AFFILIATE MARKETING

https://binomo.com?a=90810425bb57&t=0

Monday, October 27, 2025

୨୧ ଜଣ ନକ୍ସଲ କ୍ୟାଡର ପୁଲିସ ନିକଟରେ ଆତ୍ମସମର୍ପଣ

୨୧ ଜଣ ନକ୍ସଲ କ୍ୟାଡର ପୁଲିସ ନିକଟରେ ଆତ୍ମସମର୍ପଣ 
ଛତିଶଗଡ଼ର ବସ୍ତର ରେଞ୍ଜର କାଙ୍କେର ଜିଲ୍ଲାରେ ରବିବାର ୨୧ ଜଣ ନକ୍ସଲ କ୍ୟାଡର ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୩ ଜଣ ମହିଳା ଓ ୮ ଜଣ ପୁରୁଷ ଅଛନ୍ତି। 
ଆତ୍ମସମର୍ପଣ କରିଥିବା ଏହି ନକ୍ସଲମାନେ କେଶକାଳ ଡିଭିଜନର କୁଏମାରୀ/କିସକୋଡୋ ଏରିଆ କମିଟିର ସଦସ୍ୟ। 

ସେମାନଙ୍କ ମଧ୍ୟରେ ଜଣେ ଡିଭିଜନ କମିଟି ସଂପାଦକ ରହିଛନ୍ତି। ତାଙ୍କ ନାଁ ମୁକେଶ। ସେହିଭଳି ୪ ଜଣ ଡିଭିଜନ ଭାଇସ କମିଟି ମେମ୍ବର , ୯ ଜଣ ଏରିଆ କମିଟି ମେମ୍ବର ଓ ୮ ଜଣ ସଦସ୍ୟ ରହିଛନ୍ତି ବୋଲି ପୁଲିସ କହିଛି।

ଆତ୍ମସମର୍ପଣ କରିବା ସମୟରେ ଏହି କ୍ୟାଡର ନକ୍ସଲମାନେ ୧୮ଟି ଅସ୍ତ୍ରଶସ୍ତ୍ର ପୁଲିସକୁ ହସ୍ତାନ୍ତର କରିଛନ୍ତି। ସେହି ଅସ୍ତ୍ରଶସ୍ତ୍ର ମଧ୍ୟରେ ଅଛି ୩ଟି ଏକେ-୪୭ ରାଇଫଲ, ୪ଟି ଏସ୍‌ଏଲଆର, ଦୁଇଟି ଇନ୍‌ସାସ୍‌ ରାଇଫଲ, ୬ଟି .୩୦୩ ରାଇଫଲ, ଦୁଇଟି ସିଙ୍ଗଲ-ଶଟ୍‌ ରାଇଫଲ ଓ ଗୋଟିଏ ବ୍ୟାରେଲ ଗ୍ରେନେଡ୍ ଲଞ୍ଚର l

ବସ୍ତର ରେଞ୍ଜ ଆଇଜି ପି. ସୁନ୍ଦରରାଜ କହିଛନ୍ତି, ହିଂସା ନିରର୍ଥକ ବୋଲି ବୁଝିବା ପରେ ଏହି କ୍ୟାଡର ନକ୍ସଲମାନେ ସମାଜର ମୁଖ୍ୟସ୍ରୋତକୁ ଫେରି ନୂଆ ଜୀବନ ବଞ୍ଚିବାକୁ ନିଷ୍ପତ୍ତି ନେଇଛନ୍ତି। ସମାଜର ଧାରା ସହିତ ସେମାନେ କିପରି ସହଜରେ ଜଡ଼ିତ ହୋଇପାରିବେ, ସେ ନେଇ ବସ୍ତର ପୁଲିସ ତା’ର ଦାୟିତ୍ୱ ନିର୍ବାହ କରିବ। 

ଗତ ୧୭ ତାରିଖରେ ରାଜ୍ୟରେ ୨୧୦ ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ। ଏହି ନକ୍ସଲଙ୍କ ମଧ୍ୟରେ ଜଣେ କେନ୍ଦ୍ରୀୟ କମିଟି ସଦସ୍ୟ ଥିଲେ। ତାଙ୍କ ନାଁ ରୂପେଶ ଓରଫ ସତୀଶ। 

ଏକ ରିପୋର୍ଟ ଅନୁଯାୟୀ, ୨୦୨୫ରେ ବର୍ତ୍ତମାନ ସୁଦ୍ଧା ଛତିଶଗଡ଼ରେ ୧୨ ଶହରୁ ଅଧିକ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ୨୦୨୪ରେ ରାଜ୍ୟରେ ୮୮୧ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ୨୦୨୩ରେ ୪୧୪, ୨୦୨୨ରେ ୪୧୭ ଓ ୨୦୨୧ରେ ୫୪୪ ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବାକୁ କେନ୍ଦ୍ର ସରକାର ସଂକଳ୍ପ ନେଇଛନ୍ତି।

ନକଲି ବିଦେଶୀ ମଦ ତିଆରି କାରଖାନା ଠାବ

ନକଲି ବିଦେଶୀ ମଦ ତିଆରି କାରଖାନା ଠାବ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ଦରସିଙ୍ଗା ଗାଁରେ ଏକ ନକଲି ବିଦେଶୀ ମଦ ତିଆରି କାରଖାନା ଠାବ କରିଛି ଅବକାରୀ ବିଭାଗ। ସେଠାରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ନାମୀଦାମୀ କମ୍ପାନୀର ନକଲି ବିଦେଶୀ ମଦ ଓ ମଦ ତିଆରି ସାମଗ୍ରୀ ଜବତ କରାଯାଇଛି। ନକଲି ବିଦେଶୀ ମଦ କାରଖାନା ଚଲାଉଥିବା ବ୍ୟକ୍ତି ଜଣଙ୍କ ଫେରାର ଥିବା ବେଳେ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

ସୂଚନା ଅନୁସାରେ, କନ୍ଦରସିଙ୍ଗା ଗାଁରେ ଏକ ନକଲି ବିଦେଶୀ ମଦ କାରଖାନା ଚାଲିଥିବା ନେଇ ଅବକାରୀ ବିଭାଗ ପାଖରେ ଖବର ଥିଲା। ପାଖାପାଖି ମାସେ ହେଲାଣି ଏହି କାରଖାନା ନେଇ ତଥ୍ୟ ସଂଗ୍ରହ କରାଯାଉଥିଲା। ଆଜି ଭୋରରେ ଅବକାରୀ ବିଭାଗର ପରଜଙ୍ଗ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପଦ୍ମିନୀ ନାୟକଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ତାଙ୍କ ସ୍ୱାମୀ ବିଚିତ୍ର ନାୟକ ଫେରାର ହୋଇଯାଇଥିଲେ। ତାଙ୍କୁ ଗିରଫ କରିବାକୁ ପ୍ରୟାସ ଜାରି ରହିଛି। 

ଉଭୟ ସ୍ୱାମୀ-ସ୍ତ୍ରୀ ଏହି ନକଲି ବିଦେଶୀ ମଦ କାରଖାନାକୁ ଚଲାଇଥିଲେ। ସେମାନଙ୍କ ଘର ଭିତରେ ହିଁ ଏହି କାରଖାନା ଚାଲିଥିଲା। ସେଠାରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ନକଲି ମଦ ଓ ମଦ ତିଆରି ସାମଗ୍ରୀ ଜବତ କରାଯାଇଛି। ୩୫୦ ଲିଟରର  ସ୍ପିରିଟ, ୧୦ ଲିଟର କ୍ୟାରିମେଲ ( ନକଲି ମଦର ରଙ୍ଗ ପାଇଁ ବ୍ୟବହାର କରାଯାଉଥିଲା), ୬ ଲିଟର ଫ୍ଲେଭର, ପ୍ରାୟ ୧୪୩ ଲିଟରର ନକଲି ବିଦେଶୀ ମଦ, ୧୮ ହଜାର ପାଖାପାଖି ଡୁପ୍ଲିକେଟ୍ କ୍ୟାପ୍‌, ନାମୀଦାମୀ ମଦ କମ୍ପାନୀର ୭ହଜାର ୩ ଶହ ଷ୍ଟିକର, ନକଲି ମଦ ପ୍ରସ୍ତୁତିରେ ବ୍ୟବହୃତ ହୋଇଥିବା ଏକ ମେସିନ ସହିତ ଅଭିଯୁକ୍ତଙ୍କ ମୋବାଇଲ ଫୋନ୍‌ ଓ ଆଧାରାକାର୍ଡ ଜବତ କରାଯାଇଛି ବୋଲି ଅବକାରୀ ଡିଏସ୍‌ପି କହିଛନ୍ତି।

ପୁଲିସ କହିଛି ଯେ ଅଭିଯୁକ୍ତ ଦ୍ୱୟ ଏବେ ନୂଆ ନୂଆ ଏହି ନକଲି ବିଦେଶୀ ମଦ ତିଆରି କାରଖାନା କରିଥିଲେ। ତେବେ ସେମାନଙ୍କ ସହିତ ଆଉ କାହାର ସଂପର୍କ ରହିଛି ନା ନାହିଁ, ସେ ନେଇ ତଦନ୍ତ କରାଯାଉଛି। ଯଦି ଆଉ କାହାର ସଂପୃକ୍ତି ନେଇ ଜଣାପଡ଼ିବ, ତା’ହେଲେ ତାଙ୍କୁ ବି ଗିରଫ କରାଯିବ।

ଜାଲ୍‌ ନୋଟ୍‌ କାରବାରର ପର୍ଦ୍ଦାଫାସ

ଜାଲ୍‌ ନୋଟ୍‌ କାରବାରର ପର୍ଦ୍ଦାଫାସ କରିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପୁଲିସ। ୪ ଲକ୍ଷ ୧୫ ଶହ ଟଙ୍କାର ନକଲି ୫୦୦ ଟଙ୍କିଆ ନୋଟ୍ ଜବତ କରାଯାଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବେତ୍ରାପଡ଼ାର ଅଶୋକ ନାୟକ (୨୮), ଫୁଲମୁଠିର ଅଭିଷେକ ହୋତା (୨୩) ଓ ଲଛିପୁର ଥାନା ରେଙ୍ଗାଲିର ଜୟନାରାୟଣ ବସ୍ତିଆ (୨୭)।
ସାଂଘାତିକ କଥା ହେଉଛି, ଅଭିଯୁକ୍ତମାନେ ପ୍ରାୟ ୨ ଲକ୍ଷ ଟଙ୍କାର ନକଲି ୫୦୦ ଟଙ୍କିଆ ନୋଟ୍ ବଜାରକୁ ଛାଡ଼ି ଦେଇଛନ୍ତି।

ସୁବର୍ଣ୍ଣପୁର ଏସ୍‌ପି ନାରାୟଣ ନାୟକ କହିଛନ୍ତି, ନକଲି ଟଙ୍କା କାରବାର ନେଇ ଗତକାଲି ଆମ ପାଖକୁ ଏକ ବିଶେଷ ସୂଚନା ଆସିଥିଲା। ଏହି ସୂଚନା ଆଧାରରେ ବିନିକା ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା। ଅଭିଯୁକ୍ତଙ୍କ ମୋବାଇଲ ଫୋନ୍ ନମ୍ବର ଆମକୁ ମିଳିଥିଲା। ସେମାନଙ୍କ ମୋବାଇଲ ଫୋନ୍‌କୁ ଟ୍ରାକ୍ କରି ସେମାନଙ୍କ ଉପସ୍ଥିତି ଜାଣିବାକୁ ସକ୍ଷମ ହୋଇଥିଲା ତଦନ୍ତକାରୀ ଟିମ୍। ଏହା ପରେ ସେମାନେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଧରିଥିଲେ। ସେମାନଙ୍କୁ ଯାଞ୍ଚ କରାଯିବା ସହିତ ସେମାନଙ୍କ ଘରେ ଖୋଜାଖୋଜି କଲା ବେଳେ ନକଲି ନୋଟ୍ ଜବତ କରାଯାଇଥିଲା।

ଏସ୍‌ପି କହିଛନ୍ତି, ୩ ଅଭିଯୁକ୍ତଙ୍କ ପାଖରୁ ୪ ଲକ୍ଷ ୧୫ ଶହ ଟଙ୍କାର ନକଲି ନୋଟ୍ ଜବତ କରାଯାଇଥିଲା। ଜେରା ବେଳେ ଅଭିଯୁକ୍ତମାନେ କହିଥିଲେ ଯେ ସେମାନେ ଦେଢ଼ ମାସ ତଳେ ବରଗଡ଼ ଜିଲ୍ଲାର ଜଣେ ବ୍ୟକ୍ତିଙ୍କଠାରୁ ଏହି ନକଲି ନୋଟ୍ କିଣିଥିଲେ। ସେମାନେ ପ୍ରାୟ ୧ ଲକ୍ଷ ଟଙ୍କା ଦେଇ ୬ ଲକ୍ଷ ଟଙ୍କାର ନକଲି ନୋଟ୍‌ କିଣିଥିଲେ। ଏବେ ସେମାନଙ୍କଠାରୁ ୪ ଲକ୍ଷ ୧୫ ଶହ ଟଙ୍କାର ନକଲି ନୋଟ୍ ଜବତ କରାଯାଇଥିବା ବେଳେ ବାକି ୧ ଲକ୍ଷ ୯୮ ହଜାର ୫୦୦ ଟଙ୍କାର ନକଲି ନୋଟ୍ ମିଳିନାହିଁ। ଆମେ ଭାବୁଛୁ, ସେମାନେ ଗତ ମାସେ ଭିତରେ ବିଭିନ୍ନ ଲୋକଙ୍କୁ ସେହି ନକଲି ନୋଟ୍ ଦେଇ ଦେଇଛନ୍ତି।

ବରଗଡ଼ରୁ ଯେଉଁ ବ୍ୟକ୍ତିଙ୍କଠାରୁ ଏହି ଅଭିଯୁକ୍ତମାନେ ନକଲି ନୋଟ୍ କିଣିଥିଲେ, ତାଙ୍କ ବିଷୟରେ ସେମାନେ ବେଶୀ କିଛି ସୂଚନା ଦେଇ ନାହାନ୍ତି। ପୁଲିସ ଏ ଦିଗରେ ତଦନ୍ତ କରି ଏହି ନକଲି ନୋଟ୍‌ କାରବାରର ମୂଳରେ ପହଞ୍ଚିବାକୁ ଓ ବରଗଡ଼ର ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ପ୍ରୟାସ ଜାରି ରହିଛି ବୋଲି ଏସ୍‌ପି ଶ୍ରୀ ନାୟକ କହିଛନ୍ତି।

Sunday, October 26, 2025

ନିର୍ବାଚନ ସମୟରେ କୃତ୍ରିମ ବୁଦ୍ଧିମତ୍ତା ସାହାଯ୍ୟରେ ଉତ୍ପନ୍ନ ବିଷୟବସ୍ତୁର ଦାୟିତ୍ୱପୂର୍ଣ୍ଣ ବ୍ୟବହାରକୁ ସୁନିଶ୍ଚିତ କରିବେ ରାଜନୈତିକ ଦଳ

IT ନିୟମ, ୨୦୨୧ ଏବଂ ଏହି ସମ୍ବନ୍ଧରେ ଆୟୋଗ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶାବଳୀ ଏବଂ ପରାମର୍ଶର ଅନୁପାଳନକୁ ସୁନିଶ୍ଚିତ କରିବେ ରାଜନୈତିକ ଦଳ

