AFFILIATE MARKETING

https://binomo.com?a=90810425bb57&t=0

Saturday, March 30, 2024

COASTAL NEWS ODIA 1790 SSC ରେ କରନ୍ତୁ ଚାକିରୀ, ତୁରନ୍ତ କରନ୍ତୁ ଆବେଦନ

COASTAL NEWS ODIA 1795

 SSC ରେ କରନ୍ତୁ ଚାକିରୀ, ତୁରନ୍ତ କରନ୍ତୁ ଆବେଦନ



ଭୁବନେଶ୍ବର - (CNO) ଷ୍ଟାଫ୍ ସିଲେକ୍ସନ କମିଶନ (SSC) ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ଚୟନ ହେଲେ ମାସକୁ ଏକ ଲକ୍ଷ ଟଙ୍କାରୁ ଅଧିକ ଦରମା ମିଳିବ । ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SSC ର ଅଫିସିଆଲ୍ ୱେବସାଇଟ୍ ssc.gov.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:
ଅନ୍‌ଲାଇନ୍ ଆବେଦନ ଆରମ୍ଭ ୨୮ ମାର୍ଚ୍ଚ ୨୦୨୪ରୁ ଆରମ୍ଭ ହେଉଥିବା ବେଳେ ଅନ୍‌ଲାଇନ୍ ଆବେଦନ ୧୮ ଏପ୍ରିଲ୍ ୨୦୨୪ ରେ ଶେଷ ହେବ ।

ସର୍ବନିମ୍ନ ମାସିକ ଦରମା ୩୫,୪୦୦ ଟଙ୍କା ହୋଇଥିବା ବେଳେ ସର୍ବାଧିକ ମାସିକ ଦରମା ୧,୧୨,୪୦୦ ଟଙ୍କା ।

ଖାଲି ପଦବୀ:
ସୀମା ସଡକ ସଂଗଠନ (BRO), ଜଳ ଶକ୍ତି ମନ୍ତ୍ରାଳୟର ବ୍ରହ୍ମପୁତ୍ର ବୋର୍ଡ, କେନ୍ଦ୍ରୀୟ ଜଳ ଆୟୋଗ (CWC), କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗ (CPWD) ସହିତ ଅନ୍ୟାନ୍ୟ ବିଭାଗରେ ଜୁନିଅର ଇଂଜିନିୟର ପଦବୀ ଖାଲି ପଡ଼ିଛି । ଏହି ସବୁ ବିଭାଗରେ ମୋଟ୍ ୯୬୮ଟି ପଦବୀ ପୂରଣ ହେବ।

Job in SSC
ବୟସ ସୀମା:
CPWD ଓ CWC ପଦ ପାଇଁ ସର୍ବାଧିକ ବୟସ - ୩୨ ବର୍ଷ
ଅନ୍ୟାନ୍ୟ ପଦ ପାଇଁ ସର୍ବାଧିକ ବୟସ - ୩୦ ବର୍ଷ
ବୟସ ଗଣନା ୦୧।୦୮।୨୦୨୪ ଅନୁସାରେ ହେବ
ଆବେଦନ ଶୁଳ୍କ:
ମହିଳା/SC/ST/PwD - ଦେୟମୁକ୍ତ
ଅନ୍ୟମାନେ - ୧୦୦ ଟଙ୍କା

ଚୟନ ପ୍ରକ୍ରିୟା:
ଲିଖିତ ପରୀକ୍ଷା
ସାକ୍ଷାତକାର
ଡକ୍ୟୁମେଣ୍ଟ୍ ଯାଞ୍ଚ୍

No comments:

COASTAL NEWS

ଆସ କିଏ ଖାଇବ

ଆସ କିଏ ଖାଇବ ହୋ ଆମ ବଡ଼ବାବୁଙ୍କ ଖାନା ଗ୍ୟାସ ଜଳିବନି  ଚୁଲି ଜଳିବନି ବନେଇ ଦେବେ ନନା ।। ଆସ ଭାଇ ଆସ ଭଉଣୀ ପାତରେ ଭରି ଭୋଗ ଖାଇ ଖାଇ ଖୁସି ହେବ ଭୁଲିଯ...