AFFILIATE MARKETING

https://binomo.com?a=90810425bb57&t=0

Friday, March 15, 2024

ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ ନିର୍ବାଚନ କମିଶନର ଭାବରେ ନିଯୁକ୍ତ

COASTAL NEWS ODIA 1763

ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ ନିର୍ବାଚନ କମିଶନର ଭାବରେ ନିଯୁକ୍ତ  


ନୂଆଦିଲ୍ଲୀ - (CNO) ନିଯୁକ୍ତି ପାଇଲେ ୨ ନୂଆ ନିର୍ବାଚନ କମିଶନର । ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ ନିର୍ବାଚନ କମିଶନର ଭାବରେ ନିଯୁକ୍ତ ହୋଇଛନ୍ତି । ନିଯୁକ୍ତି ନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଚୟନ ସମିତି ଏହି ନିଯୁକ୍ତି ଉପରେ ନିଜର ମୋହର ଲଗାଇ ଦେଇଛି । 

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିର୍ବାଚନ କମିସନରଙ୍କ ଚୟନ ପାଇଁ ଗଠିତ ସମିତିର ବୈଠକ ବସିଥିଲା । ଏଥିରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ । ସାରା ଦେଶରେ ପେଟ୍ରୋଲ ଡିଜେଲ ଦାମ କମାଇଲେ କେନ୍ଦ୍ର ସରକାର, ଜାଣନ୍ତୁ କେତେ କମିଛି ଲିଟର ପ୍ରତି ଦାମ ଜ୍ଞାନେଶ କୁମାର ହେଲେ କେରଳ କ୍ୟାଡରର ବରିଷ୍ଠ ଅଧିକାରୀ । 

ସେହିପରି ସୁଖବିନ୍ଦର ହେଉଛନ୍ତି ପଞ୍ଜାବ କ୍ୟାଡରର ଅଧିକାରୀ । ଅରୁଣ ଗୋୟଲ ନିର୍ବାଚନ କମିସନର ପଦରୁ ଇସ୍ତଫା ଦେବା ପରେ ୨ଟି ନିର୍ବାଚନ କମିସନର ପଦ ଖାଲି ପଡିଥିଲା । ଏହି ଦୁଇଟି ପଦ ପାଇଁ ଏବେ ଦୁଇଜଣ ନିର୍ବାଚନ କମିସନରଙ୍କୁ ନିଯୁକ୍ତି ଦିଆଯାଇଛି । 
 
ସୂଚନା ଅନୁସାରେ ଆଜିର ବୈଠକରେ ଅଧୀର ରଂଜନ ଚୌଧୁରୀ ଓ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ । ବୈଠକରେ ସରିବା ପରେ କୌଣସି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇନଥିଲା କିନ୍ତୁ ତା ପୂର୍ବରୁ ଅଧୀର ରଂଜନ ଚୌଧୁରୀ ନବନିଯୁକ୍ତି କମିଶନରଙ୍କ ନାଁ ପ୍ରଘଟ କରିଥିଲେ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...