AFFILIATE MARKETING

https://binomo.com?a=90810425bb57&t=0

Friday, March 8, 2024

ବିଜେପି-ବିଜେଡ଼ି ମେଣ୍ଟ କେତେ ଜରୁରୀ

COASTAL NEWS ODIA 1735

ବିଜେପି-ବିଜେଡ଼ି ମେଣ୍ଟ କେତେ ଜରୁରୀ 



ନୂଆଦିଲ୍ଲୀ - (CNO) ମେଣ୍ଟ ରାଜନୀତି କାହାକୁ ଦରକାର ମେଣ୍ଟ ? କଣ ରହିଛି ମେଣ୍ଟ ପଛର ସତ୍ୟ...  ବିଜେପି-ବିଜେଡ଼ି ମେଣ୍ଟ: ରାଜ୍ୟରେ ନିର୍ବାଚନ ପୂର୍ବରୁ ରାଜନୈତିକ ମାହୋଲ ବେଶ୍ ସରଗରମ ହେବାରେ ଲାଗିଛି । କିଛି ଦିନ ପୂର୍ବରୁ ନିର୍ବାଚନ ପାଇଁ ସଜବାଜ ହେଉଥିବା ଦଳମାନେ ବର୍ତ୍ତମାନ ଅନ୍ୟ ଏକ ଦିଗ ଉପରେ ଆଲୋଚନା କରୁଛନ୍ତି । 

ରାଜ୍ୟରେ ଶାସକ-ବିରୋଧୀ ଥିବା ବିଜେଡ଼ି-ବିଜେପି ଗୋଟିଏ ମଞ୍ଚରେ ଆସିବା ନେଇ ଲାଗି ରହିଥିବା ଚର୍ଚ୍ଚା ଏକ ପ୍ରକାର ସ୍ପଷ୍ଟ ହେଉଛି । 



ନବୀନ ନିବାସରେ ବିଜେଡ଼ିର ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ଦିଲ୍ଲୀରେ ରାଜ୍ୟ ବିଜେପି ନେତୃତ୍ୱଙ୍କ ସହ କେନ୍ଦ୍ର ନେତୃତ୍ୱଙ୍କ ମାରାଥନ୍ ବୈଠକ ଏହି ଚର୍ଚ୍ଚାକୁ ଆହୁରି ସରଳ କରିଦେଉଛି । ଏପରକି ମେଣ୍ଟକୁ ସିଧାସଳଖ ପ୍ରତ୍ୟାଖାନ କରୁଥିବା ଦୁଇ ଦଳର ନେତା ମାନେ ମଧ୍ୟ ବର୍ତ୍ତମାନ ମନା କରୁନାହାଁନ୍ତି । ରାଜ୍ୟ ସ୍ୱାର୍ଥକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ବିଜେଡ଼ି କହୁଥିବା ବେଳେ ଦେଶର ବୃହତ୍ତର ସ୍ୱାର୍ଥକୁ ନେଇ କେନ୍ଦ୍ର ନେତୃତ୍ୱ ନିଷ୍ପତ୍ତି ନେବେ ବୋଲି କହୁଛି ବିଜେପି । 

ଏଥି ମଧ୍ୟରେ ଏହା ଏକ ପ୍ରକାର ସ୍ପଷ୍ଟ ହେଉଛି ଯେ, ରାଜ୍ୟରେ ବିଜେପି-ବିଜେଡ଼ି 15 ବର୍ଷ ପରେ ପୁଣି ଏକ ହେବେ । ତେବେ ଆସନ ବୁଝାମଣାକୁ ନେଇ ଏବେ ଆଲୋଚନା ହେଉଛି ବୋଲି କୁହାଯାଉଛି । ସିଟ୍ ସେୟାରିଂ ଫାଇନାଲ ହେଲେ ମେଣ୍ଟ ନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇପାରେ ବୋଲି ମଧ୍ୟ ସୂଚନା ରହିଛି ।



ତେବେ ଏହି ସବୁ ଚର୍ଚ୍ଚା ମଧ୍ୟରେ ସାଧାରଣରେ ଆଲୋଚନା ହେଉଛି, କାହା ପାଇଁ ମେଣ୍ଟ ଆବଶ୍ୟକ ? ବିଜେଡ଼ି ନା ବିଜେପି ? କିଏ ମେଣ୍ଟକୁ ନେଇ ବେଶୀ ଉତ୍ସାହିତ ଅଛି ? ଯଦିଓ ରାଜ୍ୟରେ ବିଜେଡ଼ି ସହ ମେଣ୍ଟ ହେବ କି ନାହିଁ ଏ ନେଇ ରାଜ୍ୟ ବିଜେପି ନେତୃତ୍ୱଙ୍କ ଉପରେ ସେତେଟା କିଛି ନିର୍ଭର କରୁନାହିଁ । 

ବିଜେପିର କେନ୍ଦ୍ର ନେତୃତ୍ୱ ହିଁ ଏହାର ନିଷ୍ପତ୍ତି ନେବେ ବୋଲି ମଧ୍ୟ କୁହାଯାଉଛି । ରାଜ୍ୟର ରାଜନୈତିକ ମାହୋଲକୁ ଦେଖିଲେ ବିଜେଡି ମେଣ୍ଟ ପାଇଁ ଆଗ୍ରହ ପ୍ରକାଶ କରିବାର ସେମିତି କିଛି ଖାସ୍ କାରଣ ନାହିଁ । ବର୍ତ୍ତମାନ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ଭୋଟର କାହାକୁ ଦେଖୁ ନାହାଁନ୍ତି । 

