AFFILIATE MARKETING

https://binomo.com?a=90810425bb57&t=0

Saturday, March 2, 2024

ସଂକ୍ଷିପ୍ତ ଖବର

COASTAL NEWS ODIA 1720

ସଂକ୍ଷିପ୍ତ ଖବର 


*୧-ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥରେ ଫାଟ । ରତ୍ନଭଣ୍ଡାରର ଉତ୍ତର ପାର୍ଶ୍ୱରେ ଫାଟ ହୋଇଥିବା ସ୍ପଷ୍ଟ ହୋଇଛି । ଏଏସଆଇ ପକ୍ଷରୁ କରାଯାଇଥିବା ଲେଜର ସ୍କାନିଂରୁ ଏହା ଜଣାପଡ଼ିଛି ।*

*୨-  ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ ଦିବ୍ୟାଙ୍ଗ ଭକ୍ତଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହ୍ବିଲ ଚେୟାର ନୁହଁ ବରଂ କାଠ ଚେୟାରରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଦିବ୍ୟାଙ୍ଗ ଭକ୍ତ।*

*୩-  ଭୁବନେଶ୍ୱର: ବିଜେପିରେ ମିଶିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଆଜି ପ୍ରଶାନ୍ତ ବିଧିବଦ୍ଧ ଭାବରେ ପଦ୍ମ ଧରିଛନ୍ତି । ।*

*୪- ‌ଭୁବନେଶ୍ବର: ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ପାଇଁ ତଦାରଖ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ; ଜଷ୍ଟିସ ଅରିଜିତ୍ ପଶାୟତ କମିଟି ଅଧ୍ୟକ୍ଷ।ଏହି କମିଟିରେ ଅଧ୍ୟକ୍ଷଙ୍କ ସହିତ ୧୨ ଜଣ ସଦସ୍ୟ ଅଛନ୍ତି ।*

*୫- ଭୁବନେଶ୍ବର: ବନ୍ଧା ହେଲେ ଆପାର୍ଟମେଣ୍ଟ ଲୁଟେରା, 9 ଜଣଙ୍କୁ ବାନ୍ଧିଲା କମିଶନରେଟ୍ ପୋଲିସ୍।*

*୬-   ଭୁବନେଶ୍ୱର: ବଡ଼ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ୍ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ 8 ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଏଥିସହ 504 ଅଙ୍ଗନୱାଡ଼ି ସୁପରଭାଇଜର ନିୟମିତ ହୋଇଛନ୍ତି ।*

*୭-  ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ, ଅନୁଦାନର ସୁବିନିଯୋଗ ଉପରେ ଗୁରୁତ୍ୱ।*

*୮-  ସଫଳ ହୋଇଛି ବ୍ରହ୍ମପୁର ସରକାରୀ ITIର ଛାତ୍ରଛାତ୍ରୀଙ୍କ ବିଦେଶରେ ଚାକିରୀ କରିବା ସ୍ୱପ୍ନ ।୩୨ଜଣ ଛାତ୍ରଛାତ୍ରୀଙ୍କୁ ଦୁବାଇ ସ୍ଥିତ ଏସା ସାଲେହ ଅଲ ଗୁର୍‌ଗ ଗ୍ରୁପ୍‌ ସାକ୍ଷାତକାର ନେଇ ନିଯୁକ୍ତି ଲାଗି ଅଫର୍ ଲେଟର ପଠାଇଛି।*

*୯-  ଭୁବନେଶ୍ବର: ଆଗୁଆ ମିଳିବ ବନ୍ୟା ସୂଚନା। କଟକ-ଭୁବନେଶ୍ୱର ପାଇଁ ଲାଗିବ ଅତ୍ୟାଧୁନିକ ସୂଚନା ପ୍ରଦାନ ରାଡାର । ୨୦୨୫ ସୁଦ୍ଧା କାର୍ଯ୍ୟକାରୀ ହେବ ଆଡଭାନ୍ସ ଫ୍ଲଡ୍‌ ଓ୍ବାର୍ଣ୍ଣିଂ ସିଷ୍ଟମ। ଏହି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।*

