AFFILIATE MARKETING

https://binomo.com?a=90810425bb57&t=0

Saturday, March 16, 2024

ବିଜେଡି ଛାଡ଼ିଲେ ଅରିନ୍ଦମ୍; ସାଧାରଣ ସମ୍ପାଦକ ସହ ଦଳର ପ୍ରାଥମିକ ପଦରୁ ଇସ୍ତଫା

COASTAL NEWS ODIA 1770

ବିଜେଡି ଛାଡ଼ିଲେ ଅରିନ୍ଦମ୍; ସାଧାରଣ ସମ୍ପାଦକ ସହ ଦଳର ପ୍ରାଥମିକ ପଦରୁ ଇସ୍ତଫା 


ଭୁବନେଶ୍ବର - (CNO) ବିଜେଡି ଛାଡ଼ିଲେ ଅରିନ୍ଦମ୍ । ସାଧାରଣ ସମ୍ପାଦକ ସହ ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି ଅରିନ୍ଦମ । ଦଳର ସଭାପତି ନବୀନ ପଟ୍ଟନାୟଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ଅରିନ୍ଦମ । ଇସ୍ତଫା ପତ୍ରରେ ନିଜର କ୍ଷୋଭ ଜଣାଇଛନ୍ତି ଅରିନ୍ଦମ । ତାଙ୍କ କାର୍ଯ୍ୟକୁ ଦଳରେ ମର୍ଯ୍ୟାଦା ମିଳୁନଥିବା କହିଲେ ଅରିନ୍ଦମ । ତେବେ ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିବା ପରେ ଏହି ପ୍ରସଙ୍ଗ ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା ।  

ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସଙ୍କ ଭିଣୋଇ ଅରିନ୍ଦମ ରାୟ, ବିଜେଡି ଛାଡିବାକୁ ନେଇ କଟକ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା । ସୂଚନା ଅନୁଯାୟୀ, ସେହିପରି କିଛି ମାସ ପୂର୍ବରୁ ଗଣମାଧ୍ୟମ ସାମ୍ନାରେ ଅରିନ୍ଦମ ମଧ୍ୟ ନିଜର ଅସନ୍ତୋଷ ଜାହିର କରିଥିଲେ । ଦଳ ଯଦି ତାଙ୍କୁ ଆବଶ୍ୟକ କରୁନାହିଁ, ତେବେ ସେ ଦଳରେ କାହିଁକି ରହିବେ ବୋଲି କହିଥିଲେ । ସେତେବେଳେ ଚର୍ଚ୍ଚା ଆରମ୍ଭ ହୋଇଥିଲା ଯେ, ଅରିନ୍ଦମ ବିଜେଡି ଛାଡି ପାରନ୍ତି ।

ବିଜେପିରେ ମିଶିବା ପରେ ବିଜେଡିକୁ ଟାର୍ଗେଟ କଲେ ଅରିନ୍ଦମ । ସେଠି ଆଉ କାମ କରିବାର ସୁଯୋଗ ନାହିଁ ବୋଲି କହିଲେ । ସେ ଦଳର ସାଚୁରେସନ ଆସିଗଲାଣି, ଆଉ ଫଙ୍କସନ୍‌ ନାହିଁ । ସେଠି କାମ କରିବାର ଶୈଳୀ ବଦଳି ଗଲାଣି, ଖାପଖୁଆଇ ପାରିଲିନି । 

ସେଠି କାମ କରିବା ସୁଯୋଗ ନାହିଁ, ସେଠି ମୋର ଜାଗା ଥିବା ଭାବିଲିନି । ସେମାନେ ମୋତେ ବହୁତ କାମ କରାଇଛନ୍ତି, ଆଉ କାମ ସୁଯୋଗ ନାହିଁ । ଦଳର ନେତାଙ୍କୁ ଭେଟିବା ଏବେ ଇମ୍ପସିବୁଲ ହୋଇଗଲାଣି ବୋଲି କହିଲେ ଅରିନ୍ଦମ। ଯଦି ନେତାଙ୍କୁ ଭେଟିପାରିବୁନି, ଆଉ ସେଠି ରହିବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି ।

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...