ନବୀନ ଷଷ୍ଠଥର ଶାସନ ଭାର ଗ୍ରହଣ କରିବେ ବୋଲି ମଧ୍ୟ ବିଜେଡ଼ି ଦୃଢୋକ୍ତି ପ୍ରକାଶ କରିବା ସହ ଏ ନେଇ ଉତ୍ସାହିତ ଅଛି । ଏପରିକି ଅନେକ ସର୍ଭେ ମଧ୍ୟ ସେହି ରିପୋର୍ଟ ପ୍ରଦାନ କରିଛି । ବିଜେଡି ଜିତିବା ପରିସ୍ଥିତିରେ ଥିବା ବେଳେ କାହିଁକି ବିଜେପି ସହିତ ମେଣ୍ଟ କରିବ ସେ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । କିନ୍ତୁ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ମେଣ୍ଟ ନେଇ ନିଷ୍ପତ୍ତି ନିଆଯିବ ବୋଲି ବିଜେଡ଼ିର ନେତା ଗଣମାଧ୍ୟକୁ ପ୍ରତିକ୍ରିୟା ରଖି କହିସାରିଛନ୍ତି । 
ଅନ୍ୟ ଏକ ଦିଗରୁ ଦେଖିଲେ ରାଜ୍ୟରେ ଆଗ ଅପେକ୍ଷା ବିଜେପିର ଲୋକପ୍ରିୟତା ବଢିଛି । ଗତ ନିର୍ବାଚନରେ ବିଜେପି ଲୋକସଭା ଆସନରେ ଭଲ ପ୍ରଦର୍ଶନ କରିଥିଲା । ଏପରିକି ବିଧାନସଭାରେ ମଧ୍ୟ ମୁଖ୍ୟ ବିରୋଧୀ ଭାବେ ଉଭା ହୋଇଥିଲା । ଏହି ଧାରାକୁ ବଢାଇବାକୁ ବିଜେପି ଚେଷ୍ଟା କରିବା ବଦଳରେ ବିଜେଡ଼ି ସହ କାହିଁକି ମେଣ୍ଟ କରୁଛି ବୋଲି ମଧ୍ୟ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି । 
 
କିନ୍ତୁ ରାଜ୍ୟକୁ ଛାଡ଼ି କେନ୍ଦ୍ର ଦୃଷ୍ଟିରେ ଦେଖିଲେ ବିଜେପିକୁ ମେଣ୍ଟ ଆବଶ୍ୟକ । କାରଣ, ପ୍ରଧାନମନ୍ତ୍ରୀ ମୋଦୀଙ୍କ 400 ପାର୍ ମିଶନକୁ ପୂରଣ କରିବାକୁ ବିଜେପିକୁ ସାହାଯ୍ୟ ଆବଶ୍ୟକ । ଅଲଗା ଅଲଗା ନିର୍ବାଚନ ଲଢିଲେ ବିଜେପି ହୁଏତ ଗତ ଲୋକସଭା ନିର୍ବାଚନ ଅପେକ୍ଷା 2-3 ଆସନ ହାତେଇପାରେ । 

କିନ୍ତୁ କେନ୍ଦ୍ରର ନଜର ଓଡିଶାର ସମସ୍ତ ଆସନ ଉପରେ ରହିଛି । ବିଜେଡ଼ି ସହ ଗୋଟିଏ ମଞ୍ଚରେ ନିର୍ବାଚନ ଲଢିଲେ ବିଜେଡ଼ି ପାଇଥିବା ଲୋକସଭା ଆସନ ମଧ୍ୟ ଏନଡିଏ ରେ ରହିବ । ଯାହାକି ମୋଦୀଙ୍କ 400 ପାର୍ ଲକ୍ଷ୍ୟକୁ ପୂରଣ କରିବାରେ ବେଶ୍ ସହାୟକ ହେବ । ତେବେ ରାଜନୀତିରେ କେହି କାହାର ଚିର ଶତ୍ରୁ କିମ୍ବା ମିତ୍ର ନୁହଁ, କ୍ରମରେ ବିଜେଡ଼ି-ବିଜେପି 15 ବର୍ଷ ପରେ ଏକାଠି ହେବା କିଛି ବଡ଼ କଥା ନୁହଁ । 
ଶାସନ କ୍ଷମତା ହେଉ କିମ୍ବା ରାଜ୍ୟ-କେନ୍ଦ୍ରର ସ୍ୱାର୍ଥ ବାହାନା ଦେଖାଇ ମେଣ୍ଟ କରିବା କିଛି ଅସମ୍ଭବ ନୁହଁ । ଆଗାମୀ ଦିନରେ ଏ ନେଇ ସ୍ପଷ୍ଟ ହେବା ସହ ଭୋଟର ଏହାକୁ କିପରି ଗ୍ରହଣ କରୁଛନ୍ତି ତାହା ଦେଖିବା ବାକି ରହିଲା । 

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...