ପ୍ରଚାର ଉଦ୍ଦେଶ୍ୟରେ “ଡିପ୍ ଫେକ”ର ବ୍ୟବହାର କରି ହେବନାହିଁ

ଭୁବନେଶ୍ୱର ୨୫/୧୦: ରାଜନୈତିକ ନେତାମାନଙ୍କୁ ନିର୍ବାଚନ ସମ୍ବନ୍ଧୀୟ ବାର୍ତ୍ତା ଦେଉଥିବା ଦର୍ଶାଇ କୃତ୍ରିମ ଭାବରେ ଉତ୍ପନ୍ନ ସୂଚନାର ଅପବ୍ୟବହାର ହେଉଛି, ଯାହା ନିର୍ବାଚନ ସମୟରେ ରାଜନୈତିକ ଅଭିଯାନର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଥିବା ନୀତିନିୟମର ଉଲ୍ଲଂଘନ କରିବା ସହ ସମସ୍ତ ରାଜନୈତିକ ଅଂଶଗ୍ରହଣକାରୀଙ୍କ ପାଇଁ ସମାନ ସୁଯୋଗ ଓ ସମାନ ପରିବେଷ୍ଟନୀ ଉପଲବ୍ଧ କରିବାରେ ବ୍ୟାଘାତ ସୃଷ୍ଟି କରିବା ବିଷୟରେ ଭାରତର ନିର୍ବାଚନ ଆୟୋଗର ଦୃଷ୍ଟିକୁ ଆସିଲା ପରେ ଆୟୋଗ ପରାମର୍ଶକ ଓ ନିର୍ଦ୍ଦେଶାବଳୀ ଜାରି କରିଛି ।

ପରାମର୍ଶ ଅନୁଯାୟୀ, ସୂଚନା ସୃଷ୍ଟି କରିବା, ପରିବର୍ତ୍ତନ କରିବା, ପ୍ରକାଶନ ଏବଂ ପ୍ରସାରଣ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ଅନୁପଯୁକ୍ତ ବ୍ୟବହାର ଏକ ବଡ ଆହ୍ୱାନ, କାରଣ ଏହା ସତ୍ୟ ଭଳି ପ୍ରତ୍ୟୟ ହୁଏ ଏବଂ ଜନସାଧାରଣଙ୍କୁ ଅଜାଣତରେ ଭୁଲ ନିଷ୍ପତ୍ତିକୁ ଟାଣି ନେଇଥାଏ । ନିର୍ବାଚନର ସ୍ୱଚ୍ଛତା ଏବଂ ଭୋଟରଙ୍କ ବିଶ୍ୱାସ ବଜାୟ ରଖିବା ଉପରେ ଆୟୋଗ ସର୍ବାଧିକ ଗୁରୁତ୍ୱ ଦେଇଥାଏ ।

ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବାର କ୍ଷମତା ରଖୁଥିବା ଡିପ ଫେକ୍ ଏବଂ କୃତ୍ରିମ ଭାବରେ ଉତ୍ପନ୍ନ ବିଷୟବସ୍ତୁ ଦ୍ୱାରା ଉପୁଜୁଥିବା ବର୍ଦ୍ଧିତ ବିପଦକୁ ଦୃଷ୍ଟିରେ ରଖି, ଏତଦ୍ୱାରା ଆୟୋଗ ସମ୍ବିଧାନର ଧାରା ୩୨୪ ଅଧୀନରେ ଥିବା ନିଜର ପୂର୍ଣ୍ଣ କ୍ଷମତାକୁ ପ୍ରୟୋଗ କରି, ନିର୍ବାଚନ ତାଲିକା ପ୍ରସ୍ତୁତି ଏବଂ ନିର୍ବାଚନ ପରିଚାଳନା ପାଇଁ ତଦାରଖ, ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ ସମ୍ବନ୍ଧରେ ସମସ୍ତ ରାଜନୈତିକ ଦଳକୁ IT ନିୟମ, ୨୦୨୧ ଏବଂ ଏହି ସମ୍ବନ୍ଧରେ ଆୟୋଗ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶାବଳୀ ଏବଂ ପରାମର୍ଶର ଅନୁପାଳନ ସୁନିଶ୍ଚିତ କରିବା ପାଇଁ ସେମାନଙ୍କର ଦାୟିତ୍ୱକୁ ପୁନଃସ୍ମରଣ କରାଇ ଦେଉଛନ୍ତି ।

ରାଜନୈତିକ ଦଳ, ପ୍ରାର୍ଥୀ, ଏବଂ ପ୍ରଚାର ପ୍ରତିନିଧିମାନେ ନିମ୍ନଲିଖିତ ନିୟମାବଳୀକୁ ସୁନିଶ୍ଚିତ କରିବେ:

(କ) ପ୍ରଚାର ଉଦ୍ଦେଶ୍ୟରେ ବ୍ୟବହୃତ କିମ୍ବା ପ୍ରସାରିତ ଯେକୌଣସି କୃତ୍ରିମ ଭାବରେ ଉତ୍ପନ୍ନ କିମ୍ବା AI-ପ୍ରବର୍ତ୍ତିତ ଛବି, ଅଡିଓ, କିମ୍ବା ଭିଡିଓରେ “AI-Generated”, “Digitally Enhanced”, କିମ୍ବା “Synthetic Content” ଭଳି ଏକ ସ୍ପଷ୍ଟ, ପ୍ରମୁଖ ଏବଂ ପଠନୀୟ ଲେବଲ୍ ରହିବ, ଯାହା ଦୃଶ୍ୟମାନ ପ୍ରଦର୍ଶନ କ୍ଷେତ୍ରର ଅତି କମରେ ୧୦% (କିମ୍ବା ଅଡିଓ ବିଷୟବସ୍ତୁ ପାଇଁ ପ୍ରାରମ୍ଭିକ ୧୦% ଅବଧି)କୁ ଆବୃତ କରିବ । ଭିଡିଓ ବିଷୟବସ୍ତୁ କ୍ଷେତ୍ରରେ ଲେବଲ୍ ସ୍କ୍ରିନର ଉପର ଭାଗରେ ଏକ ସୁସ୍ପଷ୍ଟ ଅଂଶ ଭାବରେ ରହିବ।

(ଖ) ପ୍ରତ୍ୟେକ ଏହିପରି ବିଷୟବସ୍ତୁରେ ଉତ୍ପାଦନ ପାଇଁ ଦାୟୀ ସଂସ୍ଥାର ନାମ ମେଟାଡାଟା କିମ୍ବା ସଂଲଗ୍ନ କ୍ୟାପସନରେ ପ୍ରମୁଖ ଭାବରେ ଉଲ୍ଲିଖିତ ରହିବ।

(ଗ) ଭୋଟରଙ୍କୁ ବିଭ୍ରାନ୍ତ କିମ୍ବା ପ୍ରତାରଣା କରିବାର ଯୁକ୍ତିଯୁକ୍ତ ସମ୍ଭାବନା ଥିବା ବେଆଇନ ଏବଂ କୌଣସି ବ୍ୟକ୍ତିଙ୍କ ପରିଚୟ, ରୂପ, କିମ୍ବା ସ୍ୱରକୁ ଭୁଲ ଭାବରେ ପ୍ରତିପାଦିତ କରୁଥିବା କୌଣସି ବିଷୟବସ୍ତୁ ପ୍ରକାଶ କିମ୍ବା ଫରୱାର୍ଡ କରାଯିବ ନାହିଁ ।

(ଘ) ଅଫିସିଆଲ୍ ପାର୍ଟି ହ୍ୟାଣ୍ଡେଲରେ ଥିବା କୌଣସି କୃତ୍ରିମ ଭାବରେ ଉତ୍ପନ୍ନ କିମ୍ବା AI-ପରିବର୍ତ୍ତିତ ଛବି, ଅଡିଓ, କିମ୍ବା ଭିଡିଓ, ଭୁଲ ସୂଚନା, କିମ୍ବା ଉପ-ଧାରା ୫(ଗ) ଅଧୀନରେ ଥିବା ହେରଫେର ହୋଇଥିବା ବିଷୟବସ୍ତୁକୁ ଦୃଷ୍ଟିକୁ ଆସିବାର ୩ ଘଣ୍ଟା ମଧ୍ୟରେ ହଟାଇ ଦିଆଯିବ।

(ଙ) ରାଜନୈତିକ ଦଳମାନେ ସୃଷ୍ଟିକର୍ତ୍ତାଙ୍କ ବିବରଣୀ ଏବଂ ଟାଇମଷ୍ଟାମ୍ପ ଭଳି ସମସ୍ତ AI-ଉତ୍ପନ୍ନ ପ୍ରଚାର ସାମଗ୍ରୀର ଆଭ୍ୟନ୍ତରୀଣ ରେକର୍ଡ ରଖିବେ, ଯାହା ECI ମାଗିଲେ ଯାଞ୍ଚ ପାଇଁ ଉପଲବ୍ଧ କରିବେ ।

ଏଠାରେ ଥିବା ନିର୍ଦ୍ଦେଶାବଳୀ ତୁରନ୍ତ ଲାଗୁ ହେବ ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ସାଧାରଣ ଏବଂ ଉପନିର୍ବାଚନ ସମୟରେ ପ୍ରଯୁଜ୍ୟ ରହିବ।

ନିକଟରେ ଅନୁଷ୍ଠିତ ଲୋକସଭା ନିର୍ବାଚନ ୨୦୨୪ ସମୟରେ, ଆୟୋଗ ମାନ୍ୟବର ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ (Writ Petition (C) (PIL) No. 6186 of 2024) ଅବଲୋକନରେ  ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡିକର ଦାୟିତ୍ୱପୂର୍ଣ୍ଣ ଏବଂ ନୈତିକତା ପୂର୍ଣ୍ଣ ବ୍ୟବହାର ସମ୍ବନ୍ଧରେ ୦୬.୦୫.୨୦୨୪ ତାରିଖରେ ନିର୍ଦ୍ଦେଶାବଳୀ ଜାରି କରିଥିଲେ। ଏହି ନିର୍ଦ୍ଦେଶାବଳୀରେ ରାଜନୈତିକ ଦଳ ଏବଂ ସେମାନଙ୍କ ପ୍ରତିନିଧିମାନଙ୍କ ଦ୍ୱାରା “ଡିପ୍ ଫେକ” ବ୍ୟବହାର କରି ନିର୍ବାଚନକୁ ବିଭ୍ରାନ୍ତ କରିବାର ସମ୍ଭାବନାକୁ ରୋକିବା ଏବଂ ସାଧାରଣ ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି (MCC) ଅବଧିରେ ରାଜନୈତିକ ଦଳ ଏବଂ ସେମାନଙ୍କ ପ୍ରତିନିଧିମାନଙ୍କ ଦ୍ୱାରା AI-ସୃଷ୍ଟ ବିଭ୍ରାନ୍ତ ବିଷୟବସ୍ତୁର କୌଣସି ଅନୁଚିତ ବ୍ୟବହାରକୁ ଦୃଢ଼ତାର ସହ ଏଡ଼ାଇବା ପାଇଁ ଚେଷ୍ଟା କରାଯାଇଥିଲା। ୦୬.୦୫.୨୦୨୪ ତାରିଖର ନିର୍ଦ୍ଦେଶାବଳୀର ଲିଙ୍କ୍: https://tinyurl.com/3xn7tvde ରେ ଉପଲବ୍ଧ ଅଛି ।

ସମସ୍ତ ରାଜନୈତିକ ଦଳଙ୍କୁ ନିର୍ବାଚନ ପ୍ରଚାରରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସମୁଚିତ, ସ୍ୱଚ୍ଛ ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ଏହି ପରାମର୍ଶଗୁଡିକୁ ପାଳନ କରିବାକୁ ଅନୁରୋଧ କରାଯାଉଛି । ନିଜ ପ୍ରଚାରରେ ମିଥ୍ୟା ସୂଚନା/ଭୁଲ ସୂଚନା/ଅପସୂଚନା ଦେଉଥିବା କୌଣସି AI-ସୃଷ୍ଟ ବିକୃତ /ବିଭ୍ରାନ୍ତିକର ବିଷୟବସ୍ତୁ ବ୍ୟବହାରରୁ ବିରତ ରୁହନ୍ତୁ ।

ଜିନ୍ଦଲ ଷ୍ଟିଲ୍‌କୁ ରୋଟାରି ଇଣ୍ଡିଆ ନ୍ୟାସନାଲ୍ ସିଏସଆର ଆୱାର୍ଡ ୨୦୨୫

‘ଓ୍ୱାସ’ ଅଭିଯାନ ଜରିଆରେ ଜୀବନକୁ ସ୍ୱାସ୍ଥ୍ୟକର କରିବାକୁ କାର୍ଯ୍ୟ କରୁଛି ଜିନ୍ଦଲ

ଭୁବନେଶ୍ୱର, ୨୬/୧୦: ଗ୍ରାମାଞ୍ଚଳ ଜଳ ଯୋଗାଣ ଏବଂ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ, ଜିନ୍ଦଲ ଷ୍ଟିଲ୍‌କୁ ଜଳ, ପରିମଳ ଏବଂ ସ୍ୱଚ୍ଛତା ମେଗା ବର୍ଗରେ ରୋଟାରି ଇଣ୍ଡିଆ ନ୍ୟାସନାଲ୍ ସିଏସଆର ଅୱାର୍ଡ (ପୂର୍ବାଞ୍ଚଳ) ୨୦୨୫ ପ୍ରଦାନ କରାଯାଇଛି । ୨୩ ଅକ୍ଟୋବର, ୨୦୨୫ରେ କୋଲକାତାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ, ଜିନ୍ଦଲ ଷ୍ଟିଲର ସଭାପତି ଏବଂ ଗ୍ରୁପ୍ ହେଡ୍‌ ମୁଖ୍ୟ (ସିଏସଆର ଏବଂ ଏଜୁକେସନ), ଶ୍ରୀ ପ୍ରଶାନ୍ତ ହୋତା, ରୋଟାରି ଇଣ୍ଟରନ୍ୟାସନାଲ୍‌ର ଡିରେକ୍ଟର ଫ୍ଲାଇଟ୍ ଲେଫ୍ଟେନାଣ୍ଟ ରୋଟେରିଆନ୍ କେ.ପି. ନାଗେଶଙ୍କ ନିକଟରୁ ଏହି ସମ୍ମାନ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଦ୍ମଭୂଷଣ ଉଷା ଉଥୁପ୍‌, ପ୍ରସିଦ୍ଧ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତ ଓ ଅନ୍ୟାନ୍ୟ ଗଣ୍ୟବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡର ଲକ୍ଷ ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ସେମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟକର ପରିବେଶ ସୁନିଶ୍ଚିତ କରିବା ପାଇଁ ଜିନ୍ଦଲ ଷ୍ଟିଲ ପକ୍ଷରୁ ଏହାର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ଜରିଆରେ ରୂପାନ୍ତରକାରୀ କାର୍ଯ୍ୟକୁ ଏହି ସମ୍ମାନ ସ୍ୱୀକୃତି ପ୍ରଦାନ କରିଛି। ମାନ୍ୟବର ସାଂସଦ ତଥା ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ ଦୂରଦୃଷ୍ଟିକୁ ଆଧାର କରି କମ୍ପାନିର ପରିମଳ ଓ ପରିଚ୍ଛନ୍ନତା ଅଭିଯାନ ‘ଜଳଛାୟା ପରିଚାଳନା’ ଏବଂ ‘ଓ୍ୱାସ’ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡର ସ୍ଥାନୀୟ ସମୁଦାୟଗୁଡ଼ିକରେ ଉଲ୍ଲେଖନୀୟ ରୂପାନ୍ତରଣ ଆଣିପାରିଛି। ଜଳ ଛାୟା ବିକାଶ କାର୍ଯ୍ୟକ୍ରମଗୁଡ଼ିକ ଗ୍ରାମ୍ୟ ଜଳଛାୟା କମିଟି ଜରିଆରେ କାର୍ଯ୍ୟକାରୀ ହେଉଛି। ଏହି କାର୍ଯ୍ୟକ୍ରମ ଉଲ୍ଲେଖନୀୟ ଭାବେ ପ୍ରକଳ୍ପ ଅଞ୍ଚଳର ଭୂତଳଜଳ ସ୍ତର, ମାଟିର ଆର୍ଦ୍ରତା, କୃଷି ଉତ୍ପାଦିକା ଶକ୍ତି ଓ ନିରନ୍ତର ଜଳଉପଲବ୍ଧତାକୁ ମଧ୍ୟ ବୃଦ୍ଧି କରିଛି।

