AFFILIATE MARKETING

https://binomo.com?a=90810425bb57&t=0

Friday, March 8, 2024

ଏକାକୀ ନିର୍ବାଚନ ଲଢିବ ବିଜେପି - ମନମୋହନ

COASTAL NEWS ODIA 1739

 ଏକାକୀ ନିର୍ବାଚନ ଲଢିବ ବିଜେପି - ମନମୋହନ



ଭୁବନେଶ୍ୱର - (CNO) ଆଜି ଦିନରେ ଦିଲ୍ଲୀରୁ ଫେରିଥିଲେ ଭି କେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ । ବିଜେପିର ବରିଷ୍ଠ ନେତୃତ୍ୱଙ୍କ ସହ ମେଣ୍ଟ ସଂପର୍କରେ ଆଲୋଚନା ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ରାଜ୍ୟରେ ମେଣ୍ଟ ହେବା ଏବଂ ଆସନ ବୁଝାମଣା ନେଇ କଣ ସ୍ପଷ୍ଟ ହୋଇଛି ସେ ନେଇ କୌଣସି ବି ଦଳ ପକ୍ଷରୁ କିଛି ସୂଚନା ଦିଆଯାଇନଥିଲା । ଆଉ ଏହାରି ମଧ୍ୟରେ ଆଜି ସଂନ୍ଧ୍ୟାରେ ଦିଲ୍ଲୀରୁ ଫେରିଛନ୍ତି ବିଜେପି ସଭାପତି ମନମୋହନ ସାମଲ ।  

ଦିଲ୍ଲୀରୁ ଫେରି ବିଜେପି ସଭାପତି ମନମୋହନ ସାମଲ ଦେଇଛନ୍ତି ସୂଚନା । କହିଲେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ । 'ମେଣ୍ଟ ସଂପର୍କରେ ଦିଲ୍ଲୀରେ କୌଣସି ଚର୍ଚ୍ଚା, ଆଲୋଚନା ହୋଇନାହିଁ କହିଲେ ମନମୋହନ ।  ଆହୁରି କହିଛନ୍ତି, ଏକାକୀ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢିବ ବିଜେପି । ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି । 

ଓଡିଶାରେ ବିଜେପି ସରକାର ଗଠନ ନେଇ ଚର୍ଚ୍ଚା ହୋଇଛି । ଓଡିଶାରେ ୧୪୭ ଓ ୨୧ ଲୋକସଭା ଆସନରେ ପ୍ରାର୍ଥୀ ଦେବ ବିଜେପି । ଉଭୟ ବିଧାନସଭା ଓ ଲୋକସଭା ଆସନରେ ଏକାକୀ ଲଢିବ ବିଜେପି ବୋଲି କହିଛନ୍ତି ମନମୋହନ ।

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...