*୧୦- ଅଙ୍ଗନବାଡି କର୍ମୀ ମାନଙ୍କ ମାସିକ ପାରିଶ୍ରମିକ ୭୫୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ମିନି ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ୫୩୭୫ ଟଙ୍କାରୁ ୭୨୫୦ ଟଙ୍କା ହେଲା । ସେହିପରି ଅଙ୍ଗନବାଡି ସହାୟିକାଙ୍କ ପାରିଶ୍ରମିକ ୩୭୫୦ ଟଙ୍କାରୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଗଲା।*

*୧୧- ଭାରତ ଅର୍ଥନୀତିରେ ଅଭିବୃଦ୍ଧି, 8.4 ପ୍ରତିଶତ ରହିଲା ଜିଡିପି ହାର, ପ୍ରଧାନମନ୍ତ୍ରୀ କହିଲେ - 140 କୋଟି ନାଗରିକଙ୍କ ଶକ୍ତି।*

*୧୨-ଯୁବ ଡାକ୍ତରଙ୍କ ମହାନତା। ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳର ସୁଦାମ ଚରଣ ସ୍ୱାଇଁଙ୍କର ପୁତ୍ର ଡାକ୍ତର ବ୍ରଜସୁନ୍ଦର ସ୍ୱାଇଁ। ଚାକିରୀ ଛାଡି ଏବେ ଖଇରା ସିମୁଳିଆ ବାସୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି।*

*୧୩- ବିଜେପିରେ ମିଶିଲେ ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାଶଙ୍କ ମାମୁଁ ଭବାନୀ ଶଙ୍କର ଜଗଦେବ ମହାପାତ୍ର ।*

*୧୪- ଦ୍ୱିତୀୟ ପର୍ଯ୍ୟାୟରେ ୨୮୮ ବ୍ଲକର ୨୦୦୦ ଗ୍ରାମ ପଞ୍ଚାୟତରେ ଖୋଲିଲା ‘ଆମ ବ୍ୟାଙ୍କ’।ମୁଁ ଚାହେଁ କେହି ଜଣେ ବି ହିତାଧିକାରୀ ସରକାରୀ ସହାୟତା ପାଇବାରେ ହଇରାଣ ନ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ*

*୧୫- ଫୁଲବାଣୀ: ଫୁଲବାଣୀ ଫାଷ୍ଟଟ୍ରାକ୍‌ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।*

*୧୬- ଖଲ୍ଲିକୋଟ ବିଜେଡିରେ ବିଦ୍ରୋହ: ଅସନ୍ତୁଷ୍ଟ ନେତା କହିଲେ- ବିଧାୟିକା ହଟାଓ।*

*୧୭- ରାଉରକେଲା: ସୀମାନ୍ତ ଟୋଣ୍ଟୋ ଥାନା ବନଗ୍ରାମ ଜିମକି ଇକ୍ରୀ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଗୁରୁବାର ୭ଟି ମାଓବାଦୀ ବଙ୍କର ଠାବ କରାଯାଇଛି। ଏଥିରେ ପ୍ରାୟ ୭୦ରୁ ୮୦ ଜଣ ରହିବା ବ୍ୟବସ୍ଥା ରହିଛି।*

*୧୮-ସମ୍ବଲପୁର: ସହରର ଏକ ଜୁଏଲେରି ଦୋକାନ ମାଲିକଙ୍କୁ ଗୁଳିକରି ଲୁଟ୍‌ ଉଦ୍ୟମ ଘଟଣାରେ ପୋଲିସ ଗୁରୁବାର ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।*

*୧୯- ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା; ଜଣେ ମୃତ, ୨୦ ଆହତ।*

*୨୦- ଭୁବନେଶ୍ୱର: ଦିନକୁ ଦିନ ବଢୁଛି ତାତି । କିଛି ଦିନ ଭଲ ପାଗ ପରେ ପୁଣି ଖରା ବଢ଼ିବାରେ ଲାଗିଛି ।୩୮ ଡିଗ୍ରୀ କରିବ ପାର୍‌ !ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।*

