AFFILIATE MARKETING

https://binomo.com?a=90810425bb57&t=0

Thursday, September 14, 2023

ଲାଇଫ୍‌ ଜ୍ୟାକେଟ୍‌ ବିନା ନୌଚଳାଚଳ ବିପଦରେ ଯାତ୍ରୀ

 COASTAL NEWS Odia 707

ଲାଇଫ୍‌ ଜ୍ୟାକେଟ୍‌ ବିନା ନୌଚଳାଚଳ ବିପଦରେ ଯାତ୍ରୀ 



 

କେନ୍ଦ୍ରାପଡ଼ା - ସମଗ୍ର କେନ୍ଦ୍ରାପଡ଼ା ଜିଲାରେ ୭ ନଦୀ ଏବଂ ୨୭ ନାଳ ରହିଛି। ଏହି ସବୁ ନଦୀ, ନାଳ ଘେରରେ ଥିବା ୧୭ ପଞ୍ଚାୟତକୁ ସଂଯୋଗ ପାଇଁ ସେତୁ ନାହିଁ। ସବୁଦିନ ଡଙ୍ଗା ଦ୍ୱାରା ଯାତାୟାତ ଚାଲିଛି। ସେହି ପରିମାଣରେ ଡଙ୍ଗାବୁଡ଼ି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ଏହା ସତ୍ତ୍ୱେ ଜିଲା ପ୍ରଶାସନ କିମ୍ବା ଜନସାଧାରଣଙ୍କୁ ସେଥିରୁ କୌଣସି ଶିକ୍ଷା ମିଳିବା ପରି ମନେ ହେଉନାହିଁ। ସାଧାରଣତଃ ଡଙ୍ଗାରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ଯାତ୍ରୀମାନେ ଲାଇଫ୍‌ ଜ୍ୟାକେଟ ପିନ୍ଧିବାର ଗାଇଡଲାଇନ ଥିବାବେଳେ କେହି ଯାତ୍ରୀ ଲାଇଫ ଜ୍ୟାକେଟ ପିନ୍ଧିବାର କେହି କେବେ ଦେଖି ନଥିବେ, ଏହି ଗାଇଡଲାଇନ ପୋଥିର ପାଠ ସଦୃଶ l ଅନ୍ୟପକ୍ଷରେ ମାଛଧରା ବୋଟ୍‌ରେ ଯାତ୍ରୀ ପରିବହନ ଯୋଗୁ ଜୀବନମରଣର ସମସ୍ୟା ସୃଷ୍ଟି ହେଉଛି । ନିରାପଦ ଯାତ୍ରା ପାଇଁ ବୋଟ୍‌ ଗାଇଡଲାଇନ ଥିଲେ ମଧ୍ୟ ତାହାକୁ ଠିକ୍‌ ଭାବେ ଅନୁପାଳନ କରାଇବାରେ ପ୍ରଶାସନ ବିଫଳ ।

କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ର ପଦନୀପାଳ, ଏକମାଣିଆ, ପଟ୍ଟମୁଣ୍ଡାଇ ବ୍ଲକ ର ସିଂହଗାଁ ଓ ମହାକାଳପଡା ବ୍ଲକ ର ବତିଘର ଆଦି ୧୭ ପଞ୍ଚାୟତ ଅଦ୍ୟାବଧି ନଦୀ ଘେରାବନ୍ଦୀରେ ଅଛି। ଏହି ୧୭ ପଞ୍ଚାୟତରେ ୧୨୦ରୁ ଊର୍ଦ୍ଧ୍ୱ ଡଙ୍ଗା ଘାଟ ଥିବାବେଳେ ସରକାରୀ ସ୍ତରରେ ଚିହ୍ନଟ ୬୩ ଘାଟରୁ ଅନବରତ ଡଙ୍ଗା ଚାଲୁଛି। କିନ୍ତୁ ସବୁଠି ବିପଦସଙ୍କୁଳ ଭାବେ ଯାତ୍ରୀ ପରିବହନ କରାଯାଉଛି। ନୌକା ଅଥବା ଦେଶୀ ଡଙ୍ଗା ଯାତାୟାତ ମାଧ୍ୟମ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ୨୦୦୪ର ବୋଟ୍‌ ରୁଲ୍‌ସ କାର୍ଯ୍ୟକାରୀ ହେଉନାହିଁ। ଲାଇଫ୍‌ ଜ୍ୟାକେଟ୍‌ ନ ଥାଇ ପର୍ଯ୍ୟଟକ ଓ ଯାତ୍ରୀ ଡଙ୍ଗାରେ ଯାତ୍ରା କରୁଛନ୍ତି । ବିଶେଷକରି ଜାତୀୟ ଉଦ୍ୟାନ ଭିତରକନିକା ଅଞ୍ଚଳରେ ଥିବା ହୁକିଟୋଲା, ହାବେଳିଖଟି, ବତିଘର, ବରୁଣେଇ ଆଦି ପର୍ଯ୍ୟଟନସ୍ଥଳକୁ ବିପଜ୍ଜନକ ଭାବେ ପର୍ଯ୍ୟଟକ ଡଙ୍ଗା, ଭୁଟୁଭୁଟି, ମାଛଧରା ବୋଟ ଆଦିରେ ଯାତ୍ରା କରୁଛନ୍ତି ।

