AFFILIATE MARKETING

https://binomo.com?a=90810425bb57&t=0

Thursday, September 14, 2023

ସଂକ୍ଷିପ୍ତ ସମ୍ବାଦ

 COASTAL NEWS Odia 709

ସଂକ୍ଷିପ୍ତ ସମ୍ବାଦ 



*୧-ପ୍ରାଥମିକ ଶିକ୍ଷାରେ ଅଚଳ ଅବସ୍ଥା! ଜିଦ୍ ରେ ଅଟଳ ପ୍ରାଥମିକ ଶିକ୍ଷକ, ଗଲେ ସମୂହ ଛୁଟିରେ।*


*୨-ଜନ ଅଭିଯୋଗ ଶୁଣାଣୀ ସମୀକ୍ଷା କଲେ ୫ଟି ସଚିବ, ପାନୀୟ ଜଳ ଏବଂ ବିଦ୍ୟୁତ୍ ସମସ୍ୟା ସମାଧାନ ଉପରେ ଗୁରୁତ୍ବ।*


*୩-ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତି ସମୀକ୍ଷା, ତାଲିକରେ ୩.୪୫ ଲକ୍ଷ ମୃତ ଭୋଟର।*


*୪-ଯଯାତି କେଶରୀଙ୍କ ନାମରେ ଯାଜପୁର ମେଡିକାଲ କଲେଜ, ୨୦୨୪ରୁ ହେବ କାର୍ଯ୍ୟକ୍ଷମ।*


*୫-ଲୋକକଳା ଜରିଆରେ ସୂଚନା, ଶିକ୍ଷା ଓ ଯୋଗାଯୋଗ, ଜାରି ହେଲା ମାର୍ଗଦର୍ଶିକା।*


*୬-ଉପର ମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା ହୀରାକୁଦ ଜଳଭଣ୍ଡାରର ୨ ଗେଟ୍।*


*୭-କିମସରେ ସାନ୍ଧ୍ୟ କ୍ଲିନିକ୍ ଆରମ୍ଭ, ୭୬୮୨୮୦୬୫୭୧କୁ ଫୋନ୍ କରି ଅଗ୍ରିମ ବୁକିଂ କରିପାରିବେ।*


*୮-ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ୍‌ ! ବିଷାକ୍ତ ପୋକ କାମୁଡ଼ା ସଂକ୍ରମଣରୁ ୬ ମୃତ୍ୟୁ।ବରଗଡ଼ରେ ୫ ଓ ସୁନ୍ଦରଗଡ଼ରେ ଜଣଙ୍କର ମୃତ୍ୟୁ।*


*୯-ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବା ନେଇ ସମ୍ଭାବନା।*


*୧୦-ଏଥର ବି ହେବନି ଛାତ୍ର ସଂସଦ ନିର୍ବାଚନ, ଗତ ୫ ବର୍ଷ ଧରି ହେଉ ନାହିଁ ନିର୍ବାଚନ।କୋର୍ଟ ଯିବାକୁ ବିଜେପି ଯୁବମୋର୍ଚ୍ଚାର ଚେତାବନୀ।*


*୧୧-ରେଳ ଧାରଣା ଉପରେ ପଡ଼ିଲା ବିରାଟ ପଥର ଖଣ୍ଡ, ରାୟଗଡ଼ା-କୋରାପୁଟକୁ ଟ୍ରେନ ଚଳାଚଳ ପ୍ରଭାବିତ।*


*୧୨-ଏସିଆନ ଗେମ୍ସରେ ଚୟନ ହୋଇଥିବା ୧୩ ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ଦେବେ ମୁଖ୍ୟମନ୍ତ୍ରୀ।*


*୧୩-ହାଇକୋର୍ଟରେ ଟ୍ରକ ମାଲିକ ସଂଘ ନିର୍ବାଚନ ପ୍ରସଙ୍ଗ; ସୋମବାର ପରବର୍ତ୍ତୀ ଶୁଣାଣୀ ପର୍ଯ୍ୟନ୍ତ ଅନ୍ତରୀଣ ଆଦେଶ ବଳବତ୍ତର।*


*୧୪-ନେତାଜୀ ବସ୍ ଟର୍ମିନାଲରୁ ଗଡିଲା ବସ୍, ୨ଟି ସରକାରୀ ବସ୍ ଜରିଆରେ  ଟ୍ରାଏଲ ରନ୍ ଆରମ୍ଭ।*


*୧୫-ଜି -୨୦ ସମ୍ମିଳନୀରେ ମୁତୟନ ହୋଇଥିବା ପୁଲିସ ଅଧିକାରୀଙ୍କ ସହ ରାତ୍ରୀ ଭୋଜନ କରିବେ ପ୍ରଧାନମନ୍ତ୍ରୀ । ସଫଳ ସମ୍ମିଳନୀ ପାଇଁ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ସ୍ୱାଗତ।*


*୧୬-ଭରତପୁର: ବସ୍ କୁ ପଛରେ ପିଟିଲା ଟ୍ରକ୍,୧୧ ତୀର୍ଥ ଯାତ୍ରୀ ମୃତ।*


*୧୭-୧୮ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ, ୧୭ରେ ସର୍ବଦଳୀୟ ବୈଠକ।*


*୧୮-ଭାରତରେ ଜି- ୨୦ ସମ୍ମିଳନୀ; ପାକିସ୍ତାନ ଜଳକା, ଚୀନ୍ ର ଛାତି ଫାଟିଯାଉଛି।*


*୧୯-ସ୍ପେନ୍‌ଠାରୁ ସି-୨୯୫ ଏମଡବ୍ଲ୍ୟୁ ପରିବହନ ବିମାନ ଗ୍ରହଣ କଲା ଭାରତ।*


*୨୦-କାଶ୍ମୀର- ଆତଙ୍କବାଦୀ ଆକ୍ରମଣରେ କର୍ଣ୍ଣେଲଙ୍କ ସହ ଜଣେ ମେଜର ଏବଂ ପୁଲିସ ଡିଏସ୍‌ପି ସହିଦ।*


No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...