AFFILIATE MARKETING

https://binomo.com?a=90810425bb57&t=0

Thursday, September 14, 2023

ଓମଫେଡ ଘିଅରେ ପ୍ରସ୍ତୁତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ

 COASTAL NEWS Odia 708

ଓମଫେଡ ଘିଅରେ ପ୍ରସ୍ତୁତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ




ପୁରୀ : ଶ୍ରୀମନ୍ଦିରରେ ଆନନ୍ଦ ବଜାର ଶୃଙ୍ଖଳା ନେଇ ଶୃଙ୍ଖଳା କମିଟି ବୈଠକରେ ଗୁରୁତତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ସ୍ଵତନ୍ତ୍ର ପ୍ରଶାସକ ଅଜୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଛି। ତେବେ ଭକ୍ତଙ୍କ ପାଇଁ ମହାପ୍ରସାଦ ଦର ତାଲିକା ଚୂଡ଼ାନ୍ତ ହୋଇନାହିଁ। ସେହିପରି ଭକ୍ତଙ୍କୁ ମାଗଣା ମହାପ୍ରସାଦ ବଣ୍ଟନ ନେଇ ମଧ୍ୟ କୌଣସି ନିଷ୍ପତ୍ତି ହୋଇନାହିଁ। ଆନନ୍ଦ ବଜାରରେ ଅଣ ସୁଆରଙ୍କୁ ଚିହ୍ନଟ କରି ବାହାର କରି ଦିଆଯାଇଛି। କେବଳ ସୁଆର ମହାସୁଆରଙ୍କୁ ସହାୟତା କରିବା ପାଇଁ ୨ ଜଣ ସହାୟକ ନିୟୋଜିତ ରହିବେ।

ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ , ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ , ଆନନ୍ଦ ବଜାରରେ ସଫେଇ ଓ ସ୍ବଚ୍ଛତା ପ୍ରତି ଗୁରୁତ୍ଵ ଦେବା , ଜରି କାଢି ଶେଡ୍ ର ବ୍ୟବସ୍ଥା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଭଲ ଘିଅ ଅର୍ଥାତ୍ ଓମଫେଡ୍ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଆଜିର ବୈଠକରେ ଆଲୋଚନା ହୋଇଛି। ଆନନ୍ଦ ବଜାରରେ ଥିବା ଦୁଇଟି ଖଜା ଦୋକାନ ଭାଙ୍ଗି ରାସ୍ତା ବ୍ୟବସ୍ଥା ହେବ। ଗଠିତ ହୋଇଥିବା କୋର୍ କମିଟି ନିଷ୍ପତ୍ତି ନେବା ପରେ ମୁଖ୍ୟ ପ୍ରଶାସକ ଏହାକୁ ଅନୁମୋଦନ କରିବେ। ସେହି ଆଧାରରେ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଶୃଙ୍ଖଳା ଅଣାଯାଇପାରିବ ବୋଲି ସୁଆର ମହାସୁଆର ନିଯୋଗର ସଭାପତି ଓ ସମ୍ପାଦକ କହିଛନ୍ତି। ବିଶେଷ କରି ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ଅଣସୁପକାର ଓ ଅଣସେବାୟତଙ୍କ ଆନନ୍ଦବଜାର ପ୍ରବେଶ ଉପରେ ରୋକ ଲଗାଯାଇଛି।



No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...