*୨୧-ଏୟାର ଇଣ୍ତିଆ ଗଣିବ ଜରିମାନା, ଡିଜିସିଏ ଦେଲା ନିର୍ଦ୍ଦେଶ। ହ୍ୱିଲ୍ ଚେୟାର ନ ମିଳିବାରୁ ୮୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ମାମଲା।*

*୨୨-Lok Sabha Election 2024: ପଶ୍ଚିମବଙ୍ଗରେ ୧୬ ଲକ୍ଷ ଫେକ୍‌ ଭୋଟର୍‌ । ଏପରି ଅଭିଯୋଗ ଆଣିଛି ବିଜେପି। ଭାରତୀୟ ଜନତା ପାର୍ଟିର ୬ ଜଣ ପ୍ରତିନିଧି ନିର୍ବାଚନ ଆୟୋଗଙ୍କ ନିକଟରେ ଏକ ଡକ୍ୟୁମେଣ୍ଟ ଦାଖଲ କରିଛନ୍ତି ।*

*୨୩- PM Surya Ghar Muft Bijli Yojana: ଗୁରୁବାର କ୍ୟାବିନେଟ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଅଧୀନରେ ୧ କୋଟି ଘରକୁ ମାଗଣା ବିଦ୍ୟୁତ୍ ଯୋଗାଇ ଦିଆଯିବ । ଏଥିପାଇଁ ମୋଟ୍ ୭୫,୦୨୧ କୋଟି ଟଙ୍କା ଖର୍ଚ୍ଚ ହେବ।*

*୨୪- ଆମେରିକା- ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍ (USISPF) ଅଧ୍ୟକ୍ଷ ଜନ୍ ଚାମ୍ବରସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ସେ ପିଏମ ମୋଦୀଙ୍କୁ 'ଆଜିର ଦୁନିଆର ସର୍ବୋତ୍ତମ ନେତା' ବୋଲି ବର୍ଣ୍ଣନା କରିଛନ୍ତି ।*

*୨୫- 2024 ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 25 ମାର୍ଚ୍ଚରେ ଘଟିବାକୁ ଯାଉଛି ଅର୍ଥାତ୍ ହୋଲି ଦିନ ଚନ୍ଦ୍ର ଗ୍ରହଣ ଲାଗିବା ପାଇଁ ଯାଉଛି । ଅର୍ଥାତ୍ ଉଭୟ ହୋଲି ଏବଂ ଚନ୍ଦ୍ରଗ୍ରହଣ ଗୋଟିଏ ଦିନରେ ପଡୁଛି। ଏହା ଏକ ପେନ୍‌ମ୍ବ୍ରାଲ୍ ଚନ୍ଦ୍ରଗ୍ରହଣ ହେବ ଯାହା ଭାରତରେ ଦୃଶ୍ୟମାନ ହେବ ନାହିଁ।*

*୨୬-ନୂଆଦିଲ୍ଲୀ:୨୦ମିନିଟରେ ୨କୋଟି ଟଙ୍କାର ଅଳଙ୍କାର ଲୁଟି ଫେରାର ହୋଇଗଲେ ଲୁଟେରା।*

*୨୭-ତ୍ରିପୁରା: କର୍କଟ ନେଲା ୨୮ବର୍ଷୀୟା ମିସ୍ ଇଣ୍ଡିଆ ତ୍ରିପୁରା ରିଙ୍କି ଚକମାଙ୍କ ଜୀବନ। ୨୦୧୭ରେ ସେ ମିସ୍ ଇଣ୍ଡିଆ ତ୍ରିପୁରା ଟାଇଟେଲ ଜିତିଥିଲେ।*

*୨୮-ନୂଆଦିଲ୍ଲୀ: ଦେଶରେ ୩ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର: ସୃଷ୍ଟି ହେବ ୮୦ ହଜାରରୁ ଅଧିକ ନିଯୁକ୍ତି।*

.              

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...