AFFILIATE MARKETING

https://binomo.com?a=90810425bb57&t=0

Thursday, March 28, 2024

COASTAL NEWS ODIA ଖୁବ୍ ଶୀଘ୍ର ଆସିପାରେ ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା

COASTAL NEWS ODIA 1792

ଖୁବ୍ ଶୀଘ୍ର ଆସିପାରେ ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା


ଭୁବନେଶ୍ୱର (CNO) ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ସାମ୍ନାକୁ ଆସୁଛି ପ୍ରାର୍ଥୀ ତାଲିକା । ଗତକାଲି ବିଜେଡ଼ି ଏହାର 72 ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ଏହା ସହ କେତେକ ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଦେଇସାରିଛି ଦଳ । କିନ୍ତୁ ପଛରେ ପଡ଼ିଯାଇଛନ୍ତି ବିଜେପି ଓ କଂଗ୍ରେସ ।


ଏଥି ମଧ୍ୟରେ ଖୁବ୍ ଶୀଘ୍ର ବିଜେପି ଏହାର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ବିଧାନସଭା ସମେତ ବାକି ଥିବା ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଆସିପାରେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୁଣି ଦିଲ୍ଲୀ ଯାଇଛନ୍ତି । ତାଙ୍କ ସହ ମାନସ ମହାନ୍ତି ବି ଦିଲ୍ଲୀ ଯାଇଛନ୍ତି ।


ଆଜି ଉଭୟ ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱ ସହ ଆଲୋଚନା କରିଛନ୍ତି । ବିଧାନସଭା ପ୍ରାର୍ଥୀ ତାଲିକା ସହ ବାକିଥିବା 3 ଲୋକସଭା ଆସନ, ଯାଜପୁର, କଟକ ଓ କନ୍ଧମାଳ ଟିକେଟ ନେଇ ପ୍ରାର୍ଥୀଙ୍କ ବିଷୟରେ ଆଲୋଚନା ହେବାର ଅଛି ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...