସବୁ ସୁବିଧା ମିଳିଥାଏ ଏମିତି କେତେ କଣ … ତେବେ ଆଜି ଆମେ ଇସ୍ରୋର ବୈଜ୍ଞାନିକଙ୍କ ଦରମା ସହ ସେମାନେ କି କି ସୁବିଧା ସୁଯୋଗ ପାଇଥାନ୍ତି ସେ ସମ୍ପର୍କରେ ସବୁ କହିବୁ …

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ମାନେ ଇସ୍ରୋରେ ଚାକିରି ବିଭିନ୍ନ ପଦବୀ ଅନୁସାରେ ମିଳିଥାଏ। ଏଠାରେ ତଳ କର୍ମଚାରୀଙ୍କଠୁ ଆରମ୍ଭ କରି ବୈଜ୍ଞାନିକ ହେବା ପର୍ଯ୍ୟନ୍ତ ଅନେକ ଆଉ ଭିନ୍ନ ଭିନ୍ନ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବାକୁ ପଡିଥାଏ। ଆଉ ପ୍ରତେକ ପଦବୀର ଦରମା ମଧ୍ୟ ଅଲଗା ଅଲଗା ମିଳିଥାଏ। ଯେମିତିକି ଯଦି ଜଣେ ବ୍ୟକ୍ତି ଇଞ୍ଜିନିୟର ଭାବରେ ISRO ରେ ଚାକିରି ପାଆନ୍ତି। ତେବେ ତାଙ୍କର ପ୍ରାରମ୍ଭିକ ଦରମା ୩୭ ହଜାର ୪୦୦ରୁ ୬୭ହଜାର ଟଙ୍କା ମଧ୍ୟରେ ରହିଥାଏ । ଯେତେବେଳେ କି ସିନିୟର ସାଇଣ୍ଟିଷ୍ଟ ପଦରେ ଥିବା ଅଫିସରଙ୍କର ପ୍ରାରମ୍ଭିକ ଦରମା ୭୫ ହଜାରରୁ ୮୦ ହଜାର ଟଙ୍କା ମଧ୍ୟରେ ରହିଥାଏ । ରିପୋର୍ଟ ଅନୁସାରେ ଏହା ହେଉଛି କମ୍ପାନୀର ବେସିକ ଦରମା। ଏଥିରେ ସରକାରଙ୍କର ବିଭିନ୍ନ ପ୍ରକାରର ଭତ୍ତା ମିଶିଥାଏ ଏମିତି ହୋଇ ଦରମା ଏକ ଲକ୍ଷରେ ପହଞ୍ଚିଥାଏ।

ଏବେ ଜଣାନ୍ତୁ କେଉଁ ସୁବିଧା ମିଳେ :

ଇସ୍ରୋର ବୈଜ୍ଞାନିକଙ୍କୁ ମୋଟା ଅଙ୍କର ଦରମା ସହ ଅନେକ କିଛି ସୁବିଧା ମିଳିଥାଏ । ଘର, ଯାତାୟାତ ସୁବିଧା, ସିକ୍ୟୁରିଟି ପରି ସୁବିଧା ଆଦି ମିଳିଥାଏ। ଏହାସହ ଯେଉଁମାନେ କେନ୍ଦ୍ର ସରକାରଙ୍କ ଅଧିନରେ ସିଧାସଳଖ କାମ କରନ୍ତି ସେମାନଙ୍କର ଦରମା ମଧ୍ୟ ନିର୍ଦ୍ଧାରିତ ସମୟରେ ମିଳିଯାଇଥାଏ। ତେବେ ଆସନ୍ତୁ ଜାଣିବା ଇସ୍ରୋରେ କାମ କରୁଥିବା କେଉଁ ବୈଜ୍ଞାନିକଙ୍କ ଦରମା ସବୁଠୁ ଅଧିକ ହୋଇଥାଏ।

ଇସ୍ରୋର ଏମିତି କିଛି ପୋଷ୍ଟ ଅଛି ଯେଉଁଥିରେ ଲୋକମାନେ ସର୍ବାଧିକ ଦରମା ପାଆନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଦରମା ଯେକୌଣସି IAS କିମ୍ବା IPSଙ୍କ ଦରମାଠୁ ବି ଅଧିକ ହୋଇଥାଏ। ସାଇଣ୍ଟିଷ୍ଟି/ ଇଞ୍ଜିନିୟର, ଏସଏଫ, ସାଇଣ୍ଟିଷ୍ଟ୍/ ଇଞ୍ଜିନିୟର-ଏସଜି, ସାଇଣ୍ଟିଷ୍ଟ୍/ ଇଞ୍ଜିନିୟର ଏଚ, ଆଉଟଷ୍ଟାଣ୍ଡିଂ ସାଇଣ୍ଟିଷ୍ଟ୍ ପରି ଏମିତି କିଛି ପଦବୀ ଅଛି ଯେଉଁମାନଙ୍କର ଦରମା ବହୁତ ଅଧିକ। ଚନ୍ଦ୍ରଯାନ-3 ଓ ଆଦିତ୍ୟ L1 ପ୍ରୋଜେକ୍ଟରେ ଯେଉଁମାନେ କାମ କରିଛନ୍ତି ସେମାନେ ମାସକୁ କେତେ ଦରମା ପାଆନ୍ତି। ଯଦି ଜାଣିନାହାଁନ୍ତି ତେବେ ଆଜି ଜାଣନ୍ତୁ ..

ସିନିଅର ବୈଜ୍ଞାନିକ-୨,୦୫,୪୦୦

ଆଉଟଷ୍ଟାଣ୍ଡିଂ ସାଇଣ୍ଟିଷ୍ଟ୍- ୧,୮୨,୨୦୦

ସାଇଣ୍ଟିଷ୍ଟ୍/ ଇଞ୍ଜିନିୟର ଏଚ-୧,୪୪,୨୦୦

ସାଇଣ୍ଟିଷ୍ଟ୍/ ଇଞ୍ଜିନିୟର ଏସଜି-୧,୩୧,୧୦୦

ସାଇଣ୍ଟିଷ୍ଟ୍/ ଇଞ୍ଜିନିୟର SF-୧,୧୮, ୫୦୦

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...