ରୋଟାରୀ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଆଓ୍ୱାର୍ଡ (ପୂର୍ବାଞ୍ଚଳ)ର ଜୁରୀ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇବା ସହ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି, “ଆମେ ବିଶ୍ୱାସ କରୁଛୁ ଯେ ବିଶୁଦ୍ଧ ଜଳ, ଉପଯୁକ୍ତ ପରିମଳ ଓ ସ୍ୱାସ୍ଥ୍ୟକର ଜୀବନକୁ ସୁନିଶ୍ଚିତ କରିବା କେବଳ ଏକ ବିକାଶ ଲକ୍ଷ୍ୟ ନୁହେଁ ବରଂ ଏକ ଦାୟିତ୍ୱ, ଏବଂ ‘ଓ୍ୱାସ’ ଅଭିଯାନ ଜରିଆରେ ଆମେ ଜୀବନରେ ରୂପାନ୍ତରଣ ଆଣିବା ସହ ଏହାକୁ ସ୍ୱାସ୍ଥ୍ୟକର କରିବାକୁ କାର୍ଯ୍ୟ କରୁଛୁ ।”

ବିଭିନ୍ନ ଜଳ ପରିଚାଳନା କାର୍ଯ୍ୟକ୍ରମ ଜରିଆରେ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡ ଏବଂ ଦେଶର ଅନ୍ୟ ପ୍ରାନ୍ତର ୩୪୦୦ ଗ୍ରାମର ୧୨.୫ ନିୟୁତ ଗ୍ରାମୀଣ ଓ ଆଦିବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରାଯାଇଛି। ନାବାର୍ଡ ସହବନ୍ଧନରେ ଅନୁଗୁଳ ଜଳଛାୟା ମଡେଲ ଜିନ୍ଦଲ ଷ୍ଟିଲ ଦ୍ୱାରା ବିକଶିତ ହୋଇଥିବା ବେଳେ ପରିବେଶ ପରିବର୍ତ୍ତନ ପ୍ରତି ସହନଶୀଳତା ବୃଦ୍ଧି ପାଇଁ ଏହା ସାମାଜିକ, ଅର୍ଥନୈତିକ ଏବଂ ପରିବେଶ ବିକାଶକୁ ଅନ୍ତର୍ଭୁକ୍ତ କରିଛି। ଓଡ଼ିଶାର କାଶିଆ ମାଇନ୍ସ ଅଞ୍ଚଳ ଏବଂ ଛତିଶଗଡ଼ର ରାୟଗଡ଼ ଜିଲ୍ଲାରେ  କମ୍ପାନୀ ସୌରଶକ୍ତି ଚାଳିତ, ପ୍ରଯୁକ୍ତି ନିର୍ଭରଶୀଳ ନିରାପଦ ପାନୀୟ ଜଳ ସିଷ୍ଟମ ଉଦ୍ଭାବନ କରିଛି, ଯାହା ଅନୁନ୍ନତ ଅଞ୍ଚଳରେ ପରିବେଶ-ସହନଶୀଳ ଓ ନିରନ୍ତର ପରିଷ୍କାର ଜଳ ଉପଲବ୍ଧତାକୁ ସୁନିଶ୍ଚିତ କରିଛି। ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ସରକାରୀ ସହବନ୍ଧନରେ ୫୦୦୦ ଶୌଚାଳୟ ନିର୍ମାଣ କରାଯାଇଛି। ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଲକ୍ଷ ଲକ୍ଷ ମହିଳା ଓ କିଶୋରୀଙ୍କୁ ନାପକିନ ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି।

ଜିନ୍ଦଲ ଷ୍ଟିଲ ତୃଣମୂଳସ୍ତରରେ ପରିବର୍ତ୍ତନ ଆଣିବାରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି। ଜିନ୍ଦଲ ଷ୍ଟିଲର ନିରନ୍ତର ସାମାଜିକ ଉନ୍ନୟନ କାର୍ଯ୍ୟକ୍ରମ, ଏହାର ସମସ୍ତ କାର୍ଯ୍ୟକ୍ଷେତ୍ରର ପାରିପାର୍ଶ୍ୱିକ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି। ଚିରନ୍ତନ ବିକାଶ, ନୂତନତା ଓ ସାମଗ୍ରିକ ଅଭିବୃଦ୍ଧି ଉପରେ ନିରନ୍ତର ଗୁରୁତ୍ୱ ପ୍ରଦାନ ସହ  ସମୁଦାୟକୁ ସଶକ୍ତ କରିବା, ସ୍ୱାସ୍ଥ୍ୟକର ଓ ଚିରନ୍ତନ ଭବିଷ୍ୟତ ନିର୍ମାଣ କରିବାରେ ଜିନ୍ଦଲ ଫାଉଣ୍ଡେସନ ଅବିରତ କାର୍ଯ୍ୟ କରୁଛି।

୧୨୭ତମ ମନ୍ କୀ ବାତରେ କୋରାପୁଟ୍ କଫିର ଚର୍ଚ୍ଚା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍

• ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଜନଜାତି କୃଷକଙ୍କ ପରିଶ୍ରମ ଏବଂ ଓଡ଼ିଶାର ସମୃଦ୍ଧ କୃଷିକୁ ସଠିକ୍ ସମ୍ମାନ • ବିଶ୍ୱରେ 'ବ୍ରାଣ୍ଡ୍ କୋରାପୁଟ୍'ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ସାମୂହିକ ପ୍ରୟାସ କରିବା • ଗତ ଜୁଲାଇ ମାସରେ କୋରାପୁଟ ଗସ୍ତ ସମୟରେ କଫି ଗାର୍ଡେନ ପରିଦର୍ଶନ ସହ ଅଧିକାରୀଙ୍କ ସହ ଆଲୋଚନା କରିଥିଲି

‘କୋରାପୁଟ କଫି’ ଉପରେ ପ୍ରଧାନମନ୍ତ୍ରୀଙ୍କ ଚର୍ଚ୍ଚା ଓଡ଼ିଶାକୁ ନୂଆ ପରିଚୟ ଦେଇଛି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୨୬/୧୦: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜର ୧୨୭ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ କୋରାପୁଟ କଫିର ଲୋକପ୍ରିୟତା ଉପରେ ଚର୍ଚ୍ଚା କରିଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ସ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏକ୍ସରେ ଏ ସମ୍ପର୍କରେ ଉଲ୍ଲେଖ କରିବା ସହ କହିଛନ୍ତି ଯେ “କୋରାପୁଟ କଫି ଅତ୍ୟନ୍ତ ସୁସ୍ୱାଦୁ, ଏହା ଓଡ଼ିଶାର ଗୌରବ” ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି । କୋରାପୁଟ କଫି ଚାଷ, ଆମର ଚାଷୀ ଭାଇ ଭଉଣୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହ ଓଡ଼ିଶାକୁ ନୂଆ ପରିଚୟ ଦେଇଛି । ଏହା ଆମର ଜନଜାତି କୃଷକଙ୍କ ପରିଶ୍ରମ ଏବଂ ଓଡ଼ିଶାର ସମୃଦ୍ଧ କୃଷିକୁ ସଠିକ୍ ସମ୍ମାନ । ଏହା ଆମ ଚାଷୀମାନଙ୍କ ପାଇଁ ଏହି ସ୍ୱୀକୃତି ଅତ୍ୟନ୍ତ ପ୍ରେରଣାଦାୟୀ । ସ୍ଥାନୀୟ ଉତ୍ପାଦ ପ୍ରତି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୋତ୍ସାହନ ଭୋକାଲ୍ ଫର୍ ଲୋକାଲ୍ ଏବଂ ଆତ୍ମନିର୍ଭର ଓଡ଼ିଶା ଓ ଆତ୍ମନିର୍ଭର ଭାରତର ଦିଗରେ ସଶକ୍ତ ପଦକ୍ଷେପ ।

ଶ୍ରୀ ପ୍ରଧାନ ଏହି ଅବସରରେ ଗତ ଜୁଲାଇ ମାସରେ କୋରାପୁଟ ଗସ୍ତ ସମୟରେ ସେଠାକାର କଫି ଗାର୍ଡେନ ପରିଦର୍ଶନ ସହ ଚାଷରେ ନିୟୋଜିତ ଅଧିକାରୀ ଏବଂ ଚାଷୀମାନଙ୍କ ସହ ଆଲୋଚନା କରିବା ଉପରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ ଆହୁରି କହିଛନ୍ତି, ବିଶ୍ୱ ବଜାରରେ କୋରାପୁଟ କଫିର ଚାହିଦା ବଢୁଛି ଏବଂ ବର୍ତ୍ତମାନ ଏହା ଏକ ଲାଭଦାୟକ ଚାଷରେ ପରିଣତ ହୋଇଛି । ବିଶ୍ୱରେ ‘ବ୍ରାଣ୍ଡ୍ କୋରାପୁଟ୍’ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଆମେ ସମସ୍ତେ ମିଶି ଏହି ଉତ୍କୃଷ୍ଟ କଫିର ଉତ୍ପାଦନ ବୃଦ୍ଧି ଦିଗରେ ସାମୂହିକ ପ୍ରୟାସ କରିବା ଉଚିତ୍।

ଏହାବ୍ୟତୀତ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏହି କାର୍ଯ୍ୟକ୍ରମରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଅକ୍ଟୋବର ୩୧ରେ ଆୟୋଜିତ ରନ୍ ଫର୍ ୟୁନିଟିରେ ସାମିଲ ହେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିବା ବନ୍ଦେ ମାତାରମର ରଚନା ଉପରେ ମଧ୍ୟ ସେ ଏକ୍ସରେ ଉଲ୍ଲେଖ କରିଛନ୍ତି ।

Friday, October 24, 2025

ଆସୁଛି ବାତ୍ୟା:

୨୯ ଯାଏଁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ପ୍ରବଳ ବର୍ଷିବ

ଭୁବନେଶ୍ଵର, ୨୪/୧୦: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବ। ଏହା ଘନୀଭୂତ ହୋଇ ଆସନ୍ତାକାଲି ଅବପାତର ରୂପ ନେବା ସମ୍ଭାବନା ରହିଛି। ୨୬ ସୁଦ୍ଧା ଗଭୀର ଅବପାତର ରୂପ ନେବ। ୨୭ ତାରିଖ ସକାଳେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟାରେ ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆଜିଠୁ ଦକ୍ଷିଣ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଅଛି। ସମ୍ଭାବ୍ୟ ବାତ୍ୟା ନେଇ ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମଡି) ପକ୍ଷରୁ ଜାରି ହୋଇଛି ବାତ୍ୟାର ଗତି ପଥ।

ସମ୍ଭାବ୍ୟ ବାତ୍ୟାକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ସୂଚନା ଦେଇ କହିଛନ୍ତି ଆନ୍ଧ୍ର ଉପରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଅଧିକ ରହିବ। ୨୭ରୁ ୨୯ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଆକଳନ କରାଯାଇଛି। ପ୍ରାୟ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ବର୍ଷା ହେବ। ୨୮ ଓ ୨୯ ତାରିଖରେ ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିବ। ୨୬ରୁ ୨୯ ତାରିଖ ଯାଏଁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ହାଇ ଆଲର୍ଟରେ ଏହି ସବୁ ଜିଲ୍ଲା


ଭୁବନେଶ୍ଵର, ୨୪/୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାପାତ୍ର ସୂଚନା ଦେଇ କହିଛନ୍ତି, ଆନ୍ଧ୍ର ଉପରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଅଧିକ ରହିବ। ୨୭ରୁ ୨୯ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବ। ପ୍ରାୟ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

୨୭ରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୨୮ ଓ ୨୯ ତାରିଖରେ ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିବ। ୨୮ ରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମରେ ବର୍ଷା ହେବ। ୨୯ରେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ଯାଜପୁରରେ ବର୍ଷା ହେବ। ୩୦ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବ। ୨୬ରୁ ୨୯ ତାରିଖ ଯାଏଁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ସମ୍ଭାବ୍ୟ ବାତ୍ୟାର ନାମ ମନ୍ଥା ଦିଆ ଯାଇପାରେ। ଏହି ନାମ ଥାଇଲ୍ୟାଣ୍ଡରୁ ଆସିଛି। ଥାଇଲ୍ୟାଣ୍ଡ ଦ୍ୱାରା ପ୍ରସ୍ତାବିତ ମନ୍ଥା MONTHA ନାମର ଅର୍ଥ ଥାଇ ଭାଷାରେ “ସୁଗନ୍ଧିତ ଫୁଲ” କିମ୍ବା “ସୁନ୍ଦର ଫୁଲ”।

ଏହି ନାମ ଉତ୍ତର ଭାରତ ମହାସାଗରରେ ଟ୍ରପିକାଲ ସାଇକ୍ଲୋନ ନାମକରଣ ପ୍ରଣାଳୀର ଏକ ଅଂଶ। ଏହି ଅଞ୍ଚଳରେ ହେଉଥିବା ବାତ୍ୟା ‘ଟ୍ରପିକାଲ ସାଇକ୍ଲୋନ’ ଉପରେ ନାମକରଣ ବିଶ୍ୱ ପାଣିପାଗ ସଂଗଠନ (WMO)/ESCAP ପ୍ୟାନେଲ ଦ୍ୱାରା କରାଯାଇଥାଏ, ଯେଉଁଥିରେ ୧୩ ଜଣ ସଦସ୍ୟ ଦେଶ (ବାଂଲାଦେଶ, ଭାରତ, ଇରାନ, ମାଳଦ୍ୱୀପ, ମିଆଁମାର, ଓମାନ, ପାକିସ୍ତାନ, କତାର, ସାଉଦି ଆରବ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ୟେମେନ) ଅଛନ୍ତି। ପ୍ରତ୍ୟେକ ଦେଶ ନାଁ ସଂକ୍ରାନ୍ତୀୟ ଏକ ତାଲିକା ପ୍ରଦାନ କରେ, ଯାହା କ୍ରମାନୁସାରେ ବ୍ୟବହୃତ ହୁଏ। ନାମକରଣର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ସହଜରେ ଚିହ୍ନଟ, ଟ୍ରାକିଂ ଏବଂ ବିପର୍ଯ୍ୟୟ ସଚେତନତାକୁ ସହଜ କରିବା।

ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ। ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ, ଆମେ ସବୁବେଳେ ପ୍ରସ୍ତୁତ। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇସାରିଛି। ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବ। ସ୍ବାସ୍ଥ୍ୟ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି। ପଶୁମାନଙ୍କ ସୁରକ୍ଷା ପାଇଁ ପଶୁ ସମ୍ପଦ ବିଭାଗକୁ ଆଲର୍ଟ କରାଯାଇଛି।”


ଆସୁଛି ବାତ୍ୟା: ଆଇଏମଡି ଜାରି କଲା ବାତ୍ୟାର ଗତି ପଥ

୨୯ ଯାଏଁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ପ୍ରବଳ ବର୍ଷିବ

ଭୁବନେଶ୍ଵର, ୨୪/୧୦: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବ। ଏହା ଘନୀଭୂତ ହୋଇ ଆସନ୍ତାକାଲି ଅବପାତର ରୂପ ନେବା ସମ୍ଭାବନା ରହିଛି। ୨୬ ସୁଦ୍ଧା ଗଭୀର ଅବପାତର ରୂପ ନେବ। ୨୭ ତାରିଖ ସକାଳେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟାରେ ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆଜିଠୁ ଦକ୍ଷିଣ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଅଛି। ସମ୍ଭାବ୍ୟ ବାତ୍ୟା ନେଇ ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମଡି) ପକ୍ଷରୁ ଜାରି ହୋଇଛି ବାତ୍ୟାର ଗତି ପଥ।

