AFFILIATE MARKETING

https://binomo.com?a=90810425bb57&t=0

Thursday, March 14, 2024

COASTAL NEWS ODIA 1762 ସାରା ଦେଶରେ ପେଟ୍ରୋଲ ଡିଜେଲ ମୂଲ୍ୟ କମାଇଲେ କେନ୍ଦ୍ର ସରକାର

COASTAL NEWS ODIA 1762

ସାରା ଦେଶରେ ପେଟ୍ରୋଲ ଡିଜେଲ ମୂଲ୍ୟ କମାଇଲେ କେନ୍ଦ୍ର ସରକାର


ନୂଆଦିଲ୍ଲୀ - (CNO) ଲୋକସଭା ନିର୍ବାଚନ ଅବ୍ୟବହିତ ପୂର୍ବରୁ ସରକାର ପେଟ୍ରୋଲ ଡିଜେଲର ଦାମ କମ କରିଛନ୍ତି । ପେଟ୍ରୋଲିୟମ ମନ୍ତ୍ରଣାଳୟ ତରଫରୁ ସାରା ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ ଲିଟର ପ୍ରତି ୨ଟଙ୍କା କମ୍ କରାଯାଇଛି । ଏହି ଦର ଶୁକ୍ରବାର ସକାଳ ୬ଟାରୁ ଲାଗୁ ହେବାକୁ ଯାଉଛି । 

ସୋସିଆଲ୍ ମିଡ଼ିଆ ଏକ୍ସରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଲେଖିଛନ୍ତି ଯେ, " ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୨ ଟଙ୍କା ହ୍ରାସ କରି ଦେଶର ସଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରମାଣ କରିଛନ୍ତି ଯେ ତାଙ୍କର ଲକ୍ଷ୍ୟ ସର୍ବଦା କୋଟି କୋଟି ଭାରତୀୟଙ୍କ ପରିବାରର କଲ୍ୟାଣ ଓ ସୁବିଧା ଉପରେ ରହିଛି । 


ଏହାପୂର୍ବରୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରନ୍ଧନ ଗ୍ୟାସ ମୂଲ୍ୟରେ ସିଲିଣ୍ଡର ପିଛା ୧୦୦ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଥିଲେ । ମୂଲ୍ୟ ହ୍ରାସ, ପ୍ରାୟ ୩୩ କୋଟି ପରିବାର ଲାଭାନ୍ୱିତ ହୋଇଛନ୍ତି ଯାହା ପେଟ୍ରୋଲିୟମ ଗ୍ୟାସ (ଏଲ୍ପିଜି) କୁ ରନ୍ଧନ ଇନ୍ଧନ ଭାବରେ ବ୍ୟବହାର କରନ୍ତି ।  

ଯେତେବେଳେ ବିଶ୍ୱ କଠିନ ସମୟ ଦେଇ ଗତି କରୁଥିଲା ବିକଶିତ ତଥା ବିକାଶଶୀଳ ଦେଶମାନଙ୍କରେ ପେଟ୍ରୋଲ ମୂଲ୍ୟ ୫୦-୭୨ ପ୍ରତିଶତ ବୃଦ୍ଧି ପାଇଥିଲା ସେ ସମୟରେ ମଧ୍ୟ ଭାରତ ସରକାର କିପରି ତୈଳ ଦର ନିୟନ୍ତ୍ରଣରେ ରଖିଥିଲେ ତାହା ସେ କହିଛନ୍ତି । ଆଜି ବି ଅନେକ ଦେଶ ତୁଳନାରେ ଭାରତରେ ପେଟ୍ରୋଲର ମୂଲ୍ୟ କମ୍ ଥିବା ସେ କହିଛନ୍ତି ।"

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...