AFFILIATE MARKETING

https://binomo.com?a=90810425bb57&t=0

Monday, March 11, 2024

ଏବେ ଘରେ ବସି ନିଜେ କରି ନିଅନ୍ତୁ ଆଧାରକାର୍ଡ ତ୍ରୁଟି ସଂଶୋଧନ

COASTAL NEWS ODIA 1750

ଏବେ ଘରେ ବସି ନିଜେ କରି ନିଅନ୍ତୁ ଆଧାରକାର୍ଡ ତ୍ରୁଟି ସଂଶୋଧନ


ଭୁବନେଶ୍ବର - (CNO) ତ୍ରୁଟି ସଂଶୋଧନ ବା ଅପ୍‌ଡେଡ୍‌ କରିବାକୁ ହେଲେ ଆପଣଙ୍କୁ ଅନ୍‌ଲାଇନ୍‌ ଜରିଆରେ ନିଜର ଅସଲି ପରିଚୟ ପତ୍ର ଓ ଠିକଣା ପ୍ରମାଣ ପତ୍ର ଦେବାକୁ ପଡ଼ିବ । ମାର୍ଚ୍ଚ ୧୪ ଶେଷ ତାରିଖ । ମାଗଣାରେ ତୁରନ୍ତ କରନ୍ତୁ ଆଧାର ଅପ୍‌ଡେଟ୍‌ । ସରକାରଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । 

ଯେଉଁମାନଙ୍କ ଆଧାରକାର୍ଡରେ ତ୍ରୁଟି ରହିଛି, ସେଗୁଡ଼ିକ ତୁରନ୍ତ ଅପ୍‌ଡେଟ୍‌ କରିନିଅନ୍ତୁ । ମାର୍ଚ୍ଚ ୧୪ ତାରିଖ ହେଉଛି ଏହାର ଶେଷ ତାରିଖ । ଏହି ସମୟ ମଧ୍ୟରେ ଅପ୍‌ଡେଟ୍‌ କରାଗଲେ ତାହା ବିନା ଶୁଳ୍କରେ ହୋଇପାରିବ । ବହୁ ପୂର୍ବରୁ ଏହାର ଡେଡ୍‌ଲାଇନ୍‌ ଘୋଷଣା କରାଯାଇଥିଲା । କିନ୍ତୁ ପରେ ଏହା ୩ ମାସ ସମୟ ବୃଦ୍ଧି କରାଯାଇଥିଲା । କିନ୍ତୁ ଏବେ ଆଉ ସମୟ ବୃଦ୍ଧି କରାଯାଇପାରିବ ନାହିଁ । କାରଣ ଆଗକୁ ନିର୍ବାଚନ ଆସୁଛି । 

ଆଧାର ଅପ୍‌ଡେଟ୍‌ ପାଇଁ ୧୫-୧୨-୨୦୨୩ରୁ ୧୩-୩-୨୦୨୪ ଯାଏଁ ସମୟ ଦିଆଯାଇଥିଲା

ଅନ୍‌ଲାଇନ୍‌ରେ myAadhaar ପୋର୍ଟାଲକୁ ଯାଇ ମାଗଣାରେ ତ୍ରୁଟି ସଂଶୋଧନ ବା ଆଧାରକାର୍ଡ ଅପ୍‌ଡେଟ୍‌ କରିହେବ । UIDAIର ୱବେସାଇଟ୍‌କୁ ଯାଇ ଏଥିରେ ଆପଣ ନିଜର ନାଁ, ଠିକଣା ଆଦି ଭୁଲ ଥିଲେ ସଂଶୋଧନ କରିପାରିବେ । ଏହା ସମ୍ପୂର୍ଣ୍ଣ ରୂପେ ମାଗଣା ରହିବ । ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । 

ଏହି ସମାନ କାମ ଆପଣ କୌଣସି CSC (କମନ୍‌ ସର୍ଭିସ୍ ସେଣ୍ଟର)ରେ ମଧ୍ୟ ଯାଇ କରାଇପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ ୫୦ ଟଙ୍କା ଦେବାକୁ ପଡ଼ିପାରେ । ତ୍ରୁଟି ସଂଶୋଧନ ବା ଅପ୍‌ଡେଡ୍‌ କରିବାକୁ ହେଲେ ଆପଣଙ୍କୁ ଅନ୍‌ଲାଇନ୍‌ ଜରିଆରେ ନିଜର ଅସଲି ପରିଚୟ ପତ୍ର ଓ ଠିକଣା ପ୍ରମାଣ ପତ୍ର ଦେବାକୁ ପଡ଼ିବ ।

କେମିତି କରିବେ ଆଧାରକାର୍ଡ ଅପ୍‌ଡେଟ୍‌ ?

୧- ପ୍ରଥମେ https://myaadhaar.uidai.gov.in/ କୁ ଯାଇ ନିଜ ଆଧାରକାର୍ଡ ନମ୍ବର ବ୍ୟବହାର କରି ଲଗ୍‌ଇନ୍‌ କରନ୍ତୁ ।୨- ତାପରେ ଏଥିରେ ଥିବା 'proceed to update address' ଉପରେ କ୍ଲିକ୍‌ କରନ୍ତୁ୩- ଏହି ସମୟରେ ଆପଣଙ୍କ ମୋବାଇଲକୁ ଆସିଥିବା OTP କୁ ବ୍ୟବହାର କରନ୍ତୁ୪- ତା’ପରେ ‘Document Update’ ପାଇଁ ଅପ୍‌ସନ୍‌ ଆସିବ । ସେଠାକୁ ଯାଇ ନିଜର ତ୍ରୁଟି ସଂଶୋଧନ କରନ୍ତୁ ।୫- ସଂଶୋଧନ କରିବା ପରେ NEXT ଉପରେ କ୍ଲିକ୍‌ କରନ୍ତୁ ।

୬- ଏହାପରେ ପରିଚୟ ପତ୍ର କିମ୍ବା ଠିକଣା ପ୍ରମାଣ ପତ୍ର ଅପ୍‌ଲୋଡ୍‌ କରନ୍ତୁ ।୭- ଶେଷରେ ସବୁ କାମ ସରିବା ପରେ ‘Submit’ ଉପରେ କ୍ଲିକ୍‌ କରନ୍ତୁ ।୮- ୧୪ ଟିକିଆ ଅପ୍‌ଡେଟ୍‌ ରିକ୍ୱେଷ୍ଟ ନମ୍ବର ଆସିବା ପରେ ଆପଣ ନିଶ୍ଚିତ ହୋଇଯିବେ ଯେ ଆପଣଙ୍କ ଆବେଦନକୁ ଗ୍ରହଣ କରାଗଲା । ଏବଂ ଖୁବ୍‌ଶୀଘ୍ର ତ୍ରୁଟି ସଂଶୋଧନ ହୋଇଯିବ ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...