ସମ୍ଭାବ୍ୟ ବାତ୍ୟାକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ସୂଚନା ଦେଇ କହିଛନ୍ତି ଆନ୍ଧ୍ର ଉପରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଅଧିକ ରହିବ। ୨୭ରୁ ୨୯ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଆକଳନ କରାଯାଇଛି। ପ୍ରାୟ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ବର୍ଷା ହେବ। ୨୮ ଓ ୨୯ ତାରିଖରେ ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିବ। ୨୬ରୁ ୨୯ ତାରିଖ ଯାଏଁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ମନ୍ଥା’ ଆସୁଛି; ଓଡ଼ିଶା ପ୍ରସ୍ତୁତ

ହାଇ ଆଲର୍ଟରେ ଏହି ସବୁ ଜିଲ୍ଲା


ଭୁବନେଶ୍ଵର, ୨୪/୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାପାତ୍ର ସୂଚନା ଦେଇ କହିଛନ୍ତି, ଆନ୍ଧ୍ର ଉପରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଅଧିକ ରହିବ। ୨୭ରୁ ୨୯ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବ। ପ୍ରାୟ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

୨୭ରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୨୮ ଓ ୨୯ ତାରିଖରେ ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିବ। ୨୮ ରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମରେ ବର୍ଷା ହେବ। ୨୯ରେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ଯାଜପୁରରେ ବର୍ଷା ହେବ। ୩୦ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବ। ୨୬ରୁ ୨୯ ତାରିଖ ଯାଏଁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ସମ୍ଭାବ୍ୟ ବାତ୍ୟାର ନାମ ମନ୍ଥା ଦିଆ ଯାଇପାରେ। ଏହି ନାମ ଥାଇଲ୍ୟାଣ୍ଡରୁ ଆସିଛି। ଥାଇଲ୍ୟାଣ୍ଡ ଦ୍ୱାରା ପ୍ରସ୍ତାବିତ ମନ୍ଥା MONTHA ନାମର ଅର୍ଥ ଥାଇ ଭାଷାରେ “ସୁଗନ୍ଧିତ ଫୁଲ” କିମ୍ବା “ସୁନ୍ଦର ଫୁଲ”।

ଏହି ନାମ ଉତ୍ତର ଭାରତ ମହାସାଗରରେ ଟ୍ରପିକାଲ ସାଇକ୍ଲୋନ ନାମକରଣ ପ୍ରଣାଳୀର ଏକ ଅଂଶ। ଏହି ଅଞ୍ଚଳରେ ହେଉଥିବା ବାତ୍ୟା ‘ଟ୍ରପିକାଲ ସାଇକ୍ଲୋନ’ ଉପରେ ନାମକରଣ ବିଶ୍ୱ ପାଣିପାଗ ସଂଗଠନ (WMO)/ESCAP ପ୍ୟାନେଲ ଦ୍ୱାରା କରାଯାଇଥାଏ, ଯେଉଁଥିରେ ୧୩ ଜଣ ସଦସ୍ୟ ଦେଶ (ବାଂଲାଦେଶ, ଭାରତ, ଇରାନ, ମାଳଦ୍ୱୀପ, ମିଆଁମାର, ଓମାନ, ପାକିସ୍ତାନ, କତାର, ସାଉଦି ଆରବ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ୟେମେନ) ଅଛନ୍ତି। ପ୍ରତ୍ୟେକ ଦେଶ ନାଁ ସଂକ୍ରାନ୍ତୀୟ ଏକ ତାଲିକା ପ୍ରଦାନ କରେ, ଯାହା କ୍ରମାନୁସାରେ ବ୍ୟବହୃତ ହୁଏ। ନାମକରଣର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ସହଜରେ ଚିହ୍ନଟ, ଟ୍ରାକିଂ ଏବଂ ବିପର୍ଯ୍ୟୟ ସଚେତନତାକୁ ସହଜ କରିବା।

ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ। ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ, ଆମେ ସବୁବେଳେ ପ୍ରସ୍ତୁତ। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇସାରିଛି। ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବ। ସ୍ବାସ୍ଥ୍ୟ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି। ପଶୁମାନଙ୍କ ସୁରକ୍ଷା ପାଇଁ ପଶୁ ସମ୍ପଦ ବିଭାଗକୁ ଆଲର୍ଟ କରାଯାଇଛି।”

ପୁରା ବିହାରବାସୀ କହୁଛନ୍ତି ପୁଣି ଥରେ ଏନଡିଏ ସରକାର–ମୋଦୀ

ପୁରା ବିହାରବାସୀ କହୁଛନ୍ତି ପୁଣି ଥରେ ଏନଡିଏ ସରକାର–ମୋଦୀ
ବିହାରରେ ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଆଜି ବିହାରର ସମସ୍ତିପୁରରେ ନିର୍ବାଚନ ବିଗୁଲ ବଜାଇଛନ୍ତି । ମଞ୍ଚ ଉପରୁ ଜନତାଙ୍କୁ ସମ୍ବୋଧନ କରି ମୋଦୀ କହିଛନ୍ତି ପୁରା ବିହାର ବାସୀ ପୁଣି ଥରେ ଏନଡିଏ ସରକାର ଆସିବାକୁ ଦାବି କରୁଛନ୍ତି । ସମଗ୍ର ବିହାର ସୁଶାସନର ସରକାର ଚାହୁଁଛି । ଏହି କାର୍ଯ୍ୟକ୍ରମରେ ନୀତିଶ କୁମାର ଏବଂ ସମ୍ରାଟ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ ।

ବିହାର ମୁଖ୍ୟମନ୍ତ୍ରୀ ଥିବା ନୀତିଶ କୁମାର ପ୍ରଥମେ ଜନତାଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ସମସ୍ତିପୁର ଆସିଥିବାରୁ ଧନ୍ୟବାଦ ଜଣାଇଥିଲେ । ମୋଦୀ କହିଛନ୍ତି ଆସନ୍ତାକାଲି ଛଠ ପର୍ବ ଏଥିପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ପ୍ରତିଶ୍ରୁତି ଦେଇ ମୋଦୀ କହିଛନ୍ତି ଗରିବଙ୍କୁ ମାଗଣା ଚିକିତ୍ସା, ଘର, ଖାଦ୍ୟ ଶସ୍ୟ ଯୋଗାଇ ଦେଉଛି ଏନଡିଏ ସରକାର ।

ପଛୁଆ ବର୍ଗଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇଥିଲା ଆମ ସରକାର । ସାଧାରଣ ଜନତାଙ୍କୁ ୧୦ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯାଇଥିଲା । 

ଏନଡିଏ ସରକାର ଗରିବମାନଙ୍କୁ ଡାକ୍ତିରୀ ଶିକ୍ଷା ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିଥିଲେ । ଆମ ସରକାର ଓବିସି ବର୍ଗକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରିଛି । ଏନଡିଏ ସରକାର ନୂତନ ଜାତୀୟ ଶିକ୍ଷା ନୀତିରେ ସ୍ଥାନୀୟ ଭାଷାକୁ ପ୍ରାଥମିକତା ଦେଇଛି । ଏବେ ଗରିବ ଛାତ୍ରମାନେ ନିଜ ଭାଷାରେ ପରୀକ୍ଷା ଦେଇପାରିବେ । 

ଜାମିନରେ ଥିବା ଲୋକଙ୍କ ଉପରେ ଚୋରି ଅଭିଯୋଗ ଅଛି । ଏବେ ସେମାନେ ବିହାରର ଲୋକଙ୍କ ଅଧିକାର ଚୋରି କରିବେ । ଆମେ ସୁଶାସନକୁ ସମୃଦ୍ଧିରେ ପରିଣତ କରିଛୁ ।

ମାନବ ଚୋରା ଚାଲାଣ ସମ୍ପର୍କିତ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ

ରାଜ୍ୟ ପୋଲିସ ମୁଖ୍ୟାଳୟ
ପ୍ରେସନୋଟ
ଭୁବନେଶ୍ୱର
ଆଜି ପୋଲିସ ଭବନ ଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ “ମାନବ ଚୋରା ଚାଲାଣ ସମ୍ପର୍କିତ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ”କୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସାମ୍ପ୍ରତିକ ପରିସ୍ଥିତିରେ ମାନବ ଚାଲାଣ   କେବଳ ଓଡିଶା ପାଇଁ ନୁହେଁ, ସମଗ୍ର ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଚିନ୍ତାଜନକ ବିଷୟ ବୋଲି ଡିଜିପି ମତବ୍ୟକ୍ତ କରିଥିଲେ ।  ନ୍ୟାୟପାଳିକା, ପୋଲିସ, ମହିଳା ଓ ଶିଶୁ ସୁରକ୍ଷା ୟୁନିଟ୍, ଶ୍ରମ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ, ନ୍ୟାୟପାଳିକା ଓ ସମାଜର ସମସ୍ତ ବ୍ୟକ୍ତିବିଶେଷ ଏକତ୍ରିତ ହୋଇ କାର୍ଯ୍ୟ କଲେ ଏହି ଘୃଣ୍ୟ କାର୍ଯ୍ୟକୁ ରୋକିବାରେ ଆମେ ସଫଳ ହୋଇ ପାରିବା ବୋଲି ଡିଜିପି ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । 

ଏହା ସହ ଆଗାମୀ ଦିନରେ ଏକତ୍ରିତ ହୋଇ ଓଡିଶାକୁ ମାନବ ଚାଲାଣ ବିରୋଧରେ ଏକ ଆଦର୍ଶ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ଆହ୍ଵାନ ଦେଇଥିଲେ । 

ମାନବ ଚାଲାଣ କେବଳ ଏକ  ଅପରାଧ ନୁହେଁ ଏହା  ମାନବିକ  ଅଧିକାରକୁ  ଉଲ୍ଲଂଘନ କରିଥାଏ । ବିଶେଷ କରି  ମହିଳା, ଶିଶୁ ଓ ଯୁବବର୍ଗମାନଙ୍କୁ ସେମାନଙ୍କ ସମ୍ମାନ, ସ୍ୱାଧୀନତା ଓ ଭବିଷ୍ୟତରୁ ବଞ୍ଚିତ କରିଥାଏ । ଓଡିଶାରେ ଯୌନ ଶୋଷଣ, ବାଧ୍ୟତାମୂଳକ ଶ୍ରମ, ଘରୋଇ ଶିଶୁ ଶ୍ରମ, ଏବଂ ଚାକିରି କିମ୍ବା ବିବାହର ଆଳରେ ଯୁବତୀମାନଙ୍କ ଚାଲାଣ ଭଳି  ମାନବ ଚାଲାଣ ଦେଖିବାକୁ ମିଳିଥାଏ ।  

ମାନବ ଚାଲାଣ ରୋକିବାରେ ସମନ୍ଵିତ ମାନବ ଚାଲାଣ ପ୍ରତିରୋଧ ଶାଖା (IAHTU) ଓ ଜିଲ୍ଲା ଶ୍ରମ ଅଧିକାରୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। IAHTU ଅଧିକାରୀମାନେ ଅନୁସନ୍ଧାନ ଓ ଉଦ୍ଧାର କରିବାର ମେରୁଦଣ୍ଡ ସଦୃଶ ।  ଆଗାମୀ ଦିନରେ IAHTU କୁ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଛି ।  

ଅଧିକ ମାନବ ସମ୍ବଳ ଯୋଗାଇ ଦେବା ସହ  ଉପଯୁକ୍ତ ତାଲିମ ପ୍ରଦାନ ଓ ବୈଷୟିକ ଜ୍ଞାନ କୌଶଳରେ ଅଧିକ ଶକ୍ତିଶାଳୀ କରିବାକୁ ଉଦ୍ୟମ କରାଯାଉଛି । ଏହା ସହ ମାନବ ଚାଲାଣରେ ସମ୍ପୃକ୍ତ ଥିବା ରାଜ୍ୟଗୁଡିକ ସହ ଉପଯୁକ୍ତ ସମନ୍ବୟ ରଖାଯାଇ ଏହାକୁ ରୋକିବାରେ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି । ଆଗାମୀ ଦିନରେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର,  ଡିଜିଟାଲ୍ ଟ୍ରାକିଂ, ଡାଟା ଆନାଲିଟିକ୍ସ ଓ ନିରୀକ୍ଷଣ ମାଧ୍ୟମରେ ଚାଲାଣ ନେଟୱାର୍କକୁ ଭାଙ୍ଗିବା ଆମର ପ୍ରମୁଖ ଉଦ୍ଦେଶ୍ୟ ବୋଲି ଡିଜିପି କହିଥିଲେ।

ଉଲ୍ଲେଖଯୋଗ୍ୟ ଯେ , ଚଳିତ ବର୍ଷ  ଓଡ଼ିଶା ପୋଲିସ ତରଫରୁ ବିଭିନ୍ନ ସମୟରେ ଅପରେସନ ଅନେଶ୍ବଣ ଆରମ୍ଭ କରାଯାଇଥିଲା ।  ଏହି ଅଭିଯାନରେ ୧୨୦୯ ଜଣ  ନିଖୋଜ ଶିଶୁ ( ୧୩୧  ନାବାଳକ ଓ ୧୦୭୮  ନାବାଳିକା)ଙ୍କୁ ଉଦ୍ଧାର କରାଯାଇଥିଲା।  ଏହା ସହ ୬୬୬୭  ନିଖୋଜ ମହିଳାଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ଆଗାମୀ ଦିନରେ ମଧ୍ୟ ଓଡ଼ିଶା ପୋଲିସ ତରଫରୁ ଏହି ଅଭିଯାନକୁ ବ୍ୟାପକ କରାଯିବ ବୋଲି ଡିଜିପି କହିଥିଲେ ।  
ଏହି ସମ୍ମିଳନୀରେ ଡ଼. ପି. ଏମ.ନେୟାର (ଅବସରପ୍ରାପ୍ତ ଡିଜିପି, ଏନଡିଆରଏଫ), ଉପସ୍ଥିତ ରହି ମାନବ ଚାଲାଣ ସମ୍ପର୍କିତ ବିଭିନ୍ନ ଦିଗ, ଏହାର ପରିବର୍ତ୍ତିତ  ପ୍ରବୃତ୍ତି  ଏବଂ ଏହାର ପ୍ରତିକାର ସମ୍ପର୍କରେ କର୍ମଶାଳାରେ ଆଲୋକପାତ କରିଥିଲେ ।  

ଉମି ଡାନିଏଲ ( ନିର୍ଦ୍ଦେଶକ, ମାଇଗ୍ରେସନ ଏବଂ ଏଜୁକେସନ) ଏହି କର୍ମଶାଳାରେ ଯୋଗ ଦେଇ ଶ୍ରମିକ ଚାଲାଣ ସମସ୍ୟା ଦମନ ପାଇଁ ପୋଲିସ, ଶ୍ରମ ବିଭାଗ, ଜିଲ୍ଲା ପ୍ରଶାସନ, ସମାଜ ସେବା ବିଭାଗ ଆଦି ସମସ୍ତ ବିଭାଗ ମିଳି ମିଶି କାମ କରିବା ସହ ପୀଡ଼ିତ ଶ୍ରମିକଙ୍କୁ ଉଦ୍ଧାର, ପୁନର୍ବାସ ଓ ଆଇନ ସହାୟତା ଯୋଗାଇବାରେ  ଏନଜିଓଙ୍କ  ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂକ୍ରାନ୍ତରେ ଆଲୋଚନା କରିଥିଲେ ।  