ରାଜ୍ୟ ସରକାରଙ୍କ ବୋଟ୍‌ ରୁଲ୍‌ସ ଅନୁଯାୟୀ ଜିଲାରେ ଥିବା ଅଧିକାଂଶ ବୋଟ୍‌, ଡଙ୍ଗା ଓ ଏହାର ଚାଳକ ବୀମାଭୁକ୍ତ ହେବାର ଆବଶ୍ୟକତା ଅଛି ହେଲେ ତାହା ମଧ୍ଯ ସରକାରୀ ଅବହେଳାରୁ ଫେଲ ମାରିଛି । ଏପରିକି ଫିଟନେସ୍‌ ନ ଥିବା ଫଟା ପୁରୁଣା ବୋଟ୍‌ରେ ଯାତ୍ରୀ ଯାତାୟାତ କରୁଛନ୍ତି। କୌଣସି କାରଣରୁ ଡଙ୍ଗାବୁଡ଼ି ହେଲେ ମୃତ ଯାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ମିଳିବା ସମ୍ଭବ ନୁହେଁ  l ଏବେ ୬୦ରୁ ଊର୍ଦ୍ଧ୍ୱ ବୋଟ୍‌ ଫିଟ୍‌ନେସ ନ ଥାଇ ଜାତୀୟ ଉଦ୍ୟାନ ମଧ୍ୟରେ ଚାଲୁଛି। ଏହା ବିରୋଧରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ରାଜନଗର ବ୍ଲକ  ଜାତୀୟ ଉଦ୍ୟାନ ମଧ୍ୟରେ ୧୭୦୦ରୁ ଊର୍ଦ୍ଧ୍ୱ କୁମ୍ଭୀର ଅଛନ୍ତି। ଏହି ଅଞ୍ଚଳକୁ ଗୁପ୍ତି, ଚାନ୍ଦବାଲି, ଖୋଳା, ଜୟନଗର, ଖରିନାସୀ, ବାହାକୁଦ, ଜମ୍ବୁ ଅଞ୍ଚଳରୁ ବୋଟ ଯାତାୟତ କରୁଛି । ଏଥିରେ କେତେଜଣ ନାବାଳକ ଚାଳକ ହୋଇଥିବା ଲକ୍ଷ୍ୟ କରାଯାଇଛି। ଅର୍ଥ ଲୋଭରେ ଅଧିକ ଯାତ୍ରୀ ଡଙ୍ଗା ଅଥବା ବୋଟ୍‌ରେ ପରିବହନ ହେଉଥିଲେ ମଧ୍ୟ କୌଣସି ସରକାରୀ କଟକଣା ନାହିଁ।

୨୦୨୨ ଜୁନ ୧୬ରେ ରାଜନଗର ବ୍ଲକ ତାଳଚୁଆ ଥାନା ଅଧୀନ ଏକ ମାଛଧରା ଟ୍ରଲର ବୁଡ଼ିଗଲା। ଏଥିରେ ୧୨ ଜଣ ଉଦ୍ଧାର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୨୦ ଜୁନ ୧୯ରେ ମହାକାଳପଡ଼ା ବ୍ଲକ ପୀତାପାଟ ନିକଟରେ ଡଙ୍ଗା ଓଲଟି ପଡ଼ିଥିଲା। ଏଥିରେ ଥିବା ୫ ଶ୍ରମିକ କୌଣସି ପ୍ରକାରେ ଜୀବନ ବଞ୍ଚାଇଥିଲେ। ଏହି ସ୍ଥାନରେ ୨୦୧୩ ମାର୍ଚ୍ଚ ୧ରେ ଡଙ୍ଗା ବୁଡ଼ି ଘଟଣାରେ ଜଗତ୍‌ସିଂହପୁର ଜିଲାର ୧୩ କିଶୋର କ୍ରିକେଟ ଖେଳାଳିଙ୍କ ଜୀବନ ଯାଇଥିଲା। ସେହିପରି ୨୦୧୯ ଜାନୁୟାରୀ ୨ରେ ନିପାଣିଆଠାରେ ଡଙ୍ଗା ବୁଡ଼ି ଘଟଣାରେ ୧୦ ମହିଳା ଓ ଶିଶୁଙ୍କ ପ୍ରାଣହାନି ହୋଇଥିଲା। ୨୦୨୩ ଏପ୍ରିଲ ୨୭ରେ ଆଳି ବ୍ଲକ୍‌ ଏକମାଣିଆା ଘାଟରେ ଡଙ୍ଗାବୁଡ଼ି ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ଡଙ୍ଗା ବୁଡ଼ିର ଅନ୍ୟ ଏକ କାରଣ ହୋଇଛି। ବାହାକୁଦ ଓ ଖରିନାସୀ ସେତୁ ଅଦ୍ୟାବଧି ନିର୍ମାଣ ଶେଷ ହୋଇନାହିଁ। ସେହିପରି ବର୍ଷାଋତୁରେ ଜିଲାର ଅଧିକାଂଶ ସ୍ଥାନରେ ଡଙ୍ଗା ହିଁ ଯାତାୟାତର ମାଧ୍ୟମ ହୋଇଛି। ସରକାର ତୁରନ୍ତ ନିର୍ମାଣାଧୀନ ନଦୀ ସେତୁ କୁ ପୂର୍ଣ୍ଣାଙ୍ଗ କରିବାର ଆବଶ୍ୟକତା ଥିବାବେଳେ ସରକାରୀ ତନ୍ତ୍ର ଫେରି ଘାଟ କୁ ସରକାରୀ ନିୟମ ଅନୁସାରେ ଚଳେଇଲେ ଯାତ୍ରୀ ସୁରକ୍ଷିତ ଯାତ୍ରା କରି ପାରିବେ l

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...