AFFILIATE MARKETING

https://binomo.com?a=90810425bb57&t=0

Sunday, September 17, 2023

ଅବତରଣ ବେଳେ ହେଉଥିଲା ପ୍ରବଳ ବର୍ଷା !ଘଟିଲା ଭୟଙ୍କର ବିମାନ ଦୁର୍ଘଟଣା, ୧୪ମୃତ

 COASTAL NEWS Odia 764

ଅବତରଣ ବେଳେ ହେଉଥିଲା ପ୍ରବଳ ବର୍ଷା !ଘଟିଲା ଭୟଙ୍କର ବିମାନ ଦୁର୍ଘଟଣା, ୧୪ମୃତ



ବ୍ରାଜିଲ୍‌: ଘଟିଲା ଭୟଙ୍କର ବିମାନ ଦୁର୍ଘଟଣା । ଦେଖୁ ଦେଖୁ ଚାଲିଗଲା ୧୪ ଜୀବନ । ଗତକାଲି ଶନିବାର ଦିନ ବ୍ରାଜିଲ୍‌ର ଉତ୍ତର ପ୍ରାନ୍ତ ଅନ୍ତର୍ଗତ ଆମାଜନ୍‌ ସହରରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ, ଏଥିରେ ୧୪ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ରାଜ୍ୟପାଳ ୱିଲ୍‌ସନ୍‌ ଲିମା ।

ପ୍ରାଦେଶିକ ରାଜଧାନୀ ମ୍ୟାନୌସ୍‌ ଠାରୁ ପ୍ରାୟ ୪୦୦ କିଲୋମିଟର୍‌ ଦୂର ବର୍ସେଲୋସ୍‌ ପ୍ରଦେଶରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ଏକ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ରାଜ୍ୟପାଳ ୱିଲ୍‌ସନ୍‌ ଲିମାଙ୍କ ସୂଚନା ଅନୁସାରେ ଏହି ବିମାନ ଦୁର୍ଘଟଣାରେ ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ୧୨ଜଣ ହେଉଛନ୍ତି ଯାତ୍ରୀ ଓ ୨ଜଣ ବିମାନ କର୍ମଚାରୀ।

ଶନିବାର ଦିନ ବର୍ସେଲୋସ୍‌ ବିମାନ ଦୁର୍ଘଟଣାରେ ୧୨ଜଣ ଯାତ୍ରୀ ଓ ୨ ଜଣ ବିମାନ କର୍ମଚାରୀଙ୍କ ମୃତ୍ୟୁ ଖବର ସମଗ୍ର ସହରରେ ଦୁଃଖର ବାତାବରଣ ଖେଳାଇଦେଲା। ତେବେ ଦୁର୍ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରାରମ୍ଭରୁ ପ୍ରଶାସନ କାର୍ଯ୍ୟ ଚଳାଇଛି। ଏପଟେ ମୃତବ୍ୟକ୍ତିମାନଙ୍କ ପରିବାରବର୍ଗ ଓ ବନ୍ଧୁମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ରାଜ୍ୟପାଳ ୱିଲ୍‌ସନ୍‌ ଲିମା ।

ମ୍ୟାନୌସ୍‌ ଏରୋଟ୍ୟାକ୍ସି ଏୟାର୍‌ଲାଇନ୍‌ ବିବୃତି ଜାରି କରି ସୁନିଶ୍ଚିତ କରିଛି ଯେ, ଘଟିଥିବା ଦୁର୍ଘଟଣା ଉପରେ ସବିଶେଷ ତଦନ୍ତ ଚାଲିଛି। କିନ୍ତୁ ଏଥିରେ ମୃତାହତଙ୍କ ବିଷୟରେ କୌଣସି ସଠିକ୍ ବିବରଣୀ ନାହିଁ। କିନ୍ତୁ, ଏକ ରିପୋର୍ଟ ଅନୁସାରେ, ବିମାନଟି ପ୍ରାଦେଶିକ ରାଜଧାନୀ ମ୍ୟାନୌସ୍‌ରୁ ୯୦ ମିନିଟ୍‌ ଉଡ଼ାଣ ଦୂରତାରେ ଅବସ୍ଥିତ ବର୍ସେଲୋସ୍‌ ଅଭିମୁଖେ ଯାଉଥିଲା। ତେବେ ସେହି ସମୟରେ ବିମାନଟି ଅବତରଣ କରୁଥିବା ବେଳେ ହଠାତ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେତେବେଳକୁ ବ୍ରାଜିଲ୍‌ ସମୟ ପାଖାପାଖି ଅପରାହ୍ନ ୩ଟା ହୋଇଥିଲା।

ଏହି ଦୁର୍ଘଟଣାରେ କେହି ବଞ୍ଚି ନ ଥିବା କଥା ବ୍ରାଜିଲ୍‌ ର ସବୁ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଅବତରଣ ବେଳେ ପ୍ରବଳ ବର୍ଷା ହେଉଥିଲା। ସମ୍ଭବତଃ ଖରାପ ପାଗ ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ରିପୋର୍ଟରେ କୁହାଯାଇଛି ।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...