ସୁପ୍ରିମ କୋର୍ଟ, ଆଇନଜୀବୀ, ଶ୍ରୀ ରବି କାନ୍ତ ନିଖୋଜ ହୋଇଥିବା ଶିଶୁମାନଙ୍କୁ ଉଦ୍ଧାର କରିବା  ପରିବାର ଓ ସମାଜ ସହିତ ଯୋଡ଼ିବା ଏବଂ ସେମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ  ଓ ସୁରକ୍ଷା ସହିତ ସମ୍ପୂର୍ଣ୍ଣ ନୂଆ ଜୀବନ ଯୋଗାଇ ଦେବା ଆଦି ସଂକ୍ରାନ୍ତରେ ଆଲୋଚନା କରିଥିଲେ । 

କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ଡେପୁଟି କମାଣ୍ଡାଣ୍ଟ  ଶ୍ରୀ ସଞ୍ଜୟ କୁମାର, ମାନବ ଚାଲାଣ ଓ ସାଇବର ଦାସତ୍ୱ ଆଦି ପ୍ରସଙ୍ଗରେ ଆଲୋଚନା କରିଥିଲେ । ଇଣ୍ଟରନେଟ ଓ ଡିଜିଟାଲ ମାଧ୍ୟମରେ  ମଣିଷମାନଙ୍କୁ ଠକି ନିଜ କାମ କରାଇବା କିମ୍ବା ଅନଲାଇନ୍ ମାଧ୍ୟମରେ ବଳପୂର୍ବକ ଅପରାଧମୂଳକ କାର୍ଯ୍ୟ କରାଇବା ଆଦି ସଂକ୍ରାନ୍ତରେ ଆଲୋଚନା କରିଥିଲେ।  

ଶ୍ରୀ ଅମିତ କୁମାର ନାଗ, (ଲିଡ଼ ଲିଗାଲ ପ୍ରୋଗ୍ରାମ ପାର୍ଟନରସିପ, ଇଣ୍ଟରନ୍ୟାସନାଲ ଜସ୍ଟିସ ମିଶନ) ପ୍ରମୁଖ ଉପସ୍ଥିତ ରହି   ମାନବ ଚୋରା ଚାଲାଣ  ରୋକିବାରେ ନାଗରିକ ସମାଜ ଯଥା ସ୍ଥାନୀୟ ସଂଗଠନ, ଏନଜିଓ, ସଭା ସମିତି  ଓ ସଚେତନ ନାଗରିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । 


ଆଜିର ଏହି  ସମ୍ମିଳନୀରେ ଡିଜିପି, କ୍ରାଇମବ୍ରାଞ୍ଚ, ଶ୍ରୀ ବିନୟତୋଷ ମିଶ୍ର, ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇଜି,( ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା) ଶ୍ରୀ ଅବିନାଶ କୁମାର ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ସମ୍ମିଳନୀରେ ବିଭିନ୍ନ ଜିଲ୍ଲାରେ ସମନ୍ଵିତ ମାନବ ଚାଲାଣ ପ୍ରତିରୋଧ ଶାଖାରେ କାର୍ଯରତ ଅଧିକାରୀ ମାନେ ସାମିଲ ହୋଇଥିଲେ ।

ପାକିସ୍ତାନରେ ମହିଳା ହେବେ ଆତଙ୍କବାଦୀ

ପାକିସ୍ତାନରେ ମହିଳା ହେବେ ଆତଙ୍କବାଦୀ
 
ଇସଲାମାବାଦ,୨୪।୧୦: ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ପାକିସ୍ତାନରେ ପୁଣି ସକ୍ରିୟ ହୋଇଛି। ସଂଗଠନ ଏବେ ଜମାତ-ଉଲ-ମୋମିନାତ ନାମରେ ଏହାର ପ୍ରଥମ ମହିଳା ବ୍ରିଗେଡ ଆରମ୍ଭ କରିଛି।

 ଅକ୍ଟୋବର ୮ରେ ଏହାର ନିଯୁକ୍ତି ଆରମ୍ଭ ହୋଇଥିଲା। ଅପରେଶନ ସିନ୍ଦୂର ସମୟରେ, ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନର ପଞ୍ଜାବର ବାହାୱାଲପୁରରେ ଜୈଶର ମର୍କଜକୁ ଧ୍ୱଂସ କରିଥିଲା। 

ଏହା ଆତଙ୍କବାଦୀମାନଙ୍କର ମୁଖ୍ୟ ଆଡ୍ଡା ଥିଲା। ଅପରେଶନ ସିନ୍ଦୂର ପରେ, ଜୈଶ ପାକିସ୍ତାନୀ ସେନାର ସମର୍ଥନରେ ପୁର୍ନସଂଗଠିତ ହେଉଛି।
ସୂତ୍ର ଅନୁଯାୟୀ ପଞ୍ଜାବ ଏବଂ ସିନ୍ଧରୁ ପ୍ରାୟ ୧,୫୦୦ ଆତଙ୍କବାଦୀ ଜୈଶରେ ଯୋଗ ଦେଇଛନ୍ତି। ଏହା ସହିତ, ଜୈଶର ମଦ୍ରାସା ଏବଂ ମସଜିଦଗୁଡ଼ିକ ପ୍ରାୟ ୧୦୦ କୋଟି ଦାନ ସଂଗ୍ରହ କରିଛନ୍ତି। ଜୈଶ ପଞ୍ଜାବ ଏବଂ ପାକ ଅଧିକୃତ କଶ୍ମୀର (PoK)ରେ ଧ୍ୱଂସପ୍ରାପ୍ତ ଶିବିର ମରାମତି ପାଇଁ ପାଣ୍ଠି ସଂଗ୍ରହ କରିଛି।
ଜୈଶ-ଏ-ମହମ୍ମଦ ଆସନ୍ତା ମାସରେ ପାକିସ୍ତାନୀ ସହରଗୁଡ଼ିକରେ ୧୦୦ରୁ ଅଧିକ ମର୍କଜ ସମ୍ମିଳନୀ କରିବାକୁ ନିଷ୍ପତ୍ତି ନେଇଛି। ଅଫଲାଇନ ପ୍ରସାରଣ ସହିତ ଅନଲାଇନ ପାଠ୍ୟକ୍ରମ, ଗ୍ରାମାଞ୍ଚଳରେ ଯୁବକମାନଙ୍କୁ ମାଇଣ୍ଡ ଓ୍ବାଶ କରିବା ଏବଂ ସେମାନଙ୍କୁ ମୌଳବାଦୀ ଚିନ୍ତାଧାରା ସହିତ ଶିକ୍ଷା ଦେବାର ଲକ୍ଷ୍ୟ ରଖିଛି। 

ଏହା ମାଧ୍ୟମରେ, ଜୈଶ ଆତ୍ମଘାତୀ ବୋମା ବିସ୍ଫୋରଣକାରୀଙ୍କ ଏକ ସେନା ଗଠନ କରୁଛି।
ଜୈଶ ମୁଖ୍ୟ ମାସୁଦ ଆଝାରଙ୍କ ଭଉଣୀ, ସାଦିଆ ଏବଂ ସୁମାଇରା, ପ୍ରତିଦିନ ନିଯୁକ୍ତି ପାଇଥିବା ଲୋକଙ୍କୁ ୪୦ ମିନିଟ ତାଲିମ ପ୍ରଦାନ କରିବେ। 

ଏହି ତାଲିମ ଅନଲାଇନରେ କରାଯିବ। ଆତଙ୍କବାଦୀ ସଂଗଠନ ଏହି ଅନଲାଇନ କ୍ଲାସଗୁଡ଼ିକୁ ବ୍ୟବହାର କରି ଇସଲାମ ଏବଂ ଜିହାଦ ପାଇଁ ମହିଳାମାନଙ୍କୁ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି। ଏହି ତାଲିମ ପାଇଁ ଜୈଶ ମହିଳାମାନଙ୍କଠାରୁ ୫୦୦ ଟଙ୍କା ମଧ୍ୟ ନେଉଛି।

ଆନ୍ଧ୍ର ବସ ଟ୍ରାଜେଡି: ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଆନ୍ଧ୍ର ବସ ଟ୍ରାଜେଡି: ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୪।୧୦: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ୍‌ରେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ୨୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି, କିନ୍ତୁ ଏପର୍ଯ୍ୟନ୍ତ ସରକାରୀ ନିଶ୍ଚିତକରଣ ମିଳିନାହିଁ। ବସ୍‌ଟି ୪୦ ଜଣ ଯାତ୍ରୀଙ୍କୁ ନେଇଯାଉଥିଲା। ଯେତେବେଳେ ନିଆଁ ଲାଗିଲା, ସେତେବେଳେ ୧୦ ରୁ ୧୨ ଜଣ ଯାତ୍ରୀ ବାହାରକୁ ଡେଇଁ ପଳାଇଗଲେ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରି ସହାୟତା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ବର୍ଗଙ୍କୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦ ହଜାର ଲେଖାଏ ଅନୁକମ୍ପାମୂଳକ ସହାୟତା ମିଳିବ। ଆହତଙ୍କ ଆଶୁଆରୋଗ୍ୟ କାମନା ସହ ପ୍ରଧାନମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ କରିଛନ୍ତି।
କଲ୍ଲୁର ଜିଲାର ଚିନ୍ନାଟେକୁରୁ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ଏକ ବସ ଏକ ମୋଟରସାଇକେଲ ସହିତ ଧକ୍କା ଦେଇଥିଲା। ମୋଟରସାଇକେଲଟି ବସ ତଳେ ଫସି ଯାଇଥିଲା ଏବଂ ବିସ୍ଫୋରଣ ହୋଇଥିଲା। ସଙ୍ଗେ ସଙ୍ଗେ ବସ୍‌ରେ ନିଆଁ ବ୍ୟାପି ଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଶୁକ୍ରବାର ଭୋର ପ୍ରାୟ ୩ଟାରେ ବସ୍‌ଟି ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିଲା, ଯାହା ଫଳରେ ରାସ୍ତା ଖସିପଡ଼ିଥିଲା।

କ୍ରିପ୍ଟୋ କରେନ୍ସି ନାଁରେ ୫୦୦ କୋଟି ଠକେଇ

କ୍ରିପ୍ଟୋ କରେନ୍ସି ନାଁରେ ୫୦୦ କୋଟି ଠକେଇ


କଟକ: କ୍ରିପ୍ଟୋ କରେନ୍ସି ଠକଙ୍କ ଚେର ଓଡ଼ିଶାକୁ ଲମ୍ବିଛି। ଅଧିକ ଲାଭ ମିଳିବା ପ୍ରତିଶ୍ରୁତି ଦେଇ ପ୍ରାୟ ୧୦୦୦ ଲୋକଙ୍କୁ ଏହି ଠକ ରାକେଟ ଜାଲରେ ଫସାଇ ଥିଲେ। ସେମାନଙ୍କଠାରୁ ପ୍ରାୟ ୫୦୦ କୋଟି ଠକି ଛୁ’ ମାରିଥିଲେ। ପଶ୍ଚିମବଙ୍ଗରୁ ଠକେଇ କରି ଫେରାର ଥିବାବେଳେ ସମ୍ପୃକ୍ତ ୫ ଠକଙ୍କୁ କଟକ କମିସନରେଟ ପୁଲିସ ଧରିବାରେ ସଫଳ ହୋଇଛନ୍ତି। ଏହି ଠକଙ୍କୁ ଅପହରଣ କରିବା ଅଭିଯୋଗରେ ପଶ୍ଚିମବଙ୍ଗର ୨୭ ଜଣ ନିବେଶକାରୀଙ୍କୁ ମଧ୍ୟ ଚାଉଳିଆଗଞ୍ଜ ପୁଲିସ ଗିରଫ କରିଛି। ଅଭିଯୁକ୍ତଙ୍କଠାରୁ ପୁଲିସ ୩୫ଟି ମୋବାଇଲ ଫୋନ୍‌, ଅପହରଣରେ ବ୍ୟବହୃତ ୪ଟି କାର୍‌ ଓ କ୍ରିପ୍ଟୋ କରେନ୍ସି ପାଇଁ ଥିବା ଗୋଟିଏ ୱାଲେଟକୁ ଜବତ କରିଛି। ଏ ସଂକ୍ରାନ୍ତରେ ପୁଲିସ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଭୁବନେଶ୍ବର ବାସିନ୍ଦା ଥିବା କଟକ ପୁଲିସ ଉପାୟୁକ୍ତ ରିଷିକେଶ ଖିଲାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଘଟଣାକୁ ଗୁରୁତର ସହ ଗ୍ରହଣ କରି ପୁଲିସ ତଦନ୍ତ ପ୍ରକ୍ରିୟାକୁ ଜୋରଦାର୍‌ କରିଛି। ଧରାପଡ଼ିଥିବା ୪ ଠକ କ୍ରିପ୍ଟୋ କରେନ୍ସି କାରବାର ଲାଗି ‘ଓ-ଟୁ ୱାର୍ଲ୍ଡ’ ନାଁରେ ପ୍ରଥମେ ଏକ ଆପ୍‌ ଖୋଲିଥିଲେ। ବିଭିନ୍ନ ସ୍ଥାନରେ ବୈଠକ କରି ଅଧିକ ଲାଭ ମିଳିବ ବୋଲି ନିବେଶକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସେମାନଙ୍କ କଥାକୁ ବିଶ୍ବାସ କରି ଶତାଧିକ ଲୋକ ଲକ୍ଷ ଲକ୍ଷ ଟଙ୍କା କ୍ରିପ୍ଟୋ କରେନ୍ସିରେ ନିବେଶ କରିଥିଲେ। ଲୋକଙ୍କ ମନରେ ପୁଣି ବିଶ୍ବାସ ଜନ୍ମାଇବା ଲାଗି ଏହି ଠକମାନେ ନିବେଶକାରୀଙ୍କୁ ଲାଭ ମିଳିଥିବା ଦର୍ଶାଇ କିଛି ମାସ ଟଙ୍କା ଦେଇଥିଲେ। କୋଟି କୋଟି ଟଙ୍କା ସଂଗ୍ରହ କରିବା ପରେ ଉକ୍ତ ଆପ୍‌କୁ ସେମାନେ ବନ୍ଦ କରି ଦେଇଥିଲେ। ନିବେଶକାରୀମାନେ ଜମା କରିଥିବା ଟଙ୍କା ଫେରିପାଇବା ଲାଗି ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ଠକ ଦଳ ଧରାଛୁଆଁ ଦେଇନଥିଲେ। ଆଉ କିଛି ଲୋକଙ୍କୁ ଠକିବାକୁ ଯୋଜନା କରି ଏହି ଠକମାନେ କ୍ରିପ୍ଟୋ କରେନ୍ସି କାରବାର ଲାଗି ଇକୋନିଷ୍ଟ ନାମରେ ପୁଣି ଏକ ଆପ୍‌ ଖୋଲିଥିଲେ।
ଏହି ନୂଆ ଆପ୍‌ ଜରିଆରେ ଠକ ଦଳ ଆଉ କିଛି ଲୋକଙ୍କୁ ଠକି ଫେରାର ହୋଇଯାଇଥିଲେ। ନିବେଶକାରୀମାନେ ସେମାନଙ୍କୁ ଖୋଜୁଥିବା ବେଳେ ୫ ଠକ ଆସି ପୁରୀର ଏକ ହୋଟେଲରେ ରହିଥିଲେ। ଏହି ସୂଚନା ପାଇ ପଶ୍ଚିମବଙ୍ଗରୁ କାର୍‌ରେ ୨୭ ଜଣ ନିବେଶକାରୀ ଆସି ପୁରୀରୁ ସେମାନଙ୍କୁ ଅପହରଣ କରିଥିଲେ। କଟକ ଚାଉଳିଆଗଞ୍ଜ ଥାନା ଅଧୀନ ଶିଖରପୁର ଅଞ୍ଚଳରେ ଥିବା ଏକ ହୋଟେଲରେ ଠକଙ୍କୁ ରଖି ନିଜେ ରହିଥିଲେ। ଦେଇଥିବା ଟଙ୍କା ଫେରାଇବା ଲାଗି ଠକଙ୍କ ଉପରେ ଚାପ ପକାଇଥିଲେ। ସମ୍ପୃକ୍ତ ହୋଟେଲ ସମ୍ମୁଖରେ ପଶ୍ଚିମବଙ୍ଗ ନମ୍ବର ଥିବା ଏକାଧିକ କାର୍ ଦେଖିବା ପରେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲେ। ଏନେଇ ଲୋକେ ଥାନାକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ହୋଟେଲରେ ଅତର୍କିତ ଚଢ଼ଉ କରି ସମସ୍ତ ୩୨ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ପରେ ସେମାନଙ୍କୁ ପୁଲିସ ହେପାଜତକୁ ନେଇ ଜେରା କରିବା ପରେ କ୍ରିପ୍ଟୋ କଏନ ଘଟଣା ପଦାକୁ ଆସିଥିଲା। ଉଭୟଙ୍କ ଅଭିଯୋଗକୁ ଆଧାର କରି ପୁଲିସ ୨୭ ଅଭିଯୁକ୍ତଙ୍କ ନାମରେ ଅପହରଣ ମାମଲା ରୁଜୁ କରିଥିବାବେଳେ ୫ ଅଭିଯୁକ୍ତଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅଭିଯୁକ୍ତମାନେ ପ୍ରକୃତପକ୍ଷେ ଠକେଇ ଘଟଣାରେ ଆସି କଟକରେ ରହିଥିଲେ ନା କୌଣସି ଅପରାଧ ଘଟାଇବା ଲାଗି ଯୋଜନା କରୁଥିଲେ, ସେନେଇ ମଧ୍ୟ ପୁଲିସ ସନ୍ଦେହ କରିଛି। ଶୁକ୍ରବାର କଟକରେ ମା’ କାଳୀଙ୍କ ଭସାଣ ଉତ୍ସବ ରହିଛି। ଦୁର୍ଗାପୂଜା ଭସାଣ ଉତ୍ସବ ସଂଘର୍ଷ ପରେ ପୁଲିସ ସତର୍କ ହୋଇଛି। ବିଭିନ୍ନ ଦିଗକୁ ଆଧାର କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ଗିରଫ ଅଭିଯୁକ୍ତ ହେଲେ ଅପହରଣ ଓ ଅଟକ ରଖିବା ଘଟଣାରେ ପଶ୍ଚିମବଙ୍ଗ ହାୱଡ଼ାର ସେକ୍‌ ଜିଗିରିଆ, ସମିଉଲ୍ଲ ଇସଲାମ, ଅବଦୁଲ ହଲିମ, ସୈଫଉଦ୍ଦିନ ଅଲ୍ଲୀ, ଅଲ ଆମିନ ଅଲିମ, ସେକ୍‌ ରାମିଜ ଅଲ୍ଲୀ, ସେକ୍‌ ସୈଫ ଜମିଲଉଦ୍ଦିନ, ସବିବ ମୁସ୍ତାକ ମଲ୍ଲା, ସେକ୍‌ ନାଜିବୁଲ ହୁସେନ, ସେକ୍‌ ସହିଦୁଲ, ସେକ୍‌ ରିହାଜଉଦ୍ଦିନ, ସେକ୍‌ କୋଲାମ ହୁସେନ୍‌, ଜାହେଦ ମଲ୍ଲା, ସେକ୍‌ ହିତାଇଉଲ୍ଲା, ସେକ୍‌ ସାହାଆଲମ, ସେକ୍‌ ହିମତାଜୁଲ୍ଲ, ସେକ୍‌ ସାହିଲ, ସେକ୍‌ ଇଞ୍ଜାମୁଲ, ସେକ୍‌ ଅସଦୁର ଅଲ୍ଲୀ, ପଶ୍ଚିମବଙ୍ଗ ପୂର୍ବମେଦିନାପୁର ପୋଲାଘାଟର ମନିରୁଦ୍ଦିନ ଭୂନିଆ, ମେଦିନାପୁରର ନସିମ୍‌ ସରଫାଜ, ସେକ୍‌ ତହିଦୁଲ୍ଲ ରହେମାନ, ସେକ୍‌ ନିଜାମୁଲ୍ଲ ରହେମାନ, ପଶ୍ଚିମବଙ୍ଗ ଉଲବେରିଆ ଅଞ୍ଚଳର ମେହେବୁବ ମଲ୍ଲା। ସେହିପରି ଠକେଇ ଘଟଣାରେ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁରର ସେକ୍‌ ହବିବ୍‌ ମଲ୍ଲା, ହାୱଡ଼ାର ସଫିଉଲ୍ଲ ଇସଲାମ, ଋତିକ୍‌ ରୟ, ସେକ୍‌ ଅସକର ଅଲ୍ଲୀ ଓ ସେକ୍‌ ମୁସ୍ତାକ ଅହମ୍ମଦ ଭୁବନେଶ୍ୱର ଖାରବେଳ ନଗରର ସେକ୍‌ ମୁସ୍ତାକ ଅହମ୍ମଦ। ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର ଅଦାଲତ ଚାଲାଣ କରାଯାଇଥିବା ପୁଲିସ କହିଛି।

ଆଜି ଲଘୁଚାପ : ୨୭ ଯାଏ ବର୍ଷା ସମ୍ଭାବନା

ଆଜି ଲଘୁଚାପ : ୨୭ ଯାଏ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ-ପୂର୍ବ ଏବଂ ତତ୍‌ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। 

ପରବର୍ତ୍ତୀ ୨୪ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି ବୋଲି ଭାରତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସମ୍ଭାବ୍ୟ ଲଘୁଚାପ ସାମୁଦ୍ରିକ ଝଡ଼ ରୂପ ନେବ ବୋଲି କିଛି ପାଣିପାଗ ସଂସ୍ଥା ଆକଳନ କରିଥିବାବେଳେ ଭାରତ ପାଣିପାଗ ବିଭାଗ ପକ୍ଷରୁ ସାମୁଦ୍ରିକ ଝଡ଼ ଉପରେ କୌଣସି ସ୍ପଷ୍ଟ ଚିତ୍ର ଜାରି କରାଯାଇ ନାହିଁ। 

କିନ୍ତୁ ଆସନ୍ତାକାଲି ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଉପରେ ବର୍ଷା ସହିତ ପବନର ପ୍ରଭାବ ଅଧିକ ପଡ଼ିବ। ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ତୁଳନାରେ ଓଡ଼ିଶା ଉପରେ କମ୍‌ ପ୍ରଭାବ ରହିବ। ତଥାପି ସାରା ରାଜ୍ୟରେ ବଜ୍ରପାତ ସହିତ ଝଡ଼ବର୍ଷା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛିl

ଆଜି କୋରାପୁଟ, ମାଲକାନଗିରି, ରାୟଗଡ଼ା ଏବଂ ଜଗତସିଂହପୁର ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଏବଂ ନୟାଗଡ଼ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି।
 
ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଉପରୋକ୍ତ ଜିଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଘଣ୍ଟା ପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି।

ମଦଦୋକାନ ସବୁ ବନ୍ଦ: ନୂଆପଡ଼ା ଉପନିର୍ବଚନ ପୂର୍ବରୁ ସରକାରଙ୍କ ବଡ଼ ନିଷ୍ପତ୍ତି

ମଦଦୋକାନ ସବୁ ବନ୍ଦ: ନୂଆପଡ଼ା ଉପନିର୍ବଚନ ପୂର୍ବରୁ ସରକାରଙ୍କ ବଡ଼ ନିଷ୍ପତ୍ତି
 
ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଓ ଭୋଟ ଗଣତି ସମୟରେ ଜିଲାର ସମସ୍ତ ମଦଦୋକାନ ବନ୍ଦ ରହିବ। ଅବକାରୀ କମିଶନର, ଓଡ଼ିଶା କଟକଙ୍କ ଚିଠି ସଂଖ୍ୟା- ୮୫୦୬/ତା୨୦ା୧୦ା୨୦୨୫ ଅନୁଯାୟୀ ଜିଲାପାଳଙ୍କୁ ପ୍ରାପ୍ତ କ୍ଷମତା ଅନୁସାରେ ଏହା ନିର୍ଦ୍ଦେଶିତ ହୋଇଛି। 

ଉପନିର୍ବାଚନ ଅବ୍ୟବହିତ ପୂର୍ବରୁ ନଭେମ୍ବର ୯ ତାରିଖ ଅପରାହ୍ନ ୪ ଟାଠାରୁ ମତଦାନ ୧୧ ତାରିଖ ଭୋଟ ଗ୍ରହଣ ପରିସମାପ୍ତି ପର୍ଯ୍ୟନ୍ତ ଅର୍ଥାତ୍‌ ୪୮ ଘଣ୍ଟା ପୂର୍ବରୁ ଏବଂ ୧୪ ତାରିଖ ଭୋଟ ଗଣନା ସମ୍ପୂର୍ଣ୍ଣ ଦିନ ନୂଆପଡ଼ା ଜିଲାର ସମସ୍ତ ମଦଦୋକାନ ବନ୍ଦ ରହିବ।
 
ନୂଆପଡ଼ା ବିଧାନସଭା ଉପନିର୍ବାଚନକୁ ଦୃଷ୍ଟିରେ ରଖି ଏହି ୩ଦିନ ‘ଡ୍ରାଏ ଡେ ବା ଶୁଷ୍କ ଦିବସ’ ଭାବରେ ଘୋଷଣା କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ମତଦାନ ତଥା ମଦର ଚୋରା ଓ ଅବୈଧ ଚାଲାଣ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଜିଲାପାଳ ମଧୁସୂଦନ ଦାସ ଘୋଷଣା କରିଛନ୍ତି l

ବନ୍ଧୁତା ବଳାତ୍କାର ପାଇଁ ଲାଇସେନ୍ସ ନୁହେଁ ଦିଲ୍ଲୀ ହାଇକୋର୍ଟ

ବନ୍ଧୁତା ବଳାତ୍କାର ପାଇଁ ଲାଇସେନ୍ସ ନୁହେଁ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ,୨୩ା୧୦: ଜଣେ ୧୭ ବର୍ଷୀୟ ନାବାଳିକାକୁ ବାରମ୍ବାର ବଳାତ୍କାର କରିଥିବା ଅଭିଯୋଗରେ ଜଣେ ଯୁବକର ଆଗୁଆ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି ଯେ କାହା ସହିତ ବନ୍ଧୁତା ରଖିବା ବଳାତ୍କାର, ଅଟକ ରଖିବା କିମ୍ବା ଶାରୀରିକ ହିଂସା ପାଇଁ କୌଣସି ଲାଇସେନ୍ସ ନୁହେଁ।
 
ଜଷ୍ଟିସ୍ ସ୍ୱରଣ କାନ୍ତ ଶର୍ମା ଅକ୍ଟୋବର ୧୭ ତାରିଖରେ ଶୁଣାଣି କରି ଏହି ପୋକ୍ସୋ (POCSO) ମାମଲାରେ ଯୁବକର ଆବେଦନକୁ ଖାରଜ କରି ଦେଇଛନ୍ତି।
ଅଭିଯୁକ୍ତ ଯୁବକ ଯୁକ୍ତି ବାଢ଼ିଥିଲା ଯେ ପୀଡ଼ିତାଙ୍କ ସହ ତାଙ୍କର ବନ୍ଧୁତା ଥିଲା ଏବଂ ସମ୍ପର୍କ ସହମତିରେ ଥିଲା। ଏହାକୁ ଖାରଜ କରି କୋର୍ଟ କହିଛନ୍ତି, “ଯଦିଓ ଉଭୟଙ୍କ ମଧ୍ୟରେ ବନ୍ଧୁତା ଥିଲା, ତଥାପି ଏହି ବନ୍ଧୁତା ଅଭିଯୁକ୍ତକୁ ପୀଡ଼ିତା ସହ ବାରମ୍ବାର ବଳାତ୍କାର କରିବା, ତାକୁ ବନ୍ଧୁ ଘରେ ଅଟକ ରଖିବା ଏବଂ ନିର୍ଦ୍ଦୟ ଭାବେ ପିଟିବା ପାଇଁ କୌଣସି ଅଧିକାର ଦିଏ ନାହିଁ।”

ଏଫ୍.ଆଇ.ଆର୍. ଦାଖଲରେ ୧୧ ଦିନ ବିଳମ୍ବ ହେବା ଯୁକ୍ତିକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରିଥିଲେ। ପୀଡ଼ିତାଙ୍କ ଭୟ ଓ ଆଘାତକୁ ଦୃଷ୍ଟିରେ ରଖି ଏହି ବିଳମ୍ବ ସ୍ୱାଭାବିକ ବୋଲି କୋର୍ଟ ମତ ଦେଇଥିଲେ। ଅଭିଯୋଗର ଗମ୍ଭୀରତା ଏବଂ ମେଡିକାଲ୍ ପ୍ରମାଣ ଥିବାରୁ ଅଦାଲତ ଯୁବକର ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି।

ମନ୍ଥା’ ଆସୁଛି; ଓଡ଼ିଶା ପ୍ରସ୍ତୁତ

ହାଇ ଆଲର୍ଟରେ ଏହି ସବୁ ଜିଲ୍ଲା

ଭୁବନେଶ୍ଵର, ୨୪/୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାପାତ୍ର ସୂଚନା ଦେଇ କହିଛନ୍ତି, ଆନ୍ଧ୍ର ଉପରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଅଧିକ ରହିବ। ୨୭ରୁ ୨୯ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବ। ପ୍ରାୟ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

୨୭ରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୨୮ ଓ ୨୯ ତାରିଖରେ ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିବ। ୨୮ ରେ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମରେ ବର୍ଷା ହେବ। ୨୯ରେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ଯାଜପୁରରେ ବର୍ଷା ହେବ। ୩୦ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବ। ୨୬ରୁ ୨୯ ତାରିଖ ଯାଏଁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ସମ୍ଭାବ୍ୟ ବାତ୍ୟାର ନାମ ମନ୍ଥା ଦିଆ ଯାଇପାରେ। ଏହି ନାମ ଥାଇଲ୍ୟାଣ୍ଡରୁ ଆସିଛି। ଥାଇଲ୍ୟାଣ୍ଡ ଦ୍ୱାରା ପ୍ରସ୍ତାବିତ MONTHA ନାମର ଅର୍ଥ ଥାଇ ଭାଷାରେ “ସୁଗନ୍ଧିତ ଫୁଲ” କିମ୍ବା “ସୁନ୍ଦର ଫୁଲ”।

ଏହି ନାମ ଉତ୍ତର ଭାରତ ମହାସାଗରରେ ଟ୍ରପିକାଲ ସାଇକ୍ଲୋନ ନାମକରଣ ପ୍ରଣାଳୀର ଏକ ଅଂଶ। ଏହି ଅଞ୍ଚଳରେ ହେଉଥିବା ବାତ୍ୟା ‘ଟ୍ରପିକାଲ ସାଇକ୍ଲୋନ’ ଉପରେ ନାମକରଣ ବିଶ୍ୱ ପାଣିପାଗ ସଂଗଠନ (WMO)/ESCAP ପ୍ୟାନେଲ ଦ୍ୱାରା କରାଯାଇଥାଏ, ଯେଉଁଥିରେ ୧୩ ଜଣ ସଦସ୍ୟ ଦେଶ (ବାଂଲାଦେଶ, ଭାରତ, ଇରାନ, ମାଳଦ୍ୱୀପ, ମିଆଁମାର, ଓମାନ, ପାକିସ୍ତାନ, କତାର, ସାଉଦି ଆରବ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ୟେମେନ) ଅଛନ୍ତି। ପ୍ରତ୍ୟେକ ଦେଶ ନାଁ ସଂକ୍ରାନ୍ତୀୟ ଏକ ତାଲିକା ପ୍ରଦାନ କରେ, ଯାହା କ୍ରମାନୁସାରେ ବ୍ୟବହୃତ ହୁଏ। ନାମକରଣର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ସହଜରେ ଚିହ୍ନଟ, ଟ୍ରାକିଂ ଏବଂ ବିପର୍ଯ୍ୟୟ ସଚେତନତାକୁ ସହଜ କରିବା।

ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ। ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ, ଆମେ ସବୁବେଳେ ପ୍ରସ୍ତୁତ। ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇସାରିଛି। ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବ। ସ୍ବାସ୍ଥ୍ୟ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି। ପଶୁମାନଙ୍କ ସୁରକ୍ଷା ପାଇଁ ପଶୁ ସମ୍ପଦ ବିଭାଗକୁ ଆଲର୍ଟ କରାଯାଇଛି।”

ରାଶିଫଳ

ନମସ୍କାର 🙏
କୋଷ୍ଟାଲ ନ୍ୟୁଜ୍ ଓଡ଼ିଆ କୁ ସ୍ୱାଗତ ।
ଆଜି ଗୁରୁବାରର ରାଶିଫଳ ନେଇ ଆପଣମାନଙ୍କ ସମ୍ମୁଖରେ ଆସିଛୁ ଆମେ ।
ଚାଲନ୍ତୁ ଦେଖିବା, ଆଜିର ଦିନ ଆପଣଙ୍କ ରାଶି ପାଇଁ କେମିତି ରହିବ ।
ଭିଡିଓ ଟି ଭଲ ଲାଗିଲେ ନିଶ୍ଚୟ ଲାଇକ୍, ଶେୟାର ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ ! 🌸

---

♈ ମେଷ ରାଶି (Aries)
ଆଜି ମେଷ ରାଶିର ଲୋକମାନଙ୍କ ପାଇଁ ଦିନଟି ଉତ୍ସାହ ଓ ସ୍ଫୁର୍ତିରେ ଭରିଥିବ ।
ନୂତନ କାମ ଆରମ୍ଭ କରିବାର ସୁଯୋଗ ମିଳିପାରେ ।
ପରିବାର ମଧ୍ୟରେ ଖୁସି ମହଲ ରହିବ ଓ ବ୍ୟବସାୟରେ ଲାଭ ସମ୍ଭାବନା ଅଛି ।
ପ୍ରେମଜୀବନରେ ମଧୁରତା ରହିବ ।


---

♉ ବୃଷଭ ରାଶି (Taurus)
ଏହି ରାଶିର ଜାତକମାନେ ଆଜି ଆର୍ଥିକ ଦିଗରେ ସାବଧାନ ରହନ୍ତୁ ।
ଅନାବଶ୍ୟକ ଖର୍ଚ୍ଚ ହେବା ସମ୍ଭାବନା ଅଛି ।
ଚାକିରି କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହିତ ସମ୍ପର୍କ ଭଲ ରଖନ୍ତୁ ।
ପରିବାରରେ ବୃଦ୍ଧ ଲୋକଙ୍କ ସହାୟତା ପାଇପାରନ୍ତି ।


---

♊ ମିଥୁନ ରାଶି (Gemini)
ମିଥୁନ ରାଶି ପାଇଁ ଆଜିର ଦିନ ଫଳଦାୟକ ।
ନୂତନ ଯୋଜନା କାମରେ ସଫଳ ହେବେ ।
ପ୍ରେମିକ/ପ୍ରେମିକା ସହ ଭାବପୂର୍ଣ୍ଣ ସମ୍ପର୍କ ଗଭୀର ହେବ ।
ସ୍ୱାସ୍ଥ୍ୟ ସାଧାରଣ ରହିପାରେ — ଶିତଳ ପାନୀୟ ଦିଗରେ ସତର୍କ ରହନ୍ତୁ ।


---

♋ କର୍କଟ ରାଶି (Cancer)
ଆଜି ଆପଣଙ୍କ ମନ ଶାନ୍ତ ରହିବ, ଦୈନିକ କାମରେ ସମତୁଳନ ରହିବ ।
ପରିବାରୀକ କାର୍ଯ୍ୟ ଅଥବା ମିଳନୀରେ ଯୋଗ ଦେବେ ।
ଧନ ଆଗମ ହେବ, କିନ୍ତୁ ଆତ୍ମନିୟନ୍ତ୍ରଣ ଆବଶ୍ୟକ ।
ସନ୍ତାନ ସମ୍ବନ୍ଧିତ ଖୁସି ଖବର ମିଳିପାରେ ।


---

♌ ସିଂହ ରାଶି (Leo)
ସିଂହ ରାଶିର ଲୋକମାନେ ଆଜି ସ୍ୱାସ୍ଥ୍ୟରେ ଲାପରବାହି କରିବେ ନାହିଁ ।
କାର୍ଯ୍ୟାଳୟ ଓ ବ୍ୟବସାୟ ଦୁହିଁ ଦିଗରେ ଚାପ ରହିପାରେ ।
ପ୍ରେମ ସମ୍ପର୍କରେ ମିସ୍‌ଅଣ୍ଡରଷ୍ଟାଣ୍ଡିଂ ହେବା ସମ୍ଭାବନା ଅଛି — ଧୀରଜ ଧରନ୍ତୁ ।
ସନ୍ଧ୍ୟାବେଳେ ପରିବାର ସହ ସମୟ କାଟିଲେ ମନ ଖୁସି ହେବ ।


---

♍ କନ୍ୟା ରାଶି (Virgo)
ଆଜି ଆପଣଙ୍କ ପ୍ରତିଭାର ଦେଖା ହେବ ।
ଶିକ୍ଷା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିପାରେ ।
ଆତ୍ମବିଶ୍ୱାସ ବଢ଼ିବ, କାର୍ଯ୍ୟରେ ସହକର୍ମୀଙ୍କ ସମର୍ଥନ ମିଳିବ ।
ଧନ ଓ ସମ୍ମାନ — ଦୁହିଁ ମିଳିପାରେ ।


---

♎ ତୁଳା ରାଶି (Libra)
ତୁଳା ରାଶିର ଲୋକମାନେ ଆଜି ଅନ୍ତର୍ନିହିତ ସୃଜନଶୀଳତା ଦେଖାଇବେ ।
ସାହିତ୍ୟ, ସଙ୍ଗୀତ ଓ ଶିଳ୍ପ କ୍ଷେତ୍ରରେ ପ୍ରଶଂସା ମିଳିପାରେ ।
ଧନ ନିବେଶ ପାଇଁ ଦିନ ଶୁଭ ।
ପରିବାରୀକ ସମୟ ଖୁସି ଭରା ରହିବ ।


---

♏ ବୃଶ୍ଚିକ ରାଶି ବା ବିଛା ରାଶି (Scorpio)
ଏହି ରାଶି ପାଇଁ ଆଜି ମିଶ୍ର ଫଳ ରହିବ ।
ସହସିକ କାମରେ ସତର୍କ ରହନ୍ତୁ, ହେତୁ ଛୋଟ ଅସୁବିଧା ହେବା ସମ୍ଭାବନା ଅଛି ।
ପରିବାରରେ ବିରୋଧ ହେଲେ ଶାନ୍ତ ରହନ୍ତୁ ।
ଧନ ଦିଗରେ ସ୍ଥିତି ଧୀରେ ଧୀରେ ଉନ୍ନତି କରିବ ।


---

♐ ଧନୁ ରାଶି (Sagittarius)
ଆଜି ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ ।
ଚାକିରି କିମ୍ବା ବ୍ୟବସାୟରେ ନୂତନ ଅବସର ମିଳିପାରେ ।
ପ୍ରେମ ଜୀବନରେ ମିଠା ମୁହୂର୍ତ୍ତ ଆସିପାରେ ।
ଧନ ଲାଭ ଓ ସଫଳତା ଦୁହିଁ ନିଶ୍ଚିତ ।


---

♑ ମକର ରାଶି (Capricorn)
ମକର ରାଶି ପାଇଁ ଆଜି ଦିନ ମିଶ୍ର ଫଳ ଦେବ ।
ପୁରୁଣା କାମ ଫଳ ଦେବା ଆରମ୍ଭ କରିପାରେ ।
ଧନ ଦିଗରେ ସାବଧାନ ରହନ୍ତୁ, କିନ୍ତୁ ଭବିଷ୍ୟତ ପାଇଁ ନୂତନ ଯୋଜନା ଭଲ ହେବ ।
ପରିବାରୀକ ସମର୍ଥନ ମିଳିବ ।


---

♒ କୁମ୍ଭ ରାଶି (Aquarius)
ଆଜି କୁମ୍ଭ ରାଶିର ଲୋକମାନେ ଭାବନାପ୍ରବଣ ରହିପାରନ୍ତି ।
କାମରେ ସାବଧାନ ରହନ୍ତୁ, ଅନ୍ୟଙ୍କୁ ବିଶ୍ୱାସ କରିବାରେ ସୀମା ରଖନ୍ତୁ ।
ସ୍ୱାସ୍ଥ୍ୟ ହାଲୁକା ଦୁର୍ବଳ ରହିପାରେ — ବିଶ୍ରାମ ଆବଶ୍ୟକ ।
ସନ୍ଧ୍ୟାରେ ଭଲ ଖବର ମିଳିପାରେ ।


---

♓ ମୀନ ରାଶି (Pisces)
ଆଜି ଆପଣଙ୍କ ଜୀବନରେ ନୂତନ ପରିବର୍ତ୍ତନ ଆସିପାରେ ।
କାର୍ଯ୍ୟକ୍ଷେତ୍ରରେ ନୂତନ ସୁଯୋଗ ଓ ପରିବାରରେ ସନ୍ତୋଷ ମିଳିବ ।
ଧନ ଆଗମ ହେବ ଓ ଯାତ୍ରା ଶୁଭ ହେବ ।
ପ୍ରେମଜୀବନ ମଧ୍ୟ ସୁଖଦ ରହିବ ।


---


ଏହା ଥିଲା ଆଜିର ଗୁରୁବାର ରାଶିଫଳ ।
ଆପଣଙ୍କ ରାଶି ଅନୁଯାୟୀ ଦିନଟି କେମିତି କଟିଲା ଆମକୁ କମେଣ୍ଟରେ ଜଣାନ୍ତୁ ।
ଭିଡିଓ ଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ଶେୟାର କରନ୍ତୁ ଓ କୋଷ୍ଟାଲ ନ୍ୟୁଜ୍ ଓଡ଼ିଆ କୁ ସବସ୍କ୍ରାଇବ୍ କରନ୍ତୁ 🔔
ଆସନ୍ତାକାଲି ଆଉ ଗୋଟେ ନୂତନ ରାଶିଫଳ ସହ ଦେଖା ହେବ ।
ଧନ୍ୟବାଦ 🙏 ଓ ଶୁଭ ଦିନ 🌞

ବାତ୍ୟାର ରୂପ ନେବ ଲଘୁଚାପ! ମଡେଲ କହିଦେଲା ତାରିଖ, କେଉଁଦିନ ହେବ ଲ୍ଯାଣ୍ଡଫଲ?

ୟୁରୋପିଆନ ମଡେଲ ECMWF ଓ GFS ଆକଳନ ଅନୁଯାୟୀ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ । ଓଡ଼ିଶାରେ ବର୍ଷା ସମ୍ଭାବନା ।

 ୟୁରୋପିଆନ ମଡେଲ ECMWF ଓ GFS ଆକଳନ ଅନୁଯାୟୀ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ । ଓଡ଼ିଶାରେ ବର୍ଷା ସମ୍ଭାବନା ।

ୟୁରୋପିଆନ ମଡେଲ ECMWF ଓ GFS ଆକଳନ ଅନୁଯାୟୀ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ । ଓଡ଼ିଶାରେ ବର୍ଷା ସମ୍ଭାବନା l

 ଆସନ୍ତାକାଲି ସୃଷ୍ଟି ହେବାକୁ ଥିବା ଲଘୁଚାପ ନେଇ ୟୁରୋପିଆନ ମଡେଲ୍‌ର ପୂର୍ବାନୁମାନ । ମଡେଲ୍ କହିଲା, ବାତ୍ୟାର ରୂପ ନେବ ଏହି ଲଘୁଚାପ । ପଶ୍ଚିମା ଝଡ଼ର ପ୍ରଭାବ ଯୋଗୁଁ ସ୍ପଷ୍ଟ ହେଉନି କୁଆଡ଼େ ମୁହାଁଇବ ବାତ୍ୟା । ୨୮ କିମ୍ବା ୨୯ ତାରିଖରେ ହୋଇପାରେ ଲ୍ୟାଣ୍ଡଫଲ୍ ।
ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତାକାଲି ସୃଷ୍ଟି ହେବ ଲଘୁଚାପ। ଦକ୍ଷିଣ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଆସନ୍ତାକାଲି ଦକ୍ଷିଣ ପୂର୍ବ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ l
ଲଘୁଚାପ ସୃଷ୍ଟି ହେବା ପରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୨୪ ଘଣ୍ଟା ଭିତରେ ଆହୁରି ଘନୀଭୂତ ହେବ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଲଘୁଚାପ ଘନୀଭୂତ ହେବା ପାଇଁ ଏବେ ବଙ୍ଗୋପସାଗରରେ ପାଣିପାଗ ଅନୁକୂଳ ରହିଛି ।
ଦୁଇ ଅନ୍ତର୍ଜାତୀୟ ପାଣିପାଗ ମଡେଲ ECMWF ଏବଂ GFS ଆକଳନ କରିଛି ଯେ ୨୪ ତାରିଖରେ ଯେଉଁ ଲଘୁଚାପ ସୃଷ୍ଟି ହେବ, ତାହା ଧୀରେ ଧୀରେ ଘନୀଭୂତ ହେବ । ଆସନ୍ତା ୨୬ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେବା ପରେ ଅବପାତରେ ପରିଣତ ହେବ l
ଅବପାତ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇପାରେ ବୋଲି ୟୁରୋପୀୟାନ ମଡେଲ ECMWF ଆକଳନ କରିଛି । ଏହି ମଡେଲର ଆକଳନ ଅନୁଯାୟୀ, ଗଭୀର ଅବପାତ ବାତ୍ୟାର ରୂପ ନେଇପାରେ । ଯାହା ଆସନ୍ତା ୨୮ କିମ୍ବା ୨୯ ତାରିଖରେ ଏହା ଲ୍ୟାଣ୍ଡଫଲ୍ କରିପାରେ । କିନ୍ତୁ ପଶ୍ଚିମାଝଡ଼ର ପ୍ରଭାବରେ ବାତ୍ୟାର ଦିଗ ବଦଳିପାରେ ବୋଲି ECMWF ମଡେଲ କହୁଛି ।
ତେବେ ପାଣିପାଗ ବିଭାଗର କହିବା କଥା, ଲଘୁଚାପ ସୃଷ୍ଟି ହେବା ପରେ ହିଁ ଜଣାପଡ଼ିବ ତାର ଗତିପଥ ଓ ତୀବ୍ରତା । ତାହା କେଉଁ ରୂପରେ କେଉଁ ଉପକୂଳ ଅତିକ୍ରମ କରିବ, ଲଘୁଚାପ ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ଗହୋଇପାରିବ। ଅନ୍ୟପଟେ ଆସନ୍ତା ୨୭ ତାରିଖରେ ଏକ ପଶ୍ଚିମା ଝଡ଼ର ପ୍ରଭାବ ଦେଖିବାକୁ ମିଳିବ l
 Cyclone Update: ଯାହା ଗଭୀର ଅବପାତର ଦିଗ ବଦଳାଇବାର କ୍ଷମତା ରଖିଛି । ଯଦି ପଶ୍ଚିମା ଝଡ଼ ଆସେ, ତେବେ ସମ୍ଭାବ୍ୟ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିପାରେ ବୋଲି ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆସନ୍ତା ୨୭ରୁ ୩୦ ତାରିଖ ମଧ୍ୟରେ ଓଡ଼ିଶାରେ ଭଲ ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି ।
 ଯାହା ଗଭୀର ଅବପାତର ଦିଗ ବଦଳାଇବାର କ୍ଷମତା ରଖିଛି । ଯଦି ପଶ୍ଚିମା ଝଡ଼ ଆସେ, ତେବେ ସମ୍ଭାବ୍ୟ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିପାରେ ବୋଲି ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆସନ୍ତା ୨୭ରୁ ୩୦ ତାରିଖ ମଧ୍ୟରେ ଓଡ଼ିଶାରେ ଭଲ ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି ।

Thursday, October 23, 2025

ବ୍ରହ୍ମପୁରର ଜଣାଶୁଣା ଓକିଲ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ପ୍ରଥମେ ଗତ ସେପ୍ଟେମ୍ବର ମାସ ୧୪ ତାରିଖରେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା।

ବ୍ରହ୍ମପୁରର ଜଣାଶୁଣା ଓକିଲ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ପ୍ରଥମେ ଗତ ସେପ୍ଟେମ୍ବର ମାସ ୧୪ ତାରିଖରେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। କିନ୍ତୁ ତାହା ସଫଳ ନହେବାରୁ ପୁଣି ଯୋଜନା ପ୍ରସ୍ତୁତ କରାଯାଇଥିଲା ଓ ଅକ୍ଟୋବର ୬ ତାରିଖରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଆଜି ଏକ ସାମ୍ବାଦିକ ସମ୍ମିଳନୀ ଏହି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି। 
ସେ କହିଛନ୍ତି ଯେ ପୀତବାସ ପଣ୍ଡାଙ୍କୁ ହତ୍ୟା କରିବା ପାଇଁ ଏକ ଟିମ୍ ଆସି ଗତ ସେପ୍ଟେମ୍ବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁରରେ ଡେରା ପକାଇଥିଲା। ଏହି ଟିମ୍‌ରେ ୨ ଜଣ ବିହାରୀ ଶୁଟର ଥିଲେ। ଉମା ବିଷୋୟୀ ସେମାନଙ୍କୁ ଆଣିଥିଲା। ଉମା ବିଷୋୟୀ ଜଣେ ଆଣ୍ଟି ସୋଶିଆଲ। ତା’ର ସହଯୋଗୀ ଯୋଗୀ ଓରଫ ଯୋଗେନ୍ଦ୍ର ରାଉତ ପଶ୍ଚିମବଙ୍ଗରେ ରହୁଥିବା ହିଞ୍ଜିଳି ଅଞ୍ଚଳର ବିପିନ ସ୍ୱାଇଁଙ୍କୁ ଡାକିଥିଲା। ବିପିନ ସ୍ୱାଇଁ କିଛି ଶୁଟରଙ୍କୁ ଜାଣିଥିଲା। ସୀମାଞ୍ଚଳ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ସେମାନେ ଲିଆସିନିଂ ପାଇଁ ଡାକିଥିଲେ।
ଯୋଗେନ୍ଦ୍ର ରାଉତ, ବିପିନ ସ୍ୱାଇଁ ଓ ୨ ଶୁଟର  ଅଲକାପୁରୀରେ ଏକ ଭଡ଼ା ଘରେ ରହିଥିଲେ ୧୦ ରୁ ୧୪ ତାରିଖ ପର୍ଯ୍ୟନ୍ତ। ଶୂନ୍ୟଚନ୍ଦ୍ର ଦାସଙ୍କ ଘରେ ସେମାନେ ଭଡ଼ାରେ ରହିଥିଲେ। ମଳୟ ବିଷୋୟୀଙ୍କ ନିର୍ଦ୍ଦେଶରେ ସେ ଏହି ୪ ଜଣଙ୍କୁ ଘରେ ରଖିଥିଲେ ବୋଲି କହିଛନ୍ତି। ଶୂନ୍ୟଚନ୍ଦ୍ର ଦାସଙ୍କର ଏହି ମାମଲାରେ କିଛି ସଂପୃକ୍ତି ନାହିଁ। ଏହି ୪ ଜଣ ମେଡିକାଲ କାମରେ ଆସିଥିଲେ ବୋଲି ତାଙ୍କୁ କୁହାଯାଇଥିଲା। ତେବେ ଦୁଇ ଜଣ ବିହାରର ହୋଇଥିବାରୁ ତାଙ୍କର ସନ୍ଦେହ ହୋଇଥିଲା। ତେଣୁ ଶୂନ୍ୟଚନ୍ଦ୍ର ଦାସ ପୁଣି ଥରେ ମଳୟ ବିଷୋୟୀଙ୍କୁ ଏ ବିଷୟରେ ପଚାରିଥିଲେ। ଏମ୍‌କେସିଜିରେ ସେମାନେ ଦେଖାଇବାକୁ ଆସିଛନ୍ତି ବୋଲି ମଳୟ କହିଥିଲେ। କିନ୍ତୁ ଶୂନ୍ୟଚନ୍ଦ୍ର ଦାସ ଯେତେବେଳେ ଭଡ଼ାଟିଆଙ୍କୁ ପଚାରିଲେ ସେମାନେ କହିଥିଲେ ଯେ ଏକ ଘରୋଇ ହସ୍‌ପିଟାଲରେ ଦେଖାଇବାକୁ ଆସିଛନ୍ତି। ତେଣୁ ତାଙ୍କର ସନ୍ଦେହ ହୋଇଥିଲା। ତେବେ ମଳୟ ବିଷୋୟୀ କହିଥିବାରୁ ସେ ଆଉ କିଛି କହି ନଥିଲେ। 
ସୁଟରଙ୍କ ଖାଇବା ପିଇବା ଓ ସେମାନଙ୍କୁ ଗାଡ଼ି ଯୋଗାଇବା ବ୍ୟବସ୍ଥା କରିଥିଲେ ଯୋଗେନ୍ଦ୍ର ରାଉତ ଓ ଉମା ବିଷୋୟୀ। ବିହାରୀ ଶୁଟର ଦ୍ୱୟ ପୀତବାସ ପଣ୍ଡାଙ୍କ ଚାମ୍ବର ଦେଖିଥିଲେ। କେଉଁ ରାସ୍ତାରେ ସେ ଯା’ଆସ କରନ୍ତି, ତାହା ଦେଖିଥିଲେ। ମାରିସାରିବା ପରେ କେଉଁ ରାସ୍ତାରେ ଖସିଯିବେ, ତା’ର ବି ପ୍ଲାନ୍ କରିଥିଲେ। ପୀତବାସଙ୍କୁ ମାରିବା ପାଇଁ ଶୁଟର ଦ୍ୱୟ ୧୦ ଲକ୍ଷ ଟଙ୍କାର ଡିଲ୍ କରିଥିଲେ। ସେମାନେ କିଛି ଟଙ୍କା ଅଗ୍ରୀମ ନେଇଥିଲେ।
୧୪ ତାରିଖରେ ସେମାନେ ପୀତବାସ ପଣ୍ଡାଙ୍କୁ ହତ୍ୟା କରିଥା’ନ୍ତେ। କିନ୍ତୁ ବିହାରରୁ ଆସିଥିବା ଏହି ଦୁଇ ଶୁଟରଙ୍କ ମଧ୍ୟରୁ ଜଣଙ୍କର ମେଡିକାଲ ଏମର୍ଜେନ୍ସୀ ପଡ଼ିଗଲା। ତା’ ସ୍ତ୍ରୀର ଆବର୍ସନ ହୋଇଥିଲା। ସେଥିପାଇଁ ସେ ସଙ୍ଗେ ସଙ୍ଗେ ପଳେଇଥିଲା। ତେଣୁ ଯୋଜନା ଅନୁଯାୟୀ ସେହି ଦିନ ପୀତବାସଙ୍କୁ ସେମାନେ ମାରିପାରି ନଥିଲେ।
ଏହା ପରେ ଉମା ବିଷୋୟୀ ଏକ ନୂଆ ଟିମ୍ ଗଠନ କରିଥିଲା। ଏଥର ବିହାରୀ ଶୁଟର ବଦଳରେ ଲୋକାଲ ଶୁଟରଙ୍କୁ କାମରେ ଲଗାଯାଇଥିଲା। ଯୋଜନା ମୁତାବକ ଅକ୍ଟୋବର ୬ ତାରିଖ ରାତିରେ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। 
ପୀତବାସ ପଣ୍ଡା ହତ୍ୟା ଘଟଣାରେ ଆଜି ପୁଲିସ ୧୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି, ବିଜେଡିର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ (ପିଣ୍ଟୁ), କର୍ପୋରେଟର ମଳୟ ବିଷୋୟୀ ଓ ବିକ୍ରମଙ୍କ ନିକଟତମ ସହଯୋଗୀ ମଦନ ଦଳେଇ ପ୍ରମୁଖ। ସେମାନଙ୍କ ସହିତ ୨ ଶାର୍ପ ଶୁଟର, ଜଣେ ସ୍ଥାନୀୟ ଶୁଟର ଓ ରେକି କରୁଥିବା ବ୍ୟକ୍ତି ଗିରଫ ହୋଇଛନ୍ତି। ଆଉ ୩ ଜଣ ଫେରାର ଅଛନ୍ତି।

ବୃ,ଷ ସିଂହ, ତୁଳା, ଧନୁ ଏବଂ ମକର ରାଶିର ବ୍ୟକ୍ତିବିଶେଷ ଦିନଟିରେ କେଉଁ କ୍ଷେତ୍ରରେ ସଫଳତା ପାଇବେ ଆସନ୍ତୁ ଜାଣିବ


ବୃ,ଷ ସିଂହ, ତୁଳା, ଧନୁ ଏବଂ ମକର ରାଶିର ବ୍ୟକ୍ତିବିଶେଷ ଦିନଟିରେ କେଉଁ କ୍ଷେତ୍ରରେ ସଫଳତା ପାଇବେ ଆସନ୍ତୁ ଜାଣିବ


ବୃଷ ରାଶି ଆପଣଙ୍କ ପାଇଁ ଦିନଟି ଶୁଭ, ଲାଭଦାୟକ । ଚାକିରି କ୍ଷେତ୍ରରେ ଖୁସି ହେବେ। ଉଚ୍ଚ ଅଧିକାରୀ ଏବଂ ସହକର୍ମୀମାନଙ୍କଠାରୁ ସମର୍ଥନ ମିଳିବ। ବ୍ୟବସାୟିକ ଆଶାଠାରୁ ଅଧିକ ଲାଭ ପାଇବେ। ବ୍ୟାଙ୍କରୁ ଋଣ ନେବାକୁ ଚେଷ୍ଟା କରୁଥିଲେ ସଫଳତା ପାଇବେ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ରାଜନୈତିକ କ୍ଷେତ୍ରରେ ସମ୍ପର୍କର ଲାଭ ଉଠାଇପାରିବେ। ପରିବାର ସହିତ ସମ୍ପର୍କ ଭଲ ରହିବ। ଜୀବନସାଥୀଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି ।


ସିଂହ ରାଶି ଆପଣଙ୍କ ମନୋବଳ ଉଚ୍ଚ ରହିବ। ଆପଣଙ୍କୁ ସଫଳତା ମିଳିବାର ସମ୍ଭାବନା ଅଧିକ । ନୂତନ କାମ ଆରମ୍ଭ କରିବାକୁ ଚାହୁଁଥିଲେ ଦିନଟି ଶୁଭ । ପାରିବାରିକ ବ୍ୟବସାୟରେ ଭଲ ଲାଭ ଦେଖିପାରନ୍ତି। ଦୀର୍ଘ ସମୟ ଧରି ପଡ଼ି ରହିଥିବା କାମ ଶେଷ ହୋଇପାରେ । ଅସୁସ୍ଥ ଥିଲେ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ଅପ୍ରତ୍ୟାଶିତ ଆର୍ଥିକ ଲାଭ ପାଇପାରନ୍ତି। ଚାକିରି ଖୋଜୁଥିଲେ ସଫଳତା ମିଳିପାରେ ।


ତୁଳା ରାଶି ଆପଣଙ୍କ ପାଇଁ ଶୁଭ ଏବଂ ଲାଭଦାୟକ ଦିନ । କିଛି ନୂତନ ଲୋକଙ୍କୁ ଭେଟିପାରନ୍ତି, ଯାହା ଭବିଷ୍ୟତରେ ଲାଭ ଆଣିପାରେ। କାର୍ଯ୍ୟସ୍ଥଳରେ ଦିନଟି ଅନୁକୂଳ ରହିବ। ଉପରିସ୍ଥ ଅଧିକାରୀଙ୍କଠାରୁ ସମର୍ଥନ ମିଳିବ। ସମ୍ପର୍କୀୟଙ୍କଠାରୁ ମଧ୍ୟ ସମର୍ଥନ ମିଳିପାରେ। ଆପଣଙ୍କୁ ଅପ୍ରତ୍ୟାଶିତ ଲାଭ ମିଳିପାରେ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ହଜିଯାଇଥିବା ଜିନିଷ ପାଇ ଆପଣ ଖୁସି ହେବେ। ପୋଷାକ ଏବଂ ବିଳାସପୂର୍ଣ୍ଣ ପ୍ରସାଧନ ସାମଗ୍ରୀ ବ୍ୟବସାୟ କରୁଥିଲେ ବିଶେଷ ଲାଭ ହାସଲ କରିବେ।


ଧନୁ ରାଶି ଧନ ଯୋଗ ପ୍ରଭାବରେ ଆପଣ ଲାଭଦାୟକ ଫଳାଫଳ ପାଇବେ । ଅପ୍ରତ୍ୟାଶିତ ଉତ୍ସରୁ ଆର୍ଥିକ ଲାଭ ମିଳିପାରେ। ସମ୍ପତ୍ତି କାରବାର ଯୋଜନା କରୁଥିଲେ ସଫଳ ହେବେ। ପରିବାର ସହିତ ସୁଖଦ ସମୟ ବିତାଇବେ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ଧାର୍ମିକ କିମ୍ବା ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି । କାହାକୁ ଟଙ୍କା ଋଣ ଦେଇଥିଲେ ତାହା ଫେରି ପାଇପାରିବେ। ପୁରୁଣା ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ସାହାଯ୍ୟ ମିଳିପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ।


ମକର ରାଶି ଆପଣଙ୍କ ପାଇଁ ଦିନଟି ଶୁଭ ଏବଂ ଲାଭଦାୟକ ହେବ। ପୂର୍ବ ନିବେଶରୁ ଲାଭ ପାଇବେ। ଚାକିରି ଖୋଜୁଥିଲେ ସଫଳତା ମିଳିପାରେ । ସରକାରୀ କାମରେ ମଧ୍ୟ ସଫଳତା ପାଇବେ। ଆପଣଙ୍କ ଆର୍ଥିକ ପ୍ରୟାସ ଫଳପ୍ରଦ ହେବ । ଲାଭ ଏବଂ ଉନ୍ନତିର ସୁଯୋଗ ମିଳିବ। ଯାନବାହାନ କିଣିବାର ସମ୍ଭାବନା ଅଛି। ସାମାଜିକ କ୍ଷେତ୍ରରେ ପ୍ରଭାବ ବଢିବା ସହ ମାନ ସମ୍ମାନ ପାଇବେ। ବ୍ୟବସାୟ କାର୍ଯ୍ୟରେ ଦୂରଯାତ୍ରା ସଫଳ ହେବ।



COASTAL NEWS

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ

ଏସଆଇ ନିଯୁକ୍ତି ଜାଲିଆତି ଘଟଣା : ଜେଲ୍‌ରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ ବ୍ରହ୍ମପୁର: ଜେଲରୁ ବାହାରିଲେ ୧୧୪ ପରୀକ୍ଷାର୍ଥୀ। ଏସ୍‌ଆଇ ପରୀକ୍ଷା ଦୁର୍